ଦୃଷ୍ଟିଭଙ୍ଗୀ
ଦୃଷ୍ଟିଭଙ୍ଗୀ
ଭାରତ ଦେଶ ସବୁଠାରୁ ଶ୍ରେଷ୍ଠ ଓ ତାର ଇତିହାସ ମଧ୍ୟ ଶ୍ରେଷ୍ଠ.କନୌଜ ରାଣୀ ଙ୍କ ଫୋଟୋ ଦେଖି ଆଜି ଵି ମନେପଡେ ସେଇ ମହମ୍ମଦ ଘୋରୀ ଙ୍କ ଭାରତ ଆକ୍ରମଣ ସହିତ କନୌଜ ର ରାଣୀ ପଦ୍ମିନୀ ଙ୍କୁ ଦେଖିବାର ଲୋଭ ଯୋଗୁଁ ସେ ରାଣୀ ପଦ୍ମିନୀ ଙ୍କୁ ଦେଖିବାକୁ ଚାହିଁ ଥିଲେ ହେଲେ ଭାରତୀୟ ନାରୀ କେବେ ଅନ୍ୟ ପୁରୁଷର ବଶତା ସ୍ୱୀକାର କରେ ନାହିଁ କି ପରପୁରୁଷ ଆଗକୁ ଯାଏ ନାହିଁ ତ ରାଣୀ ନିଜେ ନୁଁହଁ ବରଂ ଦର୍ପଣ ଭିତରେ ରାଣୀ ପଦ୍ମିନୀଙ୍କ ଫୋଟୋ ଦେଖିଥିଲେ ମହମ୍ମଦ ଘୋରୀ. ସେମିତି ଆଉ ଜଣେ ରାଣୀ ଲଷ୍ମବାଇ, ଯିଏ ନାରୀ ହୋଇ ଵି ଦେଶ ମାତୃକାର ରକ୍ଷା ପାଇଁ ଯୁଦ୍ଧ କରିପାରେ. ପୁଣି ଯିଏ ଗୁହାରି ଶୁଣିବା ପାଇଁ ଟାଙ୍ଗିଥିବା ଘଣ୍ଟି ଶବ୍ଦ ଶୁଣି ଦେଖିଥିଲେ ଗାଈଟିଏ ଯୁବରାଜ ଙ୍କ ଉପରେ ଅଭିଯୋଗ ଆଣିଛି. ଯୁବରାଜ ରଥ ଚଢ଼େଇ ତା ବାଛୁରୀ କୁ ମାରିଛନ୍ତି. ରାଣୀ ଲଷ୍ମବାଇ ଗାଈ କୁ ନ୍ୟାୟ ଦେବା ପାଇଁ ନିଜେ ରଥ ଚଢି ଯୁବରାଜ ଙ୍କୁ ମଡ଼ାଇ ଉପଯୁକ୍ତ ଶାସ୍ତି ଦେବାକୁ ପଛେଇ ନଥିଲେ. ସେଦିନ ଗାଈଟିର ପ୍ରତିବାଦ ରେ ରାଜପୁତ୍ର ରକ୍ଷା ପାଇଯାଇଥିଲେ ସତ ହେଲେ ଆଜି ସେହି ରାଣୀ ଲଷ୍ମୀବାଇ ଙ୍କ ଫୋଟୋ ଦେଖିବାକୁ ସମସ୍ତେ ବ୍ୟାକୁଳ. ଭାରତ ମାତା କୋଳରେ ଜନ୍ମ ଗ୍ରହଣ କରିଥିବା ପ୍ରତ୍ୟେକ ନାରୀ ନିଜ ଦେଶର ସମ୍ମାନ, ନିଜ ଦେଶର ଗର୍ବ ଓ ଗୌରବ ରକ୍ଷା କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ. ସେହି ରାଣୀ ମାନଙ୍କୁ ଦେଖିବାକୁ ଓ ତାଙ୍କ ଫଟୋ ସବୁକୁ ବିସ୍ଲେସଣ କରିବାକୁ ଆର୍ଟ ଗ୍ୟାଲେରୀ ଭିତରେ ପ୍ରବେଶ କରି ଦେଖିଲି ମୋନାଲିସା ଙ୍କ ଚିତ୍ରପଟ. ଆଉ ସେ ଦିଶୁଥିଲେ ରାଣୀ ପରି ଓ ତାଙ୍କ କାଳଜୟୀ ହସ ର ଅର୍ଥ କାହାକୁ ଠିକ ରୂପେ ମାଲୁମ ବା ଜଣା ନଥିବା ବେଳେ ସତେ ଯେମିତି ସେ କହୁଥିଲେ ନାରଟିଏ, ହେଉ ଓଡିଶାର ଅବା ଭାରତର ଅବା ଇଣ୍ଡୋନେସିଆ ର କିନ୍ତୁ ତାକୁ ମର୍ଯ୍ୟଦା ରଖିବାର କୌଶଳ ଜଣା. ଠିକ ମୋନାଲିସାଙ୍କ ହସ ପରି.
ଏକଥା ଶୁଣି ସ୍ୱାମୀ କହିଥିଲେ ତାର ଅର୍ଥ ତୁମେ କହିବାକୁ ଚାଁହଁ ଯେ ମୋନାଲିସା ଙ୍କ ହସ ର ଅର୍ଥ ନାରୀ ଯେଉଁ ଦେଶର ହେଉନା କାହିଁକି ସେ ତା ନିଜର, ପରିବାରର, ରାଜ୍ୟର ତଥା ଦେଶର ଗର୍ବ ଓ ଗୌରବ ରୂପେ ସମ୍ମାନ ଦେଇ ଜାଣେ ଓ ନିଜ ସମ୍ମାନ ରଖି ଜାଣେ.ପୁଣି ସ୍ୱାମୀ କହୁଥିଲେ କିନ୍ତୁ ଆଜିଯାଏଁ ଅନୁସନ୍ଧାନ ଚାଲିଛି ଯେ ଲିଓ ନାର୍ଡ ଦା ଭିନ୍ସ ଆଙ୍କିଥିବା ମୋନଲିସା ଙ୍କ ହସରେ କି ଅର୍ଥ ଅଛି. ତେବେ ତୁମେ ଏପରି କହିଲେ କିଏ କଣ ତାକୁ ମାନି ନେବ!. ହଁ ସତ ଓ ଠିକ କହିଛ. କେହି ମାନିବନି ଏଇଥିପାଇଁ କି ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ ପ୍ରତ୍ୟେକ ଙ୍କର ପ୍ରତ୍ୟେକ ଙ୍କ ଠାରୁ ଅଲଗା ଅଲଗା. ପୁଣି ସ୍ଥାନ କାଳ ଓ ପାତ୍ର ନେଇ ଭିର୍ନ୍ନ ଭିର୍ନ୍ନ. ସ୍ୱାମୀ ପଚାରଥିଲେ କେମିତି!କେମିତି ଆଉ କଣ?ଚିଲିକା କୁ ରେଳ ଗାଡି ଭିତରୁ ଦେଖି ଗୋପବନ୍ଧୁ ଚମତ୍କୃତ ହୋଇ ଲେଖିଲେ ରହ ରହ କ୍ଷଣେ ବାଷ୍ପୀୟ ଶକଟ... ଦେଖିବି ଚିଲିକା ଚାରୁ ଚିତ୍ରପଟ. ସେମିତି ରାଧାନାଥ ମଧ୍ୟ ବିମୋହିତ ହୋଇ ଚିଲିକା ସୌନ୍ଦର୍ଯ୍ୟ ରେ କେତେ ଉପମା ଓ ଅଳଙ୍କାର ଖଞ୍ଜି ଦେଲେ ଚିଲିକା କୁ. ତୁମେ କିନ୍ତୁ ଚିଲିକା କୂଳ ପୁତି ଗନ୍ଧ ଯୁକ୍ତ କହି ଚାଲିଆସିଥିଲ ଆଉ ମୁଁ ମଧ୍ୟ ବାନ୍ତି କରିପକେଇ ଥିଲି.ମାଛ ଚୁଙ୍ଗୁଡ଼ି ତଥା ପକ୍ଷୀ କୂଳ ଙ୍କ ମଳସମୂହ ଗନ୍ଧରେ. କବି କିନ୍ତୁ ଲେଖିଯାଇଛନ୍ତି ଏ ମରାଳ ମାଳିନୀ ନୀଳାମ୍ବୁ ଚିଲିକା... ନା ନାହିଁ!
ସେତେବେଳକୁ ଆର୍ଟ ଗ୍ୟାଲେରୀ ପାଖେ ପହଁଞ୍ଚି ଯାଇଥିଲୁ ଆମେ ଦୁଇ ସ୍ୱାମୀ ସ୍ତ୍ରୀ. ସମସ୍ତେ ତଳେ ରକ୍ଷାଯାଇଥିବା ଚିତ୍ର ପଟ ଟି ଉପରେ ହାମ୍ବୁଡେଇ ପଡି କହୁଥିଲେ ବାଃ ବାଃ କି ସୁନ୍ଦର. ଆଙ୍କି ଥିବା ଚିତ୍ରପଟର ଚିତ୍ରକର ଜଣଙ୍କ ଏଥର ଆସି ସଫେଇ ଦେଇ କହିଥିଲେ କି ଏହା କେବଳ ଢାଳି ଯାଇଥିବା ରଙ୍ଗ ସବୁର ସମାହାର. ଦର୍ଶକ କହୁଥିଲେ ହେଲେ କଣ ହେଲା ଏଥିରେ ଥିବା ହଳଦିଆ ରଙ୍ଗ ତଥା ନାରଙ୍ଗୀ ରଙ୍ଗ ସୂର୍ଯ୍ୟ ଓ ଅଗ୍ନି ଦେବ ଙ୍କ ପ୍ରତୀକ ଦର୍ଶାଏ. ଧଳା ଶାନ୍ତି ର ପ୍ରତୀକ ହେଲା ବେଳେ, ସବୁଜ ପ୍ରୀତି ଓ ମୈତ୍ରୀ ର ପ୍ରତୀକ. ତେଣୁ ଆମ ଭାରତୀୟମାନଙ୍କ ଜାତୀୟ ପତାକା ରେ ରହିଥିବା ତିନି ରଙ୍ଗ ତଥା ଅଶୋକ ଚକ୍ରରେ ଥିବା ରଙ୍ଗ ସବୁ ର ସମ୍ମିଶ୍ରଣ ଏଠି ଏହି ଚିତ୍ରପଟ ମଧ୍ୟରେ ଦେଖି ଆମେ ଚମତ୍କୃତ. ଏଥର ଚିତ୍ରପଟ ଆଙ୍କି ଥିବା ଚିତ୍ରଶୀଳ୍ପୀ ସ୍ପଷ୍ଟ ଜଣେଇ ଥିଲେ କି ଚିତ୍ର ଆଙ୍କୁ ଆଙ୍କୁ ହାତ ବାଜି ରଙ୍ଗ ସବୁ ଢଳି ଯିବା ପରେ ମନଦୁଃଖରେ ରଙ୍ଗ ସବୁକୁ ବୋଳି ଏହାକୁ ଆର୍ଟ ଗ୍ୟାଲେରୀ କୁ ନେଇଆସିଛନ୍ତି ମାତ୍ର. ତଥାପି ଲୋକେ ସେହି ଚିତ୍ରପଟ କୁ ଦେଖୁଥିଲେ କାରଣ ସେମାନଙ୍କ ଦୃଷ୍ଟି ଓ ଦୃଷ୍ଟିଭଙ୍ଗୀ କିଛି ନିଆରା ରୂପକଳ୍ପ ଦେଖୁଥିଲେ ଚିତ୍ର ଭିତରେ ତଥା ଚିତ୍ର ଫଟୋଟିକୁ ବୁଝିସାରିଥିଲେ. ସ୍ୱାମୀ ସ୍ତ୍ରୀ ଦୁହେଁ କିନ୍ତୁ ସେତେବେଳେ ଅତୀତ ପୃଷ୍ଠାର ରାଣୀ ମାନଙ୍କ ଚିତ୍ରପଟ ଠାବ କରି ତାଙ୍କୁ ଦେଖିଚାଲିଥିଲେ ନିଜ ନିଜ ଦୃଷ୍ଟିକୋଣ ତଥା ଦୃଷ୍ଟିଭଙ୍ଗୀ ଅନୁସାରେ.
