STORYMIRROR

Sunanda Mohanty

Inspirational Others

3  

Sunanda Mohanty

Inspirational Others

ଜୀବନ୍ୟାସ

ଜୀବନ୍ୟାସ

2 mins
156

  ମାଆ ପାଖରେ କିଛି ନାହିଁ ବୋଲି ସମସ୍ତଙ୍କୁ ଜଣା ଥିଲେ ବି, ମାଆ ଆଲମିରା ଭିତରେ ଷ୍ଟିଲ ବକ୍ସ ରେ ଚାବି ପକେଇ କଣ ରଖିଥିଲା, କେହି ଜାଣିନଥିଲେ, ଆଗରୁ ଏକଥା ଉଠିଲେ ବାପା କହୁଥିଲେ, ମାଆ ତୁମର ତା ସିରିଆ ସମ୍ପତ୍ତି ରଖିଛି, ଏବେ ତ ବାପାଙ୍କ ଅବସ୍ଥା ତଦୃପ, ତ ସେଥିରେ ସେ ଆଉ ମୁଣ୍ଡ ଖେଳାନ୍ତି ନାହିଁ କି ଖେଲେଇବାକୁ ପୁଅ ଝିଅ ଚାହାନ୍ତି ନାହିଁ।

ମାଆର ଦଶ ପରେ ବାପାଙ୍କ ଅବସ୍ଥା ଆହୁରି ସାଙ୍ଘାତିକ ଆଡ଼କୁ ଗତି କରିବା ଦେଖି, ପୁଅ ଝିଅ ଆଲମିରା ଖୋଲି, ସେ ଷ୍ଟିଲ ଟ୍ରଙ୍କ ବାହାର କରି ଆଣିଲେ, ସେଇଟା ମଧ୍ୟ ସହଜରେ ଖୋଲିଗଲା। ଭିତରୁ ସୁଗନ୍ଧ ଭରା ମହମହ ବାସ୍ନା ସାଙ୍ଗକୁ ଦୁଇଟି ପାଣ୍ଡୁଲିପି। କଣ ଅଛି ଏ ପାଣ୍ଡୁଲିପିରେ ବୋଲି ଖୋଲାଗଲା ।

ଗୋଟାଏ ପାଣ୍ଡୁଲିପିରେ ତା ବାପା ଅର୍ଥାତ୍ ପୁଅ ଝିଅଙ୍କର ଅଜା ଲେଖିଥିବା ଚିଠି ଗୁଡିକୁ ସେ ନିଜ ହସ୍ତାକ୍ଷରରେ ଉତ୍ତାରି ସଯତ୍ନରେ ସାଇତି ରଖିଥିଲା। ଅନ୍ୟ ପାଣ୍ଡୁଲିପି ଟିରେ ତା ସ୍ବାମୀ ଅର୍ଥାତ୍ ତା ପୁଅ ଝିଅଙ୍କର ବାପା ତା ପାଖକୁ ଲେଖିଥିବା ଚିଠି ଗୁଡିକୁ ସେ ନିଜ ହସ୍ତାକ୍ଷରରେ ଟିପି, ଗନ୍ଧକର୍ପୁର ସହ ସେଣ୍ଟ ପକାଇ ମହମହ ବାସ୍ନା ଭରା ଚିଠି ଗୁଡ଼ିକ ବାସ୍ନାରେ ଭାରି ମହକୁ ଥିଲା।

ଏସବୁ ସତ୍ତ୍ୱେ ଥିଲା ଚିଠିଟିଏ, ଯେଉଁଥିରେ, ମାଆ ତା ମନକଥା ଲେଖିଥିଲା କି, ସେ ଜୀବନରେ କାହାକୁ କେବେ କିଛିବି ମାଗିନି, ଆଜି ମୃତ୍ୟୁ ପରେ, ବାପା ବଞ୍ଚିଥିବା ଭିତରେ, ମୋର ହସ୍ତ ଲେଖା ଏ ଦୁଇ ପାଣ୍ଡୁଲିପିକୁ ପ୍ରକାଶିତ କରି ବାପାଙ୍କ ହସ୍ତରେ କୌଣସି ଲାଇବ୍ରେରୀକୁ ଦାନ କଲେ, ପ୍ରଥମତ, ଦୁହିତା ହିସାବରେ ଦୁଇ କୁଳର ହିତା ହେବାପାଇଁ ମୁଁ ନିଜେ ଓ ଆସନ୍ତା ପରପିଢି, ଏହାକୁ ପଢ଼ି ନିଶ୍ଚୟ ଦାଇତ୍ୱ, କର୍ତ୍ତବ୍ୟ, ଗୁରୁଜନଙ୍କୁ ସମ୍ମାନ, ଲଘୁଜନଙ୍କୁ ସ୍ନେହ ସରାଗ ବାଣ୍ଟିବା ସହ ସହନଶୀଳତା, ଧର୍ଯ୍ୟ, କଷ୍ଟ ସହିଷ୍ଣୁତା, ସହିତ ସମସ୍ତ ମାନବୀୟ ଗୁଣର ଅଧିକାରୀ ହୋଇ ଜୀବନରେ ଅନ୍ତତ୍ ଭଲ ମଣିଷଟିଏ ନିଶ୍ଚିନ୍ତ ହୁଅନ୍ତା l

ପିଲାଙ୍କ ସହ ବାପାଙ୍କ ଆଖିରୁ ଦୁଇଧାର ଲୁହ ଗଡିଗଲାବେଳେ, ପୁଅ ଝିଅ ଦୁହେଁ ପ୍ରସ୍ତୁତ ହେଉଥିଲେ ପାଣ୍ଡୁଲିପି ଦୁଇଟିକୁ ଜୀବନ୍ୟାସ ଦେଇ ମାଆର ଇଚ୍ଛା ପୁରଣ କରିବାକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational