Rama chandra Pradhan

Romance Others

3  

Rama chandra Pradhan

Romance Others

ସ୍ମୃତିଭିଜା ଚିଠି

ସ୍ମୃତିଭିଜା ଚିଠି

2 mins
14



ପ୍ରାଣପ୍ରିୟା ଭୂମି,


ଶୁଣିଛି ଚିଠି କଥା କହେ, କଥା ଦିଏ ଓ କଥା ନିଏ l ଏଇ ଚିଠି କେତେ ବେଳେ ପ୍ରୀତିର ଫଗୁଣ ତ କେତେ ବେଳେ ଫୁଲର ବସନ୍ତ, ଆଉ କେତେ ବେଳେ ରିମଝିମ ବର୍ଷାର


ମତୁଆଲି ଶ୍ରାବଣୀ ତ ପୁଣି କେତେ ବେଳେ ନିଦାଘର ଭୟଙ୍କର କାଳ ବୈଶାଖୀ l ଚିଠି ଯୋଡ଼େ ମନ ସହ ମନ ଓ ପ୍ରାଣ ସହ ପ୍ରାଣକୁ l ପୁଣି କେତେବେଳେ ଛାଡି ଯାଏ ମଧୁର ସ୍ମୃତି ତ ଆଉ କେତେବେଳେ ଆଣି ଦିଏ ପ୍ରତାରଣାର ମାର୍ମିକ ଶବ୍ଦଗୁଚ୍ଛ l ତଥାପି ମୁଁ ନିଜ ନିଃସ୍ୱତାର ଭାଷା ନେଇ ଲୁହ ଭିଜା ଅନ୍ତରରେ ଲେଖୁଛି ଚିଠିଟିଏ l ଜାଣେନା ତୁମେ ପଢିବ କି ନା ସେଦିନର ସେଇ ଗୋଟାକ ଛୋଟ ଭୁଲ ପାଇଁ ତୁମେ ମୋତେ ବହୁ ଦୁରକୁ ଠେଲି ଦେଲ l ମୋ ଜୀବନରୁ ସବୁ ସୁଖ ଲୁଟି ନେଇ ମୋତେ ରଙ୍ଗହିନ ଓ ସ୍ୱାଦହିନ କରିଦେଲ l ଏତେ ପ୍ରାଣଭରି ଓ ହୃଦୟଭରି ଭଲ ପାଇବା ସତ୍ୱେ ମୋ ଆଖିରେ ଭରିଦେଲ ମେଞ୍ଚା ମେଞ୍ଚା ଲୁହ ଆଉ ଛଡେଇ ନେଲ ମୋ ମୁହଁର


ଜ୍ୟୋତ୍ସlୟୀତ ଜହ୍ନ ଇଲାକାରେ ଝିଲମିଲ କରୁଥିବା ଚେନା ଚେନା ହସକୁ l ହେଲେ ମୁଁ ବୁଝି ପାରୁନି ଭୂମି ! ଏ ରାମର ଭଲ ପାଇବାରେ ଏମିତି କଣଟା ଉଣା ହୋଇଗଲା ଯେ ତୁମେ ମୋତେ ଭୁଲି ନିଜକୁ ହଜେଇ ଦେଲ ଆଉ କୋଉ ମାୟାବୀ ପରପୁରୁଷର ଛଳନାମୟ ପ୍ରେମବନ୍ଧନରେ l ତଥାପି.. ତଥାପି ବି ମୁଁ ତୁମକୁ ଭୁଲି ପାରିନି ଏ ଯାଏଁ କି ପାରିବିନି ମଧ୍ୟ l କାହିଁକି ଜାଣ ? ତୁମେ ପରା ମୋ ଧନ, ଧ୍ୟାନ ଆଉ ଚିନ୍ତନ l ତୁମ ପାଇଁ ମୋ ଜୀବନ ଯମୁନା ନଈରେ ଖେଳୁଛି ପ୍ରେମର ଜୁଆର ଆଉ ମୋ ପ୍ରାଣତନ୍ତ୍ରିର ପ୍ରତ୍ୟେକ ରକ୍ତ ବିନ୍ଦୁରେ ତୁମ ଉଦାସି ଓଠର ଶୀତଳ ସ୍ପର୍ଶ l ତୁମେ ସିନା ମୋତେ ଭୁଲିଗଲ, କିନ୍ତୁ ମୁଁ ଆଶା ଛାଡ଼ିନି ତୁମକୁ ନିଜର କରିବା ପାଇଁ.. l




ଆଜି ବି ମୁଁ ଶୀତ ସକାଳର କାକର ଭିଜା ଘାସ ଗାଲିଚାରେ ପୁରୁଣା ସ୍ମୃତିର କାନଭାସ ତୁଳିରେ ତୁମ ଚିତ୍ର ଆଙ୍କୁ ଅଛି l ମତେ ବିଶ୍ୱାସ କର...ଆଜି ବି ରାତି ରାତି ଉଜାଗର ରହି ଶୟନକକ୍ଷର ରେଶମୀ ଶେଜ ଉପରେ ଚେଇଁ ଶୋଇ ଏକା ଏକ ତୁମ କଥା ଭାବୁଛି l ଏବେ ବି ଏ ସ୍ବପ୍ନ ବିଳାସୀ ରାମ ତୁମ ଫେରନ୍ତା ବାଟର ପ୍ରତୀକ୍ଷାରତ ବାଟୋଇ l ହେଲେ ତୁମେ ଏଡେ ସ୍ୱାର୍ଥପର ହୋଇଗଲ କେମିତି !! ଥରୁଟିଏ ବି ବୁଝିଲନି ମୋ ମନ ତଳର ସେଇ ଅକୁହା କଥା !!! ଆରେ ଏବେ ବି ସମୟ ଅଛି.. ଏ ଭୂମି.. ଫେରି ଆସ ପ୍ଲିଜ ତୁମେ ଫେରି ଆସ l ଏବେ ବି ତୁମ ପାଇଁ ମୋ ଅଶାନ୍ତ ହୃଦୟ ଇଲାକାରେ ଅଦିନିଆ ଘୁର୍ଣ୍ଣିଝଡ଼ ସୃଷ୍ଟି ହୁଏ l 


ମୋ ହୃଦୟଭରି ଭଲ ପାଇବା, ଆଶାଭରି ଚାହାଣି ଓ ମୋ ଜୀବନର ଉନ୍ମୁକ୍ତ ପୃଷ୍ଠା ତୁମ ପାଇଁ ଅହରହ ଖୋଲା l ମୁଁ ଜାଣିଛି.. ତୁମେ ଆଉ ଆସିବନି l ତୁମ ପାଇଁ କାହା ଭଲ ପାଇବା ଅପେକ୍ଷା ତୁମ ଅହେତୁକ ଜିଦି, ତୁଛ ଅଭିମାନ ଆଉ ମିଥ୍ୟା ଅଂହକାରର ମୂଲ୍ୟ ଢ଼େର ବେଶି l ହେଲେ ଭୂମି... ତୁମେ କାହିଁ ବୁଝୁନା... ସବୁଦିନ ସମାନ ଯାଏନି l ପରିବର୍ତନର ଢେଉରେ ଏମିତି ସମୟ ଆସିବ ; ତୁମେ ନିଶ୍ଚୟ ଅନୁତାପ କରିବ l ଆଉ ଭୁଲ ରାସ୍ତାରେ ପାଦ ପକାଇ ଥିବା ଯୋଗୁଁ ନିଜକୁ ଶତ ଧିକାର କରିବ, ମୋ ଆବଶ୍ୟକତାକୁ ଅନୁଭବ କରି ଅତୀତର ଆମ ସେଇ ନିସ୍ଵାର୍ଥପର ଭଲ ପାଇବାକୁ ବୁଝିପାରିବ l




ଆଉ.. ତାପରେ ତୁମେ ଫେରି ଆସିବାକୁ ହଜାରେ ଉଦ୍ୟମ କଲେ ମଧ୍ୟ ହୁଏ ତ ସେଇ ଅନନ୍ତ ପ୍ରତୀକ୍ଷା ମଧ୍ୟରେ ମୁଁ ସେତେବେଳେ ନଥିବି !! ତେଣୁ ଶେଷ ନିଷ୍ପତ୍ତିଟା ତୁମ ହାତରେ l




ଆରେ ହଁ... ଚିଠିପଢ଼ି ସଙ୍ଗେ ସଙ୍ଗେ ଜବାବ ଦେବ... ମୁଁ ତୁମ ଉତ୍ତର ଅପେକ୍ଷାରେ ରହିଲି....




ଇତି,


ତୁମ ହତଭାଗା ପ୍ରେମିକ


ରାମଚନ୍ଦ୍ର


Rate this content
Log in

Similar oriya story from Romance