Gobinda Chandra Sethi

Abstract Inspirational

4.7  

Gobinda Chandra Sethi

Abstract Inspirational

ଅଧର୍ମ ବିତ୍ତ

ଅଧର୍ମ ବିତ୍ତ

2 mins
24



 ବିମ୍ବାଧର ବାବୁ କାଶୀପୁର ଗାଁର ମହାଜନ। ଗାଁ ଟି ଜଙ୍ଗଲ ମଝିରେ ଅଳ୍ପ ଜନସଂଖ୍ୟାରେ ଗଢି ଉଠିଥିବା ଏକ ଛୋଟ

ଗ୍ରାମ ।ତାଙ୍କର ଅଚଳାଚଳ ସମ୍ପତ୍ତି। ଜଙ୍ଗଲ ଯାତ ଦ୍ରବ୍ୟ ଲୋକମାନେ ହିଁ ସଂଗ୍ରହ କରି ଗାଁ ମୁଖିଆ ବିମ୍ବାଧର ବାବୁଙ୍କୁ ଦେଉଥିଲେ । ଗାଁରେ ଖାତିର କହିଲେ ନ ସରେ। ସବୁ ଲୋକଙ୍କୁ ସେ ନିଜ ମୁଠିରେ ରଖିଥାନ୍ତି। ଲୋକେ

ତାଙ୍କ କଥାରେ ଉଠ ବସ ହୁଅନ୍ତି କହିଲେ ଚଳେ।

   କାଶୀପୁର ଗାଁ ରେ ଅନେକ ଲୋକ ଚାଷ ବାସ କରି ନିଜର ଜୀବିକା ନିର୍ବାହ କରନ୍ତି । ବେଳେ ବେଳେ ଜଙ୍ଗଲ ଯାତ ଦ୍ରବ୍ୟ ସଂଗ୍ରହ କରନ୍ତି । ଗାଁ ଗହୀରରୁ ୫୦ଭାଗରୁ ଅଧିକ ଜମି ଜମିଦାରଙ୍କର। ଚାଷ କରିବାପାଇଁ ଅନେକ ଲୋକ ମହାଜନଙ୍କ ଠାରୁ କରଜ ନିଅନ୍ତି । କିଏ ଗହଣା ତ ଆଉ କିଏ ଜମି ବନ୍ଧା ଦିଅନ୍ତି। ବନ୍ଧା ପଡିଲେ ବିମ୍ବାଧରଙ୍କ କବଳରୁ ମୁକୁଳିବା ଅନେକ କଷ୍ଟ । କଳ ବଳେ କୌଶଳେ ସେ ସବୁ ହଡପ କରି ନିଅନ୍ତି ସୁଧ ଉପରେ ସୁଧ କଷି । ଅର୍ଥାତ ଲୋକମାନେ ନିଜର କୃଷିଜାତ ଦ୍ରବ୍ୟ ତାଙ୍କୁ ଅଧିକ ଦେବାକୁ ପଡୁଥିଲା । କିଂକର୍ତ୍ତବ୍ୟବିମୂଢ଼ ଅର୍ଥାତ ଏହିଁ ଭଳି ପରିସ୍ଥିତିରେ ଲୋକମାନେ ନିଜର ମୂଳଧନକୁ ହରାଇ ବସନ୍ତି । ପାଖରେ ବିହନ ଟିକେ ବି ରଖି ପାରନ୍ତି ନାହିଁ । କଥା କହିବା ପାଇଁ କି ଜବାବ ଦେବାପାଇଁ କାହା ପାଖରେ ସାହସ ନ ଥାଏ। ଗୁଣ୍ଡାଗିରି କରିବା ପାଇଁ ପାଖରେ ଅନେକ ଲୋକ । ଏହି ପରି ଲୋକମାନଙ୍କର ଜମିବାଡ଼ି ହଡପ ହେବା ଦ୍ୱାରା ଲୋକମାନେ ସର୍ବଶାନ୍ତ ହୋଇଗଲେ। ଭୋକ ଉପାସରେ କେତେଦିନ ବି ରହିବେ ସେମାନେ ନିଜ ଗାଁ ଛାଡି ପିଲାଛୁଆଙ୍କୁ ଧରି ଅନ୍ୟ ଜାଗାକୁ ପଳାଇବା ଆରମ୍ଭ କଲେ। ଆସ୍ତେ ଆସ୍ତେ ଗାଁଟି ଜନଶୂନ୍ୟ ହେବାକୁ ଲାଗିଲା।

    କିଛି ଦିନ ପରେ ଦେଖାଗଲା ବିମ୍ବାଧର ବାବୁ ଓ ଗୁଣ୍ଡାମାନଙ୍କ ଛଡା ଗାଁରେ ଆଉ କେହି ନାହାଁନ୍ତି । ମୂଲିଆ ଅଭାବରୁ ଚାଷ କରିବାକୁ ଆଉ କେହି ମିଳିଲେ ନାହିଁ । ବସି ଖାଇଲେ ନଈବାଲି ସରିଲା ପରି ପାଖରୁ ଧନ ସମ୍ପତ୍ତି ସବୁ ସରିଗଲା । ମହାଜନଙ୍କ ଦୁଇ ପୁଅ ମଦମାଂସା ଖାଇ ମାତାଲ ହୋଇଗଲେ। ଏ ସବୁ ବାବୁ ବିମ୍ବାଧରଙ୍କ ଧର୍ମପତ୍ନୀ ଦେଖି ଭାଙ୍ଗି ପଡିଲେ ଓ ଶେଷରେ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କଲେ । ପୁଅମାନେ ବାପାକୁ ନାଲି ଆଖି ଦେଖାଇ ସୁନା ରୁପା ଟଙ୍କା ଚୋରି କରି ମଦ ମାଂସ ଖାଇ ରୋଗ ଶଯ୍ୟାରେ ପଡିଲେ । ଚିକିତ୍ସା ଅଭାବରୁ ପ୍ରଥମେ ସାନ ପୁଅ ଓ ତାପରେ ବଡ଼ ମୃତ୍ୟୁ ବରଣ କଲେ । ବାବୁ ବିମ୍ବାଧର ନିଜର କୁକର୍ମ ପାଇଁ ଅନୁତପ୍ତ ହେଲେ, ତା ପୂର୍ବରୁ ପାଖରୁ ସବୁ କିଛି ଛାଡ଼ି ପଳାଇ ଥିଲା । ଟଙ୍କା ପଇସା ନ ପାଇଁ ଗୁଣ୍ଡା ଗିରୀ ବା କିଏ କରିବ । ଯାହା ଥିଲା ସେମାନେ ଜମିଦାର ଘରୁ ସବୁ ଲୁଟିନେଲେ । ପାଖରେ ଆହାଃ କହିବାକୁ ନିଜର ବୋଲି କେହି ରହିଲେ ନାହିଁ । ଜଙ୍ଗଲରେ ନିଛାଟିଆ ଗାଁ ଭିତରେ ଜମିବାଡ଼ି ଚାଷ ଅଭାବରୁ ପଡିଆ ପଡି ଆସ୍ତେ ଆସ୍ତେ ଘଞ୍ଚ ଜଙ୍ଗଲ ହେବାକୁ ଲାଗିଲା । ଅର୍ଥାତ ଭଗବାନ ଜନଶୂନ୍ୟ ଗାଁରେ ନିଜେ ହିଁ ତାର ବିଚାର କରୁଥିଲେ । ବିମ୍ବାଧର ତାର ଅତୀତ ଓ ବର୍ତ୍ତମାନକୁ ଅନୁଭବ କରୁଛି । ବର୍ତ୍ତମାନର ଯନ୍ତ୍ରଣା ସହ୍ୟ କରିପାରୁନାହିଁ । ଆଉ ଭବିଷ୍ୟ ତା ଆଖି ଆଗରେ ଜଳ ଜଳ ହୋଇ ଦେଖା ଯାଉଥିଲା । ସତରେ ଯେମିତି କିଏ ସ୍ୱପ୍ନରେ କହୁଥିଲା ତୁ ଏତେ ତଳକୁ କାହିଁ ଖସିଗଲୁ ବିମ୍ବାଧର ।

  ଆଜି ଏ ଗଳ୍ପର ସାରାଂଶ ହେଲା ଅଧର୍ମ ଅନ୍ୟାୟରେ କେହି ସାଥୀ ହେବେ ନାହିଁ । କୁକର୍ମର ଫଳ ଏହି ଜନ୍ମରେ ହିଁ ଭୋଗିବାକୁ ପଡିବ।

 ସେଥିପାଇଁ କଥାରେ ଅଛି :-

 “ଅଧର୍ମ ବିତ୍ତ ବଢ଼େ ବହୁତ

ଗଲାବେଳେ ଯାଏ ମୂଳ ସହିତ”


Rate this content
Log in

Similar oriya story from Abstract