The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Dr Jharana Satapathy

Abstract

5.0  

Dr Jharana Satapathy

Abstract

ଝିମିଟି ଖେଳରୁ ମହାଭାରତ

ଝିମିଟି ଖେଳରୁ ମହାଭାରତ

3 mins
208


ମାର୍ଚ୍ଚ ମାସ ଆଠ ତାରିଖ ମହିଳା ଦିବସ ଉପଲକ୍ଷେ ଗୋଟିଏ ବଡ ସହରର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟରେ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ ପାଇଁ ଏକ ବଡ ଧରଣର ପ୍ରସ୍ତୁତି କରାଯାଇଥାଏ ମହିଳାମାନଙ୍କ ପକ୍ଷରୁ । ସବୁ ମହିଳାମାନେ ପରଷ୍ପର ମଧ୍ୟରେ ଏକଜୁଟ ହୋଇ କେଉଁ କେଉଁ ପ୍ରକାର ପ୍ରତିଯୋଗିତା ଚାଲିବ ଏବଂ ଏଥିରେ କିଏ କିଏ ଅଂଶ ଗ୍ରହଣ କରିବେ କେଉଁନାରୀ ନେତ୍ରୀଙ୍କୁ ନିମନ୍ତ୍ରଣ କରାଯିଵ ଏବଂ କିଏ ଆସିବେ ଅତିଥି ଭାବେ ଏଥିପାଇଁ ଗୋଟିଏ ତାଲିକା ପ୍ରସ୍ତୁତ କରିଥିଲେ । 


ଏଥିପାଇଁ କାହାକୁ କେଉଁ ପ୍ରକାର ଦାୟିତ୍ବ ଦିଆଯାଇଥିଲା ରମା ମେଡମଙ୍କୁ ସ୍ବାଗତ ଭାଷଣ,ମିରା ମେଡମଙ୍କୁ ପରିଚାଳନା ଦାୟିତ୍ବ,ଚୟନ କମିଟିର ଦାୟିତ୍ବ ଲୁସି ମେଡମ,ପୁରସ୍କାର କ୍ରୟ କମିଟିର ଦାୟିତ୍ବ ସୋନା ମେଡମଙ୍କୁ ,ଅତିଥି ନିମନ୍ତ୍ରଣର ଦାୟିତ୍ବ କସ୍ତୁରୀ ମେଡମଙ୍କୁ ,ଶାନ୍ତି ଶୃଙ୍ଖଳା,ଖାଦ୍ୟ କମିଟିର ଦାୟିତ୍ବ ଛବି ମେଡମଙ୍କୁ ଏପରି ଭାବେ ଆପେର୍ଟମେଣ୍ଟରେ ଥିବା ମହିଳା ମାନଙ୍କୁ କାହାକୁ କଣ । 


ପ୍ରାୟ ସବୁ ମହିଳା ମାନଙ୍କର ଆଗ୍ରହ ଜମିଥିଲା ଏଥି ନିମନ୍ତେ କାରଣ ଆଜିକାଲି ମହିଳାମାନେ କୌଣସି ଥିରେ କମ୍ ନୁହଁନ୍ତି। ଆଜିକାଲି ମହିଳାମାନେ ଗୋଟିଏ ଘର କୋଣରେ ବସିବାକୁ କେହି ଭଲ ପାଉ ନାହାନ୍ତି। ସର୍ବସମ୍ପର୍ଣ୍ଣ ସେମାନେ ଘୋଡା ଚଢିବାଠାରୁ ଆରମ୍ଭକରି ଘାସ କାଟିବା ପର୍ଯ୍ୟନ୍ତ।


ଯେଉଁ କାମ ଗୋଟେ ପୁରୁଷ କରିପାରୁନାହିଁ ଗୋଟିଏ ମହିଳା ଆରାମ ସେ କରିପାରୁଛି। ବହୁ ଉଦାହରଣ ଆମେ ସ୍ବଚକ୍ଷୁରେ ଆମ ଆଖି ଆଗରେ ଦେଖୁଛି। ଆଜିକାଲିର ମହିଳା ପୁରୁଷଙ୍କ ସହ ସମକକ୍ଷ ହୋଇ ଚାଲିଳେନି।


ପ୍ରାୟ ତିନି ଚାରିଦିନ ଆଗରୁ ଏ ପ୍ରକାର ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଚାଲିଥିଲା ।


ମହିଳା ଦିବସ ଦିନ ସବୁ ମହିଳାମାନେ ଠିକ୍ ସମୟରେ ଆସି ଯେ ଯାର ତାର ଦାୟିତ୍ବ ତୁଲେଇବେ ବୋଲି ସପଥ କରିଥିଲେ।


କିନ୍ତୁ ମହିଳା ଦିବସ ଦିନ ସକାଳୁ ସକାଳୁ ମିରା ମେଡମଙ୍କର ଉଠିଲା ବେଳେ ଟିକେ ବିଳମ୍ବ ହୋଇଯାଇଥିଲା। ତାକୁ ବାହାରୁ ଟିକେ ପାଟି ଶୁଣାଗଲା ମନେ ମନେ ଭାବିଲା ଇସ ସବୁ ପ୍ରକାର ପ୍ରତିଯୋଗିତା ବୋଧେ ଆରମ୍ଭ ହୋଇଗଲାଣି। କେଡେ ଗାଢ ନିଦ୍ରାରେ ଆଖି ଲାଗି ଗଲା ଆଉ ଵିନ୍ଛଣାରୁ ଯମା ଉଠି ହେଲା ନାହିଁ। ଵୋଧେ ଏ ଆୟୋଜନ ପ୍ରସ୍ତୁତି ପାଇଁ ପ୍ରବଳ ଥକାପଣ। 


ସେ ନିଜ ଘର କବାଟ ଖୋଲି ଦେଖିବା ମାତ୍ରେ ତାଙ୍କ ନଜରରେ ପଡିଗଲା ଦୁଇଟି ସ୍ତ୍ରୀ ଲୋକ ଉପରେ କି ଘମାଘଟ ଲଢେଇ ଚୁଟିଛିକା ତଳେଗଡା ପଡା ଦୁଇଜଣ ଭିତରେ। ମନେ ମନେ ଭାବିଲେ ଵୋଧେ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି। ମିରା ଭାବିଲେ ଏ କି ପ୍ରକାର ପ୍ରତିଯୋଗିତା ?


ପ୍ରତିଯୋଗିତାର ତାଲିକା ଅନୁସାରେ ଗିତ, ନାଚ, ରୋଷେଇ, ଝୋଟି, ମ୍ୟୁଜିକାଲ ଚେର, ଆଳୁ ଚାମଚ, ଅଖା ଡିଆଁ, କବିତା,ଗଳ୍ପ,ବକୃତା ଇତ୍ୟାଦି ପ୍ରତିଯୋଗିତା ଥିଲା।


ଏ ମାରଧର ପ୍ରତିଯୋଗିତାଟା ତ ତାଲିକାରେ ନା ନଥିଲା । 


ଆ ଗାଲକୁ ସେ ଚାପଡ ତା ଗାଲକୁ ସେ ଚାପଡା। ପାଖରେ ଅନ୍ୟ ମେଡମ୍ ମାନେ ଏବଂ ଆପାର୍ଟମେଣ୍ଟର  ଅନ୍ୟ ମହିଳା ମାନେ ଠିଆ ହୋଇଥାନ୍ତି। ସୋନା ମେଡମ ଲୁସି ମେଡମକୁ ମଝିରେ ମଝିରେ ଟିକେ ନାଲି ଆଖି ଦେଖାଉଥାନ୍ତି।


ମିରା ମେଡମଙ୍କ ମୁଣ୍ଡରେ ଏହା କିଛି ପଶିଲାନି। ପାଖକୁ ଯାଇ ଦେଖିଲେ ଆରେ ଇଏ ଲୁସି ମେଡମଙ୍କର ମମତା ବାଇ ,ଆଉ ଜଣେ ସୋନାମେଡମ ଘରର କାନ୍ତା ବାଇ ଦୁଇଜଣକ ଭିତରେ ଘମାଘଟ ଲଢେଇ।


କାରଣ ଏହା ଯେ ମମତା ବାଇ ବାରମ୍ବାର ଛୁଟିନେବା ଲାଗି ସୋନା ମେଡମର କାନ୍ତା ଵାଇକୁ ଡାକି ଲୁସି ମେଡମ କାମ କରାଉଥିଲେ। ମମତା ବାଇ ଯେତେବେଳେ ଏ କଥା ଜାଣିଲା କାନ୍ତା ବାଇକୁ ଧମକ ଚମକ ଦେଇ ଦୁଇଜଣକ ଭିତରେ ଧସ୍ତା ଧସ୍ତି ଆରମ୍ଭ ହୋଇଗଲା। ଠିକ୍ ଯେମିତି ଦୁଇ ସଉତୁଣୀ ପରି । ନିଜ ନିଜର ରାଗ ପରଷ୍ପର ଉପରେ ସୁଝାଇଦେଲେ ଶାଢି ଟାଣି ଝିକାଝିକି ହୋଇ ।


ପିଟା ପିଟି ଆମ୍ପୁଡା,କାମୁଡା ପ୍ରତିଯୋଗିତା ଚାଲିଲା ଏମିତି ଦୁଇତିନି ଘଣ୍ଟାକାଳ। 


ଅନ୍ୟ ମହିଳା ମାନେ ଖୁବ୍ ସୁନ୍ଦର ଉପଭୋଗ କରୁଥାନ୍ତି।କିଏ ଜିତିବ କିଏ ହାରିବ ଏଠି ସଠିକ୍ ନିରୁପଣ କରି ପାରୁନଥିଲେ। ସେ ଦୁଇ ଚାକରାଣୀକୁ ନେଇ ସୋନା ଏବଂ ଲୁସି ମେଡମ ଭିତରେ ତୁ ତୁ ଆଉ ମେ ମେ। ସେହି କଥାକୁ ନେଇ ଉପସ୍ଥିତ ଥିବା ଆୟୋଜକ ମହିଳାମାନେ ଦୁଇଭାଗରେ ବିଭକ୍ତ ହୋଇ ଯୁକ୍ତିତର୍କ କରିବାକୁ ଲାଗିଲେ। କିଛି ସମୟ ମଧ୍ୟରେ ସେମାନଙ୍କ ମଧ୍ୟରେ ଚୁଟିଧରି ଗଡାତଡା ପର୍ଯ୍ୟନ୍ତ କଥା ଯାଇଥିଲା। 


ଏହି ସମୟରେ ଠିକ୍ ମଞ୍ଚାସିନ ପାଇଁ ଏକ ନାରି ନେତ୍ରୀଙ୍କ କାରଟି ଫାଠକ ନିକଟରେ ଲାଗିଲା। ଠିକ୍ ସେ ତାଙ୍କ ଡୋର ଖୋଲି ଓହ୍ଲାଇଲା ବେଳେ ଦେଖିଲେ କି ପ୍ରବଳ ନାରୀଙ୍କ ସମାଗମ ତାଙ୍କୁ ପାଛୋଟି ନେବା ପାଇଁ । ସତରେ ସେ ନିଜ ଜୀବନ ଧନ୍ୟ ଵୋଲି ମନେ କଲେ। କିନ୍ତୁ ସିଏ ମଧ୍ୟ ସେଥିରୁ ବର୍ତ୍ତିନଥିଲେ।


ତାଙ୍କୁ ମଧ୍ୟ ସେ ମହିଳାମାନେ ତଳେ ଗଡେଇ ଦେଇଥିଲେ। ଶାଢି ଝିକା ଟଣା ଓଟରା। ନାରୀ ନେତ୍ରୀ ବୋଲି ସେମାନେ ଭୁଲି ଯାଇଥିଲେ। ଠିକ୍ ଏହି ସମୟରେ ପୋଲିସ୍ ଆସି କେଉଁଠି ଥିଲା ପହଞ୍ଚି ଗଲା। ମହିଳା ପୋଲିସ୍ ଆସି ଲାଠିମାଡ କଲେ ଉପସ୍ଥିତ ଥିବା ସଵୁ ମହିଳାମାନଙ୍କ ଉପରେ।


ମିଡିଆ ବାଲା ଆସି ସଙ୍ଗେ ସଙ୍ଗେ ପହଞ୍ଚି ଗଲେ । ସବୁ ଫୋଟ ଭିଡିଓ ଉଠାଇନେଲେ। ମୋବାଇଲରେ ଭାଇରଲ ହୋଇ ଘୁରି ଵୁଲିଲା ଏଣେ ତେଣେ। ତା ପର ଦିନ ଟିଭିରେ ନ୍ୟୁଜ ଆସିଲା ଏକ ଭିନ୍ନ ଧରଣର ମହିଳା ଦିବସ ମହିଳାମାନଙ୍କ ଭିତରେ ତାହା ପୁଣି ଏକ ଵିଳାସ ପୂର୍ଣ୍ଣ ଆପାର୍ଟମେଣ୍ଟରେ। ସତେ ଯେମିତି ଝିମିଟି ଖେଳରୁ ମହାଭାରତ


Rate this content
Log in

More oriya story from Dr Jharana Satapathy

Similar oriya story from Abstract