ମାନବିକତା@Lockdown
ମାନବିକତା@Lockdown


ଗ୍ୟାସ୍ ଉପରେ କ୍ଷୀର ବସି ଉତୁରିବାକୁ ବସିଲାଣି..ପାଖରେ ସୁଜାତା (60) ଠିଆ ହୋଇ ପରିବା କାଟୁଥାଏ.. ଡ୍ରଇଁ ରୁମ୍ ରେ ଦିନାନାଥ(65) ଚା କପଟେ ସାଙ୍ଗକୁ ପେପର ଧରି ପଢୁଥାଏ.. ରେଡିଓରେ ଧିମା ସାଉଣ୍ଡ୍ ରେ ପୁରୁଣା ଗୀତ ଶୁଭୁଥାଏ..ହଠାତ୍ ଦିନାନାଥଙ୍କ ନଜର ପଡେ ପେପରେ ଥିବା ତାରିଖ ଉପରେ..ତା-28-04-20 ଆଉ ମନେ ମନେ ଟିକେ ହସିଦେଇ କୁହେ...ଶୁଣୁଛ ସୁଜାତା ଆଜି ର ଦିନରେ ମୁଁ ସତରେ ଏପ୍ରିଲ୍ ଫୁଲ ହେଇଥିଲି... ସୁଜାତା ଟିକେ ବୁଝିପାରେନି ଆଉ ରୋଷେଇ ଘରୁ କୁହେ.
“ତମେ କଣ କହୁଛ ତମେ ଜାଣିଥିବା.. କାଇଁ କଣ ଏମିତି ହେଇଥିଲା କି...”
ଦିନାନାଥ- ତମେ ମୋ ପାଇଁ ଆଜି ଯଦି ସେଇ ସ୍ପେସିଆଲ୍ ପକୋଡି ଟିକେ ବନାନ୍ତ ଭଲ ହୁଅନ୍ତା..ଆଉ ତା ସହ ଆଉ ଗୋଟେ ଚା କପ ହେଇଗଲେ ମଜା ଆସିଯିବ..
ସୁଜାତା- ଆଉ ଚା ବନେଇପାରିବିନି ଏଇଟାକୁ ମିଶେଇ 3ଟା ହେଇଗଲା..ଛାଡ ଘରେ କିଛି ପରିବା ନାହିଁ ଆଉ ତମ ମେଡିସିନ୍ ବି ସରିଯିବ କାଲି । ଟିକେ ପୁଅ କୁ କଲ କର କୁହ ଆଣି ଦେଇଯିବ... ଆଉ ଏଇ ବାହାନାରେ ଟିକେ ତାକୁ ମୁଁ ଦେଖିଦେବି...
ଦିନାନାଥ ସାଧାରଣ ଗୋଟେ କ୍ଲର୍କ ଚାକିରିଟିଏ କରିଥିଲା । ରିଟାଏଡ୍ ପରେ କିଛି ପେନସନ୍ ପାଏ ସେଇଥିରେ ବୁଢା ବୁଢି ଚଳୁଛନ୍ତି । କରୋନା ଦିନାନାଥ ଓ ସୁଜାତାଙ୍କୁ ନିଜ ପିଲାମାନଙ୍କ ଠାରୁ ଅଲଗା କରିଦିଏ ..ବୟଷ୍କ ବ୍ୟକ୍ତି କାଳେ ତାଙ୍କୁ କରୋନା ହେଇଯିବ ଏବଂ ସେମାନଙ୍କ ପାଖରୁ ପୁରା ପରିବାରକୁ ଡେଇଁବ ସେଥିପାଇଁ ପୁଅ-ବୋହୁ ଘର ଛାଡି ଚାଲିଯାଆନ୍ତି ।
ପିଲା କହିଲେ ଗୋଟେ ପୁଅ ରାଜା(33- ଏକଦମ ସ୍ତ୍ରୀ ବୋଲକରା) ନା ପରି ସତରେ ବି ପୁଅକୁ ବାପା ମା ରାଜା ପରି ପାଳିଥିଲେ.. ହେଲେ ରାଜାକୁ ତା ରାଣୀ ରୂପରେ ମିଳିଗଲା କଲ୍ୟାଣୀ (30) । କିନ୍ତୁ କଲ୍ୟାଣୀର ଆସିବା ପରେ ପରିବାରର କେତେ କଲ୍ୟାଣ ହେଇଛି ତାହା ତ ଜଣା ନାହିଁ ମାତ୍ର ରାଜା ର ବହୁତ କଲ୍ୟାଣ ହେଇଛି । କାରଣ ଶଶୂରଙ୍କ ଦେଇଥିବା ପଇସାରେ ଗୋଟେ ବଡ ମୋବାଇଲ୍ ଦୋକାନ ଟେ ସେ କରିପାରିଛି ତା ସହ ଗୋଟେ କାର ବି କିଣିଛି ।
ରାଜା ଓ କଲ୍ୟାଣୀଙ୍କର ଗୋଟେ ପୁଅ ଓମ (4) । କଲ୍ୟାଣି ସବୁବେଳେ ଚାହୁଁଥିଲା କେମିତି ଗୋଟେ ସୂଯୋଗ ମିଳନ୍ତା ରାଜାକୁ ନେଇ ତା ବାପ ଘରେ ରୁହନ୍ତା । ଆଉ ଏଇ ସୁଯୋଗ ତାକୁ ଦେଇଦିଏ କରୋନା । କାହିଁକି ନା ବାରମ୍ବାର ଖବର କାଗଡ ଓ ଟିଭି ଚ୍ୟାନେଲ୍ ରେ ଖବର ଆସେ ବୟଷ୍କ ଲୋକଙ୍କ ନିକଟରେ କରୋନା ଅଧିକ ମାତ୍ରାରେ ଦେଖାଦେଉଛି.. ଏ ପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ଭିତରେ ବୟଷ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ..ବାସ୍ ବିଲେଇ କପାଳକୁ ସିକା ଛିଡିଲା ପରି କଲ୍ୟାଣୀ କୁ ଗୋଟେ ଭଲ ସୁଯୋଗ ଟେ ମିଳିଗଲା..
ସକାଳୁ ସକାଳୁ ବ୍ୟାଗ ଧରି ଛୁଆକୁ ରେଡି କରି ବାହାରିଲା ବାପଘରକୁ ପୁଣି ସାଥିରେ ବି ରାଜାକୁ ନେଇ. ରାଜାର ହାତକୁ କଲ୍ୟାଣି ଏମିତି ଧରିଥିଲା ଲାଗୁଥିଲା ରାଜା କୌଣସି ବ୍ୟକ୍ତି ନୁହେଁ ତ କଲ୍ୟାଣି ତା ବାପ ଘରୁ ଆଣିଥିବା ଗୋଟେ ଲଗେଜ୍ ..
ସୁଜାତା ପୂଜା ସାରି ଆସି ପଚାରେ-
ଆରେ ଚାରିଆଡେ ଲକଡାଉ ଆଉ ତମେ ମାନେ ଏତେ ସକାଳୁ ସକାଳୁ କୁଆଡେ ବାହାରିଛ..
ସୁଜାତା ପାଟିରୁ କଥା ନ ସରୁଣୁ କଲ୍ୟାଣୀ କଥା ଛଡେଇ ନେଇ କହେ.. ଆମେ କରୋନା ଠାରୁ ଦୂରେଇ ରହିବାକୁ ଚାହୁଁଛୁ..ଜୀବନ ବଂଚାଇବାକୁ ଚାହୁଁଛୁ..ଆଉ ସେଥିପାଇଁ ଆମ ଘରକୁ ଯାଉଛୁ..
ସୁଜାତା ବିକଳ ହେଇ ଦିନାନାଥ କୁ ଡାକ ପକାଏ..ଦିନା ନାଥ ଆସି ସବୁ କଥା ଶୁଣିବା ପରେ କହେ.. ତମେ ମାନେ ତ ଘର ଭିତରେ ଅଛ କରୋନା କେମିତି ହବ...ଆଉ ତମ ଘରେ କଣ ତମକୁ ଏଇ ରୋଗ ହବନି ବୋଲି କିଛି ମାନେ ଅଛି..
ରାଜା- ବାପା ତମେ ବୁଝୁନ, ବାରମ୍ବାର ଖବର ଆସୁଛି ପରା ବୟଷ୍କ ଲୋକଙ୍କୁ କରୋନା ହବାର ବେଶି ସମ୍ଭାବନା ଅଛି ।
କଲ୍ୟାଣି- ଆମ କଥା ଛାଡନ୍ତୁ ଟିକେ ଆପଣଙ୍କ ନାତି କଥା ତ ଭାବନ୍ତୁ...ଯଦି ଆପଣ ମାନଙ୍କ ପାଖରୁ ମୋ ପିଲାକୁ ଏ ରୋଗ ଡେଇଯାଏ ତାହାଲେ....
ସୁଜାତା- ଆଖି ଲୁହ ପୋଛି କହିଦିଏ ନା ନା କିଛି ହବନି ତମେ ମାନେ ଯାଅ ହେଲେ ସବୁଦିନ ଟିକେ ଫୋନ କରୁଥିବ..
ଆଜି କଲ୍ୟାଣୀ ଆଉ ରାଜା ଯିବାର ପ୍ରାୟ 15 ଦିନ ବିତିଗଲାଣି ହେଲେ ବାପା ମାଙ୍କୁ ଗୋଟେ ଥର ବି କଲ କରି ସେମାନେ ଭଲ ମନ୍ଦ ବୁଝିନାହିଁ ରାଜା..ଅବଶ୍ୟ ନାତି ଟୋକା ବେଳେ ବେଳେ ସୁଜାତାକୁ କଲ୍ ଟେ କରିପକାଏ..କିନ୍ତୁ ମା କଲ୍ୟାଣୀର ପାଟି ଶୁଣିବା ମାତ୍ରେ ଫୋନ୍ ରଖିଦିଏ...ଦିନାନାଥ ଡାଇବେଟିକ୍ ସହ ହାର୍ଟ ପେସେଣ୍ଟ, ପରିବା ପତ୍ର ଟିକେ ଖାଇବା ନିହାତି ଦରକାର ହେଲେ ଆଣିକି ଦବ କିଏ.. ଏପଟେ ସରକାର କହିଛନ୍ତି 60 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଘରୁ ବାହାରିବା ମନା.. ଆଖ ପାଖ ଦୋକାନ ବଜାର ସବୁ ବନ୍ଦ..ପରିବା କି କିଛି ଦରକାରୀ ଜିନିଷ ପାଇଁ ଯିବାକୁ ପଡିବ 5 କିଲୋମିଟର.. ସବୁ ପରିସ୍ଥିତି ଦେଖି ସୁଜାତା ଦିନାନାଥଙ୍କୁ କୁହେ ପୁଅକୁ ଫୋନ କରିବାକୁ... ଇଛା ନଥିଲେ ମଧ୍ୟ ବୁଢିର କଥା ମାନି ରାଜା କୁ କଲ କରେ ଦିନାନାଥ..ଦିନାନାଥ କିଛି କହିବା ଆଗରୁ ସେପଟୁ ଉତ୍ତର ଆସେ ବାପା ମୁଁ ଟିକେ ବ୍ୟସ୍ତ ଅଛି ଆଜି ବାପାଙ୍କର(କଲ୍ୟାଣୀ ର ବାପା) ଜନ୍ମଦିନ ତ ଟିକେ କେକ୍ ପାଇଁ ଆସିଛି..
ଦିନାନାଥ କୁହେ..
ତୁ ଯଦି ବାହାରକୁ ଆସିଛୁ ଟିକେ କିଛି ଦରକାରୀ ଜିନିଷ ଆଉ ମୋ ମେଡିସିନ୍ ଟା ଆସି ଦେଇଯାନ୍ତୁନି...ଆଉ ତୋ ବୋଉ ବି କହୁଥିଲା ବହୁତ ଦିନ ହେଲାଣି ତତେ ଦେଖିନି ଟିକେ ଦେଖା କରି ଯାଆନ୍ତୁ...
ରାଜା-କି କଥା କହୁଛ ଏପଟେ ଆମର ଲେଟ୍ ହେଇଯିବନି, କଲ୍ୟାଣି ଅପେକ୍ଷା କରି ବସିଛି ବା.. ତମେ ଗୋଟେ କାମ କରୁନ ଟିକେ ପଳେଇ ଆସ ପାଖ ବଜାରକୁ...ଆଉ ମୁଁ କଣ ଛୋଟ ଛୁଆ ହେଇଛି ଯେ ଯିବି ବୋଉ କୁ ଦେଖା କରିବି...ତାକୁ କୁହ ଲକଡାଉନ୍ ସରୁ ଘରକୁ ଯିବି...
ଦିନାନାଥ- ହେଲେ ପୁଅ
ରାଜା- ତମକୁ କରୋନା ଫରୋନା ହବନି ମ କାଇଁ ଡରୁଛ...
ଦିନାନାଥ କଲ୍ କାଟିବା ପରେ ବୁଢି କୁ ଟିକେ ଚାହିଁକି ମୁହଁ ବୁଲେଇ ଚାଲିଯାଏ..ବୁଢି ପଛେ ପଛେ ଗୋଡେଇ ପଚାରେ ଆରେ କଣ କହିଲା ସେ ଆସିବ ତ.. ବୁଢା ହସିକି କହୁଛି.. ନାଇ ତମ ପୁଅ କହିଲା ମତେ କରୋନା ହବନି, ସେଥିପାଇଁ କରୋନାକୁ ନ ଡରିକି ବଜାର ଯାଇ ମୁଁ ନିଜେ ଜାଇ ନେଇ ଆସିବା ଟା ଭଲ..ତା ପାଖରେ ସମୟ ନାହିଁ...ବୁଢି ଟିକେ ମୁହଁ ସୁଖେଇ ଦିଏ, ଦିନାନାଥକୁ ଗୋଟେ ବ୍ୟାଗ ଧରେଇ ଦେଇ ପୁଣି ରୋଷେଇ ଘରକୁ ଚାଲିଯାଏ...
ଦିନାନାଥ ଯାଇ ବଜାରରୁ କିଛି ପରିବା ପତ୍ର ସହ ନିଜର ଆଉ କିଛି ଦରକାରୀ ଜିନିଷ ଟିକେ ନେଇ ଆସେ..ଖରାରେ ଏତେ ବାଟ ଯାଇ ପେରିଥିବାରୁ ତାକୁ ଟିକେ ଥକ୍କା ଲାଗେ...
ସୁଜାତାକୁ ଡାକେ କୁହେ ଗୋଟେ ଥଣ୍ଡା ପାଣି ଗ୍ଲାସ୍ ଟେ ନେଇକି ଆସ.. ସୁଜାତା ପାଣି ଦିଏ ହେଲେ ପାଣି ପିଇବାର କିଛି ସମୟ ପରେ ତା ଛାତିରେ ହଠାତ୍ ଯନ୍ତ୍ରଣା ହୁଏ... ସୁଜାତା, ଦିନାନାଥର କଷ୍ଟ ଦେଖିୃ ଡରିଯାଏ ଆଉ ପୁଅକୁ ଫୋନ ଲଗାଏ..ପ୍ରଥମେ ଦୁଇଥର ରିଙ୍ଗ୍ ହେଇ କଟିଯାଏ..ତୃତୀୟ ଥରରେ ରାଜା କଲ୍ ରିସିଭ୍ କରେ...ହେଲେ ସୁଜାତାର କଥା ଶୁଣି କୁହେ- ମା ବାପା ବାହାରକୁ ଯାଇଥିଲେ ତାଙ୍କୁ ଆଉ କରୋନା ହେଇଗଲାନି ତ... ତୁ ଗୋଟେ କାମ କର ମୁଁ ଗଲେ ବି କଣ କରିବି ତୁ 108 କୁ କଲ କର ସେମାନେ ଆସି ବାପାଙ୍କୁ ହସ୍ପିଟାଲ ନେଇଯିହବେ...
ସୁଜାତା ପୁଅ ର କଥା ଶୁଣି ସବୁ ସରକାରଙ୍କ ଦ୍ବାରା ଦିଆଯାଇଥିବା ନମ୍ବରକୁ କଲ କରି ଥକି ଗଲା ହେଲେ ନା ତ କେହି ବୁଢିକୁ ସାହାର୍ଯ୍ୟ କଲେ ନା କାହାର ଉତ୍ତର ମିଳିଲା.. ବୁଢାର ଯନ୍ତ୍ରଣା ବଢିବା ପରେ ବୁଣି ଘର ବାହାରକୁ ଦେଖି ଜୋରେ ଜୋରେ କାନ୍ଦି ଡାକ ପକଉଥାଏ ହେଲେ କେହି କୁଆଡେ ଶୁଣିଲେନି...ଜଣେ ଦୁଇଜଣ ବ୍ୟକ୍ତି ଝର୍କା ପାଖରେ ସୁଜାତାର ବିକଳ ଡାକ ଶୁଣି ଅଟକନ୍ତି କିନ୍ତୁ ସମସ୍ତେ ସେଇ ରୋଗ ଭୟରେ ସାହାର୍ଯ୍ୟ ନ କରି ସେଠାରୁ ଚାଲିଯାଆନ୍ତି । କିଛି ସମୟ ସଂଘର୍ଷ ପରେ ଦିନାନାଥ ଶାନ୍ତ ପଡିଯାଏ ସୁଜାତା ଆସି ଯେତେ ଡାକିଲେ ବି ସେ ଆଉ ଉଠେ ନାହିଁ.. ଦିନାନାଥ ସେତବେଳକୁ ଦୁନିଆ ଛାଡି ଚାଲିଯାଇଥାଏ..ସୁଜାତା କାନ୍ଦି କାନ୍ଦି ଦିନାନାଥ ପାଖକୁ ଦୌଡି ଆସିବା ବେଳେ ତା ଆଖି ହଠାତ ପଡେ ଚଟାଣରେ ପଡିଥିବା ଚକଲେଟ୍ ଉପରେ । ଯାହା ଦିନାନାଥ, ସୁଜାତା ପାଇଁ ନେଇ ଆସିଥାଏ କାରଣ ସେ ଦିନ ଥିଲା ଦୁହିଙ୍କ ମ୍ୟାରେଜ୍ ଆନିଭର୍ସରୀ । ଆଉ ତ କିଛି ମିଳେନାହିଁ ସୁଜାତାକୁ ଚକଲେଟ୍ ଭାରି ପସନ୍ଦ ବୋଲି ଧରି ଆସିଥାଏ ହେଲେ ସୁଜାତାକୁ ଦବା ଆଗରୁ ହାର୍ଟ ଆଟକରେ ସେ ଆଖିବୁଯିଦିଏ ।
ହୁଏତ ସୁଜାତା ଶେଷରେ ବୁଝିପାରିଥିଲା ଲକଡାଉନର ପ୍ରଭାବ କେବଳ ପରିବେଶ ଉପରେ ନୁହେଁ ମାନବିକତା ଉପରେ ବି ପଡିସାରିଛି..