ଦୂର ହାଉସ
ଦୂର ହାଉସ
ସୂଚି ଯେବେ ନୁଆବୋହୁ ହୋଇ ଆସିଥିଲେ, ତାଙ୍କ ଶାଶୁଘରେ ସମସ୍ତେ ଦାଣ୍ଡଡିଆଁ ଘରକୁ ଯିବା ଆସିବା କରନ୍ତି। ସ୍ଵାମୀ ମଧ୍ଯ ସେହି ଘରେ ବେଶୀ ସମୟ କଟାଇଥାନ୍ତି ତ ସୂଚି ଶାଶୁଙ୍କୁ ପଚାରିଥିଲେ, ଆମର ଗୋଟେ ଦୂର ହାଉସ ଅଛିକି? ଶାଶୁ ଅବୁଝା ଆଖିରେ ଚାହିଁ ଥିଲେ ସୂଚିଙ୍କୁ ତ ବୁଝିପାରି, ଶାଶୁଙ୍କୁ ସୂଚି କହିଥିଲେ, ଏଇ ଦାଣ୍ଡଡିଆଁ ଘର କଥା ପଚାରୁଥିଲି ମାଆ !
ସୁଯୋଗ ଦେଖି ସନ୍ଧ୍ୟା ପରେ ଶାଶୁ ନେଇଯାଇଥିଲେ ସୂଚିଙ୍କୁ ଦାଣ୍ଡଡିଆଁ ଘରକୁ, ଯାହାକୁ ନେଇ ଅନେକ ବିସ୍ମୟ ଥିଲେ ବି ସୂଚୀ ଯେ ସାହିର ଦୁଇପଟ ଘରଥାଇ ରାସ୍ତା ଯାଇଥାଏ। ଏଠାରେ ମୂଳ ଘର ଆଗରେ ରାସ୍ତା ଟପି ଠିକ ସାମ୍ନାରେ ଆଉ ଗୋଟେ ଘର, ଯୋଉଠିକୁ ଯିବାକୁ ରାସ୍ତା ବା ଦାଣ୍ଡ ଟପି ଯିବାକୁ ପଡୁଥିବାରୁ ତାହା ଦାଣ୍ଡଡିଆଁ ଘର ନାମରେ ପରିଚିତ।
ସାନଭାଇର ଦେହାଖରାପ ହେଲାତ ,ସ୍ଵାମୀଙ୍କ ସଙ୍ଗେ ବାପା ଚାକିରୀ କରୁଥିବା ସେହି ଅଫିସର କ୍ୱାଟର ଯୋଉଠି ସୂଚୀଙ୍କ ପାରିବାର ରୁହନ୍ତି ଓ ସେହି କ୍ୱାଟର ସାମ୍ନା ରାସ୍ତା ଟପି ଥିବା କ୍ୱାଟର ମଧ୍ଯ, ସୂଚୀଙ୍କ ବାହାଘର ଠାରୁ ବାପାଙ୍କ ହସ୍ତଗତ ରେ ଥାଏ, ଯାହାକୁ ବାପା ଦୂର ହାଉସ କହିଥାନ୍ତି। ନିଜ କ୍ୱାଟର ଘରେ ସାନଭାଇ ନରହି ଥାଏ ସେହି ଆଗ କ୍ଵଟର ରେ ଓ ସେଠି ସାଲାଇନ ଇତ୍ୟାଦି ଲାଗିଥାଏ।
ସୂଚି ବ୍ୟସ୍ତ ହୋଇପଡିଲେ ସାନଭାଇର ଏମିତି ଅବସ୍ଥାରେ। ଶ୍ୟାମାକାଳୀଙ୍କ ନାମରେ ଫୁଲ ତୁଳସୀ ଓ ଦୀପ ବସାଇବା ପାଇଁ ପଇସା, ସାନଭାଇ ମୁଣ୍ଡ ତଳେ ରଖିବା ପରେ, ସୂଚିଙ୍କର ଘରୋଇ ଡାକ୍ତର ଦିବ୍ୟସିଂହ ମିଶ୍ରଙ୍କ ତତ୍ବାବଧାନରେ ସୂଚିଙ୍କ ସାନଭାଇ ଶମାକାଳୀଙ୍କ କରୁଣାରୁ ଭଲ ହୋଇ, କଲେଜ ଯିବା ପର୍ଯ୍ୟନ୍ତ ସୂଚି ବାପାବୋଉଙ୍କ ପାଖରେ ଥାନ୍ତି। ସ୍ଵାମୀ ମଝିରେ ମଝିରେ ଯିବା ଆସିବା କରନ୍ତି। ସେଥର ଆସି, ସୂଚିଙ୍କୁ ନଦେଖି କୁଆଡ଼େ ଯାଇଛି ପଚାରିବାରେ, ଶଳା ଶାଳୀମାନେ ସୂଚି ଅର୍ଥାତ ଅପା ଦାଣ୍ଡଡିଆଁ ଘରେ କହି ଠୋ ଠୋ ହସୁଥିଲେ।