STORYMIRROR

Manoja kumar Pattnayak

Abstract Classics Fantasy

4  

Manoja kumar Pattnayak

Abstract Classics Fantasy

ଗାଁ ରେ ଶୀତ ଦିନ

ଗାଁ ରେ ଶୀତ ଦିନ

2 mins
418

ଶୀତ ଋତୁ ର ଏକ ସୁନ୍ଦର ସକାଳ । କୃଷକ ତା କୁଡିଆ ରେ ଧାନ ବେଙ୍ଗଳା ଜଗିଥାଏ ।ଗାଁର ଏହି ଦୃଶ୍ୟ ଟି ଅତି ରମଣୀୟ । ଫୁଲ ସାରା ମହୁମାଛିଙ୍କର ମେଳା । ବଉଳ ମେଳରେ ଥାଇ

କୋଇଲି ର କୁହୁ ଡାକ ବେଶ୍ ମନକୁ ମୋହି ନେଉଥାଏ । ନାନା ଜାତି ର ପକ୍ଷୀ ଗଛ ଡାଳରେ ବସି ମନ ଆନନ୍ଦରେ କିଚିରି ମିଚିରି କରୁଥାନ୍ତି । ତାଙ୍କରି ଭିତରେ ସୁନ୍ଦର ରଙ୍ଗ ର ଶୁଆଟିଏ ଉଡ଼ି ବୁଲି ଗୀତ ଗାଉଥାଏ । ଅନ୍ୟଗଛ ର ଡାଳରେ କାଉ ଛୁଆଟିଏ ଉଡ଼ି ଆସି ବସିଲା । ତାକୁ ଦେଖୁ ଦେଖୁ ଶୁଆଛୁଆ ଟି ଟିକେ ତାଚ୍ଛଲ୍ୟ ଭରା ସ୍ଵରରେ କହିଲା ଇହି କେଡ଼େ ଅସନା ଦେହ ଏଇଟାର । ଏମିତି କଳା ମିଚିମିଚି ଆଉ ଅସୁନ୍ଦର ରୂପ କେମିତି ଧରି ରହିଛୁ ? ଯା' ଯା' ପାଖ ପୋଖରୀରେ ଭଲ କରି ଦେହକୁ ମାଜି ସଫା କରିଦେ । ଟିକେ ତ ସୁନ୍ଦର ଦିଶିବୁ ! 


ଶୁଆଛୁଆ ର ଏମିତି ଅହଂକାରିଆ କଥା ଶୁଣି କାଉଛୁଆ ର ଭାରି ମନଦୁଃଖ ହେଲା । ସେ ମନକୁ ମାରି ଦେଇ କହିଲା କ’ଣ କରିବା ଶୁଆଭାଇ ! ଏହା ଭଗବାନଙ୍କର ଦାନ । ସେ ଯାହାକୁ ଯେପରି ଗଢ଼ିଛନ୍ତି । ହେଲେ ଶୁଆଛୁଆ ସେ କଥା ଜମା ଖାତିର ନ କରି ଚାଲିଗଲା ।


କାଉଛୁଆ ବସାକୁ ଯାଇ ସବୁକଥା ତା’ର ମାଆ ଆଗରେ କହିଲା । ମାଆ କାଉ ତାକୁ ବୁଝାଇ ଦେଇ କହିଲା ତୁ ଜମା ବ୍ୟସ୍ତ ହୁଅନାହିଁ । ତା’ର ଅହଂକାର ର ଫଳ ସେ ନିଶ୍ଚେ ଦିନେ ପାଇବ । ଏମିତି କିଛିଦିନ ଚାଲିଗଲା । ଦିନେ ହଠାତ୍‌ ଝଡ଼ବତାସ ମାଡ଼ିଆସିଲା । ବର୍ଷା ଜୋର୍ ରେ ହେଲା । ଘଡ଼ଘଡ଼ି ଚଡ଼ଚଡ଼ି ରେ ଚାରି ଦିଗ ଥରିବାରେ ଲାଗିଲା । ସେହି ଝଡ଼ ବତାସ ରେ ଗୋଟେ ଶିକାରୀ ପକ୍ଷୀ ଶିକାର କରିଚାଲିଥାଏ । ତା’ର ଗୁଳି ଶବ୍ଦ ରେ ପକ୍ଷୀମାନେ ନିଜ ନିଜର ବସା ଛାଡ଼ି କେଉଁ ଆଡ଼େ ଚାଲି ଯାଉଥାନ୍ତି । ମାଆ ଶୁଆଟି ମଧ୍ଯ ଛୁଆ ଶୁଆ କୁ ବସାରେ ଛାଡ଼ିଦେଇ ନିଜର ଜୀବନ ରକ୍ଷା କରିବାକୁ କେଉଁ ଆଡ଼େ ଚାଲିଗଲା । ଝଡ଼ ରେ ତା’ର ବସା ଟା ଉଡ଼ିଯାଇ ତଳେ ପଡ଼ିଲା । ବର୍ଷା ବେଳକୁ ବେଳ ବଢ଼ି ଚାଲିଥାଏ । ବିଚରା ଛୁଆଶୁଆ ଟି ଭୟରେ ଥରୁଥାଏ । ତା ’ ସହିତ ତାକୁ ପ୍ରବଳ ଭୋକମଧ୍ୟ ହେଉଥାଏ । ଖାଲି ଯାହା ତା’ର ବିକଳରେ ରଡ଼ିଛାଡ଼ିବା ସାର ହେଉଥିଲା । ତା’ର ଏପରି ବିକଳ ଡାକ ଶୁଣି ମାଆ କାଉ ନିଜ ବସା କୁ ଡାକି ନେଲା । ନିଜ ପାଖରେ ରଖିଥିବା କିଛି ଖାଦ୍ୟ ତାକୁ ଖାଇବାକୁ ଦେଲା । ତା’ପାଇଁ ଉଷୁମ ଶେଯ କରିଦେଲା । କାଉ ର ବସାରେ ରହି ଛୁଆ ଶୁଆ ଟି ଟିକେ ଦମ୍ଭ ମାରିଲା ।


ଏତିକିବେଳେ ମାଆ ଶୁଆ ତାକୁ ଖୋଜି ଖୋଜି ଆସି କାଉ ବସାରେ ପହଞ୍ଚିଲା । ନିଜର ଛୁଆଟି ନିରାପଦରେ ରହିଥିବାର ଦେଖି ସେ ଶାନ୍ତିରେ ଟିକେ ନିଃଶ୍ବାସ ମାରିଲା । ଆଉ କାଉମାଆ କୁ କହିଲା ଭଉଣୀ ! ତୁମର ଏ ଋଣ ମୁଁ କେବେହେଲେ ଶୁଝି ପାରିବି ନାହିଁ । ମୋ ଛୁଆ ନିଜର ରୂପ ର ଗର୍ବରେ ଖୁବ୍ ଅହଂକାରୀ ହୋଇଯାଇଥିଲା । ତାକୁ ଆଜି ଭଗବାନ ଉଚିତ୍ ଶିକ୍ଷା ଦେଲେ । ଦୟାକରି ତା’ର ଭୁଲ ପାଇଁ କ୍ଷମା ଦେବନି ? 


ମାଆ କାଉ ,ମାଆ ଶୁଆ କୁ ହସି ହସି କହିଲା ଭଉଣୀ ! ପିଲାମାନଙ୍କର କଥା ଧରିଲେ କ’ଣ ଚଳିହେବ ? ଆମ୍ଭେ ଦୁହେଁ ପରା ପଡ଼ୋଶୀ । ବିପଦରେ ପରସ୍ପରକୁ ସାହାଯ୍ୟ ନ କଲେ ଜୀବନରେ କି ଲାଭ ଅଛି ? ଛୁଆଶୁଆ ଟି ନିଜ ମାଆ ସହିତ ବସାକୁ ଉଡ଼ିଯାଉଥିଲାବେଳେ ମନେ ମନେ ଭାବୁଥିଲା ମୁଁ କେଡ଼େ ଭୁଲ୍ ନ କରିଥିଲି ।



Rate this content
Log in

Similar oriya story from Abstract