ଭୁଆସୁଣୀ ଭୂତ - ଭାଗ:- ୧ (ପ୍ରଥମ)
ଭୁଆସୁଣୀ ଭୂତ - ଭାଗ:- ୧ (ପ୍ରଥମ)
ଏହି କାହାଣୀଟି ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ । ଅଙ୍ଗେ ଲିଭା କାହାଣୀ ।
ମୁଁ S.S.C ପରୀକ୍ଷା ପାଇଁ ପଢ଼ାପଢ଼ି କରୁଥିଲି ।ଆମ ଘରେ ପଢ଼ିବା ଏତେ ସୁବିଧା ନ ଥିଲା । ଭାଇ କାହାଠାରୁ ବୁଝା ବୁଝି କରି ବାଲେଶ୍ଵର ର ଜଣେ ସାର୍ ଙ୍କ ନମ୍ବର ରେ ଫୋନ କଲେ ବୁଝି ସୁଜି ମୋତେ ସେଠିକି ପଠାଇବା ପାଇଁ କହିଲେ ସେ ସାର୍ ଜଣଙ୍କ ଠିକଣା ଦେଲେ ମୁଁ ଆଉ ମୋର ସାଙ୍ଗ ତିନିଜଣ ବାହାରିଲୁ ବାଲେଶ୍ଵର । ସେ ସାର୍ ଜଣ ଲୋକଙ୍କୁ କାର୍ ଦେଇ ପଠାଇଥିଲେ ରେଲୱେ ଷ୍ଟେସନ କୁ ସେ ଆମକୁ ନେଇ ଆସିଲେ ସେତେବେଳେ ରାତି ୧୦ ଟା ହେଲାଣି । ବାଲେଶ୍ଵର ନିକଟବର୍ତ୍ତୀ ନାବରା ଛକ ସେଇ ଛକଠାରୁ କିଛି ଦୂରରେ ଗୋଟିଏ ଛୋଟ ଗାଁ ସେଇ ଗାଁରେ ବସ୍ତି ସଂଖ୍ୟା ୩୦ ରୁ ୪୦ କେବଳ ଗୋଟିଏ ପକାଘର ଆଉ ଯେଁଉ ସବୁ ଘର ରହିଥିଲା ସବୁ ଝାଟି ମାଟି ଘର କାହାରି ଘରେ ଆଲୁଅର ସୁବିଧା ନାହିଁ ସମସ୍ତେ ଡିବି ଆଲୁଅରେ ରୁହନ୍ତି କିନ୍ତୁ ଯୋଉ ଗୋଟିକ ପକା ଘର ଅଛି ସେଇ ଗାଁ ରେ ସେଇ ଘରେ ହିଁ ବିଜୁଳିର ସୁବିଧା ରହିଛି । ସେଇ ଘରଟି ତିନି ମହଲା ବିଶିଷ୍ଟ । ତଳ କୋଠୋରିରେ ରୁହନ୍ତି ଘର ମାଲିକ ଓ ତାର ପୁଅ ବୁହୁ ଆଉ ଜଣେ ନାତୁଣୀ । ଉପର ଦୁଇ କୋଠରୀ ସେ ଭଡ଼ା ଛାଡିଥିଲେ । ସେଠିକୁ ଆମକୁ ନେବା ସମୟରେ ଆମେ ପୁରା ଡରିଗଲୁଣି । ଯେହେତୁ ନୂଆ ଲୋକ ଆଉ ସେ ରାସ୍ତା ଜଙ୍ଗଲ ବାଟରେ ଆମକୁ ନେଇ ଯାଉଚି ସେଇ ବଙ୍ଗଲାକୁ । ସେଇ ଦୁଇ କୋଠୋରିରେ ମୁଁ ଆଉ ମୋର ସାଙ୍ଗ ତିନିଜଣ ପହଞ୍ଚିଲୁ। ସେ ପକାଘରଟି ର ଚାରି ପଟେ ହରେ କୃଷ୍ଣ ହରେ ରାମ ଲେଖା ହୋଇଛି । ସେ ବଙ୍ଗଳାର ନାମ ହେଉଛି ହରେ କୃଷ୍ଣ ବଙ୍ଗଳା ।ଆମେ ଭିତରକୁ ଗଲୁ ଦେଖିଲା ବେଳେ ସେଠି ଆମଭଳି ଅନେକ ପିଲା ପଢିବାକୁ ଯାଇଥାନ୍ତି । ପ୍ରାୟ ଏକ ହଜାର ପିଲା ଆମେ ବି ସେମାନଙ୍କ ସହ ମିଶି ପଢା ପାଢି ଆରମ୍ଭ କଲୁ । ସାର୍ ଜଣଙ୍କ ଆସି ସେଦିନ ରାତିରେ ଆମ ମୋବାଇଲ୍ ନେଇଗଲେ ଆଉ କହିଲେ କାଲି ଯାଇ ମେଟେରିଆଲ୍ ଜେରକ୍ସ ବାହାର କରିନେବ। ଆଉ ତିନିମାସ ପଯ୍ୟନ୍ତ ବାହାରକୁ ଯିବାକୁ ନାହିଁ । ଗେଟ୍ ଲକ୍ ହୋଇଯିବ ପରୀକ୍ଷା ଦିନ ପରୀକ୍ଷା ସାରି ଘରକୁ ଯିବ । ଆମେ ସକାଳୁ ଉଠି ବାହାରିଲୁ ଜେରକ୍ସ ପାଇଁ ସେଠି ସେ ଲୋକ ଜଣଙ୍କ କହିଲେ ବାପା ତୁମେମାନେ କୋଉଠି ରୁହ ଆମେ କହିଲୁ ହରେ କୃଷ୍ଣ ନିବାସ ରେ ସେ ଶୁଣିଲା ପରେ କହିଲା ସେ ବହୁତ କୋଠିରେ। ଆମେ ତାର ଭାଷା ବୁଝି ପରିଲୁନି କଣ ଏମିତି କହିଲା ଭାବିଲୁ କିଛି ନ କହି ନ ବୁଝି ଚାଲି ଆସିଲୁ । ଏଠି ସାର୍ ପୁରା ନଜର ଯାଖନ୍ତି କିଏ ପଢେ କଣ କରେ ସବୁ ଦେଖନ୍ତି ।ଠିକ୍ ସମୟରେ ଆସି କ୍ଲାସ ନିଅନ୍ତି ଦେଖୁ ଦେଖୁ ତିନିମାସ କଟିଗଲା । ଆଉ ଜଣେ ଜଣେ କରି ବିଦାୟ ନେଲେ । ଯାହାର ପରୀକ୍ଷା ଡଟ୍ ବାହାରି ଯାଏ ସେ ସେଠାରୁ ବାହାରି ଆସେ । କାରଣ ସମସ୍ତେ ପରୀକ୍ଷାକୁ ଅପେକ୍ଷା କରିଥାନ୍ତି । ତିନିମାସ ହେଲାଣି ଆମ ଦେହରେ ଖରା ବି ବାଜିନି ଏତେ ଦିନ ହେଲା ଘରେ ହିଁ ରଖିଛନ୍ତି । ଏମିତି କିଛିଦିନ ପାରେ ଜଣେ ଜଣେ କରି ସମସ୍ତେ ଚାଲି ଗଲେଣି କେବଳ ଆମେ ଆଠ ଜଣ ପିଲା ରହିଛୁ ଆମର ପରୀକ୍ଷା ଡେଟ୍ ବାହାରିନି । ଏତେ ବଡ଼ ଘର ସବୁ ଶୂନଶାନ ସେଦିନ ସବୁ ଦିନ ପରି ସେ ଘରର ବୋହୂ ଆସି ଶଙ୍ଖ ଧୂନି କରି ପୂଜା କରନି ଆମ କୋଠୋରିର ଆଗରେ ଥାଏ ସେ ଘରର ଦେବା ଦେବୀ କୋଠରି । ସେଦିନ ବୋହୂ ଜଣଙ୍କ ପୂଜା କରିବା ସମୟରେ ଆମର ଜଣେ ସାଙ୍ଗ ସେ ରୁମ୍ ବାହାରେ ଦାନ୍ତ ସଫା କରୁଥିଲା । କଣ ହେଲା କେଜାଣି ସେ ରୁମ୍ ଭିତରେ ପଶିଗଲା ମୁଁ ତା ହାତ ଧରି ଝିକିଲି ସେ ରହିଲାନି କି କିଛି କହିଲାନି । ଭିତରକୁ ପଶିଗଲା ମୁଁ ଯଥା ଶୀଘ୍ର ଯାଇ ସାର୍ ଙ୍କୁ କହିଲି ସାର୍ ଆସିଲେ ସାର୍ ଙ୍କ ସହ ଆମେ ବି ଗଲୁ । ଦେଖିଲା ବେଳେ ସେ ବୋହୂ ଜଣଙ୍କ ପୂଜା କରୁଥାଏ । ଏ ତା ପଛରେ ବସିଚି ଡାକିଲେ ସୁନୁନି କି କିଛି କହୁ ନାହିଁ । ତାର ଆଖି ଗୁଡ଼ାକ ବଡ଼ ବଡ଼ ହୋଇକୀ ଅଛି ଦେଖିଲା ପରେ ମୁଁ ପୁରା ଡରିଗଲି । ସମସ୍ତେ ହୋଇ ତାକୁ ଟେକି ଟେକି ଆଣିଲୁ । ସେ ଅଚେତ୍ ହୋଇଯାଇଥିଲା ସେତେ ବେଳକୁ ସାର୍ ଆସିଲେ ତା ମୁଣ୍ଡରେ ପାଣି ମାରିଲେ । ତାକୁ ପଚାରିବାରୁ ସେ କହିଲା ମୁଁ କୁଆଡ଼େ ଜାଇନି କି ଜଣିନି ତାକୁ ସମସ୍ତେ ସାଙ୍ଗ ମନେ ମିଶି ଚିଡାଇଲେ । ସେଦିନ ରାତିରେ ଠିକ୍ ୧୨.୦୦ ବାଜିଲା ଘଡିରେ ଆମେ ଆଠ ଜଣ ପଢ଼ୁଥିଲି ହଟାତ୍ ଲାଇଟ୍ ଚାଲିଗଲା । ଆଉ ଝରକା କବାଟ ଆପେ ଆପେ ଏପଟ୍ ସେପଟ ପିଟି ହବାକୁ ଲାଗିଲା । ଏତେ ଜୋର ରେ ପବନ ହେଲା ଆମେ ସମସ୍ତେ ଭୟବିତ ହୋଇଗଲୁ । ମୁଁ କହିଲି ଆରେ ଚାଲ ଯିବା ସାର୍ ଙ୍କୁ ଡାକିବା ଆଉ ଜଣେ ପିଲା କହିଲା ଆଜି ସାର୍ ନାହାଁନ୍ତି ଘରକୁ ଯାଇଛନ୍ତି । ଏକଥା ଶୁଣିବା ପରେ ଆମ ସଭିଙ୍କର ଭୟ ବଢ଼ିଗଲା । ଜଣେ ପିଲା ତାର ମୋବାଇଲ୍ ଟିକୁ ଲୁଚାଇ ରଖିଥିଲା ମୋବାଇଲ୍ ଟି ହେଉଛି Samsung guru କାରଣ ସେ ସମୟରେ smart ମୋବାଇଲ୍ ସେତେଟା ବ୍ୟବହାର ହେଉ ନ ଥିଲା । ତାର ସେ ମୋବାଇଲ୍ ରେ ଲାଇଟ୍ ଅନ୍ କରି ରଖିଲୁ ଆମେ ସମସ୍ତେ ଡରିକି କୋଠରି ର ଗୋଟିଏ କୋଣରେ ସମସ୍ତେ ଜାଟା ଜାଟି ହୋଇଗଲୁଣି ହଟାତ୍ ଲାଇଟ୍ ଅଫ୍ ହେଇଗଲା ମୋବାଇଲ୍ ରେ ବୋଧେ ଚାର୍ଜ ସରିଗଲା ସମସ୍ତେ ସେମିତି ଚୁପ୍ ହୋଇ ରହିଛୁ ଏତେ ଯୋର୍ ରେ ବର୍ଷା ପବନ ହେଲା ଆଉ ରହି ହେଲାନି ଝରକାର କବାଟ ବେଶି ଜୋର୍ ରେ ପିଟି ହେବାକୁ ଲାଗିଲା ।ଜଣେ ପିଲା ଧୀରେ ଧୀରେ ଝରକାକୁ ବନ୍ଦ କଲା ଆଉ ଆମ କୋଠରି ର ସିନା ଝରକା ଆବଜ୍ ବନ୍ଦହେଲା କିନ୍ତୁ ଅନ୍ୟ କୋଠରି ର ସେମିତି ପିଟି ହେଉଥିଲା । ପ୍ରାୟ ୩୦ ମିନିଟ୍ କାଳ ମେଘ ପବନ ହେଲା । ଧିରେ ଧିରେ ପବନ ଥମିବାକୁ ଲାଗିଲା ଆଉ ପୁରା କମିଗଲା । ସୁନ୍ ସାନ୍ ରାତି ସେ କଥା ଭାବିଲା ବେଳକୁ ମୋ ରୁମ ଟାଙ୍କୁଳି ଉଠୁଚି କେମିତି ଲେଖିବି ଭାବି ପାରୁନି । ଛମ୍ ଛମ୍ ଆବଜ୍ ହେଲା ସତେ ଯେମିତି ପାଉଁଜି ସ୍ୱର ଆଉ ସେ ସ୍ୱର ଥିଲା ଅଧିକ ଭୟଙ୍କର । ଆମେ ସମସ୍ତେ ଏକ ସ୍ଵରରେ ଡାକିଲୁ ଆଣ୍ଟି ଆଣ୍ଟି କିନ୍ତୁ ସେପଟୁ କୌଣସି ଉତ୍ତର ମିଳିଲା ନାହିଁ ।ପୁଣି କିଛି ସମୟ ପରେ ଛମ୍ ଛମ୍ ଆବଜ୍ ହେଲା ତା ସହିତ ଉ.....ଓ......ଆ..... ଆବଜ୍ ହେଲା ବାରମ୍ବାର ୫ ରୁ ୭ ଥର ଆହୁରି ଭୟ ଲାଗିଲା ଖାଲି ସମସ୍ତେ ଭାବୁଚୁ କେତେବେଳେ ରାତି ପାହିବ ଆଉ ଆମେ ଚାଲି ଆସିବୁ ଆଉ ସେଠି ରହିବୁ ନାହିଁ । କିନ୍ତୁ ସେଦିନ ଜମା ରାତି ସରୁନି । ସତେ ଯେମିତି ବାର ବର୍ଷ ପୁରିଗଲା ପରି ଲାଗିଲାଣି ରାତି ସାରା କାହାରି ଆଖିକୁ ନିଦ ନାହିଁ । ଯେମିତି ୫.୦୦ ବାଜିଲା ଘଣ୍ଟାରେ ସେମିତି ଆମେ ସମସ୍ତେ ଯିବାକୁ ବାହାରିଲୁ ସେପଟେ ସୁଣାଗଲା ଶଙ୍ଖର ପ୍ରତିଧୂନି। ପୁଣି ଡାକିଲି ଆଣ୍ଟି ଗୋଟିଏ ଥରରେ କହିଲେ ହିଁ ବାପ କୁହ ଆମେ କହିଲୁ ଆଉ ଲାଇଟ୍ ଆସିଲାଣି ଆଜି । କହିଲେ ଆଜି ଆସିବନି ରାତିରେ ଯୋଉ ପବନ ହୋଇଛି ସେଥିରେ ବିଜୁଳି ଖୁଣ୍ଟ ଉପୁଡ଼ି ଯାଇଛି । ଆମର ସାହାସ ପାଇଲା ଆମେ ଉଠିକି ବାହାରକୁ ଗଲୁ କିନ୍ତୁ ଆମ ମୁଖ୍ୟ ଗେଟ୍ ର ଚାବି ସାର୍ ଙ୍କ ପାଖରେ ।
ଦ୍ଵିତୀୟ ଭାଗ ପଢନ୍ତୁ ............

