STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଦିଦି ମାଉସୀ 

ଦିଦି ମାଉସୀ 

2 mins
6


ସହରଟିର ଅବସ୍ଥା ନଥିଲା. ଯୁଦ୍ଧର ତାଣ୍ଡବ ପରେ ନା ଥିଲା ଶାଢ଼ୀ ଚୁଡ଼ି ଦୋକାନ ନା ଥିଲା ଫଳ ମୂଳ ପସରା. ପୁଅ ରାଜୁ ହାତ ଧରି ମାଆ ଫେରିଆସିଥିଲେ. ସାବିତ୍ରୀ ପୂଜା ପାଇଁ ସହର ଚଳଚଞ୍ଚଳ ନଥିଲା କିନ୍ତୁ ବାଡ଼ିପଟେ ସେ ଲଗାଇ ଥିବା ଆମ୍ବ ଗଛରେ ଆମ୍ବ ତ ଅଛି. ପିଜୁଳି ଦୁଇଟା ଗଛରେ ମଧ୍ୟ ଅଛି ଆଉ ଅଛି ନଡ଼ିଆ ଗଛରେ କଷି ପଇଡ଼ ହେଲେ ପୂଜା ହେଉଥିବା ପଡୋଶୀ ଘର ପ୍ରିୟ ଶିକ୍ଷୟିତ୍ରୀ, ଯାହାକୁ ସେ ଦିଦି ଡାକନ୍ତି ସେହି ପ୍ରିୟ ଦିଦି ତାଙ୍କର ଆଉ ନାହାଁନ୍ତି. ଚାଲିଗଲେ ସାବିତ୍ରୀ ପୂର୍ବରୁ. ଶେଷ ଦେଖା ବେଳେ କହୁଥିଲେ ଏ ଇର୍ଷା ରାଗ ରୋଷ ଦ୍ୱେଷ ରଖି ମଣିଷ କେତେଦିନ ବଞ୍ଚିବ ହେ ନନ୍ଦା!କାହିଁକି ଏ ଯୁଦ୍ଧ ହେଉଛି କେଜାଣି!ଏତିକି ବେଳେ ପୁଅ ରାଜୁ ପଚାରୁଥିଲା ମାଆ ଯୁଦ୍ଧ କାହିଁକି ହୁଏ? ପିଲାଟାକୁ କଣ ଉତ୍ତର ଦେବେ ଭାବି ନନ୍ଦା କହିଲେ ନିଜ ସୁରକ୍ଷା ପାଇଁ ଯୁଦ୍ଧ ହୁଏ. ନିଜ ହକ ଛାଡେଇନେଲେ ବା ନିଜ ସୀମା ଟପିଗଲେ ବି ଯୁଦ୍ଧ ହୁଏ. ଯୁଦ୍ଧ ହେଲେ ଉଭୟ ହାରିଥିବା ଓ ଜିତିଥିବା ଦେଶର କ୍ଷତି ହିଁ ହୁଏ. ଯେମିତି ଆମ ଦେଶ ଜିତିଥିଲେ ବି ଏଇ ସହର ଉପର ଦେଇ ଉଡିଯାଉଥିବା ଯୁଦ୍ଧ ଡ୍ରୋନ, ମିଜାଇଲ, କ୍ଷେପଣାସ୍ତ୍ରସବୁକୁ ଆମ ଦେଶର ସୈନିକମାନେ ଖସାଇବା ଦ୍ୱାରା ଏଇ ସହର ଆଜି ପ୍ରଭାବିତ. ସ୍କୁଲ, କଲେଜ, କଚେରୀ,ବଜାର ସବୁ ବନ୍ଦ.କଣ ଥିଲା ଏଇ ସହର ପୁଣି କଣ ହୋଇଛି ଆଜି ସେଇ ସହରଟିର!ମାଆ ତେବେ ଏହାର ଉପାୟ କଣ? ଉପାୟ ହେଲା ସନ୍ଧି. ସନ୍ଧି କଣ ମାଆ?ସନ୍ଧି ଅର୍ଥାତ ଚୁକ୍ତି ବା ବୁଝାମଣା. ଯିଏ ଯାହା ଦେଶରେ ଶାନ୍ତିରେ ରହିବା. ଜଳ,ବିଦ୍ୟୁତ, ରସ୍ତାକୁ ପୈତୃକ ସମ୍ପତ୍ତି ବା ନିଜର ନଭାବି ସର୍ବସଧାରଣଙ୍କ ହିତରେ ବିନିଯୋଗ କରିବା ଉଚିତ. ନହେଲେ ଏଇ ସହରର ଅବସ୍ଥା ପରି ସବୁ ସହର, ଜିଲ୍ଲା, ରାଜ୍ୟ ଓ ଦେଶ କ୍ଷତିଗ୍ରସ୍ତ ହେବ.
     ରାଜୁ କଣ ବୁଝିଲା କେଜାଣି କହିଲା ଠିକ କଥା ପରିବାରରେ ଭାଇ ଭଉଣୀ ଭିତରେ ମଧ୍ୟ କଳି ଝଗଡା ହେବା ଉଚିତ ନୁହେଁ. ମୁଁ ଯେଉଁ କାମ ଛୋଟୁକୁ ବତାଏ ସେ ନକଲେ ମୁଁ ତାର ବହି ଚିରି ଦିଏ, ପେନ ଫୋପାଡ଼ି ଦିଏ. ଏଇତ ପାରିବାରିକ ଯୁଦ୍ଧ ନା ମାଆ?ସେମିତି ଦେଶ ଦେଶ ଭିତରେ କଣ ସବୁ ହେଉଥିବ ନିଶ୍ଚୟ. ରାଜୁ ମୁଁହଁକୁ ଚାହିଁ ମାଆ ନନ୍ଦା ତୃପ୍ତିରେ ହସୁ ହସୁ ଘର ଆସିଯାଇଥିଲା ବେଳେ ରାଜୁ କହୁଥିଲା ଏଣିକି ମୁଁ ମୋ ନିଜ କାମ ନିଜେ କରିବି. ସେତିକି ଜରୁରୀ ନହେଲେ ଛୋଟୁକୁ ପାଣି ଆଣିଦେ ବା ମୋ କାମ କରିବାକୁ କହିବି ନାହିଁ. ଆମ ଦୁଇଭାଇଙ୍କ ଭିତରେ କଳି ଝଗଡା ହେଲେ ବାପା ଓ ତୁମେ କ୍ଷତିରେ ପଡ଼ ଠିକ ଏଇ ସହରର ଅବସ୍ଥା ପରି ବୋଲି ମୁଁ ବୁଝିପାରିଛି ମାଆ. ଆଉ କେଵେ ଛୋଟୁ ଉପରେ ରାଗିବିନି. ଏତିକି ବେଳେ ଛୋଟୁ ଦଉଡି ଆସି କହୁଥିଲା ଆମ ବାଡ଼ିରୁ ବାପା କେତେ ନଡ଼ିଆ, ପଇଡ଼, ପଣସ, ଆମ୍ବ, ପିଜୁଳି ତୋଳିଛନ୍ତି ସାବିତ୍ରୀ ପୂଜା ପାଇଁ ଦେଖିବୁ ଆ ରାଜୁଭାଇ. ମାଆ କହୁଥିଲେ ରାଜୁଭାଇ ନୁଁହଁ ଖାଲି ଭାଇ ଡାକ ଛୋଟୁ. ବଡ଼ଭାଇକୁ ସମ୍ମାନ ଦେବା ତୋ କାମ ଆଉ ସାନମାନଙ୍କୁ ସ୍ନେହ ଦେବା ମୋ କାମ ବୋଲି ମାଆଙ୍କ କଥା ଛଡେଇ ରାଜୁ ଛୋଟୁକୁ ଖୁବ ଆଦର ସ୍ନେହ କରୁଥିଲା. ଛୋଟୁ କହୁଥିଲା ଭାଇ ମୁଁ ଆଉ କେଵେ ବି ତୁମ କଥା ଅମାନ୍ୟ କରିବି ନାହିଁ. ରାଜୁ କହୁଥିଲା ଆମେ ଦୁଇ ଭାଇ ନିଜ ନିଜ କାମ ନିଜେ କରିବା ସହ ଆମ ସୀମା ଭିତରେ ରହିବା. ମାଆ ଭାବୁଥିଲେ ମୋ ଦୁଇପୁଅ ବଡ଼ ହେବାକୁ ଲାଗିଛନ୍ତି. ଦିଦିମାଉସୀଙ୍କ ପାଖେ ପାଠ ପଢି ବଡ଼ ହେଲେ ନାଁ ରଖିବାକୁ ଶିଖାଇଯାଇଛନ୍ତି ନା ଦିଦିମାଉସୀ.


Rate this content
Log in

Similar oriya story from Action