Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Ranjit Sahu

Inspirational

3  

Ranjit Sahu

Inspirational

ଵିନ୍ଦୁଏ ସିନ୍ଦୂର

ଵିନ୍ଦୁଏ ସିନ୍ଦୂର

2 mins
345


"ସତରେ ଭଲ ପାଇବାର ପରିଣାମ ଏବଂ ଲକ୍ଷ୍ୟ କଣ କେବଳ ବାହାଘର?" ସୀମାର ମନରେ ଆଜି ଏହି ପ୍ରଶ୍ନଟି ବାରମ୍ବାର  ପ୍ରତିଧ୍ଵନିତ ହେଉଛି I ଦେବେଶ କହିଛି କାଲି ଆସିବ ଭୋରରୁ ଆଉ ସେମାନେ ଯିବେ ଅନ୍ୟ ସହରର ମନ୍ଦିରକୁ ଯେଉଁଠାରେ ସିଏ ଆଗରୁ ପୁଜାରୀକୁ କହି ସବୁ ବନ୍ଦୋବସ୍ତ କରି ସାରିଛି, ତାଙ୍କର ବାହା ଘର ପାଇଁ ଏବଂ ପରେ ଯିବେ କଚେରୀକୁ ଯେଉଁଠି ସେମାନଙ୍କ ସାଙ୍ଗ ମାନେ ଅପେକ୍ଷା କରିଥିବେ ସେମାନଙ୍କର ସାକ୍ଷୀ ହେବାକୁ, ଆଇନଗତ ବାହାଘର I 


ସକାଳ ଠାରୁ ଭାବିବାରେ ଲାଗିଛି ସୀମା, ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ  କେହି   ଜଣେ ତ ତାହାର ଭରସାର ନାହିଁ ଯାହାର ମନ୍ତବ୍ୟଟିଏ ନେଇ ପାରିବ ! ଏମିତି ବାହାଘର କରିବା କଣ ଠିକ  ହେବ?ଶେଷରେ ନିଷ୍ପତି ନେଲା ନନାଙ୍କୁ ଯାଇ ପଚାରିବ ପାଖ ମନ୍ଦିରରେ I ନନା ନିଜ ଲୋକ I 


ସକାଳ ପୂଜା ଲାଗି ନନା ବଗିଚାରୁ ଫୁଲ ତୋଳୁଥିଲେ I ସୀମାକୁ ଦେଖି ହସି ଦେଲେ ଟିକିଏ, "ଦ୍ଵିଧାରେ ପଡ଼ିଛୁ ନିଶ୍ଚୟ ଆଜି, ନ ହେଲେ ତୁ ତ ଏମିତି କେବେ ମନ୍ଦିରକୁ  ଆସୁ ନାହିଁ, କଣ ହୋଇଛି କହ I"

ନନାଙ୍କୁ ନିଜର ମନ କଥାକୁ କହିଦେଲା ସୀମା I କିଛି ସମୟ ଚୁପ ରହିଲେ ନନା I ସୀମା ଚାହିଁ ଥାଏ ନନା ନିଜର କାମ କରି ଚାଲି ଥାଆନ୍ତି I କିଛି ସମୟ ପରେ ଇଶାରା କରି ନନା ଡାକିଲେ ତାକୁ ମନ୍ଦିର ଭିତରକୁ I ବସିବାକୁ କହିଲେ I ପୂଜାରେ ମଗ୍ନ ରହିଲେ ନନା କିଛି ସମୟ I 

ହାତରେ  ଧରେଇଦେଲେ ଦେବୀଙ୍କର ମଥାରୁ ଆଣି କିଛିଟା ସିନ୍ଦୂର ଏବଂ କହିଲେ ତାକୁ ଗୋଟିଏ ଫୋପାଡ଼ିଦେବାକୁ I 

ଆଶ୍ଚର୍ଯ୍ୟ ହୋଇ ପଚାରିଲା ସୀମା, " କିନ୍ତୁ ନାନା ଏଇଟା କେମିତି କରି ପାରିବି?"

ନନା ହସିଲେ  ଏବଂ କହିଲେ, " କାହିଁକି ନୁହଁ?"

ସୀମା କହିଲା, " ଏଇଟା ତ ମାଆଙ୍କର  ମଥାର ସିନ୍ଦୂର, ଏମିତି କରିବା କଣ ଏହାର ଅପମାନ ହେବ ନାହିଁ?"

"ନିଶ୍ଚୟ ହେବ, ଏହା କେବଳ ସିନ୍ଦୂର ନୁହଁ, ଏହା ହେଲା ଶକ୍ତିର ପ୍ରତୀକ ଶ୍ରଦ୍ଧାର  ପ୍ରତୀକ ଆଉ ମର୍ଯ୍ୟଦାର ପ୍ରତ୍ୟେକ I ମଥାରେ ଲାଗିଥିବା ସିନ୍ଦୂର ଆଉ ଡବାରେ ଥିବା ସିନ୍ଦୂର ମଧ୍ୟରେ ଫରକ ଥାଏ ଝିଅ I"

ନନା ଙ୍କୁ  ମୁଣ୍ଡିଆଟିଏ ମାରି ବାହାରିଗଲା ସୀମା I 

ମନ୍ଦିର ବେଢା ପାର ହୋଇ ଫୋନ କଲା ଦେଵେଶକୁ , " ତୁମେ ଆମ ଘରକୁ ଆସି କୁହ ନଚେତ ତୁମର ଘରୁ କେହି ଆସିକି କୁହନ୍ତୁ ସୁବିଧା ଦେଖି ପ୍ରଥମେ I "

ଅପର ପାର୍ଶ୍ବରୁ ଉତ୍ତର ଆସିଲା, " ଓଃ ନୋ , ତୁମେ ଏତେ ପୁରୁଣା ଚିନ୍ତା ଧାରାର ?"

"ମୋ ନିଷ୍ପତି ଶୁଣେଇ ଦେଲି ," ସୀମା କହିଲା ଘର ଆଡକୁ ମୁଁହାଉ ମୁଁହାଉ I   


Rate this content
Log in

More oriya story from Ranjit Sahu

Similar oriya story from Inspirational