Rama chandra Pradhan

Others

2.5  

Rama chandra Pradhan

Others

ମାଆ

ମାଆ

2 mins
671


ଯିଏ ହଜି ଯାଇଥିଲେ ଖୋଜେଇ ଦିଏ, ଭାଙ୍ଗି ଯାଇଥିଲେ ଗଢେଇ ଦିଏ, ଖୁଦ କଣିକାରେ ପେଟ ପୁରେଇ ଦିଏ, ପଣତରେ ଢାଙ୍କି ଭୟ ଦୁରେଇ ଦିଏ... ସେ ମାଆ.. କେବଳ ସେ ହିଁ ମାଆ l ଯାହାର "ଆହା " ପଦର ତୁଳନା ନାହିଁ, ଯାହାର ଭଲ ପାଇବାର ପଟାନ୍ତର ନାହିଁ... ସେ ମାଆ.. କେବଳ ସେ ହିଁ ମାଆ l ସେ ମମତାର ମଧୁସ୍ରାବୀ ସ୍ରୋତ, ସେ ଅସରନ୍ତି ସ୍ନେହର ପତିତପାବନୀ ଗଙ୍ଗା ଆଉ ସେ ବାତ୍ସଲ୍ୟ ପ୍ରେମର ସୀମାଆହୀନ ସାଗର l ଯିଏ କିଛି ଲୋଡେନା ଖାଲି ଦେଇ ଚାଲେ, ଯିଏ କିଛି ମାଆଗେନା ଖାଲି ବାଣ୍ଟି ଚାଲେ... ସେ ମାଆ.. କେବଳ ସେ ମାଆ l ଶିଶୁର ଦାରୋଟିରେ ପଉଟୁ ଥିବା ଆଦ୍ୟ ଅକ୍ଷର ମାଆ, ପ୍ରଣବ ଓଁ କାରର ପବିତ୍ର ପ୍ରତିଧ୍ୱନି ମାଆ,ସେ ମାଆ... କେବଳ ସେ ମାଆ l’ମାଆ..ବାସ... କେବଳ ଏତିକି ହିଁ ଯଥେଷ୍ଟ ;ଦୁନିଆର ସବୁ ସୁଖ, ସବୁ ସମ୍ପତି, ସବୁ ଐଁଶୁର୍ଯ୍ୟ ଉଣା ପଡ଼ି ଯାଏ... ସେଇ ଏକାକ୍ଷର ସମ୍ବୋଧନ (ମାଆ ) ନିକଟରେ l କିଏ ବା ତୁଳନୀୟ ଏଇ ମଧୁବୋଳା’ମାଆ ସମ୍ବୋଧନ ସହିତ ! ମାଆ ଡ଼ାକର ମାଆଧୁର୍ଯ୍ୟ ଆଉ ବାରି ହୁଅନି କେଉଁଠାରୁ !! ସେଥିପାଇଁ କୁହାଯାଏ -"ରସଗୋଲା ରସାବଳି, ମାଆ ଡାକ ପରା ତା’ଠୁ ବଳି l " ସେ ସନ୍ତାନ ରଂକୁଣି, ପ୍ରେମ ବାୟାଣୀ ଆଉ ପୁଣି ଶିଶୁର ଅତି ଆପଣାର l

ସଂସାରର ସବୁଠାରୁ ଦାମୀ ଶବ୍ଦଟିଏ ମାଆ l ସବୁଠାରୁ ନିଜର ଲାଗୁଥିବା ଶବ୍ଦଟିଏ ମାଆ l ପୁଅ ଝୁଣ୍ଟି ପଡିଲେ, ଯାହାର କଟା କାଲୀଜା କହେ’ଆହା’ l ସେ ଅସରନ୍ତି ସ୍ନେହ, ଅଫୁରନ୍ତ ମମତା, ଅଦ୍ୟମ ସାହସ ଆଉ ଅସୀମ ଧର୍ଯ୍ୟର ମୂର୍ତ୍ତିମନ୍ତ ପ୍ରତୀକ l ସେ ପ୍ରେମର ସରିତା, କରୁଣାର କସ୍ତୁରୀ ବାତ୍ସଲ୍ୟର ବାୟାଣୀ, କୃପାର ସାଗର ଆଉ ଦୟାର ଦୋରସା l ଖାଲି ସେତିକି ନୁହଁ ସେ ଧରିତ୍ରୀ ପରି ସର୍ବସଂହା, ମରୁତ ଭଳି ଅଟଳ, ନିର ପରି ନିର୍ମଳ, ଗଗନଠୁ ବିଶାଳ, ଅଗ୍ନିଠୁ ତେଜ ଆଉ ବାୟୁଠୁ ବି ଚଞ୍ଚଳ l ବାସ୍ତବରେ ମାଆଠୁ ବଳି ଦୁନିଆରେ ଆଉ କିଛି ନାହିଁ ଲ l ସୃଷ୍ଟି, ସମ୍ଭାବନା ଆଉ ସହନଶିଳତାର ଅନ୍ୟନାମ ହେଉଛି ମାଆ l ସେ ଅତୁଲ୍ୟ, ଅପରାଜେୟ, ମଧୁର ମୂର୍ଚ୍ଛନା ଆଉ ସୁଆଦର ଶିହରଣ l ଓଃ... କି ଶାନ୍ତି... କି ତୃପ୍ତି !

ସେଇ ମମତାମୟୀ ମାଆ ଡାକରେ !! ସତରେ ଯା’ର ମାଆ ନାହିଁ, ତା’ର ସାହା ନାହିଁ l ସେଇ ମାଆଙ୍କୁ ମୋର ଅନନ୍ତକୋଟି ପ୍ରଣାମ l



Rate this content
Log in