ନଟ ମଉସାଙ୍କ ଯୌତୁକ ବହ୍ନି
ନଟ ମଉସାଙ୍କ ଯୌତୁକ ବହ୍ନି
ଏତେ ସୁନ୍ଦର ଏ ବିଶାଳ ଧରା ପୃଷ୍ଠ ! ଏହି ଧରା ପୃଷ୍ଟ ମଧ୍ୟରେ ଏକ ଛୋଟିଆ ବସ୍ତି l ବସ୍ତିର ସମସ୍ତ ଲୋକ କ୍ଷେତ ବାଡ଼ି କାମକରି ଚଳନ୍ତି l ସେଇ ପରି ଜଣେ ଲୋକ ଯାହାର ନାମ "ନଟ" ତାଙ୍କୁ ଗାଁ ର ସମସ୍ତ ପିଲାଏ "ନଟ ମଉସା" ବୋଲି ଡାକନ୍ତି l ନଟ ମଉସା ଙ୍କ ସ୍ତ୍ରୀ ଆରପାରିକୁ ଚାଲିଯାଇଛନ୍ତି l ତାଙ୍କର ନିଜର କହିଲେ ଜଣେ ମାତ୍ର ! ତା ଝିଅ ରାଧା l
ଟଙ୍କାର ଅଭାବ ଅନାଟନରେ ନଟ ମଉସା ମୁକାବିଲା କରିପାରି ନାହାଁନ୍ତି l କେଇଟା ଟଙ୍କାରେ ନିଜ ଝିଅ ରଧାକୁ ସେ ବିକ୍ରି କରିଦେଇଛନ୍ତି l ନଟ ମଉସା ସିନା ବିକ୍ରି କରିଦେଇଛନ୍ତି ଦୁଃଖର କୋହରେ ତାଙ୍କ ହୃହୟଟା ଫାଟିପଡୁଛି l କହିବେ ବା କାହାକୁ ସାହି ଭାଇ ଟାଇ ଟାପରାରେ ତାଙ୍କ ହୃଦୟର ଯନ୍ତ୍ରଣା ବଢ଼ିଯାଇଛି l କିନ୍ତୁ ସେ ବା କରିବେ କ'ଣ କଥାରେ ନାହିଁ ଅଜଣା ଜାଗାରେ ଘାଆ ହେଲେ ନା ଦେଖିହୁଏ ନା କାହାରିକୁ ଦେଖାଇ ହୁଏ l ନଟ ମଉସାଙ୍କର ବି ଠିକ୍ ସେଇ ଅବସ୍ଥା ସମସ୍ତେ କୁହନ୍ତି l ଏ ଦେଖରେ ଇଏ ପୁଣି ବାପା ନିଜ ଝିଅକୁ କେଇଟା ଟଙ୍କା ପାଇଁ ବିକ୍ରି କରିଛି l ଦେଖ ଦେଖ ତା ମୁହଁକୁ ଦେଖ ଏମିତି କାମ କରିବା ଆଗରୁ ବିଷ ଖାଇଦେଲୁନି ଛିରେ ନଟ ଛି... l
ଏତିକି ବେଳେ ଏଇ ବାଟ ଦେଇ ସେଇ ଗାଁ ର ଜଣେ ଉଚ୍ଚଶିକ୍ଷିତ ମାନସରଞ୍ଜନ ପଟ୍ଟନାୟକ ଆସୁଥିଲେ l ସେ ଜଣେ କର୍ମରେ (advocate) ଓକିଲ ମାନସ କହିଲା ଆରେ ଏ ନଟ ମଉସା ତୁମେ ସତରେ ଏମିତି କାମ ବାପା ହୋଇ କେମିତି କରି ପାରିଲ l କେଇଟା ଟଙ୍କା ପାଇଁ ତୁମ ଝିଅର ସୁନ୍ଦରତା ସୌନ୍ଦର୍ଯ୍ୟ କୁ ବିକ୍ରି କରିଦେଲ l ପୁଣି ସେ ଜମିଦାର ବାବୁଙ୍କ ପୁଅକୁ !
ନଟ ମଉସା କେତେବା ସହିବ ସେ ଏଥର ତାର ମୁହଁ ଖୋଲିଲା l କହିଲା ଓକିଲ ବାବୁ ବିନା ଯୌତୁକ ରେ ତୁମେ କ'ଣ ମୋ ଝିଅ ରାଧାକୁ ବାହା ହୋଇ ପାରିଥାନ୍ତ l ଚୁପ୍ ରହିଲେ ଓକିଲ ବାବୁ ନଟ ମଉସା କହିଲେ ନାହିଁ ନା ତାହେଲେ କିଏ ବା ମୋ ଝିଅ ରାଧା କୁ ବିବାହ କରିଥାନ୍ତା l ଏତିକି କହି ନଟ ମଉସା ସେଇଠାରେ ହିଁ ଭୂମିଲେ ଲୋଟିପଡିଲେ ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ତା ପରେ ସମସ୍ତେ ନିଜ ନିଜର ଭୁଲି ବୁଝିପାରିଲେ l
ସତରେ ଆଜି ପଯ୍ୟନ୍ତ ଏହି ପୃଷ୍ଟ ଭୂମିରେ ଏମିତି କଳା କଳଙ୍କ ର ଯୌତୁକ ଦାଗ ଲାଗି ରହିଛି l ଏହାକୁ ମୁଁ ମୋର କଳାର କାଳୀରେ ଲିଭାଇ ବାକୁ ଚାହୁଁଚି l ଦୟାକରି ଏପରି କେହିମଧ୍ୟ କରନ୍ତୁ ନାହିଁ l ମୋର ବିଶ୍ବାସ ମୋର ଏହି "କ୍ଷୁଦ୍ର ଗଳ୍ପ" ପଢ଼ିବା ପରେ ସମସ୍ତଙ୍କ ମନରେ ପରିବର୍ତ୍ତନ ଆସିପାରେ ଅଶେଷ ଅଶେଷ ଧନ୍ୟବାଦ l
