Bishwaranjan Tripathy

Drama Romance Tragedy

3.2  

Bishwaranjan Tripathy

Drama Romance Tragedy

ହଜିଲା ପ୍ରେମ

ହଜିଲା ପ୍ରେମ

16 mins
344


ଉମେଶ ଘରର ଏକମାତ୍ର ରୋଜଗାରିଆ ପୁଅ ରହୁଥାଏ କଟକ ସହରରେ, ଯେହେତୁ ସେ ଏକ ନ୍ୟାସନାଲାଇଜଡ଼ ବ୍ୟାଙ୍କ ରେ ଅଫିସର ଭାବେ ଚାକିରୀ କରୁଥିଲା ମୋଟା ଅଙ୍କର ଦରମା ବି ପାଉଥିଲା। ସେ ଥିଲା ତିନି ଭାଇଙ୍କ ମଧ୍ୟରେ ସବୁଠାରୁ ସାନ। ବଡ଼ ଦୁଇ ଭାଇଙ୍କ ସେମିତି କିଛି ଭଲ ରୋଜଗାର ନଥିବାରୁ ଘରର ସବୁକିଛି ଦାଇତ୍ୱ ତା ଉପରେ ଥିଲା। ତାର ବାପାଙ୍କର ବି ଚାକିରୀ ନଥିଲା କି ସେମିତି ବିଶେଷ ବିଲ ବାଡ଼ି ବି ନଥିଲା। ବହୁତ କଷ୍ଟରେ ପାଠ ଦୁଇ ଅକ୍ଷର ପଢେଇ ମଣିଷ କିନ୍ତୁ କରିଥିଲେ ତିନି ଛୁଆଙ୍କୁ।

ଦେଖିବାକୁ ସେତେ ସୁନ୍ଦର ନହେଲେ ବି ସେତେ ବି ଖରାପ ନଥିଲା ସେ। ସେ ଥିଲା ବହୁତ ଶାନ୍ତ ଶିଷ୍ଠ ଓ ସରଳ ପିଲାଟିଏ। ସେ ଦୁନିଆ ବିଷୟରେ କିଛି ବି ଜାଣୁନଥିଲା, ଜାଣିଥିଲା ତ କେବଳ ତାର ଘର, ଆଉ ଅଫସି। ପ୍ରତି ଛୁଟି ଦିନରେ ସନ୍ଧ୍ୟା ସମୟରେ ସେ ଯାଏ ବଜ଼ାର ବୁଲିବା ସହ କାଠଯୋଡ଼ି ନଦୀ କୂଳରେ ଥିବା ପାର୍କ କୁ ସେଠି ବସି କିଛି ସମୟ ନୋରୋଳାରେ ବିତାଇବା ସହ ତାଜା ପବନର ମଜ଼ା ନିଏ।

ସବୁଥର ଭଳି ସେଦିନ ବି ଉମେଶ ସନ୍ଧ୍ୟା ସମୟରେ ବାହାରିଥାଏ ବଜ଼ାର ଆଡେ ଟିକେ ବୁଲା ବୁଲି କରିବା ପାଇଁ ବଜ଼ାରରୁ ପରିବା ପତ୍ର କିଣା କିଣି କରିସାରିବା ପରେ ବାଇକକୁ ଷ୍ଟାର୍ଟ କରୁଥାଏ ହଠାତ ଦେଖାହୋଇଯାଏ ତାର କଲେଜ ବେଳର ସାଙ୍ଗ ଇଶାନ୍ତ ସହ। ଏମିତି ଅଚାନକ ଦେଖା ହୋଇଯିବାରୁ ଉଭୟ ବହୁତ ଖୁସି ହୁଅନ୍ତି। ଏହି ସମୟରେ ଇଶାନ୍ତ ପଚାରେ,

ଇଶାନ୍ତ: କିରେ ଉମେଶ ବାହା ସାହା ହେଲୁଣି କି ନାହିଁ। ଆଉ ରହୁଛୁ କୋଉଠି?

ଉମେଶ: ହସିକି, ନାହିରେ ଭାଇ ଏବେ ଯାଏଁ ମୋର ବିବାହ ଘରର ତାଲା ଖୋଲିନି। ହଁ ରହୁଛି ଶଙ୍କର ପୁର ଶଗଡ଼ିଆ ସାହିରେ।

ଇଶାନ୍ତ: କାଇଁ ଅସୁବିଧା କଣ? ଚାକିରୀ କରିଛୁ, ଭଲ ଦରମା ପାଉଛୁ, ଆଉ ଦେଖିବାକୁ ବି ତ ତୁ କିଛି ଖରାପ ନୁହଁ।

ଉମେଶ: ପୁଣି ହସିବାକୁ ଲାଗେ ଆଉ କୁହେ, ତୁ ବୁଝିପାରିବୁନି ଏବେ ତ ସମୟ ନାହିଁ ପରେ କେତେବେଳେ କହିବି।

ଇଶାନ୍ତ: ପରେ କଣ ପାଇଁ? ଏବେ କହିବୁ, ଚାଲ ମୋ ଘରକୁ ଯିବା, ସେଠି କିଛିସମୟ ବସିକି ଗପିବା।

ଉମେଶ: ନାଇଁ ରେ ଭାଇ ଆଜି ନୁହଁ ପରେ କେତେବେଳେ ଯିବି।

ଇଶାନ୍ତ: ଜମା ନାହିଁ ଏବେ ମାନେ ଏବେ, ମୋ ବାହାଘରକୁ ତ ଆସିଲୁନି ଆଜି ଆସେ ଆମଘରେ ଡିନର କରିକି ଆସିବୁ ତାସହିତ ଆମର କଥାବାର୍ତ୍ତା ବି ହେଇଯିବ।

ଉମେଶ: ହେଲେ ଏ ପରିବା ବ୍ୟାଗ ଟା ରଖିଦେଇକି ଭଲ ଡ୍ରେସ ପିନ୍ଧିକି ଯିବା ଏମିତି ଯାଇହବନି।

ଇଶାନ୍ତ: ହଉ ତେବେ ଠିକ ଅଛି ଚାଲ ତୋର ରୁମକୁ। ଏତିକି କଥା ହୋଇ ଉଭୟ ବାହାରିଯାନ୍ତି ଉମେଶର ରୁମକୁ, ସେଠି ଉମେଶ ବ୍ୟାଗ ରଖି ଫ୍ରେଶ ହବା ସହ ଭଲ ଡ୍ରେସ ହଳେ ପିନ୍ଧି ବାହାରିପଡ଼େ ଇଶାନ୍ତ ସହ ତାର ଘରକୁ। ଗଲାବେଳେ ଦୋକାନରୁ କିଛି ମିଠା କିଣିକି ନେଇଯାଏ। କିଛିସମୟ ଭିତରେ ଉଭୟ ଯାଇ ପହଂଚିଯାନ୍ତି ଇଶାନ୍ତର ଘରେ। ଉଭୟ ଯାଇ ସୋଫା ଉପରେ ବସିଯାନ୍ତି, ତାପରେ ଇଶାନ୍ତ ଚାଲିଯାଏ ଘରଭିତରକୁ ତାର ସ୍ତ୍ରୀ ଉଷାକୁ ଜଣେଇବା ପାଇଁ। ଇଶାନ୍ତ ଯାଇ ଦେଖେ ତ ଉଷା ଗରମ ଗରମ ପକୁଡି ଛାଣୁଛି, ତେଣୁ ସେ ଉଷାକୁ କହିଦିଏ କି ପକୁଡି ସହ ଚା ୨କପ ଧରି ଆସିବା ପାଇଁ।


କିଛିସମୟ ପରେ ଉଷା ପକୁଡି ପ୍ଲେଟ ସହ ଦୁଇ କପ ଚା ରେଡି କରି ନିଜେ ନଜାଇ ତାର ସାନ ଭଉଣୀ ନିଶା ହାତରେ ପଠେଇଦିଏ। ନିଶା ମନା କରୁଥାଏ ଯିବାପାଇଁ କାରଣ ଭାଇ ରାଗିବେ ହେଲେ ତାର ବଡ ଭଉଣୀ ବହୁତ କହିବାରୁ ସେ ବାଧ୍ୟ ହୋଇ ଗଲା। ସେଠି ପକୁଡି ପ୍ଲେଟ ରଖିଦେଇ ଚା କପ ଦୁଇଟି ରଖିଦେଇ ଚାଲିଆସେ। ଉଷା ସେପଟେ ରାତି ପାଇଁ ଖାଇବା ତିଆରି କରୁଥାଏ ନିଶା ବି ଯାଇ ତାର ବଡଭଉଣୀକୁ କାମରେ ସାହାଯ୍ୟ କରେ।

ଏପଟେ ଦୁଇ ସାଙ୍ଗ ବସିକି ସବୁ ବିଷୟରେ ଗପୁଥାନ୍ତି, ତାସହିତ ପକୁଡି ସହ ଚା ର ମଜ଼ା ବି ନେଉଥାନ୍ତି। ଏମିତି କଥା ହେବା ଭିତରେ ଉମେଶ ପଚାରିଦିଏ ଇଶାନ୍ତକୁ ସେ ଝିଅ ବିଷୟରେ,

ଉମେଶ: ଇଶାନ୍ତ ଆରେ ଏବେ ଯିଏ ଆମକୁ ପକୁଡି ସହ ଚା ଦେଇକି ଗଲା ସେ ତୋ ଭଉଣୀ ଜୁଲୀ ଟି?

ଇଶାନ୍ତ: ହସିବାକୁ ଲାଗେ, ଆଉ କୁହେ, ଆରେ ସେ କେବେଠୁ ବାହା ହୋଇସାରିଲାଣି ୟେ ହଉଛି ମୋର ଏକମାତ୍ର ଶାଳୀ ନିଶା। ଏଇଠି ରହି ABIT କଲେଜରେ ଇଂଜିନିଅରିଂ କରୁଛି। ଏଇଟା ତାର ଶେଷବର୍ଷ। ଆଉ ପଢ଼ା ସରିଲା ପରେ କହୁଛି ବ୍ୟାଙ୍କିଙ୍ଗ ପାଇଁ ପ୍ରସ୍ତୁତି କରିବ ବୋଲି।

ଉମେଶ: ଆରେ ଇଂଜିନିଅରିଂ ପରେ ବ୍ୟାଙ୍କିଙ୍ଗ କଣ ପାଇଁ?

ଇଶାନ୍ତ: ଆରେ ଏବେ ଯେମିତି ଚାକିରୀ ପ୍ରବ୍ଲେମ ତାପରେ ଏ ଇଂଜିନିଅରିଂରେ ଅଛି କଣ କହିଲୁ, ୟେ ତ ଏବେ ପୁରା କଳା, ବିଜ୍ଞାନ, ଆଉ ବାଣିଜ୍ୟ ଭଳି ହେଇଗଲାଣି। ଖାଲି ଯାହା କହିବା କଥା ମୁଁ ଇଂଜିନିଅର।

ଉମେଶ: ହଁ ସେୟା ନୁହେଁ ତ ଆଉ କଣ? ମୋର ବି ଜଣେ କଲିଗ ଇଂଜିନିଅରିଂ ପରେ ବ୍ୟାଙ୍କ ରେ ଜବ କରୁଛନ୍ତି କ୍ଲର୍କ ଭାବରେ।

ଇଶାନ୍ତ: ହଉ ଛାଡ଼ ସେ କଥା, ଆଉ ତୋ ବିଷୟରେ ଯାହା ଅଧା ଥିଲା ସେସବୁ କହ।

ଏମିତି କିଛିସମୟ ବସି ଉଭୟ କଥା ହୁଅନ୍ତି, ଏହି ଭିତରେ ଉଷା ରୋଷେଇ କାମ ଶେଷ କରି ଆସି ତାଙ୍କ ପାଖରେ ପହଞ୍ଚନ୍ତି। ତିନିହେଁ ବସି ଗପନ୍ତି। ସେପଟେ ନିଶା ଲୁଚିକି ସେମାନଙ୍କ କଥା ସବୁ ଶୁଣୁଥାଏ, ଉମେଶ ବିଷୟରେ ସବୁକିଛି ଶୁଣିଦେଇ ମନେ ମନେ ଖୁସିହେଇଯାଏ। ଏପଟେ ଉମେଶ ବି ନିଶାକୁ ପ୍ରଥମ ଥର ଦେଖି ମନ ଦେଇସାରିଥାଏ, ଯାହା ତାର ୨୭ବର୍ଷ ଜୀବନ ଭିତରେ ପ୍ରଥମ ଥର ଘଟିଥିଲା। ଏହାପରେ ସମସ୍ତେ ଏକାଠି ବସିକି ଡିନର କରନ୍ତି, ଖାଇବା ଭିତରେ ନିଶା ଖାଲି ଚାହୁଁଥାଏ ଉମେଶକୁ ଆଉ ମଉକା ଦେଖି ଉମେଶ ବି ଚାହୁଁଥାଏ ନିଶାକୁ। ସେଦିନ ସନ୍ଧ୍ୟାରେ ଗୋଟେ ନୂଆ ପ୍ରେମ କାହାଣୀର ମୂଳ ଦୁଆ ପଡିସରିଥିଲା। ଖାଇବା ପିଇବା ସରିବା ପରେ ଉମେଶ ରୋଷେଇକୁ ବହୁତ ତାରିଫ କରିବା ସହ ପୁଣି ଥରେ କେବେ ଆସି ଭାଉଜଙ୍କ ହାତ ରନ୍ଧା ଖାଇକି ଯିବ ବୋଲି କୁହେ। ଆଉ କୁହେ ଚିକେନଟା ସବୁଠୁ ବେଷ୍ଟ ହୋଇଥିଲା। ଏହିସମୟରେ ଉଷା କୁହେ,

ଉଷା: ହସିକି, ଉମେଶ ସବୁ ରୋଷେଇ ମୁଁ କରିଛି, ହେଲେ ଚିକେନଟା ମୋ ସାନ ଭଉଣୀ ନିଶା କରିଛି।

ଉମେଶ: ଆଛା, ସତରେ ବହୁତ ଟେଷ୍ଟି ହେଇଥିଲା ଚିକେନଟା।

ଇଶାନ୍ତ: ଆରେ ନିଶ୍ଚିତ, ଆଉ କେବେ ସମୟ ସୁବିଧା ଦେଖି ଆସିବୁ।

ଏତିକି କଥା ହୋଇ ଉମେଶ ବିଦାୟ ନିଏ, ଆଉ ଇଶାନ୍ତ ଉମେଶକୁ ନେଇ ତାର ଘର ପାଖେ ଛାଡ଼ିଦେଇ ଆସେ। ଏମିତି କିଛିଦିନ ବିତିଯାଏ।

ଏହି ଭିତରେ ନିଶାର ଇଂଜିନିଅରିଂ ଶେଷ ହୋଇଯାଇଥାଏ ସେ ବ୍ୟାଙ୍କିଙ୍ଗ କୋଚିଂ ଶେଷକରି ବିଭିନ୍ନ ପରୀକ୍ଷା ଦେଉଥାଏ। ଗୋଟେ ଦିନ ନିଶା ତାର ଚାଲାଣ କାଟିବା ବାହାନାରେ ଉମେଶ ର ବ୍ୟାଙ୍କକୁ ଯାଏ ଜାଣିଶୁଣି ଉମେଶକୁ ଦେଖା କରିବାପାଇଁ। ଚାଲାଣ ହୋଇଗଲା ପରେ ଉମେଶ କୁହେ,

ଉମେଶ: ଆରେ ନିଶା ତୁମେ ଅନଲାଇନ ପେମେଂଟ କରୁନ କଣ ପାଇଁ? ଦେଖୁଛ କେତେ ଗହଳି ରହୁଛି ବ୍ୟାଙ୍କ, ତାସହିତ ପୁଣି କେତେବେଳେ ଲିଙ୍କ ଫେଲ।

ନିଶା: ହଁ କରିଥାନ୍ତି ଅନଲାଇନ ପେମେଂଟ ଯେ ହେଲେ ମୋର ସେସବୁ ସୁବିଧା ନାହିଁ।

ଉମେଶ: ଆଛା ମୁଁ ପରେ କଥା ହଉଛି ଏବେ ମୋର ବହୁତ କାମ ତୁମେ ଏବେ ଆସିପାର।

ନିଶା: ପରେ ପୁଣି କେତେବେଳେ ଯେ? ମୋର ଗୋଟେ ଆକାଉଣ୍ଟ ଖୋଲିଦିଅ ତୁମ ବ୍ୟାଙ୍କ ରେ, ଆଉ ଅନଲାଇନ ପେମେଂଟ ପାଇଁ ଯାହା ଯାହା ଦରକାର ସେସବୁ ସୁବିଧା ବି କରିଦିଅ।

ଉମେଶ: ତୁମେ ଆକାଉଣ୍ଟ ଓପନିଙ୍ଗ ଫର୍ମ ଗୋଟେ ନେଇଯାଅ, ଆଉ ଯାହା ଯାହା ଡକୁମେଣ୍ଟ ଦରକାର ସିକୁରିଟି ଠାରୁ ବୁଝିନିଅ ସେସବୁ ଧରି କାଲି ସକାଳୁ ଆସ ମୁଁ ସବୁ ସୁବିଧା କରିଦେବି।

ନିଶା: ସାର, କାଲି ପରା ଚତୁର୍ଥ ଶନିବାର, ବ୍ୟାଙ୍କ ଛୁଟି ଅଛି।

ଉମେଶ: ଓଃ ହଁ ହଁ, ସରି ମୁଁ ଭୁଲିଯାଇଥିଲି।

ନିଶା: ତେବେ ତୁମର ଆସନ୍ତାକାଲି ସନ୍ଧ୍ୟାରେ ଆମ ଘରକୁ ଆସିବାର ଅଛି, ସେତେବେଳେ ସବୁକିଛି ବୁଝିନେବି, ଏବେ ମୁଁ ଫର୍ମ ଟା ଧରିକି ପଳଉଛି।

ଉମେଶ: ହଉ ଠିକ ଅଛି ଯାଅ ଏବେ ତମେ।

ନିଶା ଚାଲାଣ କାଟି ଘରକୁ ଫେରିଆସେ, ଆଉ ସତକୁ ସତ ଉମେଶ ଚାକିରୀ କରିଥିବା ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପାଇଁ ସେହି ଫର୍ମଟିକୁ ପୂରଣ କରିବାରେ ଲାଗିପଡ଼େ। ଯାହା ସବୁ ଡକୁମେଣ୍ଟ ଦରକାର ସେସବୁ ଯୋଡିକି ରେଡି କରିକି ରଖିଥାଏ। ପରଦିନ ସନ୍ଧ୍ୟାରେ ଉମେଶ ବାଇକ ଧରି ପହଁଞ୍ଚିଯାଏ, ତାର ସାଙ୍ଗ ଇଶାନ୍ତ ଘରେ। ସେଠି ପହଂଚି କଲିଂ ବେଲ ବଜାଏ, ନିଶା ଦୌଡି ଆସି କବାଟ ଖୋଲି ଦେଇ ସ୍ୱାଗତ କରେ ଉମେଶ କୁ। ଉମେଶ ଖୁସିରେ ଘର ଭିତରେ ପ୍ରବେଶ କରେ, ଆଉ ଇଶାନ୍ତକୁ ଖୋଜେ। ହେଲେ ଇଶାନ୍ତ ଘରେ ଦେଖାଯାଉନଥିବାରୁ ଉଷାକୁ ବି ଖୋଜେ ଏହି ସମୟରେ ନିଶା କୁହେ,

ନିଶା: କୁହେ, ଆଜି ଜିଜୁ ନାନୀକୁ ନେଇ ଘଣ୍ଟାଏ ଆଗରୁ ଆମ ଘରକୁ ଯାଇଛନ୍ତି ଫେରିଲା ବେଳକୁ କାଲି ସନ୍ଧ୍ୟା ହେବ।

ଉମେଶ: ହଉ ତେବେ ମୁଁ ଏବେ ଆସୁଛି ଇଶାନ୍ତ ଆସିଲେ କହିଦେବ ମୁଁ ଆସିଥିଲି ବୋଲି।

ନିଶା: ଆରେ ଏବେ ତ ଆସିଲ, ଏତେ ତର ତର କଣ ପାଇଁ ହଉଛ ଯିବାପାଇଁ ଯେ?

ଉମେଶ: ଇଶାନ୍ତ, ତ ନାହିଁ, ଭାଉଜ ବି ନାହଁନ୍ତି, ମୁଁ ଏଠି ରହି କଣ କରିବି, ମୁଁ ଆସୁଛି ଏବେ।

ନିଶା: ଖାଲି ଜିଜୁ ଥିଲେ ଆସିବ ଏଠିକୁ, ଆଉ ଜିଜୁ ନଥିଲେ ପଳେଇବ। ମୋର ଆକାଉଣ୍ଟ ଟା ଟିକେ ତୁମ ବ୍ୟାଙ୍କରେ ଖୋଲିବାରେ ସାହାଯ୍ୟ କର।

ଉମେଶ:ହଁ ନେଇଆସ ତୁମ ଫର୍ମ ଟା ମୁଁ ଏବେ ଦେଖିଦେବି, ସୋମବାର ବ୍ୟାଙ୍କ ନେଇଗଲେ ସବୁ ହେଇଯିବ।

ନିଶା: ଏଇ ନିଅ, ହେଲେ ଏ ଟି ଏମ ସଂଗେ ସଂଗେ ମିଳିଯିବ ତ?

ଉମେଶ: ସବୁ କିଛି ଠିକ ଅଛି, ଖାଲି ଫର୍ମ ର ଆଗରେ ଗୋଟେ ପାସ ପୋର୍ଟ ଫୋଟ ଲଗେଇବ। ହଁ ଏ ଟି ଏମ ମିଳିଯିବ ହେଲେ ପିନ ଟା ମିଳିବାକୁ ୧୫ଦିନ ଲାଗିବ।

ନିଶା: ହଉ ତେବେ ଠିକ ଅଛି, ଏହି ଖୁସିରେ ମୁଁ ବନେଇଥିବା ଗରମ ଗରମ ପକୁଡି ସହ ଚା ଟିକେ ହେଇଯାଉ।

ଉମେଶ: ନାଇଁ ନାଇଁ ଆଜି ନୁହେଁ ପରେ କେବେ, ମୁଁ ଏବେ ଆସୁଛି।

ନିଶା: ଆରେ ବାହାରେ ଜୋରରେ ଏବେ ବର୍ଷା ହଉଛି ପରା, ଯିବ କେମିତି ଯେ?

ଉମେଶ: ବର୍ଷା ହେଲାଣି କେତେବେଳେ, ଅଥଚ ମୁଁ ଜାଣିପାରୁନି।

ନିଶା: ହଁ ମୁଁ ଝିଅ ସେମିତି, ମୋ ସହ କଥା ହେଲେ ଦିନ କି ରାତି ଜାଣିପାରିବନି।

ଉମେଶ: ଶୋ ଫନି ୟୁ ଆର। ହଉ ବର୍ଷା ତ ହେଲାଣି ଏବେ ଆଉ ଯାଇହବନି ଏବେ ନେଇଆସ ତୁମ ହାତ ତିଆରି ପକୁଡି ଆଉ ଚା।

ନିଶା ଖୁସିରେ ଯାଇ ନେଇ ଆସେ ପକୁଡି ଓ ଚା, ଉଭୟ ବସି ବିଭିନ୍ନ ବିଷୟରେ ଗପ କରନ୍ତି ତାସହିତ ପକୁଡି ଓ ଚାର ମଜ୍ଜା ବି ନିଅନ୍ତି । ଏମିତି କଥାବାର୍ତ୍ତା ହେବାଭିତରେ ଉଭୟ ଆଉଟିକେ ଅଧିକ କ୍ଲୋଜ ହେଇଯାନ୍ତି ତାସହିତ ଅଧିକ ଖୋଲାଖୋଲି ବି ଗପିବାକୁ ବି ଲାଗନ୍ତି। ଖିଆପିଆ ସରିବା ପରେ ଉମେଶ ବାହାରେ ତାର ଘରକୁ ଫେରିଯିବାପାଇଁ ଆଉ ନିଶାକୁ କୁହେ ଚା ଆଉ ପକୁଡି ମସ୍ତ ହେଇଥିଲା। ଆଉ କେବେ ଆସିଲେ ପୁଣି ଖାଇବି। ତାପରେ ଉଭୟ ଫୋନ ନମ୍ବର ଏକ୍ସଚେଞ୍ଜ କରନ୍ତି। ଏହି ଭିତରେ ବର୍ଷା ଛାଡି ଯାଇଥିବାରୁ ଉମେଶ ବିଦାୟ ନେଇ ତାର ରୁମକୁ ଫେରିଯାଏ।

ତା ପରଠୁ ଉଭୟ ପ୍ରାୟ ସବୁଦିନ ସମୟ ସୁବିଧା ଦେଖି ଫୋନରେ କଥା ହୁଅନ୍ତି, ହ୍ଵାଟ୍ସଆପରେ ଚାଟିଂ ବି କରନ୍ତି, ଆଉ ଉଇକ ଏଣ୍ଡରେ ବାହାରେ ବୁଲାବୁଲି କରିବା ସହ ହୋଟେଲ ଓ ରେଷ୍ଟୁରାଣ୍ଟରେ ଯାଇ ଖିଆପିଆ ବି କରନ୍ତି। ଗୋଟେ ଦିନ ଉମେଶ ତାର ମନର କଥା ସବୁ କହିଦିଏ ନିଶାକୁ, ତା ସହିତ ପ୍ରଥମ ଦେଖାରେ ଭଲପାଇ ବସିବା ସହ ସେଦିନ ସନ୍ଧ୍ୟାରେ ଇଶାନ୍ତ ଓ ଉଷା ଘରେ ନଥିବା ଜାଣିବି ତାର ଘରକୁ ଯାଇଥିବା କଥା ସବୁକିଛି କୁହେ। ନିଶା ବି ଖୁସିରେ ଉମେଶର ଭଲପାଇବାକୁ ଗ୍ରହଣ କରେ। ସେବେଠୁ ତାଙ୍କର ପ୍ରେମ ଗାଡି ଗଡ଼ିବା ଆରମ୍ଭ ହୋଇଯାଏ। ତା ସହିତ ନିଶା ବି ତାର ବ୍ୟାଙ୍କିଙ୍ଗ ପାଇଁ ପଢାପଢି ଜାରିରଖିଥାଏ।

ଉଭୟଙ୍କ ଭଲପାଇବା ଦିନକୁ ଦିନ ନିବିଡ଼ରୁ ନିବିଡ଼ତର ହେବାକୁ ଲାଗେ ଯାହା ଯେତେବେଳେ ଖର୍ଚ୍ଚ ଦରକାର ପଡେ ନିଶା ସବୁକିଛି ଉମେଶ ପାଖରୁ ନେଇ ଖର୍ଚ୍ଚ କରେ,ଏମିତିକି ତା ବ୍ୟାଙ୍କର ଆବେଦନ ଖର୍ଚ୍ଚ ବି ଉମେଶ ବହନ କରେ।ଏମିତି ବାରମ୍ବାର ବିଫଳତା ର ସ୍ୱାଦ ଚାଖିବା ପରେ ନିଶା ନିରୁତ୍ସାହିତ ହୋଇପଡୁଥାଏ । ସେପଟେ ଘରୁ ବାରମ୍ବାର ବିବାହ ର ଚାପ ବି ପଡୁଥାଏ। କଣ କରିବ, କଣ ନକରିବ କିଛି ଭାବିପାରୁନଥାଏ ନିଶା। ଏମିତି ୩-୪ ବର୍ଷ ବିତି ସାରିଥାଏ।

ସେଦିନ ସନ୍ଧ୍ୟାରେ ନିଶା ଓ ଉମେଶ ପାର୍କ ରେ ବସିଥାନ୍ତି ଆଉ ତାଙ୍କ ଭବିଷ୍ୟତ ବିଷୟରେ ପ୍ଲାନ କରୁଥାନ୍ତି। ହଠାତ ନିଶାର ମନେପଡେ ଯେ ଆଜି ଏସ ବି ଆଇ ପି.ଓ ର ରେଜଲ୍ଟ ଆସିବାର ଥିବା କଥା ତେଣୁ ସଙ୍ଗେ ସଙ୍ଗେ ଉମେଶ ନିଜର ଫୋନ କାଢି ଚେକ କରେ ଆଉ ଦେଖେ ଯେ ନିଶା କ୍ୱାଅଲିଫାଇ କରିଛି ଇଣ୍ଟରଭିଉ ପାଇଁ। ନିଶା ସେ ଖୁସି ଖବର ଶୁଣି ଆତ୍ମହରା ହୋଇ ଉମେଶ ଗାଲରେ ଏକ ଶକ୍ତ ଚୁମ୍ବନ ଦେଇଦିଏ। କାହିଁକି ନା ତାର ବହୁତ ଆଶା ଥିଲା କି ସେ ନିଶ୍ଚିତ କ୍ୱାଅଲିଫାଇ କରିବ ଆଉ ଉମେଶ ତାକୁ ଏ ଖୁସି ଖବର ଦେଇଥିବାରୁ ସେ ତାକୁ ବହୁତ ଲକି ମାନେ।

ଏହାପରଠୁ ନିଶା ଇଣ୍ଟରଭିଉ ପାଇଁ ଜୋରଦାର ପ୍ରସ୍ତୁତି କରେ ଏମିତିକି ଉମେଶ ସହ ମିଶିବା ବି ବନ୍ଦ କରିଦିଏ । ଭଲରେ ଭଲରେ ନିଶା ସେହି ଚାକିରୀଟି ପାଇଯାଏ ଆଉ ତାର ପ୍ରଥମ ପୋଷ୍ଟିଂ ହୁଏ ଭୁବନେଶ୍ୱର ସହରରେ। ଚାକିରୀ କରିବାର ଏକବର୍ଷ ପରେ ନିଶା ବିବାହ ପାଇଁ ଉମେଶ କୁ କୁହେ, ହେଲେ ଉମେଶ କୁହେ ଆଉ ୨ବର୍ଷ ଅପେକ୍ଷା କରିବାପାଇଁ କାରଣ ଥିଲା ତାର ବଡ ଭାଇ ଦୁଇଜଣଙ୍କର ବିବାହ ହୋଇନଥାଏ। ତେଣୁ ଉମେଶ ରୋକଠୋକ ମନାକରେ।ସେପଟେ ଘରେ ବାରମ୍ବାର ବିବାହ ର ଚାପ ପଡ଼ୁଥିବାରୁ ନିଶା ବାଧ୍ୟହୋଇ ଘରେ ଠିକ କରିଥିବା ସ୍ଥାନରେ ଜଣେ ସଫଳ ବ୍ୟବସାୟୀଙ୍କୁ ବିବାହ କରିନିଏ।

ଉମେଶ ଦୁଃଖରେ ଭାଙ୍ଗିପଡ଼େ କାରଣ ସେହି ଝିଅ ପାଇଁ ପ୍ରାୟ ୫ବର୍ଷ ଯାଏଁ ଘରକୁ ଅବହେଳା କରିଛି । ଖାଲି ଯାହା ଟଙ୍କା ପଇସା ଦେଇଦିଏ ହେଲେ ଘରକୁ ଛୁଟିରେ ନଜାଇ ନିଶା ସହ ସେ ସବୁ ସମୟ ବିତାଏ। ଆଜି ତାର କଲା କର୍ମର ଫଳ ପାଇଛି ବୋଲି ନିଜକୁ ଦୋଷୀ ବୋଲି ଭାବେ। ଏହାର କିଛିଦିନ ଭିତରେ ତାର ଦୁଇ ବଡ ଭାଇଙ୍କ ବିବାହ ବି ହୋଇଯାଏ। ହେଲେ ଉମେଶ ଆଉ ବିବାହ ପାଇଁ ଜମା ବି ରାଜି ହୁଏନି । ଯେତେ ପଚାରିଲେ କୁହେ, ମୋର ଦୁଇ ଭାଇଙ୍କର ଭଲ ରୋଜଗାର ନାହିଁ ତେଣୁ ମୁଁ ବିବାହ ଏବେ କରିବିନି । ତାଙ୍କପାଇଁ କିଛି ବ୍ୟବସ୍ଥା କରିସାରିଲା ପରେ ଦେଖିବା।

ଉମେଶ ରଖିଥିବା ଟଙ୍କାକୁ ବିନିଯୋଗ କରି ଗାଁରେ ୩-୪ ଏକର ଜମି କିଣେ । ସେଇଠି ଏକ ଫାର୍ମ ହାଉସ କରିବା ସହ ଚାଷ ବାସ କାର୍ଯ୍ୟ ପାଇଁ ଦୁଇ ଭାଇଙ୍କୁ ଦାଇତ୍ୱ ଦିଏ। ତାର ଦୁଇଭାଇ ମିଶି ଭଲ ରୋଜଗାର ବି କରନ୍ତି ସେଥିରୁ। ଆଉ ତାଙ୍କ ପରିବାର ଖୁସିରେ ଚଳନ୍ତି। ଭାଇମାନଙ୍କ ଉନ୍ନତି ଦେଖି ଉମେଶ ଖୁସି ହଉଥାଏ। ଆଉ ସେଇମାନଙ୍କ ଖୁସିରେ ନିଜକୁ ସାମିଲ କରି ନିଜର ଦୁଃଖକୁ ଭୁଲେଇବା ସହ ଖୁସିବି ହଉଥାଏ। ଏମିତି ଲମ୍ବା ୧୦ବର୍ଷ ବିତିସାରିଥାଏ। ଉମେଶ ବିବାହ ନକରି ସେମିତି ଅବିବାହିତ ରହିଯାଏ।

ସେପଟେ ନିଶା ବିବାହ କରିବାର ୨-୪ବର୍ଷ ପରେ ଶାଶୁ ଘର ଚାପରେ ପଡି ଚାକିରୀକୁ ଛାଡ଼ିଦେଇଥାଏ। ତଥାପି ସେ ଖୁସିରେ ଥିଲା କାରଣ ତାର ସ୍ୱାମୀ ଥିଲେ ବହୁତ ଭଲ କିନ୍ତୁ ପ୍ରାୟ ସମୟ ବିଜିନେସ ଟୁର ରେ ବାହାରେ ରହୁଥିବାରୁ ସେ ନିଜକୁ ଏକୁଟିଆ ଅନୁଭବ କରୁଥିଲା, ଘରକାମ କରିବା ପରେ ତାର ଏକମାତ୍ର ଝିଅ ପଲବୀ ସହ ଖେଳି ତାର ସମୟ ବିତିଯାଉଥିଲା। ହେଲେ ସେଦିନ ସେହି କାଳ ରାତ୍ରୀଟା ତାର ଖୁସିର ସଂସାର କୁ ଜାଳି ପୋଡି ପାଉଁଶ କରିଦେଇଥିଲା। ଗୋଟେ କାର ଆକ୍ସିଡେଣ୍ଟ ରେ ତାର ସ୍ୱାମୀ କୁମାର ପ୍ରାଣ ହରାଇଥିଲେ। ସ୍ୱାମୀ ମରିଯିବା ପରେ ଶାଶୁଘରେ ଯାତନା ଅଧିକରୁ ଅଧିକ ହେବାକୁ ଲାଗିଲା। ଗୋଟେ ଦିନ ତାର ଶାଶୁ କିଛି ଟଙ୍କା ଧନ ସମ୍ପତ୍ତି ତା ନାମରେ କରିଦେଇ ସବୁଦିନ ପାଇଁ ତାକୁ ଘରୁ ବିଦା କରିଦିଅନ୍ତି।

ତାର ବଡ ଭଉଣୀ ଉଷା ତାକୁ ଅଧିକରୁ ଅଧିକ ଗୋଟେ ସପ୍ତାହ ପାଖରେ ରଖିଲା ଗୋଟେ ଦିନ ମୁହଁ ଖୋଲି କହିଦେଲା କି ନିଜ ସୁବିଧା ନିଜେ ଦେଖେ ନିଶା କାରଣ ମୋର ପୁଅ ଝିଅ ବି ବଡ ହେଲେଣି ଆମର ସରକାରୀ କ୍ୱାର୍ଟର ଘର ବୋଲି ୩ଟା ଆମକୁ ବହୁତ ଅସୁବିଧା ହେଉଛି। ଏତିକି ଶୁଣିବା ପରେ ନିଶା ସେହି ରାତିରେ ତାର ଝିଅକୁ ଧରି ଘର ଛାଡ଼ି ଚାଲିଯାଏ। ସେଦିନ ରାତିରେ ସେ କେତେ ଅସୁବିଧାକୁ ସାମ୍ନା କରିଛି ସେକଥା କେବଳ ସେ ନିଜେ ହିଁ ଜାଣିଛି। ସାଙ୍ଗରେ ଛୋଟ ଝିଅଟିଏ ତା ସହ ଏକୁଟିଆ ବିଧବା ସ୍ତ୍ରୀ ଲୋକକୁ ଏତେ ରାତିରେ ଦେଖି ବହୁତ ଲୋକ ବହୁତ କଥା କହୁଥାନ୍ତି ଏମିତିକି ଅଶାଳୀନ ମନ୍ତବ୍ୟ ଦେବା ସହ ଅଶାଳୀନ ବ୍ୟବହାର କରନ୍ତି।

ଏହି ସମୟରେ ଉମେଶ ସେହି ରାସ୍ତା ଦେଇ କାରରେ ନିଜ ଗାଁ ଘରକୁ ଯାଉଥାଏ। ହଠାତ ଏମିତି ଜଣେ ସ୍ତ୍ରୀ ଲୋକକୁ କିଛିଲୋକ ହଇରାଣ କରୁଥିବାରୁ ଗାଡିକୁ ରାସ୍ତାର ଅପର ପାର୍ଶ୍ଵରେ ଅଟକେଇ ସେହି ଅସହାୟ ସ୍ତ୍ରୀ ଲୋକଟିକୁ ବଞ୍ଚେଇବା ସହ ସେହି ଅସଭ୍ୟ ଲୋକମାନଙ୍କୁ ତଡିଦିଏ। ଏତେ ରାତିରେ ଛୋଟ ଝିଅକୁ ଧରି ଏମିତି ଏକୁଟିଆ ବୁଲିବାର କାରଣ ପଚାରେ ଉମେଶ। ଉମେଶ ର ଶବ୍ଦ ଶୁଣି ତାକୁ ଚିନ୍ହିଲା ଚିନ୍ହିଲା ପରି ଲାଗେ ତେଣୁ ସେ କିଛିସମୟ ଭବିବାକୁ ଲାଗେ କି ଏ ସ୍ୱର ଆଗରୁ କୋଉଠି ଶୁଣିଛି, କିଛିସମୟ ଭାବିଲା ପରେ ତାର ଠିକସେ ମନେପଡେ ଯେ ଏ ହେଉଛି ଉମେଶ ର ସ୍ୱର। ତେଣୁ ନିଶା ଇତଃସ୍ଥତ ହୋଇଯାଏ ଆଉ ଓଢଣୀରେ ନିଜ ମୁହଁକୁ ଘୋଡେଇଦେଇ କୁହେ, ଆମ ମା ଝିଅକୁ ବଞ୍ଚେଇଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଏତିକି କହି ସେ ତାର ଝିଅ କୁ ଧରି ସେଠୁ ଚାଲିଯିବାକୁ ଚେଷ୍ଟାକରେ।

ଉମେଶ ଏପଟେ ନିଶା ର କଣ୍ଠ ସ୍ୱର ଶୁଣି ଭାବିବାକୁ ଲାଗେ କି ଆଗରୁ କୋଉଠି ଏମିତି ଶବ୍ଦ ଶୁଣିଛି ସେ, ହେଲେ କୋଉଠି !ଏମିତି ବହୁତ ଜୋରଦେଇ ଭାବିବା ପରେ ତାର ମନେ ପଡେ କି ଏତ ହେଉଛି ନିଶାର କଣ୍ଠ ସ୍ୱର ହେଲେ ଏ କଣ ନିଶା ହେଇପାରେ? ନାଁ ନାଁ, ଜମା ବି ନୁହଁ କାରଣ ସେ ବ୍ୟାଙ୍କ ରେ ଅଫିସର ଆଉ ତାର ସ୍ୱାମୀ ଜଣେ ସଫଳ ବ୍ୟବସାୟୀ । ନା ନା ୟେ କେବେବି ନିଶା ହୋଇ ନପାରେ। ତଥାପି ତାର ମନ ନମାନିବାରୁ ସେ ସ୍ତ୍ରୀ ଲୋକ ପଛେ ପଛେ ଗଲା ଉମେଶ ଆଉ ଧୀର କଣ୍ଠରେ ଡାକିଲା ନିଶା...

ଅଟକିଗଲା କିଛି ସମୟ ପାଇଁ ନିଶାର ପାଦ, ଆଉ ଛଳ ଛଳ ଆଖିକୁ ତାର ପଣତ କାନିରେ ପୋଛି ଆଗକୁ ଆଗକୁ ଚାଲିବାକୁ ଲାଗେ। ପୁନର୍ବାର ଉମେଶ ନିଶା କହି ସମ୍ବୋଧନ କରେ ତଥାପି ନିଶା ସେମିତି ଧୀର ନିଶ୍ଚଳ ଭାବେ ଆଗକୁ ବଢିବାକୁ ଲାଗେ। ହେଲେ ନିଶାର ଝିଅ ପଲବୀ ତାର ମା କୁ ପ୍ରଶ୍ନ କରେ କି ସେ ଲୋକ ତୁମ ନାମ ଜାଣିଲେ କେମିତି? ନିଶା ପାଖରେ ଉତ୍ତର ନଥାଏ। ପୁଣି ତାର ଝିଅ କୁହେ ମା ବୋଧେ ତୁମକୁ ଜାଣିଛନ୍ତି ହେଲେ ତୁମେ କିଛି ନକହି ଏମିତି ଚୁପ ଚାପ ଚାଲିଯାଉଛ କଣ ପାଇଁ? ସେ ଅଙ୍କଲ ଭଲ ଲୋକ ଆମକୁ ଅସୁବିଧାରୁ ରକ୍ଷା କରିଲେ ଅଥଚ ତୁମେ ତାଙ୍କ କଥାକୁ ନଶୁଣି ଚାଲିଯାଉଛ।

ଏପଟେ ଉମେଶ ନିରାଶର ସହ ଫେରିଯାଉଥାଏ ହଠାତ ନିଶାର ଝିଅ ଅଙ୍କଲ କହି ଉମେଶ କୁ ଡାକେ ଆଉ ପଚାରେ ଆପଣ ମୋ ମା କୁ ଜାଣିଲେ କେମିତି ବୋଲି ପ୍ରଶ୍ନ କରେ? ନିଶା ତାର ଝିଅକୁ ଗାଳି କରିବା ସହ ଚୁପ ଚାପ ତା ସହ ଯିବା ପାଇଁ ତାଗିଦ କରେ। ଉମେଶ ଏଥର କିନ୍ତୁ ଦୌଡି ଆସି ନିଶାର ସାମ୍ନାରେ ଛିଡା ହୋଇଯାଏ ଆଉ ପଚାରେ ତାର ପରିଚୟ। ନିଶା ନିଜକୁ ସମ୍ଭାଳି ନପାରି ନିଜର ଓଢଣୀ ଟି କାଢ଼ିଦେଇ ନିଜର ମୁହଁକୁ ଦେଖାଏ ଉମେଶକୁ ଆଉ କାନ୍ଦିବାକୁ ଲାଗେ।

ନିଶାର ଏମିତି ଅବସ୍ଥା ଦେଖି ଉମେଶ ନିଜକୁ ବିଶ୍ୱାସ କରିପାରେ ନାହିଁ । ଏମିତି ଅବସ୍ଥାର କାରଣ ପଚାରେ ? ନିଶା ସବୁକିଛି ତାକୁ ସେଇଠି କୁହେ ଯାହା କିଛି ତାସହ ଘଟିଯାଇଥିଲା ବିବାହ ପରେ ସେସବୁ ଶୁଣି ସାରିବା ପରେ ଉମେଶ ନିଜ କୋହକୁ ଆଉ ସମ୍ବରଣ କରିପାରେନି ତାର ଦୁଇ ଆଖିରୁ ଦୁଇଟି ଲୁହର ଧାର ବୋହିଆସି ପିନ୍ଧିଥିବା ଶାର୍ଟ କୁ ଓଦା କରିଦିଏ। ଉମେଶ ପୁଣି କହୁଥାଏ ମୁଁ ସ୍ୱପ୍ନରେ ସୁଧା କେବେ ବି ଭାବିନଥିଲି ଯେ ଦିନେ ତୁମ ସହ ଏମିତି ଭାବେ ଏ ଅବସ୍ଥାରେ ଭେଟ ହବ ବୋଲି,ହେଲେ ବିଧିର ବିଧାନ ବିଷୟରେ କିଏ ବା ଜାଣେ। କିନ୍ତୁ ମୁଁ କହିବି ତୁମର ଚାକିରୀ ଛାଡିବା ନିଷ୍ପତି ତୁମ ଜୀବନର ସବୁଠୁ ବଡ଼ ଭୁଲ ନିଷ୍ପତ୍ତି ଥିଲା। ଆଉ ତୁମ ସହ ଏତେସବୁ ଘଟିଗଲା ଅଥଚ ତୁମେ ଦିନେ ହେଲେବି ମତେ ଟିକେ ମନେ ପକେଇଲନି। ଏତେ ପର ହେଇଗଲି ମୁ ତୁମପାଇଁ?

ଏତେ ସବୁ ଉମେଶ ଠାରୁ ଶୁଣିସାରିବା ପରେ ନିଶା କୁହେ,

ନିଶା: ନାଇଁ ଉମେଶ ମୋ ଭାଗ୍ୟ ଟା ସେମିତି କାହାକୁ କଣ ପାଇଁ ଦୋଷ ଦେବି।

ଉମେଶ: ହଉ ଛାଡ଼ ସେସବୁ କଥା ଏବେ ମୋ ସହ ଆସ ଆମ ଘରକୁ ମୁଁ କିଛି ବ୍ୟବସ୍ତା ତୁମପାଇଁ କରିଦେବି।

ନିଶା: ନାଇଁ ଉମେଶ ତୁମେ ମୋ ପାଇଁ ବହୁତ କରିଛ ଏବେ ମୁଁ ଚାହୁଁନି ତୁମକୁ ହଇରାଣ କରିବାପାଇଁ ଆଉ ମୋ ପାଇଁ ତୁମର ମାନ ସନମାନ ଯାଉ ବୋଲି ମୁଁ ଚାହେଁନି।

ଉମେଶ: ଆରେ ତୁମ ପାଇଁ ମୋର ମାନ ସନମାନ କଣ ପାଇଁ ଯିବ? ଏତେ ରାତିରେ ଏ ଛୋଟ ଝିଅକୁ ଧରି କୁଆଡେ ଯିବ? ବେଳ କାଳ କିଛି ଠିକ ନାହିଁ, ଜିଦଦି ନକରି ମୋ ସହ ଆସ। ତୁମେ ଜାଣିବା ଶୁଣିବା ଲୋକ ହୋଇ ଏମିତି କଣ ପାଇଁ ହଉଛ?

ନିଶା: ଯିବି କିନ୍ତୁ ଗୋଟେ ସର୍ତରେ?

ଉମେଶ: କଣ ସେ ସର୍ତ୍ତ ଟା କୁହ?

ନିଶା: ମୋର ଅସଲ ପରିଚୟ ତୁମେ ତୁମ ଘରେ ଦେବନି କାହିଁକି ନା ମୁଁ ତୁମସହ ବହୁତ ଖରାପ କରିଛି ତେଣୁ ଭଗବାନ ମତେ ଏମିତି ଦଣ୍ଡ ଦେଉଛନ୍ତି।

ଉମେଶ: ଆଛା ଠିକ ଅଛି ତୁମ କଥା ରହିବ ଏବେ ଆସ ମୋସହ।

ତାପରେ ଉଭୟ କାରରେ ବସି ଉମେଶର ଘରକୁ ଆସନ୍ତି। ଫେରିବାକୁ ଏତେ ଲେଟ ହେବାରୁ ଘରେ ସମସ୍ତେ ଚାହିଁ ରହିଥାନ୍ତି ଉମେଶକୁ। ଘରେ ପହଁଚିଲା ବେଳକୁ ରାତି ୨.୩୦ ପରେ ହେଲାଣି। ପୁଣି ସାଙ୍ଗରେ ସେ ବିଧବା ସ୍ତ୍ରୀ ଲୋକ ସହ ସେ ଛୋଟ ଝିଅକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ କେମିତି ଗୋଟେ ପ୍ରଶ୍ନିଳ ଚକ୍ଷୁରେ ଚାହାନ୍ତି ଉମେଶକୁ। ସମସ୍ତଙ୍କ ସନ୍ଦେହ ଦୂର କରିବା ସହ ସେହିସମୟକୁ ସମ୍ଭାଳିବା ପାଇଁ ଯାହା ସବୁ ରାସ୍ତାରେ ଘଟିଥିଲା ସେସବୁ ସତ ସତ କହିଲା ଉମେଶ, ହେଲେ ନିଶାର ପରିଚୟ ସେମିତି ଗୋପନ ରଖେ।

ତାପରେ ଉମେଶ ର ଭାଉଜ ମାନେ ନିଶାକୁ ଗାଧୋଇବା ପାଇଁ କୁହନ୍ତି ନିଶା ଚଳିଯାଏ ଗାଧୋଇବା ପାଇଁ । ଏପଟେ ନିଶାର ଝିଅ ପଲବୀ ଭୋକରେ ଆଉଟ ପାଉଟ ହେଉଥାଏ, ପାଖରେ ଥୁଆ ହୋଇଥିବା ଖାଇବା ଜିନିଷ ଦେଖି ପଚାରେ, ଆଣ୍ଟି ମୁଁ ସେସବୁ ଖାଇପାରିବି କି? କହି ଯାଇ ମନ ଖୁସିରେ ଖାଇବାକୁ ଲାଗେ। ଏସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ଆଉ ଦୁଃଖ ବି କରନ୍ତି। କିଛିସମୟ ପରେ ନିଶା ଗାଧୋଇସାରି ଆସେ ଉମେଶର ବଡ଼ ଭାଉଜ ତାକୁ ତାଙ୍କର ଏକ ଶାଢ଼ୀ ଦିଅନ୍ତି ପିନ୍ଧିବା ପାଇଁ ନିଶା କିନ୍ତୁ ମନା କରେ ସମସ୍ତେ ବାଧ୍ୟ କରିବାରୁ ସେ ସେହି ଶାଢ଼ୀଟିକୁ ପିନ୍ଧେ। ତାପରେ ଖାଇପିଇ ଗେଷ୍ଟ ରୁମରେ ଶୋଇବାପାଇଁ କୁହନ୍ତି ଉମେଶର ଭାଉଜ ମାନେ।

ସମସ୍ତେ ଶୋଇଗଲା ପରେ ଉମେଶ ଛାତ ଉପରକୁ ଯାଇ ବସିଥାଏ ଆଉ ଚିନ୍ତା କରୁଥାଏ ନିଶା ବିଷୟରେ । ଯେମିତି ସେମିତି କରି ତାକୁ ସିନା ଘରକୁ ନେଇଆସିଲି ହେଲେ ତା ପାଇଁ କିଛି ବ୍ୟବସ୍ଥା ନକଲେ ବିଚାରି ଚଳିବ କେମିତି? ଏମିତି ବହୁତ କଥା ବସି ଚିନ୍ତା କରୁଥାଏ ହଠାତ ଅନୁଭବ କରେ ତାର କାନ୍ଧରେ କାହା ହାତର ସ୍ପର୍ଶ ଦେଖେତ ତାର ବଡ଼ ଭାଇ ସୋମେଶ।

ସୋମେଶ: କିରେ କଣ ଭାବୁଛୁ ଏତେ ରାତିରେ ବସିକି ଏଠି?

ଉମେଶ: ନାଇଁ ଭାଇ ସେମିତି କିଛି ନାହିଁ ନିଦ ଆସିଲାନି ତ ସେଥିପାଇଁ ଏଇଠି ଟିକେ ଆସିକି ବସିଥିଲି। ହେଲେ ଭାଇ ତୁମେ ଏତେବେଳ ଯାଏଁ ଶୋଇନ ଯେ?

ସୋମେଶ: ପାଖ ଚେୟାର ରେ ବସିପଡି କୁହେ ଶୋଇବାକୁ ଯାଉଥିଲି ହଠାତ ତତେ ଦେଖିଲି ତୁ ନସୋଇକି ଛାତ ଉପରକୁ ଆସୁଛୁ ତେଣୁ ତୋର ପଛେ ପଛେ ଚାଲିଆସିଲି। ଉମେଶ ତତେ ଗୋଟେ କଥା ପଚାରିବି ସତ କହିବୁ?

ଉମେଶ: ହଁ ଭାଇ ପଚାର, କଣ ପଚାରିବ?

ସୋମେଶ: ସେ ଝିଅ କିଏ? ତୁ ସେତେବେଳେ ଯାହା ସବୁ କହିଲୁ ସତ ଥିଲା ହେଲେ ଏବେବି ମତେ ଲାଗୁଛି ତୁ କିଛି ଲୁଚଉଛୁ। କାହିଁକି ନା ମୁ କେବେବି ତତେ ଏମିତି ଇତଃସ୍ଥତ ହବାର ଦେଖିନି।

ଉମେଶ: ନାହିଁ ଭାଇ ସେମିତି କିଛି ନାହିଁ,

ସୋମେଶ: ଦେଖ ଉମେଶ ମତେ ସତ କହିବୁ ଜମା ବି ଲୁଚେଇବୁନି।

ଉମେଶ: କଣ କହିବି ଭାଇ ଏ ଝିଅ ନାଁ ହେଉଛି ନିଶା....... ତା ବିଷୟରେ ସବୁକିଛି ଏକା ରାହରେ କହିଯାଏ ଉମେଶ, ସେସବୁ ଶୁଣିସାରିବା ପରେ ସୋମେଶ ବି ନିଜ କୋହକୁ ସମ୍ଭାଳି ପାରେନାହିଁ।

ସୋମେଶ:ତୁ ତେବେ ଏହି କାରଣ ଲାଗି ବିବାହ ନକରିବା ପାଇଁ ନିଷ୍ପତ୍ତି ନେଇଥିଲୁ ହେଲେ ପଚାରିଲେ ବିଭିନ୍ନ ବାହାନା କରୁଥିଲୁ। ତେବେ ତୁ ନିଶାକୁ ନେଇ ଏବେ କଣ ଚିନ୍ତା କରିଛୁ?  

ଉମେଶ: କିଛି ଚିନ୍ତା କରିପାରୁନି ଭାଇ, କଣ କରିବି?

ସୋମେଶ: ତୁ ଯଦି ସେହି ଅଭାଗିନୀ ମୁଣ୍ଡରେ ସିନ୍ଦୁର ଟୋପେ ଦେଇ ତାକୁ ସ୍ତ୍ରୀ ର ସ୍ୱୀକୃତି ଦେଇପାରିବୁ?

ଉମେଶ: ହେଲେ ଭାଇ........

ସୋମେଶ: ହେଲେ ଫେଲେ କିଛି ନାହିଁ, ତୁ ସେତିକି କରିପାରିବୁ କି? ଯଦି ସେତିକି କରିପାରିବୁ ଗୋଟେ ଅଭାଗିନୀ କୁ ଘର ସହ ସାହାରା ମିଳିଯିବ ତା ସହିତ ସେ ଛୋଟ ଝିଅଟିକୁ ବାପା ର କାନ୍ଧ ମିଳିଯିବ। ତା ଛଡା ତୁ ତାକୁ ଭଲପାଉଥିଲୁ ତେଣୁ ଭଗବାନ ବାଧ୍ୟହୋଇ ତୋ ପାଖକୁ ନିଶାକୁ ପଠେଇଦେଇଛନ୍ତି।

ଉମେଶ: ହେଲେ ଗାଁ ଵାଲା କଣ କହିବେ ତୁମେ ଗାଁରେ ମୁହଁ ଉଠେଇ ଚାଲିପରିବ ତ?

ସୋମେଶ: ଆରେ ଛାଡ଼ ନା ସେ ସାହି ଆଉ ଗାଁ ଲୋକଙ୍କ କଥାକୁ । ତୁ ଆମ ପାଇଁ ଏତେ କରିଛୁ ଆମେ ତୋର ଖୁସିପାଇଁ ଏତକି କରିପାରିବୁନି।

ଉମେଶ: ଖୁସିରେ ତାର ଭାଇକୁ କୁଣ୍ଢେଇପକାଏ । ଆଉ କୁହେ, ତୁମ ପରି ଭାଇ ମୋର ଅଛି ମାନେ ମୁଁ କଣପାଇଁ କାହାକୁ ଡରିବି। ହେଲେ ଭାଇ ନିଶା ଏ ପ୍ରସ୍ତାଵ ରେ ରାଜି ହେବ ତ? 

ସୋମେଶ:ସେ ଦାଇତ୍ୱ ମୋର ଆଉ ତୋର ଭାଉଜର ତୁ ସେଥିପାଇଁ ବ୍ୟସ୍ତ ହୁଅନା।

ଏହିସମୟରେ ଉମେଶ ର ବଡ଼ ଭାଉଜ କାବେରୀ ଆସି ପ୍ରବେଶ କରନ୍ତି, ଆଉ କୁହନ୍ତି କଣ ସବୁ ମନ୍ତ୍ରଣା ଚାଲିଛି ଦୁଇଭାଇଙ୍କ ଭିତରେ ଏତେ ରାତିରେ ଛାତ ଉପରେ ବସିକି।

ଉମେଶ: ନାଇଁମ ଭାଉଜ ସେମିତି କିଛି ନାହିଁ।

କାବେରୀ: ଆରେ ମୁଁ ସବୁ କିଛି ସେତେବେଳୁ ଛିଡା ହୋଇ ଶୁଣିଛି, ତୁମେ ବ୍ୟସ୍ତ ହୁଅନି ସେସବୁ ଦାଇତ୍ୱ ଆମର ଚାଲ ରାତି ବେସି ହେଲାଣି ଶୋଇବ। ସକାଳୁ ଉଠିଲେ ନିଶା ସହ ମୁଁ କଥା ହେବି।

ତାପରେ ସମସ୍ତେ ଶୋଇବାପାଇଁ ଯାଆନ୍ତି।

ସକାଳୁ ସମସ୍ତେ ଉଠିଲାବେଳକୁ ନିଶା ଘରର ସମସ୍ତ ବାସି କାମ ଶେଷ କରି ଠାକୁର ଘରେ ବସି ପୂଜା କରୁଥାଏ। ଏସବୁ ଦେଖି ସମସ୍ତେ ଖୁସି ହୋଇଯାନ୍ତି। ସେଦିନ ରବିବାର ଥିବାରୁ ଘରେ ଆମିଷ ହୋଇଥାଏ, ସମସ୍ତେ ଖିଆପିଆ ଶେଷକରି ବସିକି ଗପୁଥାନ୍ତି। କିନ୍ତୁ ନିଶା ଆମିଷ ଖାଏନାହିଁ। ସେପଟେ ପଲବୀ ଯାଇ ଉମେଶର ପୁତୁରା ଓ ଝିଆରୀଙ୍କ ସହ ଖୁସିରେ ଖେଳୁଥାଏ। ଉମେଶର ବଡ ଭାଉଜ କାବେରୀ ରାତିରେ ଯାହା ସବୁ କଥା ହୋଇଥିଲେ ସେହିବିଷୟରେ ନିଶାକୁ ଯାଇ କୁହନ୍ତି, ଆଉ ପୁଣି କୁହନ୍ତି ଯେ ଏବେ ବି ଉମେଶ ତୁମକୁ ବହୁତ ଭଲ ପାଆନ୍ତି ସେଥିପାଇଁ ଆଜିଯାଏଁ ବିବାହ ବି କରିନାହାନ୍ତି। ତୁମକୁ କାଳେ କଷ୍ଟ ଲାଗିବ ସେଥିପାଇଁ ଏବେବି ତାଙ୍କର ମନର କଥା ମନ ତଳେ ଚାପିରଖିଛନ୍ତି। ତୁମେ ହଁ କରିଲେ ପୁଣି ଥରେ ତୁମର ହସ ଖୁସିର ସଂସାର ଗଢିଉଠିବ ଆଉ ଉମେଶଙ୍କୁ ତାଙ୍କ ହଜିଲା ପ୍ରେମ ପୁଣିଥରେ ମିଳିଯିବ।

ନିଶା: ଏମିତି କଥା ଶୁଣି ନିଶା କାନ୍ଦି ପକାଏ, ଆଉ କୁହେ ମୁଁ ଉମେଶଙ୍କ ପାଇଁ ଯୋଗ୍ୟ ନୁହେଁ । ମୁଁ କଣ ପାଇଁ ତାଙ୍କ ଜୀବନକୁ ଅଭିଶପ୍ତ କରେଇବି ସେ ଯେମିତି ଅଛନ୍ତି ଖୁସିରେ ଅଛନ୍ତି।

କାବେରୀ:ନାଇଁ ନିଶା ଉମେଶ ତୁମକୁ ହରେଇବା ପରଠୁ କେବେବି ବି ଖୁସିରେ ନଥିଲେ, ଆମେ କାଲି ପ୍ରଥମ ଥର ତାଙ୍କ ଖୁସି ଦେଖିଲୁ ଯେବେ ତାଙ୍କ ପାଟିରୁ ତୁମ ବିଷୟରେ ସବୁ କିଛି ଶୁଣିସାରିବା ପରେ ଉମେଶଙ୍କ ବଡ ଭାଇ ତୁମକୁ ବୋହୁ କରିବା ପାଇଁ କଥା ଦେଲେ। ଏବେ ତୁମ ହାତରେ ଉମେଶଙ୍କ ଖୁସି ତୁମେ ଚାହିଁଲେ ସବୁକିଛି ସମ୍ଭବ।

ନିଶା: ଉମେଶ ଯଦି ମତେ ଏବେବି ଏତେ ଭଲ ପାଉଛନ୍ତି ଏତେ ଚାହୁଁଛନ୍ତି ତେବେ ସେଇଟା ମୋର ଭାଗ୍ୟ। ଆଉ ଏତେ ସବୁ ମୋ ସହ ଘଟିଗଲା ପରେ ଜାଣିବି ଯଦି ମତେ ନିଜର କରିବାକୁ ଚାହୁଁଛନ୍ତି, ମୋଠାରୁ ଭାଗ୍ୟବତୀ ଆଉ କେହିନାହାନ୍ତି ଆଉ ତାଙ୍କ ପରି ମହାନ ଏ ଦୁନିଆରେ କେହିବି ନାହାନ୍ତି।

ସବୁକିଛି ଠିକ ହୋଇଯାଏ ନିଶା ସେମିତି ଉମେଶର ଘରେ ରହିବାକୁ ଲାଗେ, ପରବର୍ତ୍ତୀ ସପ୍ତାହରେ ଗୋଟେ ଶୁଭ ମୁହୂର୍ତ ଦେଖି ଗାଁ ପାଖ ମନ୍ଦିରରେ ଉଭୟଙ୍କ ବିବାହ ହୋଇଯାଏ। ଉମେଶର ବିବାହ ଦେଖି ଗାଁ ର ଲୋକମାନେ ବହୁତ କଥା କୁହନ୍ତି । ଦେଖେଇ ଶିଖେଇ ହୁଅନ୍ତି ରାସ୍ତା ଚଳେଇ ଦିଅନ୍ତିନି ଉମେଶର ପରିବାରକୁ। ଗାଁରେ ନିଆଁ ପାଣି ବି ବାସନ୍ଦ କରନ୍ତି। ସେସବୁ କଷ୍ଟକୁ ସହିଯାନ୍ତି ଉମେଶର ପରିବାର। ହସ ଖୁସିରେ ତାଙ୍କ ସଂସାର ଚାଲେ।

ଯେହେତୁ ନିଶା ଶିକ୍ଷିତା ଥିଲା ତେଣୁ ତାର ସ୍ୱାମୀର ସହାୟତାରେ ଗାଁରେ ଏକ ମାଗଣା କୋଚିଂ ସେଣ୍ଟର ଖୋଲେ । ଘର ର କାମ କରିବା ସହ ସେହି ସଂସ୍ଥାଟିକୁ ସୁରୁଖୁରୁରେ ଚଲାଉଥାଏ। ପ୍ରଥମେ ପ୍ରଥମେ ସେହି ଗାଁର ଲୋକେ କୁଣ୍ଠାବୋଧ କରୁଥିଲେ ସେଠିକୁ ତାଙ୍କ ପିଲାଙ୍କୁ ଛଡିବା ପାଇଁ ହେଲେ ଧୀରେ ଧୀରେ ସମୟ ପରିବର୍ତ୍ତନ ହେବାସହ ସେହି ଗାଁ ଲୋକଙ୍କ ମନ ବି ପରିବର୍ତ୍ତନ ହେବାକୁ ଲାଗେ ଆଉ ସମସ୍ତେ ତାଙ୍କର ପିଲାଙ୍କୁ ସେଠିକୁ ପଢିବା ପାଇଁ ଛାଡ଼ନ୍ତି । ପୁଣି ଗାଁର କିଛି ଶିକ୍ଷିତ ପିଲା ବି ଯୋଗ ଦିଅନ୍ତି ସେ ସଂସ୍ଥାରେ । ଧୀରେ ଧୀରେ ସେହି ଅନୁଷ୍ଠାନଟି ବହୁତ ନାମ କମାଏ ଓଡ଼ିଶାରେ। ସେହି ଅନୁଷ୍ଠାନରୁ ପାଠ ପଢି ବହୁତ ଡାକ୍ତର ପ୍ରଫେସର,ଯନ୍ତ୍ରୀ, ଅମଲା ତନ୍ତ୍ରୀ ଓ ଅନେକ ସରକାରୀ ଅନୁଷ୍ଠାନରେ ଅବସ୍ଥାପିତ ହୋଇଛନ୍ତି। ଏତେ ସବୁ ସଫଳତା ଦେଖି ସରକାରଙ୍କ ତରଫରୁ ଡେରିରେ ହେଲେ ବି ନିଶାକୁ ସର୍ବଶ୍ରେଷ୍ଠ ସମାଜ ସଂସ୍କାରକ, ସମାଜ ସେବି ସନମାନରେ ସନମାନିତ କରନ୍ତି। ପାଠ ପଢେଇବା ସହ ଲୋକଙ୍କୁ ସାହାଯ୍ୟ କରିବା, ଗାଁ କୁ ନିର୍ମଳ ରଖିବାରେ ଲୋକଙ୍କୁ ପଵର୍ତେଇବା ତାସହ ଛୋଟ ଛୁଆଙ୍କୁ ଘରେ ନରଖି ପାଠ ପଢିବା ପାଇଁ ସ୍କୁଲ କୁ ଛଡିବା ଇତ୍ୟାଦି କାମରେ ନିଜକୁ ନିୟୋଜିତ କରିଥିଲେ।

ଏବେ ସେହି ଅନୁଷ୍ଠାନଟି ସରକାରୀ ମାନ୍ୟତା ପ୍ରାପ୍ତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଭାବେ ପ୍ରତିଷ୍ଠା ଲାଭ କରିଛି। ଯାହା ପରେ ସେହି ମହିୟାଶୀ ମହିଳା ନିଶା ଦେବୀଙ୍କ ସମ୍ମାନର୍ଥେ ତାଙ୍କ ନାମରେ ନାମିତ କରାଯାଇଛି।



Rate this content
Log in

Similar oriya story from Drama