STORYMIRROR

CHINMAYEE PRADHAN

Classics Inspirational Children

3  

CHINMAYEE PRADHAN

Classics Inspirational Children

ଗାଉଁଲି ଝିଅ

ଗାଉଁଲି ଝିଅ

2 mins
179


ଆଜି ତୋର କଲେଜରେ ପ୍ରଥମ ଦିନ। ତେଣୁ ଶୀଘ୍ର ବାହାରି ଯିବୁ। ଯାହାବି ହେଲେ ଖାଇକି ଯିବୁ। ହଁ ବୋଉ ତୁ ଫୋନ ରଖ ମୁଁ ବାହାରିବି। ଇଏତ ସହର ଯାଗା। ଏଠି ଲୋକଙ୍କର ଚଳଣି ଗାଁ ଠାରୁ ଭିନ୍ନ। ତଥାପି ଖାପଖୁଆଇ ଚଳିବାକୁ ପଡିବ। 


   ଏଠି ପିଲାମାନେ କେତେ ସ୍ମାର୍ଟ। କଥା କଥାକେ ଇଂରାଜୀ । ଗୀତାକୁ ଯଦିଓ ଇଂରାଜୀ ଜଣା ସେ ଓଡ଼ିଆରେ କହିବାକୁ ପସନ୍ଦ କରେ। ଇଂରାଜୀ ବକ୍ତୃତା ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଛି । ପ୍ରତିଯୋଗିତା ଆରମ୍ଭ ହେଲା। ସେଠି ତାକୁ ଦେଖି ଅନ୍ୟ ସହରି ପିଲାମାନେ ଥଟ୍ଟା କରିବା ଆରମ୍ଭ କରିଦେଲେ। ଆରେ ଏ ଗାଉଁଲି ଇଂଲିଶ୍ କହିବ! 'ଇ' ଅକ୍ଷର ଜଣା ନଥିବ। ଆଉ ଯେତେବେଳେ ସେ କହିବା ଆରମ୍ଭ କଲା ସମସ୍ତେ ସ୍ତବ୍ଧ ହେଇ ତାକୁ ଚାହିଁଥିଲେ। ସେ ମଧ୍ୟ ସେଥିରେ ପ୍ରଥମ ସ୍ଥାନ ଅଧିକାର କଲା। ଥଟ୍ଟା କରୁଥିବା ପିଲାମାନଙ୍କ ପାଟି ପୁରା ଚୁପ୍। 


   ପ୍ରଥମ ବର୍ଷ ପରୀକ୍ଷାରେ ଭଲ କରି ସେ ଟପର୍ ହେଲା। ଏ କଥା ସାଚି ସହଜରେ ଗ୍ରହଣ କରିପାରି ନ ଥିଲା। ସେ ଗାଉଁଲି ମଫୁ ଝିଅଟା ଗାଁରୁ ଆସି ଏଠି ଆମ କଲେଜରେ ମତେ ହରେଇ ଆଗକୁ ଯିବ.. ମୁଁ ସହି ପାରିବିନି। ଏ କଲେଜ ମୋ ଜେଜେଙ୍କର। ଆଉ ଏଠି ଫାର୍ଷ୍ଟ କେବଳ ମୁଁ ହିଁ ହେବି।


    ସାଚି ବାପାଙ୍କ ସୁପାରିଶ କ୍ରମେ ସାଚି ପ୍ରଥମ ଓ ଗୀତା ତୃତୀୟ ସ୍ଥାନରେ ରହିଲା। ଗୀତା ଜାଣିଛି ଯେ ତା ପ୍ରତି ଅନ୍ଯାୟ ହେଇଛି ତଥାପି ସେ ଚୁପ୍ ରହିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଭୟ 

ପି. ଜି. କଲେ। ଏଠି ଆଉ ସାଚି ବାପାଙ୍କ ସୁପାରିଶ କାମ କଲାନି। ସାରା ରାଜ୍ୟରେ ଗୀତା ପ୍ରଥମ ସ୍ଥାନ ଅଧିକାର କଲା। ମିଡିଆରେ ଖବର ଖେଳିଗଲା, ଜଣେ ଦିନ ମଜୁରିଆର ଝିଅ ରାଜ୍ୟରେ ଟପର୍। ତା ମାଆର ଛାତି ଗର୍ବରେ ଫୁଲି ଉଠିଲା।ଗୀତାକୁ ଆଉଁସି ସେ କହିଲେ ମୋ ପରିଶ୍ରମର ମୂଲ୍ଯ ତୁ ରଖିଛୁ ମାଆ। ଗୀତା କହିଲା, ନାଇଁ ମାଆ ମୋତେ ଆହୁରି ଆଗକୁ ଯିବାର ଅଛି। 


   ବର୍ଷେ ପରେ ଟିଭିରେ ଗୀତାର ଫୋଟ ଦେଖି ସାଚି ଚମକି ପଡ଼ିଲା। ସର୍ବ ଭାରତୀୟ ପ୍ରଶାସନିକ ସେବାରେ ଏକ ନମ୍ବର ରାଙ୍କ୍ ରେ ଶରଧାପୁର ଗାଁର ଝିଅ ଗୀତା ଦାଶ। ଓଡିଶା ପାଇଁ ଗୌରବ ଆଣିଥିବା ଗୀତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା। ସାଚି ମନେମନେ ଭାବୁଥିଲା ସତରେ ଏ ଗାଉଁଲି ଝିଅଟା ଭାରି ଟ୍ଯାଲେଣ୍ଟେଡ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics