STORYMIRROR

Manoja kumar Pattnayak

Abstract Drama Classics

3  

Manoja kumar Pattnayak

Abstract Drama Classics

ବିରକ୍ତି

ବିରକ୍ତି

3 mins
190

ଦୁଇଜଣ ଖେଳନା ବିକାଳି ସବୁଦିନ ଖେଳନା ବିକ୍ରି କରନ୍ତି ହାଟରେ ।ସେ ଦୁଇଜଣଙ୍କ ଭିତରୁ ଜଣେ ହେଲେ ଗୁରୁ ଆଉ ଜଣେ ହେଲେ ସେଇ ଗୁରୁଙ୍କ ଶିଷ୍ୟ । ଦୁଇଜଣ ହାଟରେ ଖେଳନା ବିକ୍ରି କରିବା ସମୟରେ ଶିଷ୍ୟ ଜଣଙ୍କର ଖେଳନା ଅଧିକ ବିକ୍ରି ହେଉଥାଏ । ଓ ଗୁରୁଙ୍କର କମ୍ ବିକ୍ରି ହେଉଥାଏ । କିନ୍ତୁ ଦୁଇଜଣ ହାଟ ସରିବା ପରେ ମିଶିକି ଟଙ୍କା ଭାଗ କରି ନିଅନ୍ତି । ଏମିତି ତାଙ୍କର ସବୁ ଦିନ ଚାଲୁ ଥିଲା । ସବୁଦିନ ଖେଳନା ବିକ୍ରି ସରିବା ପରେ ଗୁରୁ ତାଙ୍କ ଶିଷ୍ୟ ପାଖକୁ ଆସି ସବୁବେଳେ କହିଥାନ୍ତି ତୋର ଆଉ ଟିକେ ସୁନ୍ଦର ହୋଇଥାନ୍ତା ଏଇ ରଙ୍ଗଟା ଏଠି ରୁହନ୍ତାନି ଏମିତି ହୋଇଥାନ୍ତା ସେମିତି ହୋଇଥାନ୍ତା ଦିନେ ସେ ଶିଷ୍ୟ ବିରକ୍ତି ହେଲା । ସେ ମନେ ମାନେ ଭାବିଲା ଗୁରୁ ମୋତେ ସବୁବେଳେ କଣ ପାଇଁ ଇମିତି କହୁଛନ୍ତି । ମୋର ତ ଖେଳନା ଗୁରୁଙ୍କ ଠାରୁ ଭଲ ହୁଏ । ଲୋକେ ବି ମୋ ଖେଲାନ କୁ ପସନ୍ଦ କରନ୍ତି । ଏତେ ସବୁ ପରେ ବି ଗୁରୁ ଏଭଳି କଣ ପାଇ କୁହନ୍ତି । ଏସବୁ ଭାବି ଶିଷ୍ୟ ମନେ ମନେ ବିରକ୍ତି ହେଲା। ପୁଣି ତା ପରଦିନ ଯେତେବେଳେ ଗୁରୁ ଜଣଙ୍କ କହିବାକୁ ଆସିଛନ୍ତି ଶିଷ୍ୟ ଜଣଙ୍କ ରାଗିଯାଇ କହିଛନ୍ତି ଆପଣ ମୋତେ ଈର୍ଷା କରୁଛନ୍ତି। ଆପଣ ଙ୍କ ଠାରୁ ମୋର ଖେଳନା ଅଧିକ ବିକ୍ରି ହେଉଛି ଆପଣ ସବୁବେଳେ ମୋ ଖେଳନା କୁ ଖରାପ କହିଛନ୍ତି । ଆପଣଙ୍କ ଖେଳନା କୁ ଲୋକେ ପସନ୍ଦ କରନ୍ତିନି । ସମସ୍ତେ ତ ମୋ ଖେଳନା କୁ ପସନ୍ଦ କରନ୍ତି। ଆପଣ ବୋଧେ ଏଥି ଲାଗି ଈର୍ଷା କରୁଛନ୍ତି। ଗୁରୁ ଜଣକଙ୍କୁ ଏପରି କଥା ଶୁଣିବା ପରେ ଭାରି କଷ୍ଟ ହେଲା । ସେ ଆଉ ତା ପାଖକୁ ଆସିଲେନି କେବେ କି ତାକୁ ତାର ଖେଳନା ସଜାଡ଼ିବା ପାଇଁ କହିଲେନି । ଏମିତି ଅନେକ ଦିନ ଗଲା ସେ ଶିଷ୍ୟ ଦିନେ ଗୁରୁ ହେଲା ଆଉ ତା ଠାରୁ ଖେଳନା ତିଆରି କରିବା ଶିଖିବା ପାଇଁ ଶିଷ୍ୟ ମାନେ ଆସିଲେ । ଯେତେବେଳେ ସେ ନିଜେ ଗୁରୁ ହୋଇଗଲା ସେତେବେଳେ ସେ ଗୁରୁଙ୍କ କଥା ବୁଝି ପାରିଲା ଆଉ ତାଙ୍କ ଗୁରୁଙ୍କ ପାଇବାକୁ ବୋହୁତ ଚେଷ୍ଟା କଲା । କିନ୍ତୁ ପାଇଲାନି ଏମିତି ଅନେକ ଦିନ ଗଲା ଆଉ ସେ ଶିଖିଥିବା ଶିକ୍ଷା କୁ ଅନୁସରଣ କରି ଆଗକୁ ଚାଲିଲା । ସେ ମଧ୍ୟ ତାଙ୍କ ଗୁରୁଙ୍କ ଭଳି ଶିଷ୍ୟର ଖେଳନା ଉପରେ ସବୁବେଳେ ଉପଦେଶ ହେଉଥିଲେ ଏମିତି ହୋଇଥାନ୍ତା ସେମିତି ହୋଇଥାନ୍ତା ତାର ଶିଷ୍ୟ ମଧ୍ୟ ବିରକ୍ତି ହୋଇ ଗୁରୁଙ୍କୁ କହିଲା ଆପଣ ଙ୍କ ଖେଳନା ଠାରୁ ମୋର ଅଧିକ ସୁନ୍ଦର ଆଉ ଲୋକେ ପସନ୍ଦ କରନ୍ତି । କିନ୍ତୁ ଆପଣ ମୋର ଖେଳନା କୁ କାହିଁକି ନାପସନ୍ଦ କରନ୍ତି ମୁଁ ବୁଝି ପାରେନି ।ଓ.... ଆପଣ ମୋ ଭଳି କରି ପାରନ୍ତି ନାହିଁ ବୋଲି ,ଆପଣ ଙ୍କ ଖେଳନା ଲୋକଙ୍କ ପସନ୍ଦ ନୁହଁ ବୋଲି ।

ଗୁରୁ ଶିଷ୍ୟ ଠାରୁ ସବୁ ଶୁଣିଲା ପରେ ନିଜେ ବୁଝି ପାରିଲେ ସେଦିନ ମୁଁ ଯୋଉ ଅପମାନ ଦେଇଥିଲି ମୋ ଗୁରୁଙ୍କୁ କେମିତି ଲାଗିଥିବା । ସେ ଶିଷ୍ୟଙ୍କୁ କହିଲା ଆରେ ଶୁଣ ମୁଁ ବି ଦିନେ ଏହି ବଜାରରେ ମୋ ଗୁରୁଙ୍କୁ ଅପମାନ ଦେଇଥିଲି । ଆଉ ସେ ବି ମୋ ପାଖକୁ ଆସି ସବୁବେଳେ କହୁଥିଲେ ଠିକ୍ ମୋ ଭଳି ଏମିତି ହୋଇଥାନ୍ତା ସେମିତି ହୋଇଥାନ୍ତା. ମୁଁ ବିରକ୍ତି ହୋଇଥିଲି ଠିକ୍ ତୋ ଭଳି । ଆଉ ସେଇ ଦିନ ଠାରୁ ମୁଁ କେତେ ଖୋଜିଛି ଆଜି ଯାଏ ପାଇଁ । ଆଜି ମୁଁ ତୋତେ କହିବାର ଉଦେଶ୍ୟ ହେଲା ତୁ ମୋ ଭଳି ଯେମିତି ନ ହେଉ । ଶିଷ୍ୟ ଜଣଙ୍କ ନିଜର ଭୁଲ ବୁଝି ପାରିଛି ଆଉ ଗୁରୁଙ୍କ ଗୋଡ଼ ଧରି କ୍ଷମା ମାଗିଛି ଆଉ ଗୁରୁ ଶିଷ୍ୟ ଦୁହେଁ ମିଳି କାଳ କାଟି ଛନ୍ତି ।


ଶିଷ୍ୟ ମାନେ ଯେବେ ନିଜେ ଗୁରୁ ହେବେ ତେବେ ଯାଇ ବୁଝି ପାରିବେ ଗୁରୁ କଣ ଚାହେଁ । ଗୁରୁ suggestion ଦେଉଛନ୍ତି ବୋଲି ଆମେ ଆଜି ତାଙ୍କଠୁ ବି ଭଲ ଶିକ୍ଷ୍ୟା ପାଇ ପାରୁଛୁ ନହେଲେ.।



Rate this content
Log in

Similar oriya story from Abstract