ଗୋଟେ ଦିନ ମିତ୍ର ସହିତ
ଗୋଟେ ଦିନ ମିତ୍ର ସହିତ


ମୋ ଜୀବନର କିଛି ଅଭୁଲା ସ୍ମୃତି।
ଜାବନରେ ପ୍ରତିକ୍ଷଣ ମଣିଷ ସମ୍ପର୍କ ସହ ସ୍ମୃତି ତିଆରେ।
କିଛି ସମ୍ପର୍କ ରକ୍ତର ତ କିଛି ସ୍ନେହ ମମତାର।ମଣିଷ ସିନା ହଜିଯାଏ,ଆଖିର ନଜରରୁ ଲିଭିଯାଏ।ହେଲେ ସ୍ମୃତି କେବେ ହଜେନା।ସକାଳର ଉଦିତ ସୂର୍ଯ୍ୟ କିରଣରେ ଫୁଲକଢି ଯେମିତି ସତେଜ ରୁହେ ,ହୃଦୟ ମନ୍ଦିରରେ ସ୍ମୃତି ସେମିତି ସତେଜ ରୁହେ।କିଛି ଦିନ ତଳର କଥା ଆଜିବି ମନେ ପଡେ ସାରା ଦିନ ମୁଁ ମୋର ଅତିପ୍ରିୟ ବନ୍ଧୁ ମାନଙ୍କ ସହ।ପାଦ ମୋର ଅଟକି ଯାଇଥିଲା ସେମାନଙ୍କ ସହ ଗୋଟେ ଦିନର ସ୍ମୃତି ସାଉଁଟିବା ପାଇଁ।ଶୀତ ସକାଳ ବଢି ଭୋରୁ ଉଠି ସାଇକେଲ ଟିଏ ଧରି ବାହାରି ପଡି ଥିଲି ଗାଁ ଠୁ ଦୂରରେ ଥିବା ମୋ କିଛି ପ୍ରିୟ ଚାରି ସାଥୀ ମାନଙ୍କ ପାଖକୁ।
ପ୍ରାୟ ସକାଳ ଆଠଟା ହବ ତାଙ୍କ ପାଖରେ ପହଞ୍ଚି ଗଲି ।ପ୍ରାୟ ଦୁଇ ଘଣ୍ଟାର ରାସ୍ତା ଅତିକ୍ରମ କରି ଯାଇଥିଲି।ହେଲେ ସେମାନଙ୍କୁ ଆଉ ସେମାନଙ୍କ ପାଖରେ ଥିବା ମୋ ବେଷ୍ଟ ଫ୍ରେଣ୍ଡ ମାନେ ମୋ ହୃଦୟର ର ଟୁକୁରା ଦିପା।ତାକୁ ଦେଖି ମୁଁ ସବୁ କ୍ଲାନ୍ତ ଭୁଲି ଯାଇଥିଲି।ସେଠାକୁ ଯାଇ କିଛି ଖାଇବା ପରେ କିଛି ସମୟ ବିଶ୍ରାମ ନେଇଥିଲି।ତା ପରେ ବୁଲିବା ପାଇଁ ବାହାରି ପଡିଥିଲୁ ମୁଁ ଓ ମୋ ସହ ମୋ ପ୍ରିୟ ସାଥି ଦିପା,ଜସ୍ମିନ୍ ,ଖୁସି ଓ ସୋନାଲି।ଜୀବନର ସବୁ ସମୟ ରେ ମୋତେ ସେମାନଙ୍କ ଆବଶ୍ୟକତା ଅଛି। ତ ଯେବେ ସୁଯୋଗ ମିଳିଚି ମୁଁ ବି ବହୁତ ଖୁସି ଆଉ ସେମାନେ ମଧ୍ୟ ଅନେକ ଦିନ ପରେ ଦେଖା ହେଇ।ଆମେ ବୁଲିବା ବାହାନାରେ କିଛି ସମୟ କାଟିବାକୁ ସମୁଦ୍ର କୂଳ ଚାଲିଯାଇଥିଲୁ।କିଛି ସମୟ ସେଠି ବସିବା ପରେ ଆମେ ଆମେ ଗୋଟେ ନା ବାଳକକୁ ଦେଖିଥିଲୁ।ମୁଁ ମୋ ସାଥି ମାନେ ତାକୁ ଦେଖି ନିରବି ଯାଇଥିଲୁ୍।ଆମ ମାନଙ୍କ ମନରେ ଉଙ୍କି ମାରିଥିଲା ଅନେକ ପ୍ରଶ୍ନ।ସବୁ ପ୍ରଶ୍ନର ଉତ୍ତର ପାଇବା ଆମେ ଯାଇଥିଲୁ ସେଇ ଶିଶୁ ନିକଟକୁ ।ଆଇ ପଚାରି ବୁଝିଥିଲୁ ସେ କାହାଣୀ ।ସେ କାହାଣୀ ଭିନ୍ନ କିଛି ନୁହେଁ । କୁନି ଶିଶୁ ଟିଏ ମଧ୍ୟ ଦି ମୁଠା ଭାତ ପାଇଁ ଭିକ ମାଗୁଥିଲା।ଶିକ୍ଷା କଣ ସେ ଜାଣିନି ଦୁନିଆକୁ ବୁଝିନି ।ହେଲେ ସକାଳ ହେଲେ ଦି ମୁଠା ଭାତ ପାଇଁ କରୁଛି ସଙ୍ଘର୍ଷ।ସେ କାହାଣୀ ଶୁଣିଲା ପରେ ଆମେ ବାସ୍ ଏତିକି ଭାବୁଥିଲୁ।
କେବେ କଣ ପୁରା ହବନି ବାପୁଜି ଙ୍କ ସ୍ୱପ୍ନ।
କେବେ ହଟିବ ମୋ ଦେଶରୁ ଦାଦନର ଦୁଃଖ।
ତା ପରେ ସେଠୁ ଆମେ ଚାଲିଆସିଲୁ।ସେତେବେଳେକୁ ସୂର୍ଯ୍ୟ ଘର ବାହୁଡା ପାଇଁ ପ୍ରସ୍ତୁତ ହେଉଥିଲେ।ମୁଁ ଘରକୁ ଆସିବା ପାଇଁ ବାହାରିଲି ।ହେଲେ ମୋ ସାଥି ମାନେ ମନା କଲେ।ସୁଯୋଗ ଟିଏ ଖୋଜୁଥିଲି ସେମାନଙ୍କ ସହ ଆଉ କିଛି ସମୟ ରହିବା ପାଇଁ ହେଲେ ପର ଦିନ ସକାଳୁ କଲେଜ ଥିବାରୁ ବାଦ୍ଧ ହେଉଥିଲୁ।ହେଲେ ପାଦ ମୋର ଅଟକି ଗଲା ତ ହଁ ରେ ନା କହିଵାର ସାହାସ ନଥିଲା।ଦିପାର କଥାକୁ ଅମାନ୍ୟ କରିପାରିଲିନି ,ତାଙ୍କ ସହ ଗୋଟେ ରାତି ରହିବାକୁ ରାଜି ହେଲି।ଆମେ ପୁଣି ସଂଧ୍ୟାକୁ ବଜାର ବୁଲି ଗଲୁ। କିଛି ସମୟ ବଜାର ବୁଲିଲୁ।ରାତି ହୋଇଯାଇଥିଲା ଆମେ ଘରକୁ ଆସି ରାତ୍ର ଭୋଜନ ସାରି ଥିଲୁ।ଆଇ ସମସ୍ତେ ସୋଇବାକୁ ଗଲୁ।ଆଉ ସକାଳ ହେବା ପରେ ମୁଁ ପୁଣି ଫେରିଆସିଲି ମୋ ଘରକୁ।ହେଲେ ଆଜିବି ମନେପଡେ ସେ ଦିନ ଆଉ ସେ ଶିଶୁ। କିଛି ଖଟା ମିଠା ସ୍ମୃତି।କେବେ ଭୂଲି ପାରିବିନି ମୋ ସାଙ୍ଗ ମାନଙ୍କ ସହ ବିତେଇଥିବା ସେ ସ୍ମୃତି। ଜୀବନରେ ବନ୍ଧୁ ଭଗବାନଙ୍କ ଆଶିର୍ବାଦ।।କେବେବି ସେମାନଙ୍କ ନିଜଠୁ ଦୂରେଇ ଦିଅନି।
Love you my friends.D.J.K.S