Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Rama chandra Pradhan

Romance Tragedy

5.0  

Rama chandra Pradhan

Romance Tragedy

ଖାସ୍ ତୁମ ପାଇଁ ଚିଠିଟିଏ

ଖାସ୍ ତୁମ ପାଇଁ ଚିଠିଟିଏ

3 mins
625


ପ୍ରାଣପ୍ରିୟା ଭୂମି,


ଶୁଣିଛି ଚିଠି କଥା କହେ, କଥା ଦିଏ ଓ କଥା ନିଏ l ଏଇ ଚିଠି କେତେ ବେଳେ ପ୍ରୀତିର ଫଗୁଣ ତ କେତେ ବେଳେ ଫୁଲର ବସନ୍ତ, ଆଉ କେତେ ବେଳେ ରିମଝିମ ବର୍ଷାର

ମତୁଆଲି ଶ୍ରାବଣୀ ତ ପୁଣି କେତେ ବେଳେ ନିଦାଘର ଭୟଙ୍କର କାଳ ବୈଶାଖୀ l ଚିଠି ଯୋଡ଼େ ମନ ସହ ମନ ଓ ପ୍ରାଣ ସହ ପ୍ରାଣକୁ l ପୁଣି କେତେବେଳେ ଛାଡି ଯାଏ ମଧୁର ସ୍ମୃତି ତ ଆଉ କେତେବେଳେ ଆଣି ଦିଏ ପ୍ରତାରଣାର ମାର୍ମିକ ଶବ୍ଦଗୁଚ୍ଛ l ତଥାପି ମୁଁ ନିଜ ନିଃସ୍ୱତାର ଭାଷା ନେଇ ଲୁହ ଭିଜା ଅନ୍ତରରେ ଲେଖୁଛି ଚିଠିଟିଏ l ଜାଣେନା ତୁମେ ପଢିବ କି ନା ସେଦିନର ସେଇ ଗୋଟାକ ଛୋଟ ଭୁଲ ପାଇଁ ତୁମେ ମୋତେ ବହୁ ଦୁରକୁ ଠେଲି ଦେଲ l ମୋ ଜୀବନରୁ ସବୁ ସୁଖ ଲୁଟି ନେଇ ମୋତେ ରଙ୍ଗହିନ ଓ ସ୍ୱାଦହିନ କରିଦେଲ l ଏତେ ପ୍ରାଣଭରି ଓ ହୃଦୟଭରି ଭଲ ପାଇବା ସତ୍ୱେ ମୋ ଆଖିରେ ଭରିଦେଲ ମେଞ୍ଚା ମେଞ୍ଚା ଲୁହ ଆଉ ଛଡେଇ ନେଲ ମୋ ମୁହଁର

ଜ୍ୟୋତ୍ସlୟୀତ ଜହ୍ନ ଇଲାକାରେ ଝିଲମିଲ କରୁଥିବା ଚେନା ଚେନା ହସକୁ l ହେଲେ ମୁଁ ବୁଝି ପାରୁନି ଭୂମି ! ଏ ରାମର ଭଲ ପାଇବାରେ ଏମିତି କଣଟା ଉଣା ହୋଇଗଲା ଯେ ତୁମେ ମୋତେ ଭୁଲି ନିଜକୁ ହଜେଇ ଦେଲ ଆଉ କୋଉ ମାୟାବୀ ପରପୁରୁଷର ଛଳନାମୟ ପ୍ରେମବନ୍ଧନରେ l ତଥାପି.. ତଥାପି ବି ମୁଁ ତୁମକୁ ଭୁଲି ପାରିନି ଏ ଯାଏଁ କି ପାରିବିନି ମଧ୍ୟ l କାହିଁକି ଜାଣ ? ତୁମେ ପରା ମୋ ଧନ, ଧ୍ୟାନ ଆଉ ଚିନ୍ତନ l ତୁମ ପାଇଁ ମୋ ଜୀବନ ଯମୁନା ନଈରେ ଖେଳୁଛି ପ୍ରେମର ଜୁଆର ଆଉ ମୋ ପ୍ରାଣତନ୍ତ୍ରିର ପ୍ରତ୍ୟେକ ରକ୍ତ ବିନ୍ଦୁରେ ତୁମ ଉଦାସି ଓଠର ଶୀତଳ ସ୍ପର୍ଶ l ତୁମେ ସିନା ମୋତେ ଭୁଲିଗଲ, କିନ୍ତୁ ମୁଁ ଆଶା ଛାଡ଼ିନି ତୁମକୁ ନିଜର କରିବା ପାଇଁ.. l


ଆଜି ବି ମୁଁ ଶୀତ ସକାଳର କାକର ଭିଜା ଘାସ ଗାଲିଚାରେ ପୁରୁଣା ସ୍ମୃତିର କାନଭାସ ତୁଳିରେ ତୁମ ଚିତ୍ର ଆଙ୍କୁ ଅଛି l ମତେ ବିଶ୍ୱାସ କର...ଆଜି ବି ରାତି ରାତି ଉଜାଗର ରହି ଶୟନକକ୍ଷର ରେଶମୀ ଶେଜ ଉପରେ ଚେଇଁ ଶୋଇ ଏକା ଏକ ତୁମ କଥା ଭାବୁଛି l ଏବେ ବି ଏ ସ୍ବପ୍ନ ବିଳାସୀ ରାମ ତୁମ ଫେରନ୍ତା ବାଟର ପ୍ରତୀକ୍ଷାରତ ବାଟୋଇ l ହେଲେ ତୁମେ ଏଡେ ସ୍ୱାର୍ଥପର ହୋଇଗଲ କେମିତି !! ଥରୁଟିଏ ବି ବୁଝିଲନି ମୋ ମନ ତଳର ସେଇ ଅକୁହା କଥା !!! ଆରେ ଏବେ ବି ସମୟ ଅଛି.. ଏ ଭୂମି.. ଫେରି ଆସ ପ୍ଲିଜ ତୁମେ ଫେରି ଆସ l ଏବେ ବି ତୁମ ପାଇଁ ମୋ ଅଶାନ୍ତ ହୃଦୟ ଇଲାକାରେ ଅଦିନିଆ ଘୁର୍ଣ୍ଣିଝଡ଼ ସୃଷ୍ଟି ହୁଏ l ଏଇ ଯେମିତି -

"ଜହ୍ନ କାନ୍ଦେ ଆକାଶରେ

କଇଁ ଦେଖି ପାରେନା

ତୋ ବିନା ମୁଁ ଫିକା ଫିକା

ତୁ କାହିଁ ବୁଝୁନା l "


ମୋ ହୃଦୟଭରି ଭଲ ପାଇବା, ଆଶାଭରି ଚାହାଣି ଓ ମୋ ଜୀବନର ଉନ୍ମୁକ୍ତ ପୃଷ୍ଠା ତୁମ ପାଇଁ ଅହରହ ଖୋଲା l ମୁଁ ଜାଣିଛି.. ତୁମେ ଆଉ ଆସିବନି l ତୁମ ପାଇଁ କାହା ଭଲ ପାଇବା ଅପେକ୍ଷା ତୁମ ଅହେତୁକ ଜିଦି, ତୁଛ ଅଭିମାନ ଆଉ ମିଥ୍ୟା ଅଂହକାରର ମୂଲ୍ୟ ଢ଼େର ବେଶି l ହେଲେ ଭୂମି... ତୁମେ କାହିଁ ବୁଝୁନା... ସବୁଦିନ ସମାନ ଯାଏନି l ପରିବର୍ତନର ଢେଉରେ ଏମିତି ସମୟ ଆସିବ ; ତୁମେ ନିଶ୍ଚୟ ଅନୁତାପ କରିବ l ଆଉ ଭୁଲ ରାସ୍ତାରେ ପାଦ ପକାଇ ଥିବା ଯୋଗୁଁ ନିଜକୁ ଶତ ଧିକାର କରିବ, ମୋ ଆବଶ୍ୟକତାକୁ ଅନୁଭବ କରି ଅତୀତର ଆମ ସେଇ ନିସ୍ଵାର୍ଥପର ଭଲ ପାଇବାକୁ ବୁଝିପାରିବ l


ଆଉ.. ତାପରେ ତୁମେ ଫେରି ଆସିବାକୁ ହଜାରେ ଉଦ୍ୟମ କଲେ ମଧ୍ୟ ହୁଏ ତ ସେଇ ଅନନ୍ତ ପ୍ରତୀକ୍ଷା ମଧ୍ୟରେ ମୁଁ ସେତେବେଳେ ନଥିବି !! ତେଣୁ ଶେଷ ନିଷ୍ପତିଟା ତୁମ ହାତରେ l


ଆରେ ହଁ... ଚିଠିପଢ଼ି ସଙ୍ଗେ ସଙ୍ଗେ ଜବାବ ଦେବ... ମୁଁ ତୁମ ଉତ୍ତର ଅପେକ୍ଷାରେ ରହିଲି....


ଇତି,

ତୁମ ହତଭାଗା ପ୍ରେମିକ

ରାମଚନ୍ଦ୍ର



Rate this content
Log in

More oriya story from Rama chandra Pradhan

Similar oriya story from Romance