Pramila Sahoo

Inspirational Fantasy

2  

Pramila Sahoo

Inspirational Fantasy

ଦୁଇ ବନ୍ଧୁ

ଦୁଇ ବନ୍ଧୁ

10 mins
7.1K


ଗୋଟିଏ ଅରଣ୍ୟ ଥିଲା ତାହା ନା ସୁନ୍ଦରୀ ଅରଣ୍ୟ। ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଆଉ ଫୁଲ ଫଳରେ ଅରଣ୍ୟ ହସି ଉଠୁଥିଲା । ସେହିଠାରେ ଗୋଟିଏ ମୂଷା ରହୁଥିଲା ତାହାର ନା ରାଜା । ସିଏ କାହା ସାଙ୍ଗରେ ସାଙ୍ଗ ହୁଏ ନାହିଁ କି ତାହା ସାଙ୍ଗରେ କିଏ ବି ସାଙ୍ଗ ହୁଅନ୍ତିନାହିଁ । ତାହାର ଦୁଃଖ ଆଉ ସୁଖ ସବୁ ଏ ଗଛଲତା ଆଉ ଫୁଲ ସହିତ କଟାଏ । ସିଏ ସବୁଦିନ ଆସି ଗୋଟିଏ ସୁନ୍ଦର ଫୁଲ ଗଛମୂଳେ ବସେ । ଦିନେ କଣ ହୋଇଛି ନା ଗୋଟିଏ ବିଭିନ୍ନ ରଙ୍ଗର ପ୍ରଜାପତି ଆସି ଫୁଲରେ ବସିଲା । ଏବଂ ସେ ପ୍ରତିଦିନ ଆସିଲା ସେଠାକୁ । ଏହା ଦେଖି ରାଜା (ମୂଷା) ପଚାରିଲା ପ୍ରଜାପତିକୁ ତୁମର ନା କଣ । ପ୍ରଜାପତି କହିଲା ମୋ ନା ପରୀ ଆଉ ତୁମ ନା ମୂଷା କହିଲା ମୋ ନା ରାଜା । ଦୁହେଁ ବହୁତ ଭଲ ସାଙ୍ଗ ହୋଇ ଗଲେ । ପ୍ରତିଦିନ ଆସି ସେହି ଫୁଲ ଗଛମୂଳରେ ଦେଖା କରନ୍ତି । କିନ୍ତୁ ସବୁବେଳେ ରାଜା ପ୍ରଥମେ ଆସିକି ପରୀକୁ ଅପେକ୍ଷା କରିବ ସେ । ଏମିତି ୫ଦିନ ବିତିଗଲାଣି ହେଲେ ପରୀର ଦେଖା ନାହିଁ । ରାଜା ମନ ଭାରି ଦୁଃଖ । ତାହା ପରଦିନ ସକାଳୁ ଆସି ଗଛମୂଳରେ ବସିଥାଏ । ପରୀ ଆସିଲା ତାଙ୍କୁ ଦେଖି ରାଜା ମୁହଁରେ ହସ ଭରିଗଲା । ଆଉ ପରୀକୁ ପଚାରିଲା କଣ ପାଇଁ ଆସୁନଥିଲ । ପରୀ କହିଲା ମୋର ଦେହ ଭଲ ନଥିଲା ସେଥିପାଇଁ । ରାଜା କହିଲା ତୁମେ କେବେ ମତେ ଅପେକ୍ଷା କର ଜାଣିପାରିବ ଅପେକ୍ଷା କଲେ କେତେ କଷ୍ଟ ହୁଏ । ପ୍ରତିଦିନ ଦୁହେଁ ସାଙ୍ଗ ହୋଇ ଖେଳନ୍ତି । ଏମିତି କିଛି ଦିନ ବିତିଗଲା । ସେତେବେଳେକୁ ସନ୍ଧ୍ୟା ହୋଇ ଆସିଲାଣି ପରୀ କହିଲା । ରାଜା ମୋର ଆଜି ଘରକୁ ଯିବା ପାଇଁ ଇଚ୍ଛାହଉନି । କାହିଁକି ପରୀ ଆମେ ତ କାଲି ପୁଣି ସାଙ୍ଗ ହବା । ପରୀ ତୁମେ ଯାଅ ତୁମ ମା ଅପେକ୍ଷା କରିଥିବେ । ତାହା ପରେ ପରୀ ସେଠାରୁ ପଳାଇ ଗଲା । ସେଠାରେ ଗୋଟିଏ ବିଲେଇ ଲୁଚିକି ବସିଥିଲାସେ ରାଜାକୁ ଖାଇ ଦେଇ ମୁଣ୍ଡ ଆଉ ହାଡ଼ ଛାଡି ଦେଇ ପଳାଇ ଆସିଲା । ତାହା ପରଦିନ ସକାଳୁ ପରୀ ଖୁସିରେ ଆସି ଦେଖିଲା ରାଜା ଫୁଲ ଗଛମୂଳରେ ନାହିଁ । ଏମିତି ୩ଦିନ ହୋଇ ଗଲା ରାଜାର ଦେଖା ପାଉନି । ପରୀର ହୃଦୟ କାନ୍ଦି ପକେଇଲା । ଭାବିଲା ବୋଧହୁଏ ସେ ମୋ ଉପରେ ରାଗିଛି ସବୁବେଳେ ମତେ ଆସି ପ୍ରଥମେ ଅପେକ୍ଷା କରେ । ପରୀ କହିଲା ମୁଁ ଜାଣିଛି ରାଜା ତୁମେ ଫୁଲଗଛର ଆରପଟରେ ଲୁଚିଛ । ପରୀ ଯାଇକି ଦେଖେ ତ ରାଜାର ମୁଣ୍ଡ ଆଉ ହାଡ଼ । ପରୀର ଆଖିରୁ ଲୁହ ଝରି ଗଲା ଆଉ ସେ ଯାଇ ରାଜାର

ମୁଣ୍ଡ ଉପରେ ବସିଲା । ଶେଷରେ ପରୀ ମଧ୍ୟ ସେହିଠାରେ ଜୀବନ ତ୍ୟାଗ କରି ଦେଲା ।


Rate this content
Log in

Similar oriya story from Inspirational