GANGTOK ଓ ମିନି
GANGTOK ଓ ମିନି


ଆରେ ମିନି ର କଥା ମନେ ପଡୁଛି କି...?
ସନ୍ତୋଷ ର ମିନି କେଜାଣି ଏବେ କେମିତି ଥିବ..?
ମିନିର ହାତ ତିଆରି ମୋମୋ ଆଉ ଅମ୍ଡା ଅମଲେଟ୍ କୁ ତ ସନ୍ତୋଷ ଆଜି ପଯ୍ୟନ୍ତ ଭୁଲିପାରିନି...
ଯେବେ ଏମିତି କିଥି ମସ୍ତି, ଏମିତି କିଛି ସାଙ୍ଗ ମାନଙ୍କ କଥା ଶୁଣିବାକୁ ମିଳେ ତେବେ ସେ କିଛି ସମୟ ପାଇଁ ବରଫର ସେ ସହରକୁ ଟାଣି ହୋଇ ଚାଲିଯାଏ..ଯେଉଁଠି ସେ ପ୍ରଥମ ନଜରରେ ହିଁ ପ୍ରେମ କରି ବସିଥିଲା.. ସେ ବି ମିନିକୁ..ବରଫ ସହ ଟକ୍କର ଦେଉଥିଲା ମିନିର ସେ ଗୋରା ମୁହଁ..ଯାହା ଉଲରେ ତିଆରି ନାଲି ରଙ୍ଗର କ୍ୟାପ ଭିତରୁ ବହୁତ ସୁନ୍ଦର ଲାଗୁଥିଲା...ଯାହାକୁ ଦେଖି କେହି ବି ତାକୁ ପ୍ରେମ କରି ବସିବ..ଆଉ ସନ୍ତୋଷ ତ ଆମର ରୋମିଓ..ଯିଏକି ସେ ବରଫ ବିଞ୍ଛଣାରେ ନିଜପାଇଁ ଜୁଲିଏଟ୍ ବାଛିସାରିଥିଲା...
ସାଙ୍ଗମାନଙ୍କ ସହିତ କିଛି ସ୍ମରଣୀୟ ମୁହୁର୍ତର ଏହା ଥିଲା ଦ୍ବିତୀୟ ଦିନ..ଏପ୍ରୀଲ ମାସ ହୋଇଥାଏ କିନ୍ତୁ ସେଠାର ଟେମ୍ପ୍ରେଚର ଆମକୁ ଡିସେମ୍ବରର ଶିତ ମନେପକାଇଦେଉଥିଲା..ସକାଳୁ ସକାଳୁ ଆମେ ବାହାରି ଗଲୁ ଚାଙ୍ଗୁଲେକ୍ ର ମନୋରମ ଦୃଶ୍ୟକୁ ଉପଭୋଗ କରିବାକୁ..କିନ୍ତୁ ଆମ ପାଇଁ ଏ ଥଣ୍ଡାକୁ ସମ୍ଭାଳିବା ସହଜ ନଥିଲା...ମନ ତ କରୁଥିଲା କିଛି ଗରମ ଗରମ ଖାଦ୍ୟ ସହିତ ଗରମ ଗରମ କିଛି ପିଇବାକୁ..ଆଉ ଆମ ମନ କଥା ଯେମିତି ଆମ ସହ ଥିବା ଡ୍ରାଇଭର ଭାଇ ହିଁ ଶୁଣିପାରୁଥିଲେ...ସେ ବି ଏକଦମ୍ କମାଲ ଲୋକ ଥିଲେ.. ଯେଉଁ ରାସ୍ତାରେ ଆମକୁ ଚାଲିକି ଯିବାକୁ ହେଲେ ବି ଧ୍ୟାନ ରଖିବାକୁ ପଡିପାରେ ସେଠି ଡ୍ରାଇଭର ଭାଇ ଗାଡିକୁ ଏମିତି ଚଳାଉଥିଲେ ଯେମିତି ସେଠି କିଛି ପ୍ରତିଯୋଗିତା ଚାଲିଛି...ସେ ଯାହା ବି ହେଉ ସେ ସମୟରେ ଆମ ପାଇଁ ସେ ହିଁ ଥିଲେ ଭଗବାନ..ଆମର ବଞ୍ଚିବା ମରିବା ସବୁକିଛି ତାଙ୍କ ହାତରେ ହିଁ ଥିଲା ଏହା ସହିତ ଖାଇବା ପିଇବା ମଧ୍ୟ..ଡ୍ରାଇଭର ଭାଇ ଆମକୁ ନେଇ ପହଂଚାଇଦେଲେ ପାହାଡ ଉପରେ ଥିବା ଏକ ଦୋକାନରେ.. ଯେଉଁଠି ଖାଇବାକୁ ଗରମ ଗରମ ମୋମୋ ସହିତ ଅମଲେଟ୍ ପୁଣି କିଛି ଗରମ ବସ୍ତ୍ର ବି ମିଳିଗଲା...ଆମେ ସବୁ ତ ନିଜ ନିଜ କାମରେ ଲାଗିପଡିଥିଲୁ କିନ୍ତୁ ସନ୍ତୋଷର କିଛି ପତା ହିଁ ନଥିଲା..ସେ ତ କୋଉଠି ହଜିଯାଇଥିଲା...କାହିଁକି ନା ସେଠାରେ ହିଁ ତ ଆରମ୍ଭ ହୋଇଥିଲା ସନ୍ତୋଷ ଆଉ ମିନିର ଏ ପ୍ରେମର ସଫର..ଏମିତିରେ ତ ସେ ଝିଅର ନା ମିନି ନଥିଲା କିନ୍ତୁ କେଜାଣି କାହିଁକି ସେ ଝିଅକୁ ଦେଖି ସନ୍ତୋଷ ମନରେ ମିନି ନା ଆସିଗଲା...ଆମେ ସବୁ ତ ଫଟୋ ନେବାରେ ବ୍ୟସ୍ତ ଥିଲୁ କିନ୍ତୁ କୋଉଠି କେଜାଣି ସନ୍ତୋଷ ଥିଲା ହଠାତ ଦୌଡି ଆସି ଆମକୁ କହିଲା...
ସନ୍ତୋଷ-ସେ ଝିଅକୁ ଟିକେ ଦେଖିଲ..କେମିତି ଲାଗୁଛି..
ଆମେ ଟିକେ ହସିଦେଇ କହିଲୁ ହଁ ଠିକ୍ ଠାକ୍ କିନ୍ତୁ ହେଲା କଣ...
ବାସ୍ ତା ପରେ ଆଉ କଣ.. ସନ୍ତୋଷର ପାଗଳାମି ଆରମ୍ଭ ହେଇଗଲା..ଆମ ମାନଙ୍କ କଥା ନ ସରୁଣୁ ସେ ତା କାହାଣୀ କହିବା ଆରମ୍ଭ କରିଦେଲା..ଆମ ମାନଙ୍କୁ ତ ଆଦତ୍ ଥିଲା ସନ୍ତୋଷର ଏମିତି ପାଗଳାମିର କିନ୍ତୁ ତା ଠାରୁ ବାରମ୍ବାର ଏ ସବୁ ଶୁଣିବାର ମଜା ହିଁ ଅଲଗା ଥିଲା...
ସନ୍ତୋଷ-ସେ ମୋର ମିନି..ସେ ମତେ ଦେଖିକି ମିନି ହସିଦେଲା ତ ମୁଁ ବି ଟିକେ ହସିଦେଲି...ଦେଖ ତାକୁ ସେ କେମିତି ଲାଜେଇ ଯାଉଛି...
ବାସ୍ ସନ୍ତୋଷର ଏତିକି କଥାରୁ ଆରମ୍ଭ ହେଇଗଲା ସନ୍ତୋଷ-ମିନିର ପ୍ରେମ କାହାଣୀ..ଆମେ ବି କହିଦେଲୁ.. ଦେଖ ଭାଇ ତୋ ବାହାଘରରେ ତ କେହି ଆସିପାରିବେନି.. ନା ହିଁ ତୋ ପାଇଁ ସେ ବରସଜା ଗାଡି ଆସିପାରିବ.. ତେଣୁ ତତେ ଏଇ ଚମରି ଗାଇ ଉପରେ ବସି ମିନି ଘକୁ ଆସିବାକୁ ପଡିବ..ଆଉ ତୁ ତୋ ବାହାଘରରେ ମିନି ହାତର ତିଆରି ମୋମୋ ଆଉ କିଛି ଅମଲେଟ୍ ଦେଇଦେଲେ ଆମେ ଖୁସି ହେଇଯିବୁ..ଆମ କଥା ଶୁଣି ସନ୍ତୋଷର ଲାଜମିଶା ଖୁସି କହିଲେ ନ ସରେ..ସତେ ଯେମିତି ସନ୍ତୋଷ ସେଇଠାରେ ହିଁ ମିନିକୁ ବାହାହେଇଗଲା...
ଏମିତି ତ କହିବାକୁ ଗଲେ ସନ୍ତୋଷ ଖୁବ ସୁନ୍ଦର ଫଟୋ କ୍ଲିକ୍ କରିପାରେ...ନିଜେ ଉଠାଇଥିବା ଫଟୋରେ ସାଣ୍ଟୋଗ୍ରାଫୀ ଲେଖିବା ତାକୁ ଖୁବ ପସନ୍ଦ..କିନ୍ତୁ କ୍ୟାମେରା ଲେନ୍ସ ବଦଳରେ କେତବେଳେ ନିଜ ହୃଦୟ ଲେନ୍ସରେ ମିନିକୁ କ୍ୟାପଚର କରିନେଲା ସେ ନିଜେ ବି ଜାଣିନି..କିନ୍ତୁ ହଁ ୟେ ପ୍ରଥମ ଥର ସନ୍ତୋଷକୁ ପ୍ରେମ ହେଇନଥିଲା...ଆଗରୁ କହିଥିଲି ନା ସେ ଆମ ରୋମିଓ କିନ୍ତୁ ଏଥର ରୋମିଓର ପ୍ରେମ ଗ୍ୟାଙ୍ଗଟକରୁ ଆରମ୍ଭ ହେଇ ଆଜି ପର୍ଯ୍ୟନ୍ତ ଜୀବିତ ରହିଛି ମନ ଭିତରେ..
ଚାଙ୍ଗୁଲେକ୍ ଯିବା ରାସ୍ତାରେ ଏବଂ ସେଠାରୁ ଫେରିବା ସମୟରେ ବୋଧେ ହୁଏ ମାତ୍ର ଦୁଇଥର ସେ ମିନିକୁ ଦେଖିଥିବ...କିନ୍ତୁ ପୁରା ଟ୍ରିପ୍ ରେ ସନ୍ତୋଷ ମିନିର ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍ ନଥିଲା...
ବୋଧେ ସେ ଟ୍ରିପ୍ କୁ ଦୁଇବର୍ଷ ବିତିଗଲାଣି କିନ୍ତୁ ଆଜି ବି ଯଦି କେଉଁଠାରେ ମିନିର ନା ଶୁଣିବାକୁ ମିଳେ ତେବେ ସନ୍ତୋଷ ଲାଜେଇବା ଛାଡେନି..ଆଜି ବି ସେ ଗ୍ୟାଙ୍ଗଟକର ସବୁ ଫଟୋକୁ ନିରିଖେଇକି ଦେଖେ, କାଳେ କୋଉ ଫଟୋରେ ମିନିର ଚେହେରା ଦିଶିଯିବ..ଆଜି ବି ସେ ବରଫ ପାହାଡ ସହ ନୀଳ ପାଣିକୁ ଦେଖି ମିନିର ସ୍ମୃତିକୁ ମନେ ପକାଏ...