STORYMIRROR

Debabrata Barik Debunu

Romance

3  

Debabrata Barik Debunu

Romance

ହୃଦୟ ହୀନା

ହୃଦୟ ହୀନା

3 mins
523

ବଣ୍ଟି - ଛି ତୋ ଭଳି ଝିଅ ମୋ ଜୀବନ ରୁ ପଳେଇଛି .ଭଲ ହେଇଛି .ଯେତେ କଷ୍ଟ ହେଉ ପଛେ ମୁ ତତେ ଛାଡି ବଂଚିପାରିବି .

Wait wait wait

କାହାଣୀ ର ପ୍ରଥମ ରୁ ପଢିବା .

ବଣ୍ଟି - ଯେବେ +3 2nd yr ରେ ପଢୁଥିଲା ସାଙ୍ଗ ମାନେ ପ୍ରେମ କରିବା ଦେଖି ତାର ବି ବହୁତ ଇଛା ଥିଲା.ଆଉ ସେହି କଲେଜ ର ଗୋଟେ ଝିଅ କୁ ଭଲପାଇ ବସିଲା.

ପ୍ରଥମେ ସେ ଝିଅ ମାନସୀ ସହ ବନ୍ଧୁତ୍ୱ କଲା .ମାନସୀ ବି ଜାଣିପାରିଥିଲା ବଣ୍ଟି ତାକୁ ଭଲପାଉଛି .

ମାନସୀ ଗରିବ ଘରର ଝିଅ ହେଲେ ବି ତାର ବହୁତ ଆତ୍ମଗର୍ବ ଓ ଉଗ୍ରଚଣ୍ଡୀ ଥିଲା ହେଲେ ସେ ବଣ୍ଟି ସାମ୍ନା ରେ ନିଜକୁ ଭଲ ହେବାର acting କରେ.

ଦୁହେଁ ଦୁହିଁ କୁ ବହୁତ ଭଲ ପାଇଲେ .

ନୂଆ ନୂଆ ପ୍ରେମ କି ମିଠା

ଏମିତି 1.5 ବର୍ଷ ଗଲା ପରେ +3 ସରିଗଲା.ବଣ୍ଟି ସହର କୁ ଚାକିରୀ କରିବାକୁଗଲା. ମାନସୀ ର ବି ସରିଥିଲା ଆଉ ସେ ସବୁବେଳେ ସ୍ୱାଭିମାନ ରେ ବଂଚିବାକୁ ଚାହେ ଯେମିତି କାହାର ଭରସା ଦରକାର ନାହିଁ.

ମାନସୀ- ହେଇ ଶୁଣ ନା.ମୁ ତୁମକୁ ସବୁଦିନେ ଦେଖିବାକୁ ଚାହୁଁଛି.ମତେ ଗାଁ ରେ ଭଲ ଲାଗୁନି.

ବଣ୍ଟି- ଆଉ କଣ ମୋ ପାଖରେ ଆସି ରହିବୁ .ତୋ ବୋଉ ଛାଡି଼ବନା.

ମାନସୀ- ହେଇ ଚୁପ.

ବଣ୍ଟି- ଆଉ ତେବେ କଣ.

ମାନସୀ- ମୁ ବି ଚାକିରୀ କରିବି.

ବଣ୍ଟି- ତୁ ବୋକୀ କଣ ଟା ଶିଖିଛୁ କ.

ମାନସୀ- ଦେଖ ମତେ ବୋକୀ କହିବନି.

ବଣ୍ଟି- ଆଉ ନୁହେ ତ କଣ .ଏଠି ତତେ ବିକି ଦେଲେ ବି ତୁ ଜାଣିପାରିବୁନି ହା ହା ହା.

ବଣ୍ଟି ଭାବିଥିଲା ସେ ମଜାକ ରେ କହୁଛି ହେଲେ ସେ ସତ ରେ କହିଥିଲା.

ଏମିତି ବାରମ୍ବାର କହିବା ପରେ ବଣ୍ଟି କୁ.

ବଣ୍ଟି-ର ଚାକିରୀ କଣ ହେବ କହିଲୁ. ଏଠି ସହର କୁ ପିଲା ଆସି ଖରାପ ହେଇଯାନ୍ତି.

ମାନସୀ- ତା ମାନେ ତମେ ମୋ ପାଇଁ ଚାକିରୀ ଖୋଜିବନି ନା.

ବଣ୍ଟି- ତୁ ଫୁଲେଇ ବୁଝୁନୁ କଣ ପାଇଁ.

ମାନସୀ- ତମେ ସେଠି ଆଉ କାହାକୁ ଭଲପାଇ ମତେ ଯିବାକୁ ମନା କରୁନ ତ.

ବଣ୍ଟି- ହେ ଭଗବାନ .ତୁ ମତେ ଆଉ ମୋ ପ୍ରେମ କୁ ଭଲ ସେ ଜାଣିସାରିବା ପରେ ବି ମତେ ସନ୍ଦେହ କରୁଛୁ.

ମାନସୀ- ମୁ ଜାଣିଛି ତୁମେ କେବେ ବି ମୋ ଖୁସି ଚାହେଁନି.

ବଣ୍ଟି ମାନସୀ ର କଥା ଶୁଣି ଆଖି ରେ ତାର ଲୁହ ଆସିଗଲା .

- ହୋଉ ମୁ ଖୋଜିବି ତୋ ପାଇଁ ଚାକିରୀ .

ଏମିତି ୬ ମାସ ବିତି ଗଲା

ମାନସୀ ଯେତେବେଳେ ବି କଲ କରୁଥାଏ ପ୍ରଥମେ ଚାକିରୀ ବୁଝିଲ କି ନାହିଁ.

ବଣ୍ଟି ସବୁଠୁ ସୁରକ୍ଷିତ ଚାକିରୀ ଖୋଜୁଥାଏ .

ମାନସୀ- କଣ ଗୋଟେ ଚାକିରୀ କରେଇପାରିଲାଣି .

ଥାଉ ଦରକାର ନାହିଁ .ମୁ ଜାଣିଗଲି ତମେ ମତେ ଆଉ ମୋ ଖୁସି କେତେ ଚାହୁଁଛ.

ବଣ୍ଟି- ଚାକିରୀ କଣ ବାଡ଼ି ତଳେ ପଡିଛି.

ମୁ ଖୋଜୁଛି ଏତେ ବେସ୍ତ.

ମାନସୀ- ମୁ କହିଲିନା ଥାଉ ଦରକାର ନାହିଁ.

କିଛି ଦିନ ପରେ ...

ମାନସୀ କୁ ଚାକିରୀ ମିଳିଯାଏ ଆଉ ସେ ସହର କୁ ଆସିଯାଏ .

ଗୋଟେ data entry ଚାକିରୀ କରେ.

ଦୁହେଁ ସହର ରେ ଛୁଟି ସମୟରେ ବୁଲା ବୁଲି କରନ୍ତି.

ହେଲେ ବଣ୍ଟି କୁ ଏତେ ଛୁଟି ମିଳେନି .

ସେଥିପାଇଁ ବି ମାନସୀ ସବୁବେଳେ ଚିଡି ଚିଡି ହୁଏ.

ଚାକିରୀ କରିବା ର ଦୁଇ ମାସ ପରେ ମାନସୀ ର ଜନ୍ମ ଦିନ ହେଇଥାଏ.

ରାତି 12 ରେ ବଣ୍ଟି ଯେତେବେଳେ ମାନସୀ କୁ କଲ କରେ wish କରିବା ପାଇଁ ମାନସୀ ର ଫୋନ waiting ଦେଖାଏ.

ଘଣ୍ଟେ ପରେ ମାନସୀ call back କରେ .

ବଣ୍ଟି- କାହା ସହ busy ଥିଲୁ.

ମାନସୀ- ଘରେ ଫୋନ କରି wish କରୁଥିଲେ￰.

ବଣ୍ଟି- ମିଛ କହନି.ରାତି 12 ରେ ଘର ଲୋକ ତ wish କରିବା ପାଇଁ ଫୋନ କରିବେ.

ମାନସୀ- ମାନେ ମତେ ସନ୍ଦେହ କରୁଛ.

ବଣ୍ଟି- ସନ୍ଦେହ ନୁହଁ ମନ ର ଡର.କାଳେ ତତେ କିଏ ମୋ ହାତ ରୁ ଛଡେଇ ନ ନେଉ .

ଜୀବନ ଠୁ ଅଧିକ ତତେ ଭଲପାଏ ରେ.

ପ୍ଲିଜ଼ କେବେ ସେମିତି କରିବୁନି.

ମାନସୀ- ଥାଉ ସେ ମିଛ କାହାଣୀ ଆଉ କାହାକୁ ଶୁଣେଇବ.ତମେ ମତେ ସନ୍ଦେହ କରିବା ଆରମ୍ଭ କରିଦେଲନି. କି ଭଲପାଇବା ଦେଇଛ .ଖାଲି କହିଦେଲେ ହେଇଗଲା.

ବଣ୍ଟି ତାର କଥା ସବୁ ହସି ହସି ସାହିଯାଉଥିଲା .ଆଉ ଭାବିଥିଲା ତାକୁ ସତ ଟା ଜଣା ପଡିଲେ ସେ ମୋ ଛାତି ରେ ମୁଣ୍ଡ ରଖି ଭୁଲ ମାଗିବ.

ସକାଳ ହେଲା ..

ବଣ୍ଟି ଖାଲି ହାତରେ ସକାଳୁ ସକାଳୁ ମାନସୀ ପାଖରେ ପହଁଚିଲା.

ଆଉ ସେଠି ଦେଖେ ତ .

ତାର ସେହି ସହରୀ ସାଙ୍ଗ ଟି ବେଈମାନ ବାହାରିଲା .

ବଣ୍ଟି ମାନସୀ କୁ ତା ସାଙ୍ଗ ଛାତି ରେ ଲାଗିଯିବ ସମୟରେ ସେ ସାହିପାରିଲାଣି.

ସେ ସତ ଟା ଜଣେଇବାକୁ ଆସିଥିଲା ହେଲେ ଏବେ ସେ ସତ ର ବି କିଛି ମାନେ ନଥିଲା.

ମାନସୀ - ତମେ ମୋ ଜନ୍ମ ଦିନ ରେ କଣ ଆଣିଛ.

ବଣ୍ଟି- ମୋ ହୃଦୟ ର ଭଲପାଇବା ଠୁ ଆଉ କଣ ମୂଲ୍ୟବାନ ଥିଲା ଜେ ତତେ ଦେଇନି .

ଛି ତୋ ଭଳି ଝିଅ ମୋ ଜୀବନ ରୁ ପଳେଇଛି.ଭଲ ହେଇଛି.ଯେତେ କଷ୍ଟ ହେଉ ପଛେ ମୁ ତତେ ଛାଡି ବଂଚି ପାରିବି.

ବଣ୍ଟି କେତେ କଷ୍ଟ ରେ 10000 ଲାଞ୍ଚ ଦେଇ full duty କରି ମାନସୀ ପାଇଁ ଚାକିରୀ ଗୋଟେ ଖୋଜିଥିଲା ଆଉ ସେଇ ସହରୀ ସାଙ୍ଗ କୁ ବିଶ୍ୱାସ କରି ଟଙ୍କା ଦେଇଥିଲା.

ସାଙ୍ଗ ବି ବେଈମାନ ଥିଲା

ଆଉ ମାନସୀ ବି.

ବଣ୍ଟି କି ଏବେ ବି ତାର ସ୍ମୃତି କୁ ଧରି କାନ୍ଦୁଛି.

ହୃଦୟ ଥିଲେ ଗୋଟେ ହୃଦୟ ର ଭାଷା ବୁଝିପାରିଥାନ୍ତା.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance