Sanjya Tripathy

Classics

4  

Sanjya Tripathy

Classics

ଗପଟିଏ-ଏ ସଂସାରର

ଗପଟିଏ-ଏ ସଂସାରର

2 mins
386



ଥରେ ଗୋଟିଏ ଗାଈ ଜଙ୍ଗଲକୁ ଘାସ ଚରିବା ପାଇଁ ଆସିଥାଏ ।

ସନ୍ଧ୍ୟା ହୋଇ ଆସୁଥାଏ,ସେ ଦେଖିଲା ଗୋଟିଏ ବାଘ ତାହାରି ପିଛା କରୁଥାଏ,

ସେ ଭୟଭିତ ହୋଇ ଏପଟ ସେପଟ ଦୌଡିବାକୁ ଲାଗିଲା, ବାଘ ମଧ୍ୟ ଗାଈ ପଛରେ ଦୌଡିବାକୁ ଲାଗିଲା ।


ଦୌଡିବା ସମୟରେ ଗାଈକୁ ଗୋଟିଏ ପୋଖରୀ ଦେଖାଗଲା, କିଛି ଚିନ୍ତା ନ କରି ଗାଈ ସେହି ପୋଖରୀ ଭିତରକୁ ଚାଲିଗଲା ।

ବାଘ ଗାଈର ପିଛା କରି ସେ ମଧ୍ୟ ପୋଖରୀ ଭିତରକୁ ଡେଇଁପଡିଲା ।

ସେହି ପୋଖରୀରେ ପାଣି ବହୁତ କମ୍ ଥିଲା ଓ ତାହା ପଙ୍କ କାଦୁଅରେ ପରିପୂର୍ଣ୍ଣ ଥିଲା ।

ସେହି ଦୁଇ ଜଣଙ୍କ ଦୂରତା ବହୁତ କମ୍ ଥିଲା, କିନ୍ତୁ ସେ ଦୁଇଜଣଯାକ କିଛି କରିବା ପାଇଁ ଅସମର୍ଥ ଥିଲେ ।

ଗାଈର ପାଦ ଧିରେ ଧିରେ ପଙ୍କ ଭିତରକୁ ଦବିବାକୁ ଲାଗିଲା,ବାଘ ଗାଈକୁ ପାଖରେ ପାଇ ମଧ୍ୟ କିଛି କରିବା ପାଇଁ ସକ୍ଷମ ନଥାଏ, କାରଣ ସେ ମଧ୍ୟ ପଙ୍କ ଭିତରେ ଧିରେ ଧିରେ ଦବିବାକୁ ଲାଗିଥାଏ ।


ଦୁଇଜଣ ପଙ୍କ ଭିତରେ ଫସି ରହିଥିଲେ...।


ଗାଈକୁ ଏତେ ପାଖରେ ପାଇ ମଧ୍ୟ ବାଘ ଗାଈକୁ ଆହାର କରି ପାରୁ ନଥାଏ ।


କିଛି ସମୟ ପରେ ଗାଈ ବାଘକୁ ପଚାରିଲା...।

କଣ ତୁମର କେହି ଗୁରୁ କିମ୍ବା ମାଲିକ ନାହାନ୍ତି ?


ବାଘ ଗାଈ ଆଡକୁ ରାଗରେ ଚାହିଁ କହିଲା.।


ମୁଁ ତ ଜଙ୍ଗଲର ରାଜା,ମୋର କେହି ମାଲିକ ନାହାନ୍ତି, ମୁଁ ନିଜେ ହିଁ ଜଙ୍ଗଲର ମାଲିକ ।


ଗାଈ କହିଲା,କିନ୍ତୁ ତୁମ ଶକ୍ତିର ଏଠି କଣ କାର୍ଯ୍ୟ ?

ବାଘ କହିଲା,ତୁ ମଧ୍ୟ ମୋ ଭଳି ଏଠି ଫସି ରହିଛୁ,ତୋ ଆଗରେ ବି ମରଣ ଅପେକ୍ଷା କରିଛି ତୋ ଅବସ୍ଥା ମଧ୍ୟ ମୋ ଭଳି ରହିଛି ।


ଗାଈ ଅଳ୍ପ ହସି କହିଲା,ଏହା ସତ୍ୟ ନୁହେଁ,ମୋ ମାଲିକ ଯେତେବେଳେ ସନ୍ଧ୍ୟାରେ ଘରକୁ ଫେରିବେ ସେ ସେତେବେଳେ ମୋତେ ଘରେ ନପାଇଲେ ,ସେତେବେଳେ ସେ ମୋତେ ଖୋଜି ଖୋଜି ଏଠି ଆସି ପହଞ୍ଚିବେ ଓ ମୋତେ ଏହି ପଙ୍କ ଭିତରୁ ଉଦ୍ଧାର କରି ନିଜ ଘରକୁ ନେଇ ଚାଲିଯିବେ ।

 

କିନ୍ତୁ ତୋତେ କିଏ ଉଦ୍ଧାର କରିବ ?


କିଛି ସମୟ ପରେ ଜଣେ ବ୍ୟକ୍ତି ଆସି ଗାଈକୁ ପଙ୍କ ଭିତରୁ ବାହାର କରି ନିଜ ଘରକୁ ନେଇ ଚାଲିଗଲା ।

 

ଘରକୁ ଯିବା ପୂର୍ବରୁ ଗାଈ ଓ ସେହି ବ୍ୟକ୍ତି ବାଘ ଆଡକୁ କିଛି ସମୟ ଚାହିଁ ରହିଲେ ।

କିନ୍ତୁ ସେ ଚାହିଁଲେ ମଧ୍ୟ ବାଘକୁ ପଙ୍କ ଭିତରୁ ଉଦ୍ଧାର କରି ପାରିବେ ନାହିଁ, କାରଣ ବାଘ ତାଙ୍କ ଦୁଇ ଜଣଙ୍କର ଜୀବନ ପ୍ରତି ବିପଦ ଥିଲା।


ଏହି କାହାଣୀରେ......


ଗାଈ ହେଉଛି ସମର୍ପିତ ହୃଦୟର ପ୍ରତୀକ ,ବାଘ ହେଉଛି ଅହଙ୍କାରର ପ୍ରତୀକ ଏବଂ ମାଲିକ ହେଉଛନ୍ତି ସଦ୍ ଗୁରୁଙ୍କର ପ୍ରତୀକ, ପଙ୍କ ହେଉଛି ଏହି ସଂସାର ଏବଂ ଏହି ଵଞ୍ଚିଵାପାଇଁ ସଂଘର୍ଷ ହେଉଛି ଜୀଵନ ଜିଇଁବାର ପ୍ରତୀକ ।


କାହା ଉପରେ ନିର୍ଭରଶୀଳ ନ ହବା ଭଲ କଥା କିନ୍ତୁ ଜୀବନରେ ଆମକୁ କେବେ ନା କେବେ ଜଣେ ମିତ୍ର,ଗୁରୁ କିମ୍ବା କେହି ସହଯୋଗୀର ଆବଶ୍ୟକତା ପଡିଥାଏ ,ତେଣୁ ନିଜକୁ ଅତ୍ୟଧିକ ବଡ ଭାବିବା ଉଚିତ୍ ନୁହେଁ ।


Rate this content
Log in

Similar oriya story from Classics