STORYMIRROR

Dr Jharana Satapathy

Abstract Inspirational Others

3  

Dr Jharana Satapathy

Abstract Inspirational Others

ଜହ୍ନ ରାଇଜରେ ଘର

ଜହ୍ନ ରାଇଜରେ ଘର

1 min
262


ମୁନା ସିନା ବର୍ତ୍ତମାନ କିଛି ଜାଣୁନି ବଡ ହେଲେ ନିଶ୍ଚୟ ପଚାରିଵ ଏକଥା ତୁମେ ମନେରଖିଥାଅ ତୁମକୁ ଶୁଭୁଛି ନା ନାହିଁ ହଇହୋ ମୁନା ବାପା? ଚାକିରିର ଅବସର ସମୟ ଆସିଲାଣି ଘର ଖଣ୍ଡିଏ ବି ନାହିଁ। ଆମେ କେତେ ଭଡା ଘରେରହିବା ! ଟଙ୍କା ଗଣୁ ଗଣୁ ସରି। କେଉଁଘର ଦଶପନ୍ଦର ହଜାରଠୁ ବି ଭଡା କମ୍ ନୁହଁ। 


ଆଛାଲୋକ ତୁମେ ଲୋକେ ଚନ୍ଦ୍ରପୃଷ୍ଠରେ ଜାଗା କିଣି ଲୋକେ ଘରକରି ସାରିଲେଣି। ଜୀବନକାଳ ଭିତରେ ନା ଘରଟିଏ କଲ !


ଆରେ ମୁନା କଣ କରୁଛୁ ଘର ସବୁ କେତେ ଅସନା କରୁଛୁ। ସବୁବେଳେ ସେ ଥର୍ମକୁଲ, ପ୍ଲାଷ୍ଟିକ ବକ୍ସ, କାଗଜ ପେଢି ,ଟୁକୁରାମୁକୁରା ଘରଯାକ ବିଛେଇ ଦେଉଛୁ। କଣ କାମ ଚାଲିଛି ତୋର ବୁଝିପାରୁନି। କଣ କରୁଛୁ ତୁ!


 ରୁହ ମମି ମୁଁ ବନେଇସାରିଲା ପରେ କହିବି କଣ ବନେଇଛି। ମମି ତୁମେ ବାବାଙ୍କୁ ସବୁବେଳେ କହୁଛ ଘର ଖଣ୍ଡିଏ କଲ ନାହିଁ। ରହିବା ପାଇଁ ଆମର ଘରଟିଏ ଦରକାର ପରା। ତୁମେ କାହିଁକି ଏତେ ବ୍ୟସ୍ତ ହେଉଛ ! ସେଥିପାଇଁ ମୁଁ ବଡ ପଦକ୍ଷେପ ନେଲି। ମୁଁ ଜହ୍ନରେ ପରା ଘର ଵନେଇସାରିଲିଣି। ଭାବିଲି ବାବା ତୁମ ପାଇଁ ଘର ଖଣ୍ଡିଏ ନ କଲେ କଣ ହେଲା ମୁଁ ଚନ୍ଦ୍ର ପୃଷ୍ଠରେ ତୁମପାଇଁ ଏକ ଘର ତିଆରି କରିକି ଦେଖାଇଵି।


 ଏ ଭଳି ପାଗଳମାନଙ୍କ ଭଳି କଥା କଣ କହୁଛୁ। ତୋ ବାବା ପାଖରେ ସେତିକି ଟଙ୍କା ନାହିଁ ଜହ୍ନରାଇଜରେ ଜାଗାଟିଏ କିଣିବାକୁ। ମତେ କହୁଛୁ ତୁ ଘର ବନେଇବୁ। ସତ ମମି ତୁମେ ଆସ ଦେଖିବ ଏଵଂ କେମିତି ହୋଇଛି କହିଵ!


ଦେଖ ଇଏ ଜହ୍ନମାମୁଁ , ତା ଭିତରେ କେତେଘର। ଏ ସୁନ୍ଦର ରଙ୍ଗନିଳ ଘରଟି ଦେଖାଯାଉଛି ସେହି ଘରଟି ହେଉଛି ଆମର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract