Gobinda Chandra Sethi

Tragedy

4.7  

Gobinda Chandra Sethi

Tragedy

ସୁକନ୍ୟା

ସୁକନ୍ୟା

3 mins
29


ସୁକନ୍ୟା ଆଜି ଅନୁତପ୍ତ। ନିଜ ଜୀବନର ଗତିପଥ ଏପରି ହେବ କେବେ ବିଶ୍ୱାସ କରି ନ ଥିଲା । ବାପା ମାଆଙ୍କ ଅଲିଅଳି ଝିଅ । ବହୁତ ଗେଲ ବସରରେ ବଢିଥିଲା । ଭଲ ପ୍ରସ୍ତାବ ଟିଏ ଆସିଲା ପୁଅ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଚାକିରୀ। ଦେଖିବାପାଇଁ ଅତି ସୁନ୍ଦର କିଏବା ନ ପସନ୍ଦ କରିବ। ଚଳିଲା ବାଲା ଘର ଧନ ସମ୍ପତ୍ତି କାହିଁରେ କଣ । ବଡ ଭାଇ ଚାକିରୀ କରିଛି ପୋଲିସ ଅଫିସର। ବାବୁ ତ୍ରାହିକରଙ୍କ ପରି ବରପାତ୍ର ମିଳିବା ସାତ ସପନ । ତେଣୁ ସୁକନ୍ୟାର ବାପ ମାଆ ପୁଅ ପସନ୍ଦ କରି ବିବାହ ନଗ୍ନକୁ ଠିକ କରିଦେଲେ।

     ଆଜି ସୁକନ୍ୟାର ବିଭାଘର ବନ୍ଧୁ ବାନ୍ଧବ ଜୀବନ ବାବୁଙ୍କ ଘର ତୀର୍ଥପାଲ୍ଲୀରେ ହାଉଯାଉ କହିଲେ ନସରେ । ବର ତ୍ରାହିକର ନିଜ ସାଙ୍ଗସାଥୀମାନଙ୍କୁ ଧରି ଭୀମପାଲ୍ଲୀରୁ ଶୁଭ ମୁହୁର୍ତ୍ତରେ ବାହାରି ପଡିଲେ। ତୀର୍ଥପାଲ୍ଲୀ ଗାଁ ମୁଣ୍ଡରୁ ବାଣ ରୋଷଣୀ ଆରମ୍ଭ । ବରଯାତ୍ରୀ ସଂଗୀତର ତାଳରେ ନାଚି ନାଚି କନ୍ୟା ଘରେ ପହଞ୍ଚିଲା ବେଳକୁ ପ୍ରାୟ ରାତ୍ର ୧୨ଘଟିକା । ସେ ଯାହା ହେଉନା କାହିଁକି ଅତିଥି ସତ୍କାରରେ କିଛି ଅସୁବିଧା ହୋଇ ନାହିଁ। ଆସିଥିବା ଗାଁ ଗଣ୍ଡା ଲୋକ ଓ ବନ୍ଧୁବାନ୍ଧବ ଖାଦ୍ୟ ପାନୀୟରେ କାହାର କିଛି ଅସୁବିଧା ହୋଇ ନ ଥିଲା। ରୋଷେଇ ବାସକୁ ସମସ୍ତଙ୍କ ପସନ୍ଦ ।

    ସୁକନ୍ୟା ସହିତ ତ୍ରାହିକର ବାବୁଙ୍କ ବିବାହ ସରୁ ସରୁ ପ୍ରାୟ ପାହାନ୍ତା। ସକାଳୁ ସକାଳୁ ଶୋକାକୁଳ ପରିବେଶ ଭିତରେ ଝିଅ ବିଦାୟ ନେଲା। ତା ପୂର୍ବରୁ ନୂଆ ସମୁଦୀ ଓ ଜ୍ୱାଇଁଙ୍କୁ ବିନୀତ ଅନୁରୋଧ କଲେ ସୁକନ୍ୟାର ପିତାମାତା ମୋ ଝିଅର କିଛି ଭୁଲ ହେଲେ କ୍ଷମା କରିଦେବ ସମୁଦୀ। କିଛି ଅସୁବିଧା ହେବ ନାହଁ ମୁଁ ଆପଣଙ୍କ ଝିଅକୁ ମୋ ଝିଅପରି ରଖିବି। ସତେ ସେ ଦିନ ତ୍ରାହିକର ବାପାଙ୍କ ବଚନରେ ଅନେକ ସହାନଭୂତି ଯେପରି ଭରପୁର ହୋଇ ରହିଥିଲା। ଏ ସବୁ ଦେଖି ସୁକନ୍ୟାର ପିତାମାତାଙ୍କ ମନରେ ଝିଅ ବିଚ୍ଛେଦର ଦୁଃଖକୁ ଅନେକ ଶାନ୍ତ୍ୱନା ମିଳିଥିଲା।

     ବିବାହର ମାସକ ମଧ୍ୟରେ ବାବୁ ତ୍ରାହିକର ସୁକନ୍ୟାକୁ ଧରି ନିଜ କର୍ମକ୍ଷେତ୍ର ସହରକୁ ପଳାଇଲେ । ଯିବା ସମୟରେ ଶାଶୁ କିଛି ଦିନ ପାଇଁ ସାଙ୍ଗରେ ଗଲେ। ସେଠାରେ ଗୋଟିଏ ସପ୍ତାହ ରହିଲା ପରେ ଶାଶୁ ନିଜ ଗାଁକୁ ଫେରି ଆସିଲେ । ତାପରେ ସୁକନ୍ୟା ତ୍ରାହିକର ପ୍ରେମ ସମ୍ପର୍କର ହସ ଖୁସି କହିଲେ ନ ସରେ। ସମୟ ଗଡ଼ିଚାଲେ। ରାତି ଯାଇ ସକାଳ ଆସେ ତ୍ରାହିକର ବାବୁ ଅଫିସ ସାରି ସନ୍ଧ୍ୟା ସମୟରେ ଫେରି ଆସନ୍ତି । ବେଳେ ବେଳେ ଦୁହେଁ ବଜାର ଯାଇ ବୁଲା ବୁଲି କରି ସନ୍ଧ୍ୟାରେ ଘରକୁ ଫେରି ଅଶାନ୍ତି । ସାହି ପଡିଶା ଦୁହିଁଙ୍କ ଯୋଡିକୁ ବହୁତ ଭଲ ପାଆନ୍ତି ।

   ସମୟ ଗଡି ଚାଲିଲା । କେତେବେଳେ ବିବାହ ବାର୍ଷିକ ପାଖେଇ ଆସିଲା ଜଣା ପଡିଲା ନାହିଁ । ବିବାହ ବାର୍ଷିକ କିପରି ହେବ ଯୋଜନା କରାଗଲା । ଠିକ କରାଗଲେ ଆମର ପ୍ରଥମ ବିବାହ ବାର୍ଷିକ ଏହାକୁ ଅନାଥାଶ୍ରମ ଆଶ୍ରମରେ ପିଲାଙ୍କ ମେଳରେ ପାଳିତ ହେବ। ଶହେରୁ ଉର୍ଦ୍ଧ ଶିଶୁ କୃପାସିନ୍ଧୁ ଅନାଥାଶ୍ରମରେ ରହୁଥାନ୍ତି। ଅନାଥାଶ୍ରମ ମାଲିକ ବିଜୟିନୀ ମାଡାମଙ୍କ ସହିତ ଯୋଗାଯୋଗ କରି ସବୁ ଠିକ କରାଗଲା। ସମସ୍ତଙ୍କ ପାଇଁ ରୋଷେଇ ବାସ କରାଗଲା । ନୂତନବସ୍ତ୍ର ପରିଧାନ କରି ସାଙ୍ଗସାଥୀ ବନ୍ଧୁ ବାନ୍ଧବଙ୍କ ସହିତ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବସିଥାନ୍ତି । ପିଲାମାନେ ଦୁଇଜଣଙ୍କ ଆଗରେ ନନା ପ୍ରକାର ସଙ୍ଗୀତ ନୃତ୍ୟ ପରିବେଷଣ କରି ମନୋରଞ୍ଜନ କରାଉଥାନ୍ତି। ଶେଷରେ ପିଲାମାନଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଦୁହେଁ କେକ୍ କାଟି ଓ ଶେଷରେ ପ୍ରୀତିଭୋଜନରେ ସମସ୍ତଙ୍କୁ ଆପ୍ୟାୟିତ କଲେ। ହସ ଖୁସିରେ ନିଜ ବସାକୁ ଫେରି ଆସିଲେ।

   ସମୟର ଗତି ସହିତ ତାଳ ମିଳାଇ ଚାଲୁ ଚାଲୁ ଜୀବନର ଗତିପଥ ଏମିତି ଦିନେ ବଦଳି ଯିବ ସୁକନ୍ୟା ଜୀବନରେ ବିଶ୍ୱାସ କରି ନ ଥିଲା । ବିବାହ ବାର୍ଷିକର କିଛି ଦିନ ଖୁସିରେ ରହିବା ପରେ କାହିଁକି ଓ କିପରି ତ୍ରାହିକର ପରିବର୍ତ୍ତନ ସୁକନ୍ୟାକୁ ବ୍ୟଥିତ କରୁଥାଏ। ଅଫିସ ଗଲାବେଳେ ବାହାରୁ ତାଲା କାହା ସହିତ ମିଶିବାକୁ ସୁକାନ୍ୟାକୁ ଦେଉ ନ ଥିଲେ ତ୍ରାହିକର। ବେଳେ ବେଳେ ଚାରି ଚକିଆ ଯାନରେ ତାଙ୍କୁ ନେଇ ଅଧ ବାଟରେ ଜଙ୍ଗଲ ମଧ୍ୟରେ ଛାଡ଼ିଦେଇ ଚାଲିଯିବା ଓ କିଛି ସମୟ ପରେ ଆସି ପୁଣି ନେବା ପରି ମାନସିକ ଯନ୍ତ୍ରଣା ସୁକନ୍ୟାକୁ ଦୋହଲାଇ ଦେଇଥିଲା।

   ସୁକନ୍ୟା ଯେତେବେଳେ ଗର୍ଭବତୀ ହେଲା, ତାକୁ ଗର୍ଭପାତ ପାଇଁ ଝଗଡା । କଥା କଥା କେ ଝଗଡା ଏ ଗର୍ଭ ନଷ୍ଟ କରିଦିଅ। ସନ୍ତାନର କିଛି ଆବଶ୍ୟକତା ନାହିଁ ମୋ ଭାଇର ତ ଏକ ପୁତ୍ର ବବୁଲ ଅଛି। ସେ ଆମ ଦୁହିଁଙ୍କର ସବୁକିଛି। କିନ୍ତୁ ସୁକନ୍ୟା ଗର୍ଭପାତକୁ ବିରୋଧ କରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲା। କିନ୍ତୁ ତ୍ରାହିକର ମା ଝିଅ ଦୁହିଁଙ୍କୁ ପାଖରୁ ଦୂରେଇ ଦେବା କେତେଦୂର ଯୁକ୍ତିଯୁକ୍ତ । ଛାଡ଼ପତ୍ର ନ ହେଲେ ବି ପାଖରେ ନ ରଖି ଚଳିବା ପାଇଁ ଫଟା କଉଡ଼ି ଟିଏ ନ ଦେବା କେତେ ଯନ୍ତ୍ରଣା ଦାୟକ ବାପ ଘରେ ରହି ସୁକନ୍ୟା ଅନୁତାପ କରୁଛି । ସୁକନ୍ୟା ତ୍ରାହିକର ସାଙ୍ଗମାନଙ୍କୁ ସବୁ କଥା କହି ବୁଝାଇବାକୁ କହିଛନ୍ତି । ଅବୁଝା ଲୋକକୁ ବୁଝାଇବ କିଏ । ଯଦିବା ସୁକନ୍ୟା ମହିଳା କମିଶନରଙ୍କ ଦ୍ୱାରସ୍ଥ ହୋଇଛି, ତ୍ରାହିକର ଚାକିରୀ ଛାଡି ଦେଇଛି କହି ଟଙ୍କା ପଇସା କେଉଁଠୁ ଦେବବୋଲି କହି ଫାଙ୍କି ଦେଇଛି । ସୁକନ୍ୟାର ଖୁସି କେବେ ଫେରିବ । ତାର ଝିଅ ସହିତ ନିଜର ଭବିଷ୍ୟ କଣ ହେବ । ଭଗବାନ ଜାଣନ୍ତି।ସତରେ କଣ ତ୍ରାହିକର ଦିନେ ପରିବର୍ତ୍ତନ ହେବ । ଲୋକେ କହନ୍ତି ସୁନ୍ଦର ରୂପ ଭିତରେ ଏ ଅମଣିଷ ପଣିଆ ତ୍ରାହିକର ନାମଟି ବାପା ମା କିପରି ଦେଲେ କେଜାଣି । ସତରେ କଣ ଉଷୁଆଁ ଧାନ ଗଜା ହେବ । ସୁକନ୍ୟାର ବୈବାହିକ ଜୀବନ ଫେରି ଆସିବ । ଅଧୁରା କାହାଣୀ ପୂର୍ଣ୍ଣ ହେବ ।



Rate this content
Log in

Similar oriya story from Tragedy