Gobinda Chandra Sethi

Abstract Inspirational Thriller

4.3  

Gobinda Chandra Sethi

Abstract Inspirational Thriller

Doctor ବିକାଶ

Doctor ବିକାଶ

4 mins
52



   ବିକାଶ ଏକ ଗରୀବ ପରିବାରରେ ଜନ୍ମ ନେଇଥିବା ଏକ ଅଲରପୁର ପଲ୍ଲୀର ଏକ ଉଜ୍ବଳ ତାରକା । ବାଲ୍ୟକାଳରେ ଶିକ୍ଷାରେ ବାଧା ସାଜିଥିଲା ଦାରିଦ୍ରତା। ପଢିବା ପାଇଁ ଉତ୍କଣ୍ଠା ଥିଲେ ମଧ୍ୟ ପିତାମାତା ପଢାଇ ପାରି ନ ଥିଲେ। ଫଳରେ ପଞ୍ଚମ ଶ୍ରେଣୀରୁ ନିଜ ପାଠରେ ଡୋରୀ ବାନ୍ଧି ଥିଲା । ପିତାମାତଙ୍କୁ ସାହାଯ୍ୟ କରିବା ନିଜର ମହତ୍ୱ ଉଦେଶ୍ୟ ଭାଵି ଗାଈ ଜଗୁଆଳି ପାଲଟି ଯାଇଥିଲା । ସବୁଦିନେ ସକାଳୁ ଉଠି ବାସି ପେଜ ମିଶା ପଖାଳ ଭାତ ଖାଇ ଗାଁ ଯାକର ଗାଈଗୋଠ ଧରି ବାଲି କୁଦକୁ ଘାସ ଚରାଇବାକୁ ନିଏ। ସଞ୍ଜ ବୁଡ଼ିବା ଆଗରୁ ଗାଈ ଗୋଠ ଧରି ପୁଣି ଫେରିଆସେ ।

    ବିକାଶ ସହ ଅନ୍ୟ ଗାଁର ପିଲାମାନେ ସେମାନଙ୍କ ଗାଁର ଗାଈଗୋରୁ ନେଇ ବାଲି କୁଦକୁ ଆସନ୍ତି। ଗାଈଗୋଠକୁ ବାଲିକୁଦରେ ଛାଡ଼ିବା ପରେ ସେମାନେ ଏକ ବରଗଛ ଛାଇ ତଳେ ବସି ଗାଈଗୋରୁଙ୍କୁ ନଜର ଦେଇଥାନ୍ତି । ସେମାନଙ୍କ ମଧ୍ୟରେ ବିକାଶ ପାଠ ପଢି ଥିବାରୁ ସାଙ୍ଗମାନଙ୍କୁ ଖାଲି କାହିଁକି ବସିବା କହି ବାଲିରେ ଆଙ୍ଗୁଠି ସାହାଯ୍ୟରେ ଓଡ଼ିଆ ବର୍ଣ୍ଣମାଳ ଶିଖାଇବାକୁ ଚେଷ୍ଟା କଲା । ଛୋଟପିଲା ହୋଇଥିବାରୁ ଅକ୍ଷର ଶିଖିବାକୁ ଅନେକ ଆଗ୍ରହ ବଢୁଥାଏ। ବିକାଶ ଘରେ ରଖିଥିବା ନିଜର ପୁରୁଣା ବହି ସେମାନଙ୍କୁ ପଢିବାରେ ସାହାଯ୍ୟ କଲା। ସେମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ ମଧ୍ୟ ଘରେ ଭାଗବତ ବହି ପଢି ନିଜ ପିତାମାତା ଓ ପଡୋଶୀମାନଙ୍କୁ ଖୁସି କରି ପାରିଲେ । ସେଥିପାଇଁ ବିକାଶକୁ ସମସ୍ତେ ପ୍ରଶଂସା କରୁଥାନ୍ତି ।

  ବିକାଶ ପଞ୍ଚମ ଶ୍ରେଣୀରୁ ପାଠରେ ଡୋରୀ ବାନ୍ଧିବାର ପ୍ରାୟ ବର୍ଷେ ହେଲାଣି। ଥରେ ଜଣ ଉଚ୍ଚ ଶିକ୍ଷିତ ବ୍ୟାଙ୍କ କର୍ମଚାରୀ ହରିବାବୁଙ୍କ ସହିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ସାରଙ୍କ ସହିତ ଦେଖାହୁଏ। ସାର କଥା ପ୍ରସଙ୍ଗରେ କହୁ କହୁ ବିକାଶ କଥା କହିଲେ,ହରି ତୁମେ ଯଦି କିଛି ସାହାଯ୍ୟ କରନ୍ତି ଜଣେ ଗରୀବ ତୀକ୍ଷ୍ଣ ବୁଦ୍ଧିମାନ ପିଲାଟି ପଢିପାରନ୍ତା। ସାରଙ୍କ ଠାରୁ ବିକାଶ କଥା ଶୁଣି ହରିବାବୁ ନିଜର ଅନ୍ୟ ସାଙ୍ଗମାନଙ୍କୁ ସାଥୀକରି ବିକାଶର ପିତାମାତଙ୍କ ପାଖରେ ପହଞ୍ଚିଗଲେ । ବିକାଶକୁ ନିଜର ଶିକ୍ଷାରେ ସାହାଯ୍ୟ କରିବାକୁ ହାତ ବଢ଼ାଇଲେ। ତାପରଠୁ ଆରମ୍ଭ ହେଲା ବିକାଶର ଅଧୁରା ରହିଥିବା ପାଠ ପଢା । ଷଷ୍ଠ ଶ୍ରେଣୀରେ ବିକାଶର ନାମ ଲେଖା ବହିପତ୍ର ଓ ପୋଷାକ ପତ୍ରର ସାହାଯ୍ୟ ହରିବାବୁ ଓ ତାଙ୍କ ସାଥୀମାନେ ବହନ କଲେ । ବିକାଶ ନିଜର ତୀକ୍ଷ୍ଣ ଧୀଶକ୍ତି ବଳରେ ନିଜ ଶ୍ରେଣୀରେ ପ୍ରଥମ ହୁଏ । ଶିକ୍ଷକମାନଙ୍କର ପ୍ରିୟଶିଷ୍ୟ କହିଲେ ଚଳେ । ସପ୍ତମ ଶ୍ରେଣୀର ବୃତ୍ତି ପରୀକ୍ଷରେ ବୃତ୍ତି ଓ ସନ୍ଧ୍ୟା ସମୟରେ କୁନି କୁନି ପିଲାମାନଙ୍କୁ ପାଠ ପଢାଇ ନିଜେ ବି କିଛି ଟଙ୍କା ପଇସା ପିତାମାତାଙ୍କୁ ତେଲ ଲୁଣରେ ସାହାଯ୍ୟ କରୁଥାଏ।

   ବିକାଶ ତା ପରେ ଆଉ ପଛକୁ ଚାହିନାହିଁ । ହାଇସ୍କୁଲ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାଶ କରି ରେଭେନ୍ସା କଲେଜରେ ନାମ ଲେଖିଲା । ଉଚ୍ଚ ଶିକ୍ଷା ତାକୁ ଆଉ ବାଧା ଦେଇ ପାରିଲା ନାହିଁ । ରେଭେନ୍ସା କଲେଜରୁ ଆଇ. ଏ. ସି ପଢିଲେ। ହରିବାବୁ କିଛି ପିଲାମାନଙ୍କୁ ଟ୍ୟୁସନ ପଢାଇବାକୁ କଟକରେ ଠିକ କରିଦେବା ସହ ନିଜ ସାଙ୍ଗ ସାଥୀମଧ୍ୟ କିଛି ସାହାଯ୍ୟ କରୁଥାନ୍ତି। ଆଇ. ଏ. ସି ପାଶ କଲା ପରେ ବିକାଶ ମେଡିକାଲ ଏଣ୍ଟ୍ରାନ୍ସରେ କୃତକାର୍ଯ୍ୟ ହେଲା। ଗାଁ ଲୋକ ଆଗକୁ ଏତେ ପଇସା କିଏ ବା ବହନ କରିବ ନିଜର ପରିବାର ଭରଣ ପୋଷଣ ସମସ୍ତଙ୍କ ପାଇଁ ବୋଝ ହେଲା। ତେଣୁ ହରିବାବୁ ନିଜ ବ୍ୟାଙ୍କରେ ବିକାଶ ପାଇଁ ଏକ ଷ୍ଟଡିଲୋନ କରିଦେଲେ । କଟକ ଏସ. ସି. ବି . ମେଡିକାଲ କଲେଜରେ ବିକାଶ ପାଠ ପଢିଲା । ବିକାଶ ଡାକ୍ତରୀ ପଡୁଛି ଚାରି ଆଡେ ହୁରୀ । ସମସ୍ତେ କହିଲେ ରକ୍ଷିତକୁ ଦଇବ ସାହା। ପିଲାଟା ଗାଁରେ ଗାଈ ଜଗୁଥିଲା । ଗାଈ ଜଗୁଆଳିରୁ ଡାକ୍ତର । ଧନ୍ୟ ଧନ୍ୟ ଆମ ଗାଁ ହରିବାବୁଙ୍କ ସାହାଯ୍ୟ ସହାନୁଭୂତି । ଭଗବାନ ଆମ ଅଞ୍ଚଳର ବଣମଲ୍ଲୀକୁ ଦୁନିଆଁର ଲୋକ ଲୋଚନକୁ ନେଇ ଆସିଲେ । 

   ବିକାଶ ସାହୁ ଆଜି ଜଣେ ବଡ଼ ପ୍ରଫେସର ଡାକ୍ତର ହାର୍ଟ ସ୍ପେସିଆଲିଷ୍ଟ । ମେଡିକାଲ କଲେଜରେ ପିଲାମାନଙ୍କୁ ପାଠ ପଢ଼ାଇବା ସହ ରୋଗୀ ଚିକିତ୍ସା ମଧ୍ୟ କରୁଛନ୍ତି । ସତେ ଯେମିତି ତାଙ୍କ ହାତରେ ସ୍ପର୍ଶର ଯାଦୁ ଅଛି ।

ଆଉ ତାଙ୍କ ସହଧର୍ମିଣୀ ପ୍ରଣତି ପଟ୍ଟନାୟକ ମଧ୍ୟ ଜଣେ ଗାଇନୋକୋଲୋଜିଷ୍ଟ ଜଣେ ଆସିଷ୍ଟାଣ୍ଟ ପ୍ରଫେସର। ହଁ ନାହିଁ ମଧ୍ୟରେ ସେ ଯାହାକୁ ପ୍ରେମ ବିବାହ କରିଥିଲେ। ନିଜ ପିତାମାତାଙ୍କୁ କାଳେ ଅସମ୍ମାନ ହେବ ବଡ଼ ଘରର ଝିଅକୁ ବିବାହ କଲେ। ସେ ପ୍ରସ୍ତାବ ଆସିଲା ପରେ ନିଜ ଆଡୁ ମନା କରିଥିଲେ । ସେ ଦିନ ସେ ପ୍ରଣତି ଦେବୀଙ୍କୁ କହିଥିଲେ ନିଜର ମନ କଥା। ସେ କିପରି ଗାଈ ଚରାଇ ନିଜର ପିତା ମାତାଙ୍କ ଯତ୍ନ ନେଉଥିଲେ। ସେ ଦିନ ମୋ ପ୍ରିୟ ଗୁରୁ ପ୍ରମୋଦ ସାର, ହରିବାବୁଙ୍କ ସହ ତାଙ୍କ ସାଙ୍ଗ ସାଥୀର ସାହାଯ୍ୟ ସହାନୁଭୂତି ନ ଥିଲେ ମୋ ଜୀବନ ଚକ୍ର ଆଜି ସେଇଠି ଥାନ୍ତା । ମୁଁ ତୁମ ସମକକ୍ଷ ହୋଇ ପାରିବି ନାହିଁ ପ୍ରଣତି। କିନ୍ତୁ ସବୁ ସମାଧାନ ପ୍ରଣତି ଦେବୀ ନିଜେ କରିଥିଲେ । ନିଜ ପିତାମାତଙ୍କୁ ସବୁ କହି ବିକାଶର ଅତୀତକୁ ବଖାଣି ଥିଲେ । ପ୍ରଣତିର ପିତା ଦେବେନ୍ଦ୍ରବାବୁ ନିଜର ପିଲା ଦିନର ଦୀନହୀନ ଅବସ୍ଥା କହି ବିକାଶକୁ ନିଜର କରିଥିଲେ । ପ୍ରଣତି ବିକାଶ ପିତାମାତାଙ୍କୁ ଉଚ୍ଚ ଆସନରେ ବସାଇଥିଲେ। ଧନୀ ଗରୀବର ଭେଦ ଭାବକୁ ନ ଦେଖି ବିକାଶ ପରି ସୁନାମ ଧନ୍ୟ ଡାକ୍ତରକୁ ପ୍ରେମ ବନ୍ଧନରେ ବାନ୍ଧିଥିଲେ।

     ଆଜି ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବିକାଶ ବାବୁଙ୍କ ଗାଁରେ ନିଃଶୁକ୍ଳ ଜନସେବା ସଦନ ଖୋଲିଛନ୍ତି । ସପ୍ତାହରେ ଥରେ ଓ ଦରକାର ପଡିଲେ ଜରୁରୀ କାଳୀନ ସେବା କରି ନିଜ ଗାଁରେ ମାନବ ରୂପୀ ଦେବତା ପାଲଟି ଯାଇଛନ୍ତି । ଦିନେ ବିକାଶ ବାବୁ ମେଡିକାଲରେ ନିଜ କୋଠରୀ ମଧ୍ୟରେ ବସିଥାନ୍ତି ଜଣେ ରୋଗୀ ଆସି ପହଞ୍ଚିଲେ। ରୁଗ୍ଣ ଶରୀର ଚୁଟି ସବୁ ଧୋବ ଫର ଫର। ନାମ, ଗାଁ ପଚାରି ସବୁ ଜାଣିଲେ ନିଜ ଗାଁ ଲୋକ । ଲୋକଟି କହିଲା ସାର ମୋ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଛି। ସବୁ ବୁଝି ଡାକ୍ତର ବାବୁ ମେଡ଼ିସିନ ଲେଖିଦେଲେ। ସାର ଟିକେ ଶସ୍ତା ମେଡ଼ିସିନ ଓ କମ ମେଡ଼ିସିନ ଲେଖିବେ ମୋ ପାଖରେ ପଇସା କମ ଅଛି। ଡାକ୍ତର ବାବୁ କହିଲେ କଣ କରୁଛ। ରୋଗୀ କହିଲେ ସାର ମୂର୍ଖ ଥିଲି ଗାଈ ଜଗୁଥିଲି ମୋ ସାଙ୍ଗ ବିକା ଦି ଅକ୍ଷର ପଢାଇ ଥିଲା । ସେଇ ପଢ଼ାରେ ମୁଁ ଚାକିରୀ କରିଛି । ଏବେ ମୁଁ ଏକ ପ୍ରାଇଭେଟ କମ୍ପାନୀରେ ସିକ୍ୟୁରିଟି ଅଛି । ଦେହ ପା ଭଲ ହେଉନାହିଁ ମାଲିକ ଏଠାକୁ ପଠାଇଛନ୍ତି। ଏପଟେ ଏକ ଚୌକିରେ ବସ କହି ବିକାଶ ବାବୁ ଅନ୍ୟ ରୋଗୀମାନଙ୍କୁ ଦେଖିଲେ । ସବୁ ରୋଗୀ ଦେଖିସାରିଲା ପରେ ସବୁ ଔଷଧ ଧରି ଜଣେ ଜୁନିଅର ଡାକ୍ତର ପହଞ୍ଚିଲେ। ଏହି ଆସ ତୁମ ଔଷଧ ନିଏ ସାର କେତେ ପଇସା ସବୁ ମାଗଣା। ମାଗଣା ମାନେ ଆପଣ ଭଗବାନ ବାବୁ କହି ଗୋଡ଼ ତଳେ ପଡ଼ିବାକୁ ଯାଉଥିଲେ ରୋଗୀ ଜଣକ। ସଙ୍ଗେ ସଙ୍ଗେ ଦୁଇ ହାତରେ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦି ଉଠିଲେ ବିକାଶ ବାବୁ ଉପସ୍ଥିତ ଡାକ୍ତରବନ୍ଧୁ ଓ ରୋଗୀମାନେ ଦେଖି ଆଶ୍ଚର୍ଯ୍ୟ । ଆରେ କାଳିଆ ମୁଁ ତୋ ସାଙ୍ଗ ବିକା ! ବିକା, ନା ଆପଣ ମିଛ କହୁଛନ୍ତି । ହଁ କାଳିଆ ସେ ଦିନ କୁଶ ପ୍ରଧାନ ଗାଈ ତୁ ନ ଖୋଜିଥିଲେ ମୁଁ କେତେ ଗାଳି ମାଡ଼ ଖାଇଥାନ୍ତି । ସତରେ ବିକା ତୁ ଏତେ ବଡ଼ ଡାକ୍ତର ମୋ ରୋଗ ଭଲ ହୋଇଗଲା । ଦେଖେ ବିକା ଆଉ ମୋର କିଛି ହେବ ନାହିଁ । କାଳିଆ ମେଡିକାଲ ଛାଡିଲା ବେଳେ ବିକାଶ ବାବୁ ମେଡ଼ିସିନ ସହ ପାଞ୍ଚ ହଜାର ପକେଟରେ ପୁରାଇଦେଲେ । ଉପସ୍ଥିତ ଡାକ୍ତର ବନ୍ଧୁ ଓ ରୋଗୀମାନେ ବିକାଶ ବାବୁଙ୍କୁ ପ୍ରଶଂସା କରୁଥାନ୍ତି ।

 ସମସ୍ତେ କହୁଥାନ୍ତି ସାର ଆଜି କୃଷ୍ଣ ସୁଦାମଙ୍କ ମିଳନ ହେଲା । ମନେ ମନେ ବିକାଶ ବାବୁ ଭାବୁଥାନ୍ତି ମୁଁ ତ ଏକ ସୁଦାମା। ଆମେ ସମସ୍ତେ ସେହି ମହାପ୍ରଭୁ ଶ୍ରୀକୃଷଙ୍କର ଭକ୍ତ।



Rate this content
Log in

Similar oriya story from Abstract