ଡୋକରୀ ଖିଆ ବାଘ
ଡୋକରୀ ଖିଆ ବାଘ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବାଘ ନାଁ ଶୁଣିଲା ମାତ୍ରେ ଦେହରେ ଶ୍ରୀହରଣ ସୃଷ୍ଟି କରିଥାଏ।ବାଘ ସଂରକ୍ଷଣ ଓ ଜଙ୍ଗଲ ସଂରକ୍ଷଣ ପାଇଁ ଆମ ଦେଶର ପଦକ୍ଷେପ ଅନ୍ୟ ଦେଶମାନଙ୍କ ଦ୍ୱାରା ପ୍ରଶଂସିତ। ଆଜି ଆମ ଦେଶ ବାଘକୁ ଆମର ଜାତୀୟ ପଶୁର ଆଖ୍ୟା ଦେଇଛି। ଅର୍ଥାତ୍ ତାର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଅନେକ ଗୁରୁତପୂର୍ଣ୍ଣ ପଦକ୍ଷେପ ନିଆ ଯାଇଛି। ଜଙ୍ଗଲ ସୁରକ୍ଷା ପାଇଁ ଆଜି ଜାଣିଶୁଣି ବାଘମାନଙ୍କୁ ଜଙ୍ଗଲ ମଧ୍ୟରେ ଛଡା ଯାଉଛି। ଯାହାଦ୍ୱାରା ବାଘ ଖାଇବାକୁ ନ ପାଇଁ ଜନ ବସତି ମଧ୍ୟକୁ ପଶି ଆସି ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରୁଛି। ଆଜି ଏହିପରି ଏକ ଘଟଣା ଯାହା ଘଟିଥିଲା ଓଡ଼ିଶାର କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ।
ମାଲକାନଗିରି ଯିବା ରାସ୍ତାରେ ପାତ୍ରପୁଟ ବ୍ରିଜ ଜୟପୁର ସହର ପ୍ରାୟ ୧୫କି. ମି ଦୂର। ବେଳେ ବେଳେ ତାର ଜଙ୍ଗଲ ସୌନ୍ଦର୍ଯ୍ୟରେ ବିମୁଗ୍ଧ ହୋଇ ଲୋକମାନେ ସେଠାରେ ଅନେକ ଫୋଟ ଉଠଇ ମଜା କରଥାନ୍ତି। ଅନେକ ଥର ସାଙ୍ଗ ସାଥୀ ସେହି ବାଟରେ ଗୁପ୍ତେଶ୍ୱର ପୀଠକୁ ଯାଇ ସେହି ସ୍ଥାନରେ ଫୋଟ ମଧ୍ୟ ଉଠାଇଛି ।
କେବଳ ଜୟପୁର ସହରକୁ ଛାଡି ଦେଲେ ଅନେକ ଅଞ୍ଚଳଟି ଆଦିବାସୀ ସଂପ୍ରଦାୟରେ ପରିପୂର୍ଣ୍ଣ । ଲୋକମାନେ ସହରକୁ କାଠ ଅଙ୍ଗାର ଭାରକରି ବିକ୍ରି ପାଇଁ ସକାଳୁ ସକାଳୁ ସହର ଅଭିମୁଖେ ଯାତ୍ରା । ଘରେ ଘରେ ପ୍ରାୟ ଅଙ୍ଗାର ଆଞ୍ଚ ଦ୍ୱାରା ଲୋକମାନେ ରୋଷେଇବାସ କରନ୍ତି । ଆଦିବାସୀ ସମ୍ପ୍ରଦାୟମାନଙ୍କର ଏହା ପ୍ରଧାନ ରୋଜଗାର ପନ୍ଥା । ତତ୍ ସହିତ କାଠ, ଝୁଣା, ସଳପ, ସାଲପାତ୍ର ଠୂଲା ପ୍ରଭୁତି ଅନେକ ଜଙ୍ଗଲ ଜାତ ଦ୍ରବ୍ୟ ଲୋକମାନେ ବିକ୍ରି କରି ନିଜ ଗୁଗୁରାଣ ମେଣ୍ଟାଇ ଥାନ୍ତି ।
କୋରାପୁଟ ଅଞ୍ଚଳରେ ପ୍ରାୟ ସବୁବେଳେ ଶୀତ ବର୍ଷା ଲାଗି ରହିଥାଏ। କିନ୍ତୁ ଶୀତ ଦିନ ଆସିଲେ ହାଡଭଙ୍ଗା ଶୀତ। ଶୀତ ବସ୍ତ୍ର ଅଭାବରୁ ଆଦିବାସୀ ଲୋକମାନେ ରାତିସାରା ନିଆଁପୁଇଁ ରାତି କଟାଇ ଦେଇଥାନ୍ତି । ସତେ ଯେମିତି ଚାରିଆଡେ ଅଗ୍ନିଉତ୍ସବ ଚାଲୁଛି ବୋଲି ପରି ଲକ୍ଷିତ ହୁଏ । ଦିନେ ପାତ୍ରପୁଟ ବ୍ରିଜ ପାଖରେ ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକମାନେ ନିଆଁ ଚାରିପଟେ ଗୋଲାକାରରେ ବସିଥାନ୍ତି। ରାତ୍ର ପ୍ରାୟ ଦଶ ଘଟିକା ହେବ କେଉଁଠି ଥିଲ
ା ଏକ ଚିତା ବାଘ ସେମାନଙ୍କ ମଧ୍ୟରୁ ଏକ ବୁଢ଼ୀ ଲୋକଟିକୁ ଝାମ୍ପି ନେଲା। ଲୋକମାନେ ହୋ ହୋ ହୋଇ ରଡ଼ି ଛାଡିଲେ । ବୁଢ଼ୀ ଲୋକଟିକୁ ଖୋଜା ଖୋଜି କଲେ । ରାତି ଅନ୍ଧାର ହାତରେ ମସଲା ଲଗାଇ ବହୁତ ଖୋଜା ଖୋଜି କଲେ ବୁଢ଼ୀର ସୋର ଶବ୍ଦ କେହି ଜାଣି ପାରିଲେ ନାହିଁ । ଚାରିଆଡେ କୋକୁଆ ଭୟ । ଜୟପୁର ସହରର ଆଖପାଖ ଅଞ୍ଚଳ ସନ୍ଧ୍ୟା ବେଳୁ ଶୂନଶାନ । ଲୋକମାନଙ୍କ ଦୈନଦିନ କାର୍ଯ୍ୟ ସହିତ ଚାଷବାସ କାମ ପ୍ରାୟ ଅଚଳ ହେବାକୁ ଲାଗିଲା। ରାତିରେ ସହରର ଆଖପାଖରେ ବାଘର ଗର୍ଜନ ଆମେ ଶୁଣିଛୁ। ସେଥିରେ ପୁଣି ମୋ ଅଫିସ ଜୟପୁର ସହର ଠାରୁ ୫କି. ମି ଦୂରରେ ଅବସ୍ଥିତ। ସେଥିରେ ପୁଣି ସିଫ୍ଟ ଡ୍ୟୁଟି, ରାତି ଡ୍ୟୁଟି ରାତି ୯ଟା ରେ ଆରମ୍ଭ । ସନ୍ଧ୍ୟା ପୂର୍ବରୁ ବାହାଦୁରକୁ ସାଙ୍ଗ କରି ଅଫିସ ଯିବାକୁ ପଡୁଥିଲା । ଅନେକ ଥର ବାଘ ରାତି ଅଧରେ ଆମ ଅଫିସର ପାଚେରୀ ଚାରିପଟେ ବୁଲିଛି । ଜନ ଜୀବନ ଅସ୍ତ ବ୍ୟସ୍ତ କହିଲେ ଚଳେ । ଅଞ୍ଚଳ ଲୋକଙ୍କର ଧର୍ମଘଟ ବାଘକୁ ଏ ଅଞ୍ଚଳରୁ ଧରାଯାଉ। ମଣିଷ ସହିତ ଆମ ଅଞ୍ଚଳର ଗୃହ ପାଳିତ ପଶୁ ଆଜି ସୁରକ୍ଷିତ ନୁହଁନ୍ତି। ଶେଷରେ ଓଡିଶା ସରକାର ନନ୍ଦନ କାନନରୁ ଏକ ଟିମ ପଠାଇଲେ ।
ପାତ୍ରପୁଟ ଅଞ୍ଚଳରେ ଏକ ବଡ଼ ଯନ୍ତା ଭିତରେ ଏକ ଜୀବନ୍ତ ଛେଳିକୁ ରଖି ଫାସ ବସାଗଲା। ବହୁଦିନ ପ୍ରତୀକ୍ଷା ପରେ ଦିନେ ରାତ୍ରରେ ଛେଳିକୁ ଦେଖି ବାଘଟି ଯନ୍ତା ଭିତରେ ପଶିଯାଇ କଏଦି ହୋଇଥିଲା । ଲୋକମାନଙ୍କର ଖୁସି କହିଲେ ନ ସରେ । ଶହ ଶହ ଲୋକ ବାଘ ଦେଖିବାକୁ ପାତ୍ରପୁଟ ବ୍ରିଜ ପାଖକୁ ଛୁଟିଥିଲେ । ଶେଷରେ ସବୁ ପ୍ରକାର ଜଳ୍ପନା କଳ୍ପନା ଶେଷ ହୋଇଥିଲା । ବାଘଟିକୁ ନନ୍ଦନ କାନନ ନିଆଗଲା ।
ଶେଷ ହୋଇଗଲା ବାଘ ଧରା ଅଭିଯାନ । କିନ୍ତୁ ଆଦିବାସୀ ବୁଢ଼ୀର କଥା ସମସ୍ତେ ଭୁଲି ଗଲେ। ସମସ୍ତେ କହିଲେ "ଡୋକରୀ ଖିଆ ବାଘ " କେତେ ହଇରାଣ ହରକତ କରୁଥିଲା। ଆମେ ମାନେ କିଛି ପାଇଟି କରିବାକୁ ଜଙ୍ଗଲକୁ ଯାଇପାରୁ ନ ଥିଲୁ ଘରେ ଖାଲି ପେଜପାଣି ପିଇ ବଞ୍ଚି ରହିଥିଲୁ। ବାଘ ଧରା ପଡିଲା ପରେ ଆଦିବାସୀ ସାମ୍ପ୍ରଦାୟଙ୍କ ମନୋବଳ ଟିକେ ଫେରି ଆସିଥିଲା। ସେମାନେ ନୀତି ଦିନ ସେମାନଙ୍କ ଜୀବିକା ଜୀବନ ଉପରେ ଧ୍ୟାନ ଦେଲେ।