STORYMIRROR

Dillip Kumar Parida

Classics

3  

Dillip Kumar Parida

Classics

ଧୂସରିତ ସମ୍ପର୍କ

ଧୂସରିତ ସମ୍ପର୍କ

2 mins
27.8K


Ø ଦିଲ୍ଲୀପ୍‍ କୁମାର ପରିଡା

ସେଦିନର ସକାଳଟା ଠିକ୍‍ ସେମିତି ଥିଲା ଯେମିତି ମୁଁ ଛାଡି ଯାଇଥିଲି ତିରିଶ ବର୍ଷ ପୂର୍ବରୁ Iସକାଳର ଶୀତୁଆ ପବନଟା କୋଟ୍‍ ଭିତରେ ଡରେଇ ରଖିଥିଲା ମୋ ଉଷୁମ ଦେହଟାକୁ.ଆମ ସମ୍ପର୍କର ମୂକ ସାକ୍ଷୀ ଏଇ ପାର୍କଟା ଏଯାଏ ସେମିତି ସବୁଜ ରହିଛି,କିନ୍ତୁ ଧୂସର ପାଲଟିଛି ଆମ ସମ୍ପର୍କ Iସେଦିନ ଏମିତି ଏକ ଶୀତୁଆ ସକାଳରେ,ଏଇ ପାର୍କରେହିଁ ମୋଠାରୁ ଏକ ଅଶୁଭ ବିଦାୟ ନେଇ ଥିଲା ଲଗ୍ନା Iଏକ ଅନାଶକ୍ତ ପ୍ରେମର ଅନ୍ତ ଘଟାଇବାକୁ ରୁକ୍ଷ ସ୍ୱରରେ ମୋତେ ପଚାରିଥିଲା “ଯଦି ମୁଁ ଆଉ କେଉଁଠି ବାହା ହୋଇ ଯାଏ ତୁମର କିଛି ଆପତ୍ତି ଅଛି?”ଉତ୍ତରରେ ମୁଁ “ନା” କହିବା ମାତ୍ରେ ପଛକୁ ଫେରିଚାହିଁ ନଥିଲା ସେ Iମୋ ହୃଦୟରେ ଜମାଟ ବାନ୍ଧିଥିବା ଲୁହ ଗୁଡାକ ତାରି ଭିତରେ ବରଫ ପାଲଟି ଯାଇଥିଲା I”ଭୁଲିଯିବି” ବୋଲି ନିଜକୁ ପ୍ରତିଶୃତି ଦେଇ ମୁଁ ବି ଚାଲିଗଲି ବିଦେଶ Iଏଇଆ ହିଁ ଆମ ଭିତରେ ମତାନ୍ତର ଥିଲା ମୁଁ ଚାହୁଁଥିଲି ଆମ ପ୍ରେମର ଉଜ୍ଜ୍ୱଳ ଭବିଷ୍ୟତ କିଂତୁ ସେ ଚାହୁଁଥିଲା ମୋତେ ଆଉ ମୋ ପ୍ରେମକୁ Iଖାଲି ପ୍ରେମକୁ ନେଇ ବଞ୍ଚିହୁଏନା ଯେତେବୁଝେଇଲେ ବି ସେ ବୁଝୁ ନଥିଲା Iବାସ୍‍ ସେହିଦିନ ଠାରୁ କେହି କାହା ଆଡେ ଚାହିଁନୁ କି ଖବର ରଖିନୁ Iହଠାତ୍‍ ପାର୍କର ଗୋଟିଏ କୋଣରୁ ଝିଅଟିଏ ମୋ ଆଡକୁ ଆସୁଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି Iକିଛି ଭାବିବା ପୂର୍ବରୁ ସେ ମୋତେ କହିଚାଲିଲା”ମୁଁ ଜାଣିଥିଲି ତମେ ଆସିବ,ନିଶ୍ଚୟ ଆସିବ ,ହେଲେ ସିଏ କଣ ବୁଝୁଛି ?ମୋତେ କହୁଛି ଆମେରିକା ଯା’ Iକହିଲ ଦେଖି ଏମିତି କଣ ହେଇ ପାରେ?ମୁଁ ତମକୁ ଏତେ ଭଲ ପାଉଛି ଆଉ ତମେ ମୋତେ ଆଡ ଆଖିରେବି ଚାହିଁବନି?”ପୁଣି ଜଣେ ବୃଦ୍ଧାଙ୍କୁ ଦେଖେଇ କହିଲା”ଏଇ ଦେଖୁନାହାଁନ୍ତି ମୁଁ କହୁଚି ତୋ ଲଭ୍‍ ଜରୁର ଆସିବ,ସେ କିନ୍ତୁ ଫିକାରଙ୍ଗ ନେଇ ଜୀବନ କାଟୁଛି” ”ତାମାନେ ତମେ..?” ମୋ ପ୍ରଶ୍ନରେ ଫିକ୍‍ କରି ହସିଦେଇ କହିଲା “ତମ ଲଗ୍ନାର ଝିଅ” “ତାମନେ ତମ ବାପା...!!”ଅଧାକଥାରୁ ପଛରୁ ଉତ୍ତର ଆସିଲା“ବଞ୍ଚିଛଂତି” କଣ୍ଠ ଥରିଗଲେ ବି ମୁଁ ଚିହ୍ନିଗଲି ଏ ମୋ ଲଗ୍ନାର ସ୍ୱର Iଆଜିବି ସେମିତି କଠୋର ଥିଲା “ଅଧା କଥା ସରେଇବାକୁ ଆସିଛ ନା କ?ପୁରଣ ହେଇ ଗଲା ତ ମନକାମନା !ହେଲା ମୁଁ ହାରିଲି ତମେ ଜିତିଲ Iଆଉ କିଛି କହିବ?” “କିନ୍ତୁ ତମେ..?ଏ ଝିଅ..?” ମୋର ପଲଟା ପ୍ରଶ୍ନ “ସମସ୍ତେ ତୁମର Iଣ ଭାବିଥିଲ ତମେ ? ମୁଁ ତମକୁ ଛାଡି ଦେଇଥାନ୍ତି?ଏଇ ଦେଖ ଯାହା ପାଖରେ ତମେ ଚାକିରିକରିବାକୁ ଆମେରିକାରୁ ଏଠିକି ଲେଉଟି ଅସିଛ ତାର ଏମ୍‍.ଡି ତମ ସମ୍ନାରେ ଠିଆ ହେଇଛି Iଶ୍ୱେତପଦ୍ମା ପଟ୍ଟନାୟକ Iଲଗ୍ନା ଆଉ ସମରେଶ୍‍ର ଝିଅ Iସେଇଥି ପାଇଁକହୁଥିଲି ବିଦେଶରେ ଯାହା କରିବ ଏଠିବି ହେଇ ପରିବ ତମେ କ”ଣ ଶୁଣିଲ?ଆଜି କୁହ କିଏ ଜିତିଛି ଆଉ କିଏ ହାରିଛି ?” ମୋ ଆଖି ଭିଜି ଯାଉଥିଲା ଅଶ୍ରୁ ସାଗରରେ Iଆନନ୍ଦରେ କି ଅନୁତାପରେ ଜାଣି ପାରୁନଥିଲି ହେଲେ ଏତିକି ମନେ ଥିଲା ମୁଁ ହିଁ ସମରେଶ ପଟ୍ଟନାୟକ Iଝିଅ ମୋର ଆମ ଦୁହିଁଙ୍କୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦି ଚାଲିଥିଲା  I ସେଦିନ ମୋ ଛାତିଭିତର ଲୁହର ବରଫ ପାହଡଟା ଆଉ ବୋଲ ମାନି ନଥିଲା Iତରଳି ଯାଇଥିଲା ଆମ ସମ୍ପର୍କର ଗ୍ଳୋବାଲ୍‍ ୱାର୍‍ମିଙ୍ଗ୍‍ରେ….I                

 


Rate this content
Log in

Similar oriya story from Classics