Himalini Hota

Fantasy

3  

Himalini Hota

Fantasy

ଦିବ୍ୟ ଶକ୍ତି

ଦିବ୍ୟ ଶକ୍ତି

4 mins
116


ସତ୍ୟ ଘଟଣା ଉପରେ ପର୍ଯ୍ୟବେସିତ ଗୋଟିଏ ଘଟଣା କୁ ନେଇ ମୁଁ ଲେଖିବାକୁ ଯାଉଛି ଏକ କାହାଣୀ" କୁଡ଼ିଆ ଭିତରେ ସମ୍ପର୍କ,"।ଆଶା କରେ ସମସ୍ତ ଙ୍କୁ ଭଲ ଲାଗିବ।ଜଣେ ଆଦିବାସୀ କନ୍ଧ ସ୍ତ୍ରୀ ଲୋକ କିପରି ଦିବ୍ୟ ଶକ୍ତି ବଳରେ ଜଣେ ସାଧ୍ଵୀ ହୋଇପାରିଥିଲେ ସେହି ଘଟଣା କୁ ନେଇ ଏହି ଗଳ୍ପ ଟି କୁ ବର୍ଣ୍ଣନା କରିଛି।

।ଫୁଲବାଣୀ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମୀଣ ଇଲାକା ହେଉଛି -- ଖଜୁରୀ ପଡା ଗ୍ରାମ। ସେହି ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଚାରୁପଡା ବସ୍ତି।ସେହି ବସ୍ତି ରେ ଏକ କୁଡ଼ିଆ ଘରେ ରହୁଥିଲେ ଗୋଟିଏ କନ୍ଧ ପରିବାର ।ସେମାନଙ୍କ ବେଉସା ହେଲା ଜଙ୍ଗଲ ରୁ ଜଙ୍ଗଲ ଜାତ ଦ୍ରଵ୍ୟ ସଂଗ୍ରହ କରି ହାଟ ରେ ବିକିବା ଏବଂ ପରିବାର ପ୍ରତିପୋଷଣ କରିବା।କାଉ କା' ନ କରୁଣୁ ଗିରସ୍ତ ଭାରିଜା ଦୁଇ ଜଣ ପ୍ରତିଦିନ ଜାଉ, ଲୁଣ ଟିକେ ଖାଇ ଜଙ୍ଗଲ ବାହାରି ଯାଉଥିଲେ ଏବଂ ସୁରୁଜ ମୁଣ୍ଡ ଉପରକୁ ଆସିଲେ ସଂଗ୍ରହ କରିଥିବା ଜିନିଷ ନେଇ ଘରକୁ ଫେରୁଥିଲେ।ଏବଂ ତାକୁ ନେଇ ହାଟ ରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ହସ ଖୁସିରେ ଚଳିଯାଉଥିଲେ।ଦିନକର କଥା --

ସେଦିନ କିନ୍ତୁ ଥିଲା ବ୍ୟତିକ୍ରମ--

କନ୍ଧ ଯୁବତୀଟି ଖାଲି ହାତରେ ଜଙ୍ଗଲ ଭିତରୁ ଫେରିଥିଲା । ତାର ଗିରସ୍ତ ଏହାର କାରଣ ଜାଣିବାରେ ଇଛା କରନ୍ତେ ଯୁବତୀ ଟି କେବଳ ଏତିକି କହିଥିଲା କଣ ହେଲା କେଜାଣି, ସେ ଜଙ୍ଗଲ ର ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚିବା କ୍ଷଣି ବେହୋସ ହୋଇଯାଇଥିଲା।ଚେତା ଫେରିଲା ବେଳକୁ ସୁରୁଜ ମୁଣ୍ଡ ଉପରେ।କି ଆଶ୍ଚର୍ଯ୍ୟ କଥା !!!ଜଙ୍ଗଲ ଭିତରେ ହେଉଛି କଣ ?ଲଗାତାର ତିନି ଦିନ ଏମିତି ଖାଲି ହାତରେ ତିରିଲା ତାର ଫେରିବା ପରେ କନ୍ଧ ଯୁବକଟି ସନ୍ଦେହ ରେ ପଡିଥିଲା।ତିରିଲା କୁ ସନ୍ଦେହ କରି ନୁହଁ, ସେ ଭାବିଥିଲା ତିରିଲା ତାର କୌଣସି ବିପଦ ରେ ପଡିଛି ବୋଧ ହୁଏ?ଆଉ ଏମିତି ଯଦି ସବୁଦିନେ ଲାଗିରହେ ଓ ଖାଲି ହାତରେ ସବୁଦିନ ଫେରେ ତାର ତିରିଲା ,ଘରେ ପିଲା ଦୁଇଟି ଖାଇବେ କଣ?ସେମାନଙ୍କ ଜୀବିକା ହେଲା କେନ୍ଦୁପତ୍ର, କେନ୍ଦୁ ଆଉ ଜଙ୍ଗଲୀ ଜିନିଷ ବିକିବା। ସେ ଏକୁଟିଆ ଏମିତି କେତେ କେନ୍ଦୁ ପତ୍ର, ଫଳ ଆଉ ଜଙ୍ଗଲୀ ଦ୍ରଵ୍ୟ ସଂଗ୍ରହ କରି ବିକ୍ରି କରିବ ଯେ, ଆଉ ସେତିକି ରେ କେତେ ଟଙ୍କା ହେଇଯିବ ଯେ, ଦିନଟା ଯାକର ଖାଇବା ଯୋଗାଡ଼ ହେଇଯିବ । ଏକଥା ଭାବି କନ୍ଧ ଯୁବକଟି,ନିଜ ସ୍ତ୍ରୀ ର ଅଜାଣତରେ ତା ପରଦିନ ସ୍ତ୍ରୀର ପଛେ ପଛେ ଯାଇଥିଲା ଘଟଣା ସମ୍ବନ୍ଧରେ ଜାଣିବା ପାଇଁ।ଯାଉ ଯାଉ ହଟାତ ଗୋଟିଏ ଜlଗlରେ କନ୍ଧ ଯୁବକ ଟିର ପାଦ ଦ୍ବୟ ଆପେ ଆପେ ଅଟକିଗଲା ଏବଂ ବୃକ୍ଷ ଆଢୁଆଳରେ ରହି ,ଯାହା ଦେଖିଲା ତା ଆଖି ଖୋସି ହୋଇଗଲା।ଏମିତି ଦୃଶ୍ୟ ସେ ଜୀବନ କାଳ ମଧ୍ୟରେ କେବେ ଦେଖିବ ବୋଲି ଆଶା କରି ନ ଥିଲା।ତାର ଆଖି ଆଗରେ ଥିଲା ଏକ ଦିବ୍ୟ ମଣ୍ଡଳ ଓ ସେଥିରୁ ଜ୍ୟୋତି ନିର୍ଗତ ହେଉଥିଲା ଏବଂ ସେହି ମଣ୍ଡଳ ଭିତରେ ଥିଲେ ଚାରିଜଣ ସାଧୁ ।ଆଉ ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଥିଲା ତାର ତିରିଲା, ବି ସେହି ମଣ୍ଡଳ ଭିତରେ ଥିଲା (ସେହି ଦିବ୍ୟ ମଣ୍ଡଳ ର ଆଲୋକ ଏତେ ଉଜ୍ଜ୍ୱଳ ଥିଲା ତାର ଆଖି ମୁଦି ହେଇଯାଇଥିଲା)।ଓ ତାର ତିରିଲା ସେହି ସାଧୁ ମାନଙ୍କ ସହ କଥା ହେଉଥିଲା ଏକ ଭିନ୍ନ ଭାଷlରେ (ଦେବ ନlଗରୀ ଭାଷା ରେ)।ଏ କଥା ଦେଖି ତାକୁ ସ୍ୱପ୍ନ ପରି ଲାଗୁଥାଏ।ମୂର୍ଖ କନ୍ଧ ଯୁବକ ଟି ଏ ଭାଷା ସମ୍ବନ୍ଧରେ ସମ୍ପୁର୍ଣ୍ଣ ଅଜ୍ଞ ଥିଲା ।କାରଣ ସେ ଆଉ ତା ତିରିଲା ଉଭୟେ ଥିଲେ ଶ୍ରୀ ଅକ୍ଷର ବିବର୍ଜିତା।କୁଇ ଭାଷା ଛଡ଼ା ସେମାନଙ୍କୁ ଆଉ କିଛି ଭାଷା ଜଣାନଥିଲା।କୁଇ ଭାଷା ହେଉଛି ସେମାନଙ୍କ ର ମାତୃଭାଷା। ଅକ୍ଷର ନ ଆସୁଥିବା ତାର ତିରିଲା ବହୁତ ସୁନ୍ଦର ଭାବରେ ସାଧୁ ମାନଙ୍କ ସହ କଥା ହେଉଥିଲା।ଏ ସବୁ ଦେଖି ସେ କନ୍ଧ ଯୁବକଟି ଆଶ୍ଚର୍ଯ୍ୟ ହେବା ସହ ଅବାକ ମଧ୍ୟ ହୋଇଯାଇଥିଲା।ତାର ମୁଣ୍ଡ ଦେହ ଝାଇଁ ମାରିଥିଲା ।

ତାହାଲେ ତାର ତିରିଲା ଖାଲି ହାତରେ ଆସିବାର କାରଣ ବୋଧେ ଏଇଆ ଥିଲା।ତାର ତିରିଲା ନିଶ୍ଚୟ ଡୁମl ହୋଇଯାଇଛି।ନ ହେଲେ ଏମିତି ଜ୍ଞାନୀ ସାଧୁ ସନ୍ଥମାନଙ୍କ ସହ କେମିତି କଥା ହେଇପାରୁଥାନ୍ତା।ଏ ଭାବନା ରେ ସେ ଗଛ କୁ ଜାବୁଡି ଧରି ଭୟଙ୍କର ଭାବେ ଥରୁଥିଲା।ହଟାତ ସାଧୁ ମାନଙ୍କ ଦୃଷ୍ଟି ତା ଉପରେ ପଡ଼ିଲା।ସେମାନେ ତାକୁ ବି ପାଖକୁ ଡାକିଲେ କିନ୍ତୁ ସେ ପାଖକୁ ଯିବ କଣ ? ଅତ୍ୟଧିକ ଭୟ ରେ ସେଇ ଠାରେ ହିଁ ଟଳି ପଡିଥିଲା।

ପ୍ରକୃତରେ ଘଟଣା ଟି ଥିଲା ଏହିପରି --

ସେ ଦିନ କନ୍ଧ ସ୍ତ୍ରୀ ଲୋକଟି ଜଙ୍ଗଲ ଜାତ ଦ୍ରଵ୍ୟ ସଂଗ୍ରହ କରୁ କରୁ ଜଙ୍ଗଲ ର ବହୁତ ଭିତର କୁ ଚାଲିଯାଇଥିଲା ।କେନ୍ଦୁପତ୍ର ସଂଗ୍ରହ କରୁଥିବା ସମୟରେ, ହଟାତ ତାର ଦୃଷ୍ଟି ଗୋଚର ହେଇଥିଲେ ସାଧୁ ସନ୍ଥମାନେ ।ସାଧୁ ମାନେ ତାକୁ ପାଖକୁ ଡକେଇଥିଲେ ।ଏବଂ ତାକୁ ପାଖରେ ବସେଇ ତାର ପୂର୍ବ ଜନ୍ମ ର ବୃତ୍ତାନ୍ତ ଶୁଣେଇଥିଲେ।କନ୍ଧ ଯୁବତୀ ଟି ପୁର୍ବ ଜନ୍ମ ରେ ଜଣେ ସାଧୁ ଥିଲେ ।ପୂର୍ବ ଜନ୍ମ ରେ କିଛି ଟା ଅପକର୍ମ ଯୋଗୁଁ ସେ ଆଜି କନ୍ଧ ଘରେ କନ୍ଧ ର ସ୍ତ୍ରୀ ରୂପରେ ଥିଲେ ଏବଂ ଦୁଇଟି ସନ୍ତାନ ର ଜନନୀ ବି ଥିଲେ।ସନ୍ଥ ମାନେ ତାଙ୍କୁ ଦିବ୍ୟ ଚକ୍ଷୁ ଦ୍ୱାରା ତାଙ୍କର ପୂର୍ବ ଜନ୍ମ ବି ଦେଖାଇ ଥିଲେ ।ଏବଂ ଏଇ ସ୍ତ୍ରୀ ରୂପ ପରିହାର କରି ପୁନଶ୍ଚ ସାଧୁ ଭାବରେ ତାଙ୍କ ସାଙ୍ଗରେ ଚାଲି ଆସିବା ପାଇଁ ଉପଦେଶ ବି ଦେଇଥିଲେ ।ସ୍ତ୍ରୀ ରୂପରେ ଥିବା ସାଧୁ ବି ଦିବ୍ୟ ଜ୍ଞାନ ପାଇ ସେମାନଙ୍କ ସହ ଯିବାପାଇଁ ରାଜି ହୋଇଯାଇଥିଲେ।କିନ୍ତୁ ହଟାତ ହୋଇଥିଲା ଏକ ବିଡମ୍ବନା।ଅତ୍ୟଧିକ ଭୟ ଅବା ଆବେଗ ରେ କନ୍ଧ ଯୁବକ ଟି ଠିଆ ଠିଆ ରେ ଟଳି ପଡିଥିଲା।ସାଧୁ ରୂପୀ କନ୍ଧ ସ୍ତ୍ରୀ କରିଥାନ୍ତା କଣ? କନ୍ଧ ଯୁବକର ମୃତ୍ୟୁ ଦେଖି ସେ ସାଧୁ ମାନଙ୍କୁ କହି ଥିଲା -  ହେ ସାଧୁ ମହାତ୍ମା ମୁଁ ପୁନଶ୍ଚ ସାଧୁ ରୂପକୁ ଫେରିଯିବି ସତ !କିନ୍ତୁ କୁଡ଼ିଆ ଭିତରେ ଯେଉଁ କୁନି କୁନି ଛୁଆ ଦୁଇଟି କୁ ମୁଁ ଛାଡି ଆସିଛି ସେମାନେ ଏବେ ବହୁତ ଛୋଟ ।ପିତୃ ମାତୃ ହୀନ ହୋଇ ସେମାନେ ଚଳିବା ର ଅବସ୍ଥା ,ତାଙ୍କର ଏ ଯାଏଁ ହୋଇନାହିଁ ।ମୁଁ ଯେତେ ସାଧୁ ହେଲେ ବି ବର୍ତ୍ତମାନ ମୁଁ ଜଣେ ମା 'ତେଣୁ ମୁଁ ପାଇଥିବା ଏ ଜନ୍ମ ରେ ପ୍ରଥମେ ମା' ର କର୍ତ୍ତବ୍ୟ ପାଳନ କରିବି ଏବଂ ଉପଯୁକ୍ତ ସମୟରେ ମୁଁ ମୋର ନିଜ ରୂପ କୁ ଚାଲିଯିବି।ତା ପର ଠାରୁ କନ୍ଧ ସ୍ତ୍ରୀ ରୂପୀ ସାଧୁ ଜଣକ ମା'ର କର୍ତ୍ତବ୍ୟ ପାଳନ କରିବା ସହ ସ୍ତ୍ରୀ ର ଖୋଳ ରେ ସାଧୁ ରୂପରେ ରହିଥିଲେ।ଏବଂ ତାଙ୍କର ଦିବ୍ୟ ଶକ୍ତି ଦ୍ୱାରା ଲୋକଙ୍କ ର ସେବା କରି ପୂର୍ବ ଜନ୍ମ ରେ କରିଥିବା ପାପ ର ପ୍ରାଯଶ୍ଚିତ ବି କରିଥିଲେ ।କ୍ରମେ ତାଙ୍କର ଖ୍ୟାତି ବଢ଼ିଥିଲା।ସେ ଧର୍ମ ସମ୍ମିଳନୀ ମାନଙ୍କ ରେ ଯୋଗ ଦେଇ ନିଜର ଜ୍ଞାନ ଦ୍ୱାରା ସନ୍ଥବାବା ରୂପେ ପରିଚିତ ହୋଇଥିଲେ ।ସ୍ତ୍ରୀ ପୋଷାକ ରେ ଥାଇ ମଧ୍ୟ ନିଜକୁ ସେ ସାଧୁ ବାବା ବୋଲାଉଥିଲେ ।ଦିବ୍ୟ ଶକ୍ତି ଲାଭ ପରେ ସେ ଦୁରାରୋଗ କୁ ମଧ୍ୟ ଭଲ କରିପାରୁଥିଲେ।ନିରକ୍ଷର ହୋଇ ମଧ୍ୟ ରାମାୟଣ ,ମହାଭାରତ କୁ ଅତି ସୁନ୍ଦର ଭାବେ ବୋଲି ପାରୁଥିଲେ ଏବଂ ଭାଗବତ ଗୀତା ର ପ୍ରତି ଟି ଶ୍ଳୋକ କୁ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରି ପାରୁଥିଲେ। (ଯେମିତି ଆମର ଅନ୍ଧ କବି ସନ୍ଥ ଭୀମ ଭୋଇ)ଅନ୍ଧ ଓ ନିରକ୍ଷର ହୋଇ ମଧ୍ୟ ଦିବ୍ୟ ଦୃଷ୍ଟି ଦ୍ୱାରା ଯେପରି ଖୁବ ସୁନ୍ଦର କବିତା ରଚନା /ଆବୃତ୍ତି କରୁ ଥିଲେ।ଠିକ ସେପରି ଏହି ସନ୍ଥ ଜଣକ ନିରକ୍ଷର ହୋଇ ମଧ୍ୟ ବିଭିନ୍ନ ସଂସ୍କୃତ ଗ୍ରନ୍ଥ ଗୁଡିକୁ ଅତି ସୁନ୍ଦର ଭାବରେ ବୋଲି ପାରୁ ଥିଲେ ।ଏବଂ ସେହି ଗ୍ରନ୍ଥ ଗୁଡିକ କିଏ ରଚନା କରିଥିଲେ ଅନାୟାସରେ କହି ପାରୁଥିଲେ।କେବଳ ଦେବ ନlଗରୀ ଭାଷା ନୁହେଁ ଦିବ୍ୟ ଶକ୍ତି ଲାଭ ପରେ ଅନ୍ୟ ବହୁତ ଭାଷା ରେ ସେ ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଏବଂ ଉପଯୁକ୍ତ ସମୟରେ ନିଜ ବୟସର ସାୟାହ୍ନ ରେ ସାଧୁ ବାବା ରୂପରେ ଧ୍ୟାନସ୍ଥ ହୋଇ ନିଜ ଧାମ କୁ ଚାଲି ଯାଇଥିଲେ।


Rate this content
Log in

Similar oriya story from Fantasy