STORYMIRROR

Rajalaxmi Tripathy

Romance Tragedy

3  

Rajalaxmi Tripathy

Romance Tragedy

ଜୀବନ ଦୋ ଛକିରେ

ଜୀବନ ଦୋ ଛକିରେ

2 mins
598


ଝରକା ପାଖରେ ବସି ବାହାରକୁ ଏକା ଲୟରେ ଚାହିଁ ଭାବୁଥିଲାରମ୍ୟା । କଣ ସ୍ଥିର କରିବ ସେ ଭାବିପାରୁନି । ଜୀବନର ଅନେକ ଅଙ୍କା ବଙ୍କାରାସ୍ତା ସେ ପିଲାଟି ଦିନରୂ ଅତିକ୍ରମ କରି ଚାଲିଛି ଏପର୍ଯ୍ୟନ୍ତ । ସହପାଠୀ ସୁଦୀପଙ୍କ ସହ ତାର ସଂପର୍କ ଯେ ବିବାହ ଆଡ଼କୁ ଆଗେଇବ ତାହା ଆଦୌ ସେ ଭାବିନଥିଲା । ତାକୁ ଜୀବନ ସଂଙ୍ଗୀନୀ କରିବା ପାଇଁ ସୁଦୀପ ଆଗେଇ ଯାଇ ତାଙ୍କ ଘରେ କହି ପ୍ରସ୍ତାବ ପଠାଇବେ ତାହା ସେ ବିଶ୍ୱାସ କରିପାରୁନି । ଏମିତି ଦେଖିଲେ କଥାଟି କିଛି ଅସଂଗତ ନୁହେଁ, ଭାବିଲା ରମ୍ୟା । ସୁଦୀପ ବ୍ୟାଙ୍କ ଅଫିସର ଓ ସେ ସେହି ଏକା ବ୍ୟାଙ୍କରେ ଏକ କିରାଣୀ । ଅନ୍ୟ ସାଙ୍ଗ ସାଥି ମାନେ ଖୁସିରେ ତାକୁ ଆଜି ଗ୍ରୀଟ କରିଛନ୍ତି। ସୁଦୀପ ନିଜ ଆଡୁ ତାଙ୍କ ଅନ୍ତରଙ୍ଗ ବନ୍ଧୁଙ୍କୁ ଏକଥା ପ୍ରକାଶ କରିଥିଲେ । ସମସ୍ତେ ଖୁସି ।


ଖୁସି ହୋଇପାରୁନି ରମ୍ୟା । ଘରକୁ ଫେରିଲା ଚିନ୍ତା ଗ୍ରସ୍ତ ହୋଇ । ଘରେ ମା'ଓ ରିଦ୍ଧି । ରିଦ୍ଧି ତାର ସାନଭଉଣୀ । ଜନ୍ମରୁ ମୂକ,ବଧିର । ତା'ଠାରୁ ଛଅ ବର୍ଷ ସାନ ବୟସରେ । ପିଲାଟି ଦିନରୁ ରିଦ୍ଧିର ଏକ ପ୍ରକାର ଅଚଳ ଅବସ୍ଥା । ବାପା ଓ ମା'ତାର ଚିକିତ୍ସା ପାଇଁ ଅଧିକାଂଶ ସମୟ ବୁଲିଛନ୍ତି ଏସହରରୁ ଅନ୍ୟ ସହର । ରମ୍ୟା ସେ ସମୟରେ ମାମୁଁ ଙ୍କ ଘରେରହେ । କିଛି ଫଳ ମିଳିନଥିଲା, ସବୁ ଚିକିତ୍ସା ବ୍ୟର୍ଥରେ ପରିଣତ ହେଲା । ବରଂ ଦିନ କୁ ଦିନ ଗୋଡ଼ ଦୁଇ ଟିର ମାଂସପେଶୀ ଦୁର୍ବଳ ହେବାରୁ ସେ ଚାଲିବାରେ ଅକ୍ଷମ ହେଲା । କିଛି ବାଟ ଚାଲିଲେ ତଳେ ପଡ଼ିଗଲା । ତେଣୁ ବାପା ମା ଆଉ ତାକୁ ଏକା କେଉଁ ଆଡ଼େ ଛାଡ଼ିଲେ ନାହିଁ । ବାପାଙ୍କର କିରାଣୀ ଚାକିରୀ ଦରମାରେ ରିଦ୍ଧିର ଚିକିତ୍ସା ,ତାର

ପାଠପଢା ଓ ଘରର ସବୁ ଦାୟିତ୍ୱ ବାପାଙ୍କ ଉପରେ ବୋଝ ଲଦି ହୋଇଯାଇଥିଲା । ସବୁବେଳେ ଚିନ୍ତିତ ଅବସ୍ଥାରେ ବାପା ଓ ମା ଙ୍କୁ ଦେଖିଆସିଛି ରମ୍ୟା ପିଲା ଟି ଦିନୁ । ତାକୁ ବି ବହୁତ ଦୁଃଖ ଲାଗେରିଦ୍ଧି ପାଇଁ,ରିଦ୍ଧି ପାଟିରୁ ଅପା'ଡାକ ଶୁଣିବାପାଇଁ । ଏତେ ଦୁଃଖ ଭିତରେ ଗତବର୍ଷ ସେ ତାର ବାପାଙ୍କୁ ହରାଇଛି । ସ୍କୁଟରରେ ଘରକୁ ଫେରିବାବେଳେ ଟ୍ରକ ଆକ୍ସିଡେଣ୍ଟରେ ସେ ପ୍ରାଣ ହରାଇଥିଲେ । ଏହାର କେତେ ମାସ ପରେ ବ୍ୟାଙ୍କରେ କ୍ଲର୍କ ନିଯୁକ୍ତି ପାଇଛି ସେ ।

ସେହି ସମୟରେ ସୁଦୀପ ମଧ ନୁଆ ଅଫିସରରୁପେ ଯୋଗ ଦେଇଥିଲେ । ସୁଦୀପଙ୍କର ବିବାହ ପ୍ରସ୍ତାବରେ ସେ ଯଦିଓ ଖୁସି, କିନ୍ତୁ ଅନ୍ୟ ଏକ ବଡ଼ ଦାୟିତ୍ୱ ବୋଧ ତାର ଅଛି ,ଏକଥା ସେ କେବେ ଭୁଲେନି ।


ବାପାଙ୍କ ମୃତ୍ୟୁ ପରେ ମା'କୁ ରିଦ୍ଧିର ଦାୟିତ୍ୱ ସେ ନେବ ବୋଲି କହିସାରିଛି । ଦରକାର ପଡିଲେ ଏଥିପାଇଁ ସେ ଜୀବନରେ ଅବିବାହିତରହିବ ବୋଲି ପ୍ରତିଶ୍ରୁତି ଦେଇଛି ।

ସେଦିନ ଅଫିସରୁ ଫେରି ସୁଦୀପଙ୍କ ସହ ପାର୍କରେ ବସିବା ବେଳେ ବିବାହ ତାରିଖ ସ୍ଥିର କରିବା ପାଇଁ ରମ୍ୟାର ମତାମତ ଲୋଡିଥିଲେ ସୁଦୀପ ।ରମ୍ୟା ନିରବରେ ଭାରାକ୍ରାନ୍ତ ମନରେ ଘରକୁ ଫେରିଲା । ଘରେ ବସିଛି,ତା ଭିତରୁ ଜଣେ କିଏ ଯେମିତି କହୁଛି, ତୋ ଭଉଣୀ ପାଇଁ କଣ ତୋ ଜୀବନ କୁ ଏତେ କଷ୍ଟ ଦବୁ?ଏପଟେ ମନେପଡିଲା ମାକୁ ରିଦ୍ଧି ପାଇଁ କହିଥିବା ତାର ପ୍ରତିଶ୍ରୁତି । ବର୍ତ୍ତମାନ କଣ କରିବ ସେ । ଜୀବନର ଦୋ ଛକିରେ ଠିଆ ହୋଇଛି ସେ । ଆଗକୁ ଭାବି ପାରୁନି । ଗୋଟିଏ ପଟେ ସୁଦୀପ ଓ ତାର ଭବିଷ୍ୟତ । ଅନ୍ୟପଟେ ତାର ଦିବ୍ୟାଙ୍ଗ ସାନଭଉଣୀର ଭବିଷ୍ୟତ । ଚାରିଆଡ ଶୂନ୍ୟ ଲାଗୁଥିଲାରମ୍ୟାକୁ ।


Rate this content
Log in

Similar oriya story from Romance