Rama chandra Pradhan

Drama Romance

3  

Rama chandra Pradhan

Drama Romance

ଏଇ ବୋଧେ ପ୍ରେମ

ଏଇ ବୋଧେ ପ୍ରେମ

3 mins
12.4K


ଯା'ର ରଙ୍ଗ ଇନ୍ଦ୍ରଧନୁର ସପ୍ତରଙ୍ଗ ଠାରୁ ବି ରଙ୍ଗନ୍ l ଯା'ର ସୁର ସଂଗୀତର ସପ୍ତସୁର ଠାରୁ ବି ଆହୁରି ମନଛୁଆଁ l ଯା'ର ଆକାର ସପ୍ତ ସାଗରର ସୁବିସ୍ତୃତ ବିଶାଳ ଛାତି ଠାରୁ ବି ଚଉଡା l ଯା'ର ରାଗିଣୀ ମତୁଆଲୀ ସାଧବ ବୋହୁର ସୁରିଲା ସୁରିଲା ନାଲିଆ ଅଧର ଠାରୁ ବି ଛନ୍ଦାୟିତ l ଯା'ର ନୀଳିମା ସ୍ବପ୍ନ ସୁନ୍ଦରୀ ନୀଳାମ୍ବୁ ଚିଲିକାର ନୀଳ ବିଚି ଠାରୁ ବି ଗାଢ଼ତା l ଯା'ର ଯନ୍ତ୍ରଣା ଅଗ୍ନିର ଲେଲିହାନ୍ ଶିଖା ଠାରୁ ବି ତେଜିଆନ୍ ଆଉ ଯା'ର ଯଶ ପୃଥିବୀର ସପ୍ତାଶ୍ଚର୍ଯ୍ୟ ତାଜମହଲ୍ ଠାରୁ ବି ଅମର, ଅପରାଜେୟ, ଅଦ୍ବିତୀୟ ଓ ବିଶ୍ୱବିଦିତ l ସେ ଆଉ କିଛି ନୁହେଁ?... ଏକ ଅଜଣା ଆକର୍ଷଣ... ଏକ ଅଜଣା ଅନୁଭୂତି... ଆଉ ଏକ ଅଜଣା ଶିହରଣର ଭାବାନ୍ତର ମାତ୍ର l ଯାହାର ଅନ୍ୟ ନାମ ପ୍ରେମ...ଆଇମନ୍ ଲଭ୍... l

       ସମୟର ଚକା ଭଉଁରୀ ଖେଳ ଖେଳୁ ଖେଳୁ ଅଚାନକ ଏକ ନିରୀହ ଦିଗହରା କପୋତଟିର ଭେଟ ହୁଏ ଏକ ଦୁର୍ବଳ ମୁହୂର୍ତ୍ତରେ ଏକ ଅଜଣା ଅଚିହ୍ନl କପୋତୀଟି ସହ l ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ଠାରେ ଏକ ଅଜଣା ସମ୍ପର୍କର ଅଡୁଆ ସୁତାରେ ଏମିତି ଛନ୍ଦି ହୋଇଯାଆନ୍ତି ଯେ ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଭଲ ପାଇବାରେ ରୂପାନ୍ତରିତ ହୋଇଯାଇଥିଲା l ସେଇ ଦିନଠାରୁ ସେମାନେ ଏକାଠି ବଞ୍ଚିବାର ବଜ୍ର ଶପଥ ନେଇଥାନ୍ତି l ଶୈଶବର ପ୍ରତିଟି ମୁହୂର୍ତ୍ତ ହସଖୁସିରେ ସେମାନେ କଟାଇଦିଅନ୍ତି ଏକ ନିର୍ଜନ ନିଛାଟିଆ ବଣ ମୁଲକରେ ଥିବା ସୁଶୀତଳ ଛାୟାଯୁକ୍ତ ସବୁଜିମା ଘେରା ଶାଳତରୁର ଗହନ ଇଲାକାରେ l ସେଠି ସ୍ୱର୍ଗ ଭାବି ସେମାନେ ଦୁହେଁ ଦୁହିଁକୁ ନେଇ ନାନା ସ୍ବପ୍ନ ଦେଖନ୍ତି l କେତେବେଳେ ସେମାନେ ମନ ପବନ ଘୋଡାରେ ବସି ମେଘ ଝୁଲାରେ ଦୋଳି ଖେଳିଥାନ୍ତି ତ କେତେବେଳେ ଝରଣାର କୁଳୁକୁଳୁ ଜଳଧାରେ କାଗଜଡଙ୍ଗା ନେଇ ଜଳକ୍ରୀଡା କରିବାର ଅଜବ ଖିଆଲ ମନକୁ ଆଣନ୍ତି l ଆଉ କେତେବେଳେ ନୀରୀମାଖି କପୋତୀଟି ଜ୍ୟୋସ୍ନା ବିଧୌତ ପରୀରାଇଜର ପରୀଟେ ସାଜି ପାରିଜାତ ଫୁଲ ପାଖୁଡ଼ାରେ ଜହ୍ନରେ କପୋତଟିର ନାଁ ଲେଖିବାକୁ ଜିଦ୍ ଧରେ l ବାଃ.. ସତରେ କି ଚମତ୍କାର ଭାବନା l     ଇତି ମଧ୍ୟରେ କପୋତଟିର ଦେହରେ ଆଉ କୈଶୋରର ସେ ନିରୀହ ସବୁଜିମା ନାହିଁ l ତା ଦେହର ପ୍ରତି ଶାଖା ଉପଶାଖା ବୟସ ଫୁଲର ବର୍ଣ୍ଣ ବିଭବରେ ଉବୁଟୂବୁ l ଯାହାକୁ ଦେଖିଲେ ସ୍ୱୟଂ ଦେବଦୂତ ବି ଇର୍ଷାନ୍ୱିତ ହୋଇଯିବେ l ଏମିତି ଭାବେ ସେମାନଙ୍କ ସମ୍ପର୍କଟା ବଢି ଚାଲିଲା ଶଶୀକଳା ଭଳି l କିନ୍ତୁ ସେମାନଙ୍କ ସୁଖର ଦିନ ବେଶି ଦିନ ରହିଲା ନାହିଁ l ହଠାତ୍ ସେମାନଙ୍କ ସୁଖର ଭାଗ୍ୟ ଆକାଶରେ ଦୁଃଖର କଳାବଉଦ ଘୋଟି ଆସିଲା l ବିଧିର ବିଧାନ ବଡ଼ ବିଚିତ୍ର l ଅଚାନକ ଦିନେ ପାରିଧି ସମୟରେ ରାଜକୁମାରଙ୍କ ଆଖି ଖୋସି ହୋଇଗଲା ଏଇ ସୁନ୍ଦରୀ ସୁଢ଼ଳନୟନୀ କପୋତୀଟି ଉପରେ l ରାଜକୁମାରଙ୍କ ସୌଖିନି ମନୋବୃତ୍ତି ବୋଧହୁଏ କପୋତୀଟି ପାଇଁ କାଳ ହେଲା l ରାଜକୁମାରଙ୍କ ନିର୍ଦେଶ ପାଇ ସୈନମାନେ ବିଚରା କପୋତଟି ଠାରୁ ତାର ପ୍ରାଣପ୍ରିୟା ସପନରାଣୀକୁ ଜୋର୍ ଜବରଦସ୍ତ ଛଡାଇ ନେଇଗଲେ ରାଜ ନଅରକୁ l ସେଠି ସେ ଅଣନିଶ୍ୱାସୀ ହୋଇଗଲା ନିଜର ପ୍ରିୟ ପୁରୁଷଟିକୁ ଝୁରି ଝୁରି l ରାଜକୁମାରଙ୍କ ସୁନାପଞ୍ଜୁରୀ, ରୁପାଥାଳି ଆଉ ନାନାଦି ପ୍ରକାରର ଖାଦ୍ୟପଦାର୍ଥ ତା' ପାଖେ ନିଷ୍ପ୍ରଭ ହୋଇଗଲା l ତା ମନ କେଉଁଥିରେ ବି ବୁଝିଲାନି l ନିଇତି ନିଜ ମନର ମଣିଷକୁ ଝୁରିଝୁରି ସେ କଣ୍ଟା ହୋଇଗଲା l ନ ଖାଇ ନ ପିଇ ସେ ରୁଗ୍ଣତାକୁ ଆଦରି ନେଲା l ଏପଟେ କପୋତ ବି ତାର ପ୍ରିୟ ବାନ୍ଧବୀର ଫେରନ୍ତା ବାଟକୁ ଚାହିଁ ଚାହିଁ ତା ଆଖିରୁ ପାଣି ମରିଗଲା l ଭାବପ୍ରବଣ ହୋଇ ସେ ଖିଆପିଆ ଛାଡି ଦେଲା l ଫଳରେ ତା ସୁନ୍ଦର ସ୍ୱାସ୍ଥ୍ୟ ଭଗ୍ନ ହୋଇଗଲା l ହେଲେ ବି ତା'ର ଟିକିଏ ସୁଦ୍ଧା ଦୁଃଖ ନ ଥିଲା l କାରଣ ସେ ଏବେ ବି ଅପେକ୍ଷାରତ ବାଟୋଇ !...ତା'ର ସେଇ ଦିଲ୍ ଯାନିୟା କପୋତୀଟି ପାଇଁ... !!

          ଦୀର୍ଘ ଦିନର ସ୍ୱପ୍ନ ଓ ଆଶା ଆଜି ସାକାର ହେଲା କାରଣ ରାଜକୁମାରଙ୍କ ଆଖିରେ ଏବେ ରୁଗ୍ଣ କପୋତୀଟି ଅଲୋଡ଼ା ହୋଇଯାଇଥିଲା l ଫଳ ସ୍ୱରୂପ ସେ ତାକୁ ଆଜି ସବୁଦିନ ପାଇଁ ମୁକ୍ତିର ପଥ ଦେଖାଇଲେ l ମହା ଆନନ୍ଦରେ କପୋତୀଟି ମୁକ୍ତ ଆକାଶରେ ଉଡିବାକୁ ଚେଷ୍ଟାକଲା l କିନ୍ତୁ ବିଚାରି ନିଜ ଭଗ୍ନସ୍ୱାସ୍ଥ୍ୟ ହେତୁ ଉଡିପାରିଲାନି l ତଥାପି ନିଜର ପ୍ରିୟ ପୁରୁଷଟିକୁ ଅତି ପାଖରୁ ଦେଖିବା ପାଇଁ ତା'ର ମନ ଛଟପଟ ହେଲା ଆଉ ତା' ଓଠରେ ବହୁ ଦିନରୁ ସାଇତା ପ୍ରୀତି ଚୁମ୍ବନ ଟାଣି ଦେବାର ଆଶା ତାକୁ ସତେ ଯେମିତି ବେଶ ଶକ୍ତି ପ୍ରଦାନକଲା l ପରିଶେଷରେ ସେ ବହୁ କଷ୍ଟରେ ସେଇ ଅତି ପରିଚିତ ଶାଳତରୁ ପାଖରେ ପହଂଚି ଗଲା ଯେଉଁଠି ତା ମନର ମଣିଷ ରହେ l ଅପେକ୍ଷାରତ କପୋତଟି ଫେରନ୍ତା କପୋତୀଟିର ଆଗମନରେ ନିଜକୁ କୃତାର୍ଥ ମନେକଲା l ଆନନ୍ଦାଶ୍ରୁରେ ତା ଗଣ୍ଡ ଦେଶ ପ୍ଲାବିତ ହୋଇଗଲା l ବାଃ.. କି ଆନନ୍ଦ !..କି ଶାନ୍ତି !!..କି ପରମ ତୃପ୍ତି !!! ସେମାନେ ବୋଧେ ଏଇ ମହାମିଳନକୁକେବେଠୁ ଅପେକ୍ଷା କରିଥିଲେ l ଏଇମିତି ଏକ ବିରଳ ଖୁସି ମୁହୂର୍ତ୍ତରେ ସେମାନେ ଭାବପ୍ରବଣ ହୋଇ ପରସ୍ପର ମଧ୍ୟରେ ଚଞ୍ଚୁକୁଚଞ୍ଚୁରେ ଘଷୁଘଷୁ ଭାରସାମ୍ୟ ହରାଇ ତଳେ ପଡିଗଲେ ଭଗ୍ନ କଳେବର ଯୋଗୁଁ l ଫଳରେ ନିମିଷକ ମଧ୍ୟରେ ସେମାନଙ୍କ ପ୍ରାଣବାୟୁ ଉଡ଼ିଗଲା l ଚାରିଆଡେ ଶୂନ୍ୟତା... ନିରବତା... ଆଉ ହା ହତାଶର ବାତାବରଣ ଖେଳିଗଲା l ବୋଧେ ସଭିଏଁ ଏଇ ପ୍ରେମୀ ଯୁଗଳଙ୍କ ମର ଶରୀର ଦୁଇଟା ପାଇଁ ଶୋକ ସଭାରେ ନିମଗ୍ନ l କେବଳ ଦୂର ଦିଗବଳୟର ନୁଆଁଣିଆ ସିଡ଼ିତଳେ ଅଳସ ରବିର ଲୁଚକାଳି ଖେଳଟା ଦୃଶ୍ୟମାନ ହେଉଥିଲା l ତା' ସାଙ୍ଗକୁ ଏଠାକାର ଶିମିରଣ ଏଇ ଅମର ପ୍ରେମର ବାର୍ତ୍ତାକୁ ଭସା ମେଘର ଡୋଲାରେ ବାଣ୍ଟି ଚାଲିଥିଲା ବୋଧେ ଆଗାମୀ ଦିନର ଆଗନ୍ତୁକ ମାନଙ୍କ ପାଇଁ l ବାସ୍ତବରେ କି ତ୍ୟାଗ, କି ଭଲ ପାଇବା ଆଉ କି ଆକର୍ଷଣ ଥିଲା ଏମାନଙ୍କ ପ୍ରେମରେ...l ଭାବିଲା ବେଳକୁ ବଡ଼ ତାଜୁବ ଲାଗେ ଓ ମନରୁ ସ୍ୱତଃ ବାହାରି ଆସେ "ଏଇ ବୋଧେ ପ୍ରେମ"...ହଁ.. ହଁ.. ଏଇ.. ବୋଧେ.. ପ୍ରେମ... l   


Rate this content
Log in

Similar oriya story from Drama