STORYMIRROR

Satyanarayan Sahoo

Horror Crime Thriller

3  

Satyanarayan Sahoo

Horror Crime Thriller

ଏକ ବାସ୍ତବ ଭୂତ କଥା

ଏକ ବାସ୍ତବ ଭୂତ କଥା

2 mins
147


ମୁଁ ଛୋଟ ପିଲା ଥିଲାବେଳେ ଥରେ ଅନ୍ୟ ୨-୪ ଜଣ ପିଲାଙ୍କୁ ସାଙ୍ଗରେ ନେଇ ମନ୍ଦିରରେ ଦିଅଁ ପ୍ରତିଷ୍ଠା ଓ ପୂଜା ପାଠ ଦେଖିବା ପାଇଁ କେଉଁ ଏକ ଦୂର ବଜାର ପାଖ ଅଞ୍ଚଳକୁ ଯାଇଥିଲି ।

ଦିନ ସାରା ଆମେ ନିର୍ଭୟରେ ବିଚରଣ କରି ବହୁ ସମୟ ପର୍ଯ୍ୟନ୍ତ ବିତାଇ ସାରି ଗ୍ରାମ ଦେବତୀଙ୍କୁ ସୁମରଣ କରି ଠିକ୍ ସନ୍ଧ୍ୟା ସାଢେ଼ ତିନିଟା ବେଳକୁ ଘର ଅଭିମୁଖେ ଆସୁଥିବା ବେଳେ ଅନେକ ସ୍ଥାନରେ ଅଟକି ରହି ରହି ଫେରିବା ବେଳକୁ ଅନ୍ଧାର ହଇ ଆସୁଥାଏ ।

ଦୂର ବଜାର ଅଞ୍ଚଳ ଅତିକ୍ରମ କରିବା ପରେ କଳା କିଟି କିଟି ଅନ୍ଧାର ରାତି ମାଡ଼ି ଆସିଲା । ଦେହ ଭୟରେ ଶୀତେଇ ଉଠିଲା ।

ହୃଦୟରେ ଅସରନ୍ତି ଉତ୍ସାହର ବାତାବରଣ ସ୍ୱାଭାବିକ ରଖିବା ଆଉ ସମ୍ଭବ ହେଉନଥିଲା । କାହିଁକି ନା କିପରି ଶୀଘ୍ର ଘରେ ଯାଇ ପହଞ୍ଚି ପାରିବୁ , ଏଇ କଥାଟିକୁ ସଭିଙ୍କ ମନ ପ୍ରାଣ ପ୍ରବଳ ଭାବରେ ରେଖା ପାତ କରୁଥାଏ ।

ଏକେ ତ ବନ ପଥ । ପୁଣି ଅମାବାସ୍ୟାର ଅନ୍ଧକାର ରାତି ହାତରେ କେବଳ ଛୋଟ ଟ୍ରଚଟିଏ ଧରି ଦୀର୍ଘ ତିନି ଚାରି କିମି ଦୂର ଅତିକ୍ରମ କରିବା ପାଇଁ ହେବ ।

ମନ ପ୍ରାଣରେ ଗଭୀର ପଶ୍ଚତାପ ଛାଇ ଯାଉଥାଏ ।

କାହିଁକି ଅଯଥାରେ ଏତେ ବିଳମ୍ବ ହେଲା । ସେଥିପାଇଁ ବହୁତ ଦୁଃଖିତ ହୋଇ ପଡ଼ିଲୁ ।

ହେଲେବି ସଭିଏଁ ଉନ୍ମତ୍ତ ପ୍ରାୟ ସାହସ ଧରି ଆଗକୁ ବଢ଼ିବାରେ ଲାଗିଥିଲା ବେଳେ ଅଜାଣତରେ ଜିତୁର ନିଦ ମାଡ଼ି ମାଡ଼ି ଆସି ପରିସ୍ଥିତିକୁ ଆହୁରି ଗମ୍ଭୀର କରି ଦେଲା ।

କାହିଁକି ନା ପଥଟି ସେ ସମୟରେ ନିଛାଟିଆ ଥିଲା ।

ଏବେ କିନ୍ତୁ ସେଠାରେ ଲୋକ ବାକ ଆସି ଘର କରି ରହୁଛନ୍ତି ।

ପ୍ରଥମେ ପ୍ରଥମେ ଆମେ ବିଚଳିତ ହୋଇ ଉଠିଲେ ସୁଦ୍ଧା ପରେ ସାହସ ଧରିଲୁ ।

ତା'ପରେ ସଭିଏଁ ମିଶି ତାକୁ ଧରି ଟେକି ଟେକି ଜୋରରେ ଆଗେଇ ଆସିଲେ । ସେ ଶୋଇବା ଅଭିନୟ କରି ଘୁମାଇ ପଡୁଥାଏ l

ଏହି ପରି ନିଶ୍ଚିନ୍ତ ମନରେ କିଛି ଦୂର ଗଲେ । ଚାଲି ଚାଲି ପାଦରେ ବହୁତ ବହୁତ ବିନ୍ଧା ଦରଜ ଅନୁଭୂତ ହେବା ସହିତ କ୍ରମେ ପିନ୍ଧା ଲୁଗା ପଟା ଝାଳରେ ଓଦା ହୋଇ ଯାଇଥିଲା ।

ହେଲେବି ସବୁକୁ ଭୃକ୍ଷେପ କରି ଅବିରତ ଚାଲି ଆସିଥିବା ବେଳେ କିଛି ଦୂରେ ଏକ ଅଜବ ଲୋକକୁ ଦେଖି ଭାଉଜ କହିଲେ ଆରେ ବେଟା , ରହିଯାଏ ଲୋକଟିକୁ ସାମାନ୍ୟ ଭାବେ ଚାହିଁ ରହିଲେ । ମନ ପ୍ରାଣରେ ଅନିର୍ବଚନୀୟ ଭୟ ଓ ହୃତ କମ୍ପର ଶୀହରଣ ଅନୁଭବ କଲି ମୁଁ କହିଲି ଗଛ ଉପରେ ଲାଇଟ୍ କୁ ପକାଇ ଭଲ ଭାବରେ ଦେଖତ , ଏଇ ସଞ୍ଜବତୀ ଜଳାଇ ବା ବେଳରୁ , ଚୋର, ଦସ୍ୟୁ ଇତ୍ୟାଦି କିବା ଭୂତ ପ୍ରେତ ପିଶାଚ ଡାହାଣୀ କେହି ହେଲେ ହୋଇଥାଇପାରେ । ଭଲ ଭାବରେ ଦେଖ । କେଉଁଠି କାହିଁକି ଏ ଗଛ ଉପରେ ଆଶ୍ରୟ ନେଇଛି ।

ଦେଖିବା ମାତ୍ରେ ସତକୁ ସତ ତାହା ଭୂତ ହିଁ ଥିଲା ।

ସେଇ ବାଟ ଦେଇ ଯାଉଥିବା ବେଳେ ସେ କେହି ତାକୁ ପେଟରେ ଛୁରୀ ମାରି ହତ୍ୟା କରିଥିଲା । ଏ ଘଟଣା ପ୍ରବାହ ଅନେକ ବର୍ଷ ହେଲା ପରେ ମଧ୍ୟ ଏଭଳି ତାର ପ୍ରେତଟି ସେଇ ପଥେ ଜଗି ରହି ଥାଏ । ପରିତ୍ୟକ୍ତ ଭଗ୍ନ ଅବସ୍ଥାରେ ଥିବା କୌଣସି ଏକ ଗୃହରେ ସେ ଦିନ ଯାକ ଆଶ୍ରୟ ନେଇ ଠିକ୍ ସଞ୍ଜ ହେଲେ ଫେରିଆସି ସେ ମରିଯାଇ ଥିବା ସ୍ଥାନରେ ବସି ବା ଠିଆ ହୋଇଥାଏ । ଅନେକ ଲୋକ ତା' ହାବୁଡରେ ପଡ଼ି ପ୍ରାଣ ହରାଇବା ଭଳି ସେମିତି କିଛି ନାହିଁ , କିନ୍ତୁ ତାକୁ ନେଇ ଖୁବ୍ ଅସମ୍ଭାଳ ହୋଇ ଓ ଭୟ ଭୀତ ହୋଇଯାଇଥିବା ବିଷୟ ଲୋକଙ୍କ ମୁଁହରୁ ଅନେକ ସମୟରେ ଶୁଣା ଯାଉଥାଏ ।ଅତୃପ୍ତ ଶରୀରଟାକୁ ନେଇ ସେ ଭୂତ ପ୍ରେତ ସାଜି ଉଭା ହୋଇଛି ବୋଲି କୁହାଯାଏ ।

ପିଲାବେଳେ ଅଙ୍ଗେ ନିଭାଇ ଥିବା ଏ ସତ ଘଟଣା ମନ ପ୍ରାଣକୁ ଆଶଙ୍କା ଆଛନ୍ନ କରି ରଖେ । ମନ ପ୍ରାଣରେ ଏ ବିଷୟରେ ଜାଣିବାକୁ ବହୁ ପ୍ରଶ୍ନ ଉଠି ଥାଏ ।


Rate this content
Log in

Similar oriya story from Horror