Nihar Ranjan pradhan

Classics Crime Thriller

3  

Nihar Ranjan pradhan

Classics Crime Thriller

ହେ ଈଶ୍ୱର ମୋତେ କ୍ଷମାକର

ହେ ଈଶ୍ୱର ମୋତେ କ୍ଷମାକର

3 mins
200



    ମୁଁ ଆଉ ରେବ ଦୁହେଁ ଅଭିଳାଷ ବାବୁଙ୍କ ଘରେ ଚାକର ଆଉ ଚାକରାଣୀ ରୂପେ କାର୍ଯ୍ୟରତ l ମୁଁ ରେବଠାରୁ ଚାରିବର୍ଷ ବଡ଼ , ସେଥିଲାଗି ରେବ ମୋତେ ଭାଇଭାଇ ବୋଲି ଡାକେ l କହିବାକୁ ଭୁଲିଗଲି ରେବ ଖୁଦ ମୋ ଗାଁ ସନିଆ ମଉସାଙ୍କ ଝିଅ l ରେବର ସ୍ୱାମୀଟା ମଦୁଆ, କଥାକଥାକେ ରେବକୁ ମାରଧର କରେ l ମାରିବା ଯାଏଁ କଥା ଠିକ ଥିଲା , ହେଲେ ଯେଉଁଦିନ ତା ସ୍ୱାମୀ ଗୋଟେ କେଉଟୁଣୀ ସହିତ ରାତି ବିତାଇ ଆସିଲା ," ସେଦିନ ଠୁ ରେବ ଆସି ନିଜ ବାପା ଘରେ ରହିଲା l ସନିଆ ମଉସା ମରିଯିବା ପରେ ରେବଟା ଭାରି ହଇରାଣ ହଉଥିଲା ଖାଇବା ଗଣ୍ଡାକ ପାଇଁ l ସେଥିଲାଗି ୯ବର୍ଷର ଝିଅକୁ ଧରି ଟଙ୍କା ରୋଜଗାର କରିବା ଆଶାରେ ଚାଲି ଆସିଲା ଏ ରଙ୍ଗୀନ ସହର ଭୁବନେଶ୍ୱରକୁ l

       ଭୁବନେଶ୍ୱରରେ ଦୁର୍ଗା ପୂଜା ଟିକେ ଅଲଗା ପ୍ରକାର l ସେଦିନ ବଡ଼ ମା" ମାନେ ଅଭିଳାଷ ବାବୁଙ୍କର ସ୍ତ୍ରୀ କହିଲେ ,"ରେବ ଦୁର୍ଗା ପୂଜା ଦେଖିବାକୁ ମୋ ଭାଇ କଲିକତାରୁ ଆସିବ ମୋ ମାମୁଁ ମାଇଁ ବି ଆସିବେ , ଆଉ ତୁମ ବାବୁଙ୍କର ଘରଲୋକ ଆସିବେ ବୋଲି ଶୁଣିଛି l କାମଟା ଟିକେ ବଢ଼ିଯିବ ତୁମେ ଦୁଇଜଣ ପାରିବ ତ !

---- ବ୍ୟସ୍ତ ହୁଅନି ମା" ... ଏମିତି କେତେଲୋକ କି ଏମିତିରେ ଏବେ ମୋ ଝିଅର ସ୍କୁଲ ଛୁଟି ତାକୁ ବି ମୋ ସାଙ୍ଗରେ ନେଇ ଆସିବି ତିନିଜଣ ମିଶି ହାତ ବାରିସି କଲେ କାମ ନଥିବ l

---- ହଉ , ଯାହା ତୁମ ମାନଙ୍କର ଇଛା କହି ବଡ଼ ମା " ସେଠାରୁ ଚାଲିଗଲେ l

        ସବୁ କୁଣିଆ ଆସିଲେ ...ଦଶହରାର ଅନୁଭୂତି ନେବାକୁ ସମସ୍ତେ ଗାଡ଼ିରେ ବସି ବାହାରିଲେ ଦୁର୍ଗାପୂଜା ଦେଖିବାକୁ ହେଲେ ଘରେ ରହିଲେ ବଡ଼ବାବୁ ଅଭିଳାଷ ଆଉ କଲିକତାରୁ ଆସିଥିବା ତାଙ୍କ ଶଳା ଜଣଙ୍କ l ମଦ ପରେ ମଦ ବୋତଲ ଘରେ ଗଡୁଥାଏ l ମୁଁ ଯେତେବେଳେ ସେମାନଙ୍କ ପାଇଁ ଖାଇବାକୁ ନେଇଗଲି ବଡ଼ ବାବୁ କହିଲେ ,

----- ରେବକୁ ଡାକ , ବହୁତ ଦିନ ପରେ ମୋ ଶଳା ଆସିଛି ତାକୁ ଟିକେ ମାଲିସ କରିଦେବ !

  ମୁଁ ମାଲିସ କରିଦେବାକୁ କହିବାରୁ ବଡ଼ ବାବୁ ମୋ ଉପରେ ବିରକ୍ତ ହୋଇ କହିଲେ --- ରେବ ହାତରେ ଯେଉଁ ଯାଦୁ ସେ ତୋ ହାତରେ କାହିଁ ?

   ବୁହୁତ ଥର ଅଭିଳାଷ ବାବୁ ରେବ ସହ ଅଶ୍ଳୀଳ ବ୍ୟବହାର କରିଛନ୍ତି ଏକଥା ରେବ ମୋତେ କହିଛି l ଆଜି ଘରେ କେହି ନାହାନ୍ତି l ନା କିଛି ହେବନି ଭାବି -- ରେବକୁ ଯାଇଁ କହିଲି ବଡ଼ ବାବୁ ଡାକୁଛନ୍ତି ବୋଲି l ରେବ ବି ଯାଇ ପହଁଚିଲା l ବଡ଼ ବାବୁ ତାଙ୍କ ଶଳାକୁ ମାଲିସ କରିବାକୁ ରେବକୁ କହିଲେ l ରେବ ମାଲିସ କରୁଥାଏ l ବଡ଼ବାବୁ ପୁଣି କହିଲେ --- ମୁଁ ଶୁଣିଛି ତୋ ଝିଅ ବି ଆସିଛି , ତାକୁ ଡାକ ମୋତେ ବି ମାଲିସ କରିଦେବ l କିଛି ସମୟ ପରେ ରେବର ଝିଅ ବି ଯାଇଁ ପହଁଚିଲା ବଡ଼ ବାବୁଙ୍କୁ ମାଲିସ କରିଦେବାକୁ l

     ଦୁର୍ଗାପୂଜାରେ ସମସ୍ତଙ୍କୁ ନୂଆ କପଡା ମିଳିଥାଏ ବାବୁଙ୍କ ପାଖରୁ l ଆଉ ସେହି ନୂଆ କପଡ଼ାରେ ରେବ ଆଉ ତା " ଝିଅ ନୂଆନୂଆ ଦେଖା ଯାଉଥାନ୍ତି ବାବୁ ଆଉ ତାଙ୍କ ଶଳାକୁ l ବଡ଼ବାବୁ ଉଠିକରି କବାଟକୁ ବନ୍ଦ କରିଦେଲେ l ଯେଉଁ କପଡା ଖଣ୍ଡିକ ବଡ଼ ବାବୁ ଦେଇଥିଲେ ସେଇ କପଡ଼ାକୁ ଚିରିବା ଲାଗି ଦୁଇ ଯୌନ ପିପାସୁ ମହିଷାସୁର ବ୍ୟଗ୍ର l ବଡ଼ବାବୁ କହୁଥିଲେ,ସତରେ ରେବ ତୋ ଦେହର ମାଦକତା ଠାରୁ ତୋ ଝିଅ ଦେହର ବାସ୍ନା ଢେର ଅଧିକ l ତାଙ୍କ ଶଳା କହୁଥିଲେ -- ଭାଇ , ଏ ରେବ କୋଉ ଗୁଣରେ କମକି ?

  

          ଗୋଟେ ପଟେ ମା' ଦୁର୍ଗା ପାଟଶାଢୀରେ ଝଲସି ଉଠୁଥିଲେ , ଆଉ ଗୋଟେପଟେ ଘର ଭିତରେ ପିନ୍ଧିଥିବା ଶାଢ଼ୀକୁ ଫଡାଯାଉଥିଲା l

        ଗୋଟେପଟେ ମା' ମା' କାହି ଭକ୍ତ ପାଦ ତଳେ ଧୂଳିରେ ଲୋଟି ପଡୁଥିଲେ , ଆଉ ଏପଟେ ଗୋଟେ ମା' ଆଉ ତା ଝିଅ ପାଖରେ ଲୋଟିବାକୁ ଭିଡାଭିଡି ଟଣାଟଣି l

    ଗୋଟେ ପଟେ ମା'ର ପାଦ ତଳେ ମହିଷାସୁର ଥିଲା ଆଉ ଏପଟେ ସେହି ମହିଷାସୁର ନିଜ ପାଦ ତଳେ ମା' ଝିଅକୁ ଦଳିଦେବାକୁ ଉଦ୍ୟକ୍ତ ହେଉଥିଲା l

      ଗୋଟେପଟେ ଭକ୍ତିରେ ମା' ଥିଲା ,ଆଉ ଅନ୍ୟପଟେ କାମନାରେ ମା' l

  ଗୋଟେପଟେ ମା'ଙ୍କ ଯାକଯାକ୍ୟ ସହରକୁ ରଙ୍ଗୀନ କରୁଥିଲା ଆଉ ଏପଟେ ବଡ଼ବାବୁ ଆଉ ତାଙ୍କ ଶଳା ନିଜକୁ ରଙ୍ଗୀନ କରିବା ପାଇଁ ଗୋଟେ ମା' ଆଉ ତା ଝିଅକୁ ନିଜ ବାହୁ ବନ୍ଧନରେ ଭିଡିନେଇଥିଲେ l

        ମୁଁ କବାଟକୁ ବାଡେଇ ବାଡେଇ ଶେଷରେ କବାଟକୁ ଭାଙ୍ଗିଦେଲି .... ଘର ଭିତରକୁ ପଶିଦେଖିଲି ସ୍ୱୟଂ ମା' ଦୁର୍ଗତିନାଶିନୀ ଦୁର୍ଗା , ପଡିଥିବା ମଦ ବୋତଲକୁ ଭାଙ୍ଗି ରେବ ଗୋଟେ ପରେ ଗୋଟେ ଭୁଷା ମାରୁଥିଲା ବଡ଼ବାବୁ ଆଉ ତାଙ୍କ ଶଳାଙ୍କ ପେଟରେ l ଦୁଇ ମହିଷାସୁରଙ୍କ ବଦ୍ଧ ଆଜି ଗୋଟେ ମା' ନିଜର ଇଜ୍ଜତ ବଞ୍ଚାଇବା ଲାଗି କରୁଥିଲା l ରକ୍ତର ସୁଅ ଘରେ ଛୁଟୁଥିଲା l ଦୁଇ ପ୍ରାଣୀ ନିସ୍ତେଜ ହୋଇ ତଳେ ପଡ଼ିଥିଲେ l କଣ ହେବ ଆଗକୁ ମୁଁ ଜାଣେନି l ରେବର ଦୁର୍ଗା ରୂପ ଦେଖି ମୁଁ କହୁଥିଲି , " ହେ ଈଶ୍ୱର ମୋତେ କ୍ଷମା କର , ଏ ମଣିଷ ଜନ୍ମରୁ ପାରି କର "...।

   



Rate this content
Log in

Similar oriya story from Classics