Padmalaya Mishra

Children

4  

Padmalaya Mishra

Children

ଦୋଅଡ ଖିଆ

ଦୋଅଡ ଖିଆ

2 mins
214



  ସ୍କୁଲ୍ ରୁ ଆମେ ଭାଈ-ଭଉଣୀ ଫେରିଲା ବେଳକୁ ଭୋକରେ ପେଟ କଁ କଁ ଡାକ ଦେଉଥିବ । ନ ଟାରୁ ଭାତ ଖାଇ ଆମେ ସ୍କୁଲ୍ କୁ ଯାଇଥାଉ । ଦଶଟାରୁ ଚାରିଟା ସ୍କୁଲ୍ । ଅବଶ୍ୟ ସାଢେ ଗୋଟାଏ ରୁ ଦୁଇଟା ଖାଇବା ଛୁଟି ହୁଏ । ହେଲେ ଆସି ଖାଇ ଫେରିବାକୁ ସମୟ ହୁଏନି । ତେଣୁ ସାଙ୍ଗରେ ଟିଫିନ୍ ନେଇଥାଉ । ମଟର ସିଝା, ବୁଟ ସିଝା ନହେଲେ ଉପମା । ସେତକ ଖାଇଥିଲେ ବି ଖେଳ ପିରିୟଡ଼ରେ ଏତିକି ଖେଳୁ ଯେ ସବୁ ଖାଇବା ଝଡିଯାଏ । ସ୍କୁଲ୍ ଠାରୁ ଘର କୋଡିଏ ମିନିଟ୍ ର ରାସ୍ତା । ସାଙ୍ଗ ମାନଙ୍କ ସହ ଗପି ଖେଳି ଘରେ ପହଞ୍ଚିଲା ବେଳକୁ ପାଞ୍ଚଟା । 

   ଘରର ହତା ଗେଟ୍ ଖୋଲୁ ଖୋଲୁ ବୋଉ ଭୋକ ହେଲାଣି... ଖାଇବା ବାଢେ ଏକସ୍ଵରରେ କହୁ । ଦିନେ ଦିନେ ବୋଉ ଚୁପଚାପ ଖାଇବା ବାଢେ । ଆଉ ଦିନେ ଦିନେ ପାଟି କରେ କ'ଣ ଛୁଟି ହେଲା ବେଳକୁ ସ୍କୁଲ୍ ଦୁଆର ମୁହଁରେ ଖାଇବା ବାଢି ଦେଇଥାନ୍ତି ? ଆଗ ସ୍କୁଲ୍ ଡ୍ରେସ୍ ପାଲଟି ଧୁଆଧୁଇ ହେଇ ସଫା ହୁଅ । ମୁଁ ବାଢୁଛି । 

   ଆମେ ପରିଷ୍କାର ହେଇ ଖାଇ ବସିଲା ବେଳକୁ ପଖାଳ, ଗରମ ଗରମ ଡାଲି ଫୁଟାରେ ଆଳୁ ପଡିଥିବ ଓ ଦିପହରେ ଯାହା ତରକାରୀ, ଶାଗ, ବଡା କରିଥିବ ଦେଇଥିବେ । କି ଆନନ୍ଦରେ ଆମେ ଖାଉ । ରବିବାର ଓ ଅନ୍ୟ ଛୁଟି ଦିନରେ ବି ଦିଟାରେ ଭାତ ଖାଇଥିଲେ ବି ସନ୍ଧ୍ୟା ବେଳେ ଖେଳି ଫେରିଲା ବେଳକୁ ଦୋଅଡ଼ ଖିଆ ହୁଏ ।

   ସମୟ ବଦଳିଛି । ମୋ ପୁଅ-ଝିଅ ଏ ଦୋଅଡ଼ ଖିଆକୁ ଆଉଟ୍ ଡେଟେଡ୍ ମଫୁ ବୋଲି କହୁଛନ୍ତି । ସନ୍ଧ୍ୟାରେ ଫାଷ୍ଟ୍ ଫୁଡ୍ ଖାଉଛନ୍ତି । ପିଜା ବରଗର ଜୋମାଟୋରେ ମଗାଉଛନ୍ତି ନହେଲେ ବଜାରରୁ ଗୁପଚୁପ୍ ଚାଟ୍ ଖାଇ ଆସୁଛନ୍ତି । ମୋର ଦୋଅଡ଼ ଖିଆ ଅଭ୍ୟାସ ଅଛି । ସନ୍ଧ୍ୟା ଦେଲା ପରେ ଖାଏ । ଦିନେ ଝିଅ ଦେଖି ଦେଲା । ମୁଠେ ଖୁଆଇ ଦେଲି । ଓ୍ଵାଓ ମାମା ଇଟସ୍ ସୋ ଟେଷ୍ଟି କହିଲା । କିନ୍ତୁ କେବେବି ଦୋଅଡ଼ ଖିଆ ଖାଇବାକୁ ମାଙ୍ଗିଲାନି । କୋଡିଏ ବର୍ଷ ବୟସରୁ ଗ୍ୟାସଟ୍ରିକ୍ । କିନ୍ତୁ ସେଇ ଫାଷ୍ଟଫୁଡରେ ମନ ।

            


Rate this content
Log in

Similar oriya story from Children