STORYMIRROR

Rajalaxmi Tripathy

Romance Tragedy

3  

Rajalaxmi Tripathy

Romance Tragedy

ଦୁଇ ବୁନ୍ଦା ଲୁହ

ଦୁଇ ବୁନ୍ଦା ଲୁହ

2 mins
340

ଆଖିରୁ ଦୁଇଟୋପା ଆନନ୍ଦର ଅଶ୍ରୁ ଗଡିଆସିଲା ପ୍ରତ୍ୟୁଷାର।ପ୍ରମଥଙ୍କ ହାତରୁ ଫୁଲତୋଡାଟି ଗ୍ରହଣ କରି ଲାଜେଇ ଯାଉଥିଲା ସେ ।କେମିତି ନରମି ଯାଉଛି ହୃଦୟ ତାର ।ପ୍ରମଥଙ୍କୁ ଚାହିଁ ପାରୁନି ସେ ।ଆଜି ନୁଆ ଦେଖୁନି ସେ ତାଙ୍କୁ।କମ୍ପାନୀର ଏଚ.ଆର ମ୍ୟାନେଜର ରୂପେ ଗତ ଦୁଇ ବର୍ଷ ତଳୁ ପ୍ରମଥଙ୍କୁ ଜାଣିଛି।କିନ୍ତୁ ଆଜି ତାର ଜନ୍ମଦିନରେ ପ୍ରଥମ କରି ଫୁଲ ତୋଡା ଦେଇ ପ୍ରମଥ ଗ୍ରିଟ୍ କରିବା କଥାଟି କିଛି ଭିନ୍ନ ଦୃଷ୍ଟିରେ ଦେଖିଥିଲା ପ୍ରତ୍ୟୁଷା ।କମ୍ପାନୀ ର ସାଧାରଣ ଆଇ.ଟି ଇଂଜିନିୟର ସିଏ।ତା'ଭଳି ଅନେକ ଝିଅ ଏଠି କାମ କରନ୍ତି।ପ୍ରମଥ ବିଦେଶରୁ ଏମ.ବି.ଏ ପାଶ କରିଛନ୍ତି।ଉଚ୍ଚ ପ୍ରତିଷ୍ଠିତ।ପ୍ରତ୍ୟୁଷାର ପ୍ରିୟ ବାନ୍ଧବୀ ଶ୍ରେୟା ସହ ଅନେକ ଥର ସେ ଗପନ୍ତି ,ମେସେଜ କରନ୍ତି।ଏସବୁ ଲକ୍ଷ୍ୟ କରି ସନ୍ଦେହରେ ଏ ବିଷୟରେ ପଚାରିଥିଲା ପ୍ରତ୍ୟୁଷା ,ଶ୍ରେୟା କୁ।ଶ୍ରେୟା ଏକଥା ଶୁଣି ଖୁବ୍ ଜୋରରେ ହସି କହିଲା "ତୁ କେଡ଼େ ବୋକି,ତୁ ଏକଥା ଜାଣୁ ଯେ ମୁଁ ଶ୍ରୀମୟଙ୍କୁ ବହୁତ ଭଲ ପାଏ ଓ ତାଙ୍କୁ ହିଁ ବିବାହ କରିବି ।ପ୍ରମଥ ତୋତେ ହିଁ ଭଲ ପାଆନ୍ତି।ତତେ ଏକଥା କହିବା ପାଇଁ ବହୁତ ଥର ଭାବିଛନ୍ତି,କିନ୍ତୁ ତୋର ଏ ଗମ୍ଭୀର ପ୍ରକୃତି ଦେଖି ସାହସ କରି କିଛି କୁହନ୍ତି ନାହିଁ।ତୋ ବିଷୟରେ ମୋ ଠାରୁ ଜାଣିବା ପାଇଁ ମତେ ଫୋନ କିମ୍ବା ମେସେଜ କରନ୍ତି। ହଁ,ଶୁଣୁ,ତୋର ଯେଉଁ ପ୍ରକୃତି ଏପର୍ଯ୍ୟନ୍ତ କେଉଁ ପୁଅ ସହ କଥା ହେବା ତୋ କମ୍ଫୋଟ ଜୋନରେ ରହିନି।"ଏକଥା ଶୁଣି ପ୍ରତ୍ୟୁଷା ଭାବିଲା,ସତେ ତ। ସେ କେମିତିକା ଝିଅ,ଏପର୍ଯ୍ୟନ୍ତ କେଉଁ ପୁଅକୁ ଭଲପାଇନି ,ବିବାହ କଥା ଚିନ୍ତା କରିବା ବହୁତ ଦୂରକଥା।


ଆଜି ପ୍ରମଥ ,ପ୍ରତ୍ୟୁଷା ଜନ୍ମଦିନରେ ଫୁଲ ତୋଡା ଦେବାର କିଛି ସମୟ ପରେକ୍ୟାଣ୍ଟିନ କୁ ଯିବାକୁ ଡାକିଥିଲେ।କ୍ୟଣ୍ଟିନକୁ ଯିବା ବାଟରେ ନିଜର ମନ କଥା ଖୋଲି କହି ତାକୁ ପ୍ରପୋଜ କରିଥିଲେ। ଖାଇବା ସମୟରେ ପାଖ ଟେବୁଲରେ ଶ୍ରୀମୟ ଓ ଶ୍ରେୟା ବସି ଏ ଦୁହିଁଙ୍କୁ ଦେଖି ହସାହସି ହେଉଥିଲେ।କ୍ରମେ ସେମାନଙ୍କ ସଂପର୍କର ପରିସର ବଢ଼ି ବାକୁ ଲାଗିଲା।ପ୍ରତ୍ୟୁଷା ଭାବୁଥିଲା ପ୍ରମଥଙ୍କ ବିନା ତା'ଜୀବନ ଶୂନ୍ୟ।ପ୍ରତି ସପ୍ତାହ ଶେଷରେ ସେ ଦୁହିଁଙ୍କୁ ବିଭିନ୍ନ ପାର୍କ,ହୋଟେଲ, ରେସ୍ତୋରା,ସିନେମା ହଲରେ ଦେଖିଵାକୁ ମିଳୁଥିଲା ।ଦୁହିଁଙ୍କ ଯୋଡ଼ି ଦେଖି ଶ୍ରେୟା ଥଟ୍ଟା, ପରିହାସ କରିବାକୁ ଭୁଲେନି।ସେ କଥାରେ ଉତ୍ ଫୁଲ୍ଲିତ ହୋଇଉଠେ ପ୍ରତ୍ୟୁଷା।କିଛି ଦିନ ଏମିତି ଗଡିଚାଲେ।


ଛଅ ଦିନ ତଳେ ପ୍ରତ୍ୟୁଷାକୁ ଭାଇରାଲ ଜ୍ବର ଯୋଗୁଁ ଛୁଟିରେ ରହିଥିଲା।ଅସୁସ୍ଥତା ସତ୍ବେ କିଛି କାମ ଘରୁ ଅନଲାଇନରେ କରି ଆଜି ଆସି କାର୍ଯ୍ୟ ରେ ଯୋଗଦାନ କରିଛି।ଶରୀର ଦୁର୍ବଳ ସହ ପ୍ରମଥଙ୍କ ଠାରୁ ମଧ୍ୟ କିଛି ଖବର ନାହିଁ।ମନଟା କେମିତି ଉଦାସ ହୋଇଗଲା ତାର।କିଛି ସମୟ ପରେ ହଠାତ୍ ଶ୍ରେୟା ତା ପାଖକୁ ଆସି ପାଖ ଚେୟାରରେ ବସିପଡିଲା।ମୁହଁ ଟା ତାର ଆଜି ଭାରି ଗମ୍ଭୀର ଦିଶୁଛି।ସବୁଦିନର ହସ ନାହିଁ।ପ୍ରତ୍ୟୁଷା କାରଣଟି ପଚାରିବାରୁ ଶ୍ରେୟା କହିଲା:-ତୋ ପାଇଁ ବଡ଼ ଦୁଃଖ ଖବର ଆଣିଛି ।ଗତକାଲି ପ୍ରମଥ କମ୍ପାନୀ ତରଫରୁ ତିନି ମାସ ପାଇଁ ଲଣ୍ଡନ ଗଲେ ଟ୍ରେନିଂ ପାଇଁ।ଏ କଥା ମୁଁ କିମ୍ବା ଆମ ଟିମ୍ ରେ କେହି ଜାଣିନଥିଲେ ।ହଁ,ସବୁଠାରୁ ଦୁଃଖଦ ଖବର ହେଲା ଆମ କମ୍ପାନୀ ର ଭାଇସ୍ ପ୍ରେସିଡେଣ୍ଟ ଙ୍କ ସାନଝିଅ ସହ ପ୍ରମଥଙ୍କ ବାହାଘର ସ୍ଥିର ହୋଇ ନିର୍ବନ୍ଧ ଅନୁଷ୍ଠିତ ହୋଇଛି ଗତକାଲି।ଏ କଥା ମୁଁ ଗତ ସଂଧ୍ୟାରେ ଆମ ଟିମ୍ ଲିଡ଼ର ଙ୍କ ଠାରୁ ଶୁଣିଲି।

ପ୍ରତ୍ୟୁଷା ଏସବୁ ଶୁଣିଲାପରେ ତାକୁ ଲାଗିଲା ଯେ ବସିଥିବା ଚଉକି ସହ ସେ ଭୁଇଁକୁ ଦବି ଦବି ଯାଉଛି।ବିଶ୍ୱାସ କରିପାରୁନି ପ୍ରମଥଙ୍କର ଏ ସାଂଘାତିକ ପ୍ରତାରଣା, ପ୍ରବଂଚନା।କିଛି ସମୟ ପରେ ଶ୍ରେୟା ଡାହାଣ ହାତକୁ ଦୃଢ଼ ଭାବରେ ଧରି କହିଲା:-ଠିକ୍ ଅଛି,ମୁଁ ହାରିବିନି।ମୋ ଜୀବନକୁ ସମ୍ଭାଳି ନେବି ।ଏ ଠକ,ପ୍ରବଂଚକ ହାତରୁ ନିଜକୁ ମୁକ୍ତ କରିନେବି।


ଶ୍ରେୟା ନିର୍ବାକ ହୋଇ ଚାହିଁ ରହିଥିଲା ପ୍ରତ୍ୟୁଷା ଆଖିରୁ ଝରି ଆସୁଥିବା ସେହି ଦୁଇ ବୁନ୍ଦା ଲୁହକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance