STORYMIRROR

Akshayakumar Dash

Abstract Children Stories Inspirational

2  

Akshayakumar Dash

Abstract Children Stories Inspirational

ଜଳଧି

ଜଳଧି

1 min
3.6K

ଜଳ ହିଁ ଜୀବନ, ବିବେକ ସମୁଦ୍ର କୂଳରେ ବାଲି ରେ ବସି ଭାବିଜାଉଛି କେତେ କଅଣ। ସମୁଦ୍ର ତ ବିଶାଳ। ସମୁଦ୍ର କୁ ଦେଖିଲେ ମନ ରେ କେତେ ସବୁ ଭାବନା ଉଙ୍କି ମାରି ତାହା କଳ୍ପନା ବାହାରେ।ଆଖି ପାଉନଥିବା ସୀମା ହୀନ ସଗାରକୁ ଦେଖି ମଣିଷ ର ଭାବନା ସେମିତି ଅମୀମାସିତ ରହିଯାଏ। କାରଣ ଯେ ବିଶାଳ ସେ ମଧ୍ୟ ଗଭୀର । ଖୁଦ୍ର ମାନବ ସବୁ କୁ ନେଇ କେବଳ ପ୍ରଣିପାତ ଢାଳେ।

     ବିବେକ ର ମନେପଡେ ସେ ତାର ବୁଢ଼ୀମା ପାଖରେ ବସି ଶୁଣୁଥିବା ଗପ। ସମୁଦ୍ର ମନ୍ଥନ କରି ଦେବତା ଅସୁର ମାନେ ପାଇଥିଲେ ଅବୃତ। ଯାହାକୁ ପାନ କରି ଦେବତା ମାନେ ହୋଇଥିଲେ ଅମର। ଆଉ ଅସୁର ମାନେ ଦେବତା କଂ ଦ୍ୱାରା ପରାସ୍ତ ହୋଇଥିଲେ। ମାତା ଲଷ୍ମୀ ସମୁଦ୍ର ରୁ ଜାତ।ତେଣୁ ତାଙ୍କ ନାମ ଖୀରାଦ୍ଧିତନୟା।ଲଷ୍ମୀ ମଙ୍ଗଳମୟୀଦେବୀ ଅର୍ଣ୍ଣପୂର୍ଣା । 

ଜଗତନ୍ନାଥ କଂ ପତ୍ନୀ। ସମୁଦ୍ର ର ଗର୍ଜନ ଶୁଭେନାହିଁ ଶ୍ରୀମନ୍ଦିର କୁ।ଯେହେତୁ ଶଶୁର ସମୁଦ୍ର ନିଜ ଝିଅ ଓ ଜ୍ୱାଇଁ କୁ ସଂମାନ ଦେଇ ମନ୍ଦିର ନିକଟରେ ଗର୍ଜନ ଶୁଭେ ନାହିଁ ।

          ପ୍ରକୃତି ସହିତ ନିଜକୁ ଜଡିତ କରିବା ସୃଷ୍ଟିର ନିୟମ। ମଣିଷ ନିଜ ସୀମାରୁ ଡେଇଁ ଯେତିକି କ୍ଷତି କରୁଛି ସେ କ୍ଷତି ନିଜ ପାଇଁ ଦୁଖଦାୟକ ପରିସ୍ତିତି କୁ ସାମ୍ନା କରିବାକୁ ପଡିବ।

ବିବେକ ସାଗର କୁ ଦେଖ ଯାହାସବୁ ଭାବନା ସେ ଭାବନା ସବୁ ଶେଷ ନାହିଁ କି ଵିଚାର ସମାପ୍ତ ହେବନି। ଆଖି ଖୋଲି ଦେଖିବାପରେ ଏବେ ଆଖିବନ୍ଦକରି ଦେଖିବାକୁ ଗଲା ବିବେକ।ଶାନ୍ତ ସରଳ ମନକୁ ନେଇ ଦେଖୁଛି ସାଗର ଅସୀମ ହୋଇ ମଧ୍ୟ ସୀମା ଉଲଘଂନ କରିନି । କେବେ ତାର ସୀମାକୁ ଟପିନି। ଜଣେ ସୀମା ଡେଇଁ ଯେଉଁସବୁ ଭୁଲ କରେ ତାହା କେବଳ ବ୍ୟକ୍ତିର ସଂକୀର୍ଣ୍ଣତା।

ସାଗରର ବିଶାଳତା ଧୈର୍ଯ୍ୟ, କ୍ଷମା, ଦୟା, ଓ ଧର୍ମର ଭାବରେ ବିକଶିତ ପୁଷ୍ପଟିଏ । ଜୀବନ ପ୍ରଚାର ବା ବିଜ୍ଞାପନ ନୁହେଁ ବରଂ ଅଧ୍ୟୟନ ପାଇଁ । ବିଳାସ ନୁହେଁ କି ଅସ୍ଥିର ନୁହେଁ।ବରଂ ଗମ୍ଭୀର। ଯେ ଗମ୍ଭୀର ସେହିଁ ଗଭୀର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract