Sunanda Mohanty

Drama Tragedy Inspirational

2  

Sunanda Mohanty

Drama Tragedy Inspirational

ଝିଅଦେଖା

ଝିଅଦେଖା

1 min
120


ଝିଅ ଦେଖି ଯାଇଥିଲେ ଅବିନାଶ । ସାଙ୍ଗରେ ବାପା ମାଆ ଭାଉଣୀ । ଝିଅ ଘର ଲୋକଙ୍କର ଆଦର ଯତ୍ନ ସ୍ନେହ ଶ୍ରଦ୍ଧା ଭିତରେ ବାନ୍ଧି ହୋଇପଡୁଥିଲେ ଅବିନାଶଙ୍କ ବାପାମା । ଝିଅଟି ବି ଠିକଠାକ, ଉଚ୍ଚ ଶିକ୍ଷିତ, ଚାକିରୀ ବି କରିଛି । ଯେବେ ଝିଅଟି ସମସ୍ତଙ୍କର ପସନ୍ଦ ହେଲା ତ ଅବିନାଶ ଓ ଝିଅଟିକୁ ଏକୁଟିଆ କିଛି ସମୟ ପାଇଁ ଛଡାଗଲା ବ୍ୟକ୍ତିଗତ କଥା କିଛି କହିବା ପାଇଁ ତ ଝିଅଟି ପ୍ରଥମ କରି ମୁଁହ ଖୋଲିଥିଲା, ଆପଣ ଜମା ବି ଜୋଇଁ ଭଳି ଲାଗୁନାହାନ୍ତି । ମୁଁ ତ ଭାବିଥିଲି ଆପଣ ପୁଅର ସାନଭାଇ ହୋଇଥିବେ, ତ ସବୁ କଥାପରେ ଅବିନାଶ ହସି ହସି ଫେରିଥିଲା ତ ସମେସ୍ତେ ଖୁସି ହୋଇଥିଲେ । ହେଲେ ଘରେ ପହଂଚି ଅବିନାଶଙ୍କୁ ପଚାରିବାରେ ମନା କରିଥିଲେ । ଗୋରା ନୁହେଁ କହି ତ ଭାଙ୍ଗି ପଡ଼ିଥିଲେ ମାଆ ଭଉଣୀ, କାରଣ ସେ ଦୁହେଁ ବି ତ ଗୋରା ନଥିଲେ, ବାପା ଯେବେ ପଚାରୁଥିଲେ କାହିଁକି, ମାଆଙ୍କ ପାଖେ ଉତ୍ତର ନଥିଲା ।


Rate this content
Log in

Similar oriya story from Drama