ଗୀତ ଲେଖୁଥିବା ପୁଅ
ଗୀତ ଲେଖୁଥିବା ପୁଅ
କଲେଜ ରୁ ଫେରୁଥିବା ବେଳେ ଦିନେ ଗୀତ ଲେଖୁଥିବା ପୁଅ ଆସୁ ର ସ୍କୁଟି ଚଳାଉଥିବା ଝିଅ ମିନା ସାଙ୍ଗରେ ଦେଖା ହୋଇଗଲା | ଆସୁ ସାଇକେଲ୍ ରେ ଥିଲା , ମିନା ତା ପାଖରେ ଧୀରେ ସ୍କୁଟି ଚଲାଇଲା ଓ ତାକୁ କହିଲା ତମେ ବଢିଆ ଗୀତ ଲେଖୁଛ ହେଲେ କାହା ପାଇଁ ଲେଖୁଛ ? ଆସୁ ଟିକେ ଲାଜେଇ ଗଲା ଓ ହସି କହିଲା କlଲି ତୁମ ପାଇଁ ଗୋଟେ ଗୀତ ଲେଖି କି ଦେବି ଚଳିବ | ସେ ହସିଲା କହିଲା ବହୁତ ଭଲ ହେବ | ତା ପରେ ମିନା ତା ସ୍କୁଟି ର ସ୍ପିଡ଼ ବଢ଼ାଇ ଚାଲିଗଲା |
ତାପରଦିନ ଏକ ସୁନ୍ଦର ଲଫାପାରେ ଗୋଟିଏ ଗୀତ ଲେଖି ଆସୁ ଧରାଇଦେଲା ମିନାକୁ | ମିନା ତା ଗୀତର ଦିବାନି ହୋଇଗଲା | ପ୍ରାୟ ଦିନ ସେ ମିନା ପାଇଁ ଗୀତ ଲେଖି ତାକୁ ଉପହାର ଦେଉଥିଲା | କିଛି ମାଗାଜିନ ରେ ତାର ଲେଖା ବାହାରିଲେ ତାକୁ ନେଇ ମିନା କୁ ଦେଖାଉଥିଲା | କିଛି ଦିନ ପରେ ଦିଜଣ ଏକାଠି ବୁଲି ବାର ସମସ୍ତେ ଦେଖିଲେ | କଲେଜ ମାଗାଜିନରେ ତାର ଗୋଟେ କବିତା ବାହାରିଲା ଓ ତାକୁ ପଢି ମିନାକୁ ତା ସାଙ୍ଗ ଝିଅ ମାନେ ଚିଡ଼ାଇଲେ | କଲେଜ କମ୍ପି ଟେସନ ରେ ବି ଆସୁ ର କବିତା ଫାଷ୍ଟ ପ୍ରାଇଜ ପାଇଲା ଓ ସାଙ୍ଗ ମନ ଙ୍କୁ ପାର୍ଟି ମିନା ଦେଲା |କଲେଜ କ୍ୟାଣ୍ଟିନ ଟି ଷ୍ଟଲ ଓ ପିକନିକ ରେ,ଚାରିଆଡେ ତାଙ୍କରି ଚର୍ଚା ହେଲା | ଏକଥା ମିନାର ଘର ଲୋକଙ୍କ କାନ କୁ ବିଗଲା | ମୀନ| ତା ଦିଦି ଘରେ ରହି ପଢୁଥିଲା | ଦିଦି ତାକୁ ବୁଝାଇଲେ ଓ କହିଲେ ଠିକସେ ପାଠ ପଢ ତାପରେ ଲଭ କରିବୁ | ଦିଦି ଆସୁକୁ ବି ଫୋନରେ ଗଲି ଦେଲେ ଓ ବୁଝାଇଲେ |
ମିନା ତା ପର ଦିନରୁ ଆସୁ ସାଥିରେ କଥା ହେବ| ବନ୍ଦ କରିଦେଲା | ଆସୁ ଦୁଃଖରେ ବିରହ କବିତା ଲେଖିଲା ଓ ଠିକ ସେ ପାଠ ପଢ଼ିଲାନି | ଏସବୁ ଶୁଣି ମିନା ତାକୁ ଡାକି କହିଲା ବର୍ତ୍ତମାନ ପାଠ ପଢ଼ ମେଡିକାଲ ଏଣ୍ଟ୍ରାନ୍ସ ରେ ପାସ କର ତାପରେ ଗୀତ ଲେଖିବ | ସେଦିନରୁ ଆସୁ ବୁଝିଗଲା ଓ ପାଠ ପଢିଲା |
ମିନା କୁ ମେଡିକାଲ ସିଟ ମିଳିଲାନି କିନ୍ତୁ ଅlସୁ କୁ ମେଡିକାଲ ସିଟ ମିଳିଗଲା | ମିନା ଶେଷରେ ଡେଂଟିଷ୍ଟ ପଢିଲା ଓ ଦୁହେଁ ଅଲଗା ସହରରେ ପାଠ ପଢିଲେ ଓ ଆସୁ ଫୁଣି ମିନା ପାଇଁ ଗୀତ ଲେଖିଲା | ମିନା ବେଳେ ବେଳେ ସେ ଗୀତକୁ ଗୁଣୁ ଗୁଣୁ ଗାଉଥିଲା ଓ ତାର ଦିଦି ତା ପଛରେ ଠିଆ ହୋଇ ତା ଗୀତ ଶୁଣି ହସୁଥିଲେ |

