Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Debabrata Barik Debunu

Romance

2  

Debabrata Barik Debunu

Romance

ଏ ହୋଲି ତୁମ ସ୍ୱପ୍ନରେ...

ଏ ହୋଲି ତୁମ ସ୍ୱପ୍ନରେ...

3 mins
334


ତୁମ ପୁରିଲା ଢଳ ଢଳ ରୁପ ଯୌବନ ଦେଖି ମୁଁ ଭଲ ପାଇନଥିଲି । ବାସ୍ ତୁମ ନୀରିହ ସରଳ ଆଖିରେ କି ପ୍ରକାର ଯାଦୁ ଥିଲା କେଜାଣି ପ୍ରଥମ ଦେଖାରେ ତୁମେ ମତେ ଭଲ ଲାଗିଲ । କଳାନାଗ ପରି ଝୁଲୁଥିବା ତୁମ ଲମ୍ବା ବେଣୀ ମୋତେ ମନ୍ତ୍ରମୁଗ୍ଧ କରି ଟାଣି ନେଇଥିଲା ତୁମ ପାଖକୁ । ତୁମର ସେହି ନୀରିହ ଆଖିରେ ମୁଁ ଦେଖି ପାରିଥିଲି ଭିନ୍ନ ଏକ ଦୁନିଆ । ଯେଉଁ ଦୁନିଆରେ ଭରି ରହିଥିଲା ପ୍ରେମର ଗୋଲାପ, ସ୍ନେହର ଶତାଧିକ ତରଙ୍ଗାୟିତ ଢେଉ ଓ ବିଶ୍ବାସର ନୀଳ ସବୁଜିମାରେ ଭରା ଉଦ୍ୟାନ । ଯାହା ତୁମକୁ ଦେଖିବା ପରେ ମୁଁ ନିଜକୁ ତୁମ ପାଖେ ମନେ ମନେ ସମର୍ପି ଦେଇଥିଲି । ଆଖିରେ ଆଖିରେ ମୁଁ ତୁମକୁ ସ୍କାନ କରି ଛାପି ଦେଇଥିଲି ହୃଦୟର ଗଭୀରତମ ପ୍ରଦେଶରେ । ପ୍ରଥମ ଦେଖାରେ ମନେ ମନେ ଗଢି ସାରିଥିଲି ତୁମ ସହିତ ଜନ୍ମ ଜନ୍ମାନ୍ତର ସମ୍ପର୍କ । ପ୍ରଥମ ଦେଖା ଓ ଦୁଇ ପଦ ଫୁଲେଇ କଥାରେ ଲାଗିଥିଲ ଅତି ଆପଣାର । ସତେ ଯେମିତି ଏବେ ନୁହେଁ, ବହୁତ ପୂର୍ବରୁ ଆମେ ଦୁହେଁ ପରିଚିତ । କଲେଜ୍ ରେ ପଢିବା ସମୟରେ ମୁଁ ତୁମ ପ୍ରେମ ରେ ଥରେ ନୁହଁ ବହୁ ଥର ପଡିଛି କେମିତି କହିବି ଭଲ ପାଏ ବୋଲି। ସେ ଦିନ ର କଥା ଆଜି ବି ମୋର ମନେ ଅଛି 

କଲେଜ କ୍ୟାମ୍ପସ ଭିତରେ ପଶିବା ମାତ୍ରେ ମୋ ଅଜଣାରେ ହଠାତ୍ ତୁମ ସହ ଧକ୍କା ହୋଇଯାଇଥିଲା ମୁଁ କହିଥିଲି "ଆଇ ଆମ ରିୟଲି ସରି' । ତୁମେ ମୋର ମନଭାବକୁ ବୁଝିପାରି କହିଥିଲ "ହଁ ଏମିତି ବେଳେ ବେଳେ ଅଜାଣତରେ ହୋଇଯାଏ' । ପୁଣି ଦାନ୍ତ ଚାପି ଚାପି ତୁମେ ହସିଦେଇ ଚାଲିଯିବା ପୂର୍ବରୁ ମୁଁ ପଚାରିଥିଲି ତୁମ ନାଁ କଣ ? ପୁଣି ଫିକ୍ କରି ହସିଦେଇ କହିଥିଲ ବର୍ଷା । ତାପରେ ତୁମେ ଚାଲି ଯାଇଥିଲ ଓ ମୁଁ ଅପଲୋକ ନୟନରେ ତୁମ କଳା ନାଗ ପରି ଲମ୍ବା ବେଣୀକୁ ଦେଖି ଚାଲିଥାଏ, ଯେପର୍ଯ୍ୟନ୍ତ ମୋ ଆଖିର ଲେନ୍ସ ତୁମକୁ ଧରି ପାରିଛି । ପରେ ଜାଣିବାକୁ ପାଇଲି ତୁମେ + 2 କଳା ସଂସ୍କୃତି ଛାତ୍ରୀ ଯାହା ମୋ ମନରେ ପ୍ରଶ୍ନ ସୃଷ୍ଟି କରିଥିଲା ଆମ ସହିତ ଆମ କଲେଜ ରେ ପଢୁଛି ଅଥଚ ମୁଁ ଦେଖିନି କି ଜାଣିନି । ତୁମକୁ ଦେଖିବା ପରେ ମୁଁ ନିଜକୁ ଯେତିକି ଭୁଲି ଭୁଲି ଯାଉଥିଲି, ସେତିକି ପଡି ଯାଉଥିଲି ତୁମ ପ୍ରେମରେ । ପୁଣି କଲେଜ ପଡିଆରେ କ୍ରିକେଟ ଖେଳରେ ଆମେ ଜିତିବା ପରେ ତୁମର ସେ ଖିଲିଖିଲି ହସ ମୋ ହୃଦୟ ଭିତରେ ଏକ ସୁନା ର ଘର ଗଢି ଦେଇଥିଲି ତୁମ ପାଇଁ । ଖୁସିରେ ଯେତେବେଳେ ତୁମେ ହେଣ୍ଡସେକ୍ କରିବା ପାଇଁ ହାତ ବଢାଇଲ ମୁଁ ଖୁସିରେ ଆତ୍ମଭରା ହୋଇ ଯାଇଥିଲି ।

ତୁମର ସେହି ଲାଜୁଆ ଚାହାଣୀରେ ମୋ ଖୋଲା ହୃଦୟରେ ରଙ୍ଗ ର ରଙ୍ଗିନ ସ୍ଵପ୍ନ ଯାହା ଥିଲା କାଳ୍ପନିକ । ତୁମ ଚିତ୍ରପଟ ଟି ମୋ ଆଖିର ଲେନ୍ସରେ ସବୁଦିନ ପାଇଁ ଛାପି ହୋଇ ଯାଇଥିଲା ଏକ ପ୍ରେମ କାହାଣୀ। ଜଣେ ଜଣଙ୍କୁ ନ ଦେଖି ରହିବା ସମ୍ବବ ନଥିଲା। ଆମ ଦୁହିଁଙ୍କ ଅଜାଣତରେ ଆମେ ଦୁଇ ପାଦ ଆଗକୁ ଚାଲି ଯାଇଥିଲେ। ଭଲ ପାଇ ବସିଥିଲେ ଜଣେ ଜଣଙ୍କୁ। ତୁମେ ମୋ ଜିବନରେ ଭରି ଦେଲ ପ୍ରେମର ଅନେକ ରଙ୍ଗ । ପ୍ରୀତି ଭରା ଏ ସମ୍ପର୍କରେ ଆସିଯାଇଥିଲା ରଙ୍ଗ ର ପର୍ବ ହୋଲି ତୁମେ ଆସି ମୋ ଦେହ ରେ ଭରି ଦେଲ ଅନେକ ରଙ୍ଗ। ଆଉ ଇନ୍ଦ୍ରଧନରୁ ବାଘନିଶହନାଲା ପରି ସାତ ରଙ୍ଗରେ ମୋ ଦେହରେ ରଙ୍ଗୀନ କରିଦେଲ । 

ପ୍ରତି ବଦଳରେ ମୋ ଠାରୁ କିଛି ଆଶା କରୁଥିଲ। ସେତେବେଳେ ମୋ ପାଖେ ସବୁ ରଙ୍ଗ ସରିଯାଇଥିଲା.

ସେଇ ସମୟରେ ମୋ ପାଖରେ ଥିଲା କିଛି ନାଲି ରଙ୍ଗର ଅବିର ।

ମୁଁ ସଙ୍ଗେ ସଙ୍ଗେ ଅବିର ମୁଠାଏ ଆଣି ବୋଳି ଦେଲି ତୁମ ଗୋରା ମୁହଁରେ ନାଲି ରଙ୍ଗରେ ରଙ୍ଗିନ କରିବା ପାଇଁ।

ମୁଁ କଣ ଛାଡିବାର ପିଲା । ମୋ ଠାରୁ ଖସି ଯିବା ପୂର୍ବରୁ ତୁମକୁ ଭିଡିକି ଧରିଲି ମୋ ଏ ବହୁ ରେ ।

ହେଲେ ଏ କଣ ଘଟିଲା। ମୁହଁରେ ନବୋଳି ତୁମ ସିନ୍ଥିରେ ମୁଠାଏ ଲଗେଇ ଦେଲି। ଏଥର ପ୍ରିୟା ମୋର ବହୁତ ସୁନ୍ଦରୀ ଦିଶୁଛି । କିନ୍ତୁ ମୁଁ ଜାଣିନଥିଲି,ସେଇଟା ରଙ୍ଗ ର ଅଭିର ନୁହେଁ ସେ ଥିଲା ସତ ସତିକା ସିନ୍ଦୂର। 

ଆରେ ଆରେ ତୁମେ ଏ କଣ କଲ ଅବିର ବଦଳରେ ସତ ସତିକା ସିନ୍ଦୂର ଲଗେଇ ଦେଲ ଠିକ୍ ଏ ସମୟରେ ମୁଁ ଦେଖୁଥିବା ସୁନେଲୀ ସ୍ୱପ୍ନ ର ନାୟିକା କୁଆଡେ ଉଭାନ ହେଇଗଲା ମୋ ସ୍ୱପ୍ନ ରାଇଜରୁ। ବୋଉ ପାଖରେ ବସି କହୁଛି ଆରେ କଣ ବାଉଳି ହେଉଛି କିଛି ଖରାପ ସ୍ୱପ୍ନ ଦେଖିଲୁ କି। ମୁଁ ମୁଣ୍ଡ ଟୁଙ୍ଗାରି ଚାଲି ଗଲି। ଏ ବୋଧେ ଭଗବାନ ଙ୍କର ଆଶିର୍ବାଦ ଥିଲା କି ଅଭିଶାପ ମୁଁ ଜାଣି ପାରିଲି ନାହିଁ....ମୁଁ ମନେ ମନେ ଭଲ ପାଉଥିବା ଝିଅ କୁ ସ୍ଵପ୍ନ ରେ ଦେଖିଲି କେତେ କଣ କଥା ହେଲି ସେ ଯାହା ବି ହେଉ। ଆଗକୁ କିଛି ନୂଆ ଆଉ ଭଲ ହେବ ବୋଧେ। 


ନୂଆ ଜୀବନ ଟେ

ଗଢିବି ତୋ ସାଥେ

ଖେଳିବି ତୋ ସହ ହୋଲି

ସଫେଦ ଶାଢ଼ୀ ରେ

ବୋଳିଦେବି ପ୍ରିୟା

ଲକ୍ଷେ ଫଗୁଣର ନାଲି


Rate this content
Log in

More oriya story from Debabrata Barik Debunu

Similar oriya story from Romance