Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

jyotirmayee roul

Romance

2  

jyotirmayee roul

Romance

ଗୋଲାପ ବନର ପ୍ରେମ

ଗୋଲାପ ବନର ପ୍ରେମ

3 mins
369


ପ୍ରିୟଙ୍କା ଦେବୀ ଖୁବ୍ ସୁନ୍ଦର୍ ମଣିଷ । ଉଚ୍ଚ ମନା ଏବଂ ସ୍ୱାଭିମାନୀ। ତାଙ୍କ ମୁଖମଣ୍ଡଳ ଯେତିକି ଔଜ୍ଜ୍ୱଲ୍ୟ ହୃଦୟ ବି ସେହି ଭଳି ଖୁବ୍ ବିଶାଳ। ଅଧ୍ୟାପନାରୁ ବିଦାୟ ନେବା ପରେ ସବୁ ସମୟ ଅତିବାହିତ କରନ୍ତି ତାଙ୍କ ହାତ ତିଆରି ଗୋଲାପ ବଗିଚାରେ। ଖୁବ୍ ସୁନ୍ଦର୍, ମନଲୋଭା ଧଳା ଏବଂ ଲାଲ ଗୋଲାପର ଅପୂର୍ବ ସଂଭାର ତାଙ୍କ ବଗିଚାରେ। ଫୁଲ ଗୁଡିକର ମହ ମହ ବାସ୍ନା ମନ ପ୍ରାଣରେ ମାଦକତା ଭରିଦେବା ପାଇଁ ବେଶ୍ ସମର୍ଥ। ସେଇ ବଗିଚାରେ ବିତିଛି ତାଙ୍କର ଜୀବନର ମହାର୍ଘ୍ୟ ମୂହୁର୍ତ୍ତ ସବୁ। କେତେ ମାସ କେତେ ବର୍ଷ ବିତିଗଲାଣି। ଗୁଳ୍ମ ସବୁ କେତେ ନୂଆ ରୂପରେ ଉଭା ହେଲେଣି। ନୂଆ ନୂଆ କଳିକାରେ ବେଶ୍ ପ୍ରଶସ୍ତ ଦିସୁଛି ଗୋଲାପର ବନ। କିନ୍ତୁ ସମୟ ତାଙ୍କୁ ସେଇ ଜାଗାରେ ଛିଡା କରାଇଯାଇଛି। ଖୁବ୍ ଯତ୍ନ ନିଅନ୍ତି ଏମାନଙ୍କର, ଖରାର ତାତି ବର୍ଷାର ଛିଟା ହେଉ ଅବା ଶୀତର ଜଡତା, ପ୍ରିୟଙ୍କା ଦେବୀ ଏକାକାର ହୋଇଯାନ୍ତି ଗୋଲାପ ମାନଙ୍କ ସହ । ଉଆଁସୀ ରାତିର ନିସ୍ତବ୍ଧତା ହେଉ କି ଚାନ୍ଦିନୀ ରାତିର ମାଦକତା କିମ୍ବା ଗ୍ରୀଷ୍ମପ୍ରବାହର ସେଇ ଉଦି ଉଦିଆ ଦ୍ୱିପହର ହେଉ ଏଇ ଗୋଲାପ ପାଖୁଡାମାନେ ତାଙ୍କୁ ଜୀଇଁବାର ରାହା ଯୋଗାନ୍ତି।


     ଏଇ ବର୍ଷ ପରି ପ୍ରତିବର୍ଷ ଆସେ ବସନ୍ତ ଆସେ ଆଉ ସାଙ୍ଗରେ ଆଣେ ପ୍ରେମର ସପ୍ତାହକୁ। ସାରା ଜୀବନ ସାଥିରେ କାଟିବାକୁ ସ୍ୱପ୍ନ ଦେଖୁଥିବା ମଣିଷ ମାନଙ୍କ ପାଇଁ ଆସେ 'ପ୍ରମିସ ଡେ'। ରାସ୍ତା ଘାଟ, ମଲ, ରେସ୍ତୋରା, କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇ ଉଠେ । ପ୍ରେମୀଯୁଗଳ ବିଭୋର ହୁଅନ୍ତି। ଆମ୍ବ ବଉଳର ଗହଳିଆ ପତ୍ର ଆଢୁଆଳରେ ରହି ରହି କୋଇଲି ଗାଉଥାଏ। ଫୁଲର ମହକରେ ମଳୟ ହୁଏ ଆନମନା। ଏମିତି ଅନେକ କିଛି ହୁଏ।। ମାତ୍ର ପ୍ରିୟଙ୍କା ଦେବୀ ଖୁବ୍ ଅସ୍ୱାଭାବିକ ମନେ ହୁଅନ୍ତି। ତାଙ୍କ ମୁଖରୁ ଗାମ୍ଭୀର୍ୟତା ବାରି ହେଇ ପଡେ। ଆଖି ଦୁଇଟି ନିସ୍ତେଜ ଦେଖାଯାଏ। ସତେ ଯେମିତି ଜଣେ ପଥ ହରା ପଥିକ। ସେଦିନ ବଗିଚାରେ ବସିପଡିଲେ ସେ। ଗୋଟେ ନାଲି ରଙ୍ଗର ଗୋଲାପ ପାଖୁଡାକୁ ଛୁଇଁଲା ବେଳେ ସ୍ମୁତିର ଦଲକାଏ ପବନ ଗୋଲାପ ପାଖୁଡା ଦେଇ ତାଙ୍କ ମାନସ ପଟରେ ବହିଗଲା।


ତାଙ୍କର ସିନିଅର ଥିଲେ ପ୍ରୀତମ,ଦେଖିବାକୁ ଖୁବ୍ ସୁଂଦର,ଯୋଡିହୋଇ ରହିଥିବା ଦୁଇ ଭୃଲତାର ସଂଯୋଗ ରେ ଖୁବ୍ ଆକର୍ଷଣୀୟ ଦେଖାଯାନ୍ତି ପ୍ରୀତମ। ଖୁବ୍ ଭଲ ପାଉଥିଲେ ଦୁହେଁ ଦୁହିଁଙ୍କୁ। ବଟାନି ଡିପାର୍ଟମେଂଟର ସେଇ ବଗିଚା ଥିଲା ଦୁହିଁଙ୍କ ପ୍ରେମର ମୂକସାକ୍ଷୀ। ଜହ୍ନ ରାତିସବୁ ପ୍ରେମର ମାଦକତା ଭରିଦେଉଥିଲା ଉଭୟଙ୍କ ଭିତରେ। ସାରା ଜୀବନ ଏକାଠି ଜୀଇଁବାର ସ୍ବପ୍ନ ବୁଣି ଥିଲେ ହୃଦୟ ବଗିଚାରେ। ୟା ଭିତରେ ଉଚ୍ଚ ଶିକ୍ଷା ପାଇଁ ପ୍ରୀତମଙ୍କୁ ବିଦେଶ ଯିବାପାଇଁ ପଡିଲା। ପ୍ରାଣ ପ୍ରିୟାଙ୍କୁ ଛାଡି ପରିବାର ଛାଡି ବହାରକୁ ଯିବା ପ୍ରୀତମଙ୍କ ପାଇଁ ବେଶ୍ ଯନ୍ତ୍ରଣା ଦାୟକ ଥିଲା। ଯିବାର ଦୁଇ ଦିନ ପୂର୍ବରୁ ଦେଖା କରିବାକୁ ଆସିଥିଲେ ପ୍ରିୟଙ୍କା ଙ୍କୁ । ପାର୍କ ର ଏକ କୋଣରେ ବସିଥିଲେ ଦୁହେଁ। ମନତଳର ସ୍ନେହ ପ୍ରେମ ସବୁ ଆଖିରେ ବେଶ୍ ସ୍ପଷ୍ଟ ଦିଶୁଥିଲା। ପ୍ରୀତମ ରକ୍ତ ଗୋଲାପ ଟିଏ ତୋଳି ଆଣି ପ୍ରିୟଙ୍କାଙ୍କ ମୁଣ୍ଡରେ ଖୋସିଦେଲେ। ଚିହିଁକି ଉଠିଲେ ପ୍ରିୟଙ୍କା। କହିଲେ, ଏଇ ଗୋଲାପ କଣ ପାଇଁ ପ୍ରୀତମ??


ପ୍ରୀତମ କହିଲେ, ଏଇ ଗୋଲାପକୁ ସ୍ମୁତିର ଫରୁଆରେ ସାଇତି ରଖିବ ପ୍ରିୟା ମୁଁ ଫେରିବା ଯାଏ।


ବୃନ୍ତ ଚ୍ୟୁତ ଗୋଲାପ ସାଇତି ରଖି ହୁଅନି କି ସାରା ଜୀବନ ଖୁସି ଦିଏନି ପ୍ରୀତମ । କାଲିକୁ ସେ ମଉଳି ଯିବ, ପାଖୁଡା ସବୁ ଝରିଯିବ। ଏ କଣ ପ୍ରେମର ସ୍ମାରକୀ ହୋଇପାରେ। ଆମ ପ୍ରେମ ତ ଜୀବନ୍ତ। ସତେଜତାରେ ଭରା ଏକ ସୁନ୍ଦର ବୃକ୍ଷ ଟିଏ, କହିଲେ ପ୍ରିୟଙ୍କା। ଫେରିବା ବାଟରେ ଗୋଲାପ କୁଣ୍ଡ ଦୁଇଟି କିଣିଲେ ପ୍ରୀତମ। ଗଛ ଦୁଇଟିକୁ ବଞ୍ଚାଇ ରଖିବା ପାଇଁ କହିଲେ ପ୍ରିୟଙ୍କା ଙ୍କୁ।


ଏ ହେଉଛି ଆମ ଜୀବନ୍ତ ପ୍ରେମର ସଜୀବ ସନ୍ତକ। ମୁଁ ଫେରିବା ଯାଏଁ ଏହାର ସତେଜତା ବଜାୟ ରଖିବ ପ୍ରିୟା। ଧଳା ଓ ନାଲି ରଙ୍ଗର ଦର ଫୁଟା ଗୋଲାପ କଳିରେ ଗଛ ଦୁଇଟି ବେଶ୍ ଆକର୍ଷଣୀୟ ଦିଶୁଥିଲା। ଗଛ ଦୁଇଟିକୁ ପ୍ରିୟା ଙ୍କୁ ବଢ଼େଇ ଦେଇ ଉଷ୍ମ ଚୁମ୍ବନ ଟିଏ ଆଙ୍କି ଦେଇଥିଲେ କପାଳ ଦେଶରେ ଓ କୋଳେଇ ନେଇ ଛାତି ତଳରେ ସବୁ ଆବେଗ ଭରି ଦେଇ ବିଦାୟ ନେଲେ। ସେବେଠୁ ଗଛଦୁଇଟିକୁ ଖୁବ୍ ଯତ୍ନରେ ବଢ଼େଇ ଅପତ୍ୟ ସ୍ନେହ ଦେଇଚାଲିଥିଲେ ପ୍ରିୟା।


ମାତ୍ର ପାଞ୍ଚ ବର୍ଷର ପ୍ରତିଶ୍ରୁତିବଦ୍ଧତା ହଜିଗଲା ସାତ ଦାରିଆର ଉତ୍ତୁଙ୍ଗ ଊର୍ମି ମାଳାରେ। କାଳର ନିଷ୍ଠୁର ପ୍ରହାରରେ ହୃଦୟର ସାଇତା ସ୍ବପ୍ନଭାଙ୍ଗି ଚୁରମାର ହୋଇଗଲା। ଦିନକେଇଟାରେ ହୁଏତ ପ୍ରୀତମ ଫେରିଥାନ୍ତେ ବୃହତ ଗୋଟେ ଡିଗ୍ରୀ ହାସଲ କରି। ମାତ୍ର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରୀତମ ତାଙ୍କୁ ଛାଡି ସବୁଦିନ ପାଇଁ ଚାଲିଗଲେ ଅଫେରା ରାଇଜକୁ। ଦେଇଗଲେ ଅସରନ୍ତି ଦୁଃଖର ପସରା। ଅୟୁତ ଯୁଗର ଯନ୍ତ୍ରଣା। ପ୍ରତିମୁହୂର୍ତ୍ତ ମରି ମରି ବଞ୍ଚନ୍ତି ସେ । ତମାମ ଜୀବନ ସ୍ମୃତି କୁ ଧରି ଏକାକୀ ରହିବାର ପଥ ବାଛିନେଲେ ସେ। ପ୍ରତିବର୍ଷ ବସନ୍ତରେ ଗୋଲାପର ଡାଳ ସବୁ ଲୋଟିପଡନ୍ତି ଭୂମିରେ ଫୁଲର ସମ୍ଭାରରେ। ମହମହ ବାସ୍ନାରେ ସାରା ଗୋଲାପ ବନ ସୁରଭିତ ହୋଇଉଠନ୍ତି, କିନ୍ତୁ ପ୍ରିୟଙ୍କାଙ୍କ ଦେହ ମନ କେବେ ବି ପୁଲକିତ ହୁଏ ନାହିଁ। ସବୁଦିନ ସେ ଏମିତି ଏକୁଟିଆ, ଏକାକୀନି ଅକଘରିକିଆ ଜୀବନ ବିତାନ୍ତି। ତାଙ୍କ ଜୀବନରେ ଶ୍ରାବଣ ଶୀତଳତା ଆଣି ପାରିନି, ଫଗୁଣ ରଙ୍ଗର ଅବିର ବୋଳିନି ଆଉ ବସନ୍ତର ମଳୟ ମାଦକତା ଭରିନି।

ହୃଦୟର ଆବେଗ ନୂଆ ରୂପ ନିଏନି। ପ୍ରେମର ସଂଜ୍ଞା ଭୟଙ୍କର ମନେ ହୁଏ। ତାର ଅନ୍ୟନାମ ଯେ ଯନ୍ତ୍ରଣା ତା ବି ପ୍ରମାଣର ସହ ଦଣ୍ଡାୟମାନ ପ୍ରାୟ ତାଙ୍କ ନିକଟରେ।। କେତେ ଯେ ମଳୟ ବାଟ କାଟି ଗଲେଣି। ସମୟ ତ ପୃଥିବୀରେ ସବୁଠାରୁ ଶକ୍ତିଶାଳୀ ଏକଥା କିଏ ନ ଜାଣେ?? ମାତ୍ର ଅପେକ୍ଷା ର ଅନ୍ତିମ ଦିବସ ଆସିନି କେବେ। ଏବେବି ସେ ପ୍ରେମ ଚିର ଉଜ୍ଜୀବିତ ହୃଦୟର ନିଭୃତ ଇଲାକାରେ,ଗୋଲାପ ପାଖୁଡ଼ାର ମହକରେ ଆଉ ସବୁଜ  ଗୋଲାପ ବନର ବିସ୍ତୀର୍ଣ୍ଣ ବନାନୀରେ


Rate this content
Log in

More oriya story from jyotirmayee roul

Similar oriya story from Romance