Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Smrutirekha Acharya

Abstract


4.6  

Smrutirekha Acharya

Abstract


ଧ୍ରୁବ ତାରା ର ଅନୁସରଣ ଦେଖାଏ ଦିଗ

ଧ୍ରୁବ ତାରା ର ଅନୁସରଣ ଦେଖାଏ ଦିଗ

5 mins 144 5 mins 144

ଶାନ୍ତ ଆଜି ଏ ଆକାଶ ବକ୍ଷ l ଗଗନ ପବନ ଦୁହେଁ ଆଜି ନିରବ l କଳା ବାଦଲ ର ଚିତା ଆଜି ନଭ କୁ ସଜେଇ ଦେଇଛି ଭୟଙ୍କର ରୂପରେ l ଚନ୍ଦ୍ରମା କେଉଁ କୋଣ ରେ ଆଜି ଲୁଚି ଯାଇଛି l ଲକ୍ଷ ଲକ୍ଷ ତାରକା ଆଜି କେଉଁଠି ହଜି ଯାଇଛନ୍ତି ରେ l ଶେଫାଳି ର ବାସ୍ନା ମହକି ଉଠୁଛି ପରା l ଆରେ ଶୀତ ଋତୁର ଯେ ଏ ସଠିକ ପରିଚୟ ପତ୍ର l ମହା କାର୍ତ୍ତିକ ର ମହା ସମାରୋହ ଯେ l ଦାଣ୍ଡ ଚଉରା ରେ ପଞ୍ଚ ମୁରୁଜ ଭରା ସୁନ୍ଦର ଚିତ୍ର l ମଦିର ବେଢା ରେ ଆକାଶ ଦୀପ ର କ୍ଷୁଦ୍ର ଆଲୋକ l ଆଜି ମନେ ପକାଉଛି ବସି ରାଜେଶ l ସତରେ ପିଲା ଦିନ କେତେ ସୁନ୍ଦର, କେତେ ସରଳ ଥିଲା l ଗାଁ ର ପରିବେଶ କେତେ ମନୋରମ ଥିଲା l ଆଜି ଏ ଆଧୁନିକ ଦୁନିଆ ରେ ସେସବୁ କୁ ମୁଁ ଖୋଜି ପାଉନି l ଆଜି କାଇଁକି କେଜାଣି ତାର ବୁଢୀମା ର କଥା ତାର ବହୁତ ମନେ ପଡିଛି ତା ହାତ ରନ୍ଧା ହବିଷାନ୍ନ ର ସୁଆଦ ଚାଖିବାକୁ ତାର ବହୁତ ଇଛା ହେଇଚି l ସେ ସାଙ୍ଗେ ସାଙ୍ଗେ ବାଙ୍ଗଲୋର ରୁ ଉଡ଼ାଜାହାଜ ରେ ବାହାରି ଆସିଛି l ଗାଁ ରେ ପଂହଁଚି ପାଦ ରେ ଚାଲି ଚାଲି ଘର ପାଖକୁ ଯିବା ଭିତରେ ସେ ଦେଖୁଛି ଆଜି ଗାଁ ର ଲୋକ ମାନେ ବି ଆଧୁନିକ ଢଙ୍ଗ ରେ ବଂଚିବାକୁ ପସନ୍ଦ କରୁଛନ୍ତି l ଗାଁ ଚଉରା ରେ ମୁରୁଜ ଅଛି ସତ ହେଲେ ନାହିଁ ସେ ପୁରୁଣା ଦିନ ଭଳି ଗୋବର ମାଟି ଲିପା ଉପରେ ଏବେ ଅଛି ମାର୍ବଲ ଉପରେ l

ଗାଁ ଗାଡ଼ିଆ ସମ୍ପୂର୍ଣ୍ଣ ଖାଲି l କେହି ସେଠି ଆଉ ଗାଧୁଆ ପାଧୁଆ କରିବାର ଦେଖିବାକୁ ମିଳୁନି l କେତେ ଘରେ ତାଲା ପଡିଛି ଯେ l ପଚାରି ବୁଝିକି ଜାଣିଲା ଯେ ସେ ପରିବାର ର ଲୋକ ସବୁ ସହର ବିଦେଶ ରେ ଏବେ ବସ ବାସ କରୁଛନ୍ତି l କେବେ ଦଶ ପନ୍ଦର ବର୍ଷ ରେ ଥରେ ଇଛା ହେଲେ ବୁଲିବାକୁ ଆସୁଛନ୍ତି ବଡ ବଡ ଗାଡି ଚଢି ପୁଣି ପଳାଉଛନ୍ତି l ଘରେ ପଂହଁଚି ଦେଖେ ତ ତା ଘର ଦାଣ୍ଡ ଚଉରା ରେ ଗୋବର ଲିପା ଉପରେ ପଞ୍ଚ ମୁରୁଜ ରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କ ସୁନ୍ଦର ଚିତ୍ର ଅଙ୍କା ହେଇଚି l ସତେକି ଶ୍ରୀକ୍ଷେତ୍ର ରେ ପ୍ରଭୁ ଙ୍କୁ ଦେଖିଲା ପରି ମନେ ହଉଛି l ସାଡ଼ୁ ବାସ୍ନା ମହକି ଆସୁଛି ଅଗସ୍ତି ଶାଗ ର l ଆଉ ସମ୍ଭାଳି ନପାରି ରାଜେଶ ଘର ଭିତରକୁ ପଶି ଦେଖେ ତ ବାଡ଼ି ଚାଳିଆ ରେ ତା ବୁଢୀମା ମାଟି ହାଣ୍ଡିରେ ରୋଷେଇ କରୁଛି l ଯାଇକି କୁଣ୍ଢେଇ ପକେଇ ମା କୁ କହୁଛି କେତେ ବେଳେ ସରିବ ଯେ ତୋ ରୋଷେଇ ପେଟ ମୋର ଭୋକ ରେ ଆଉଟୁ ପାଉଟୁ ହେଇଗଲାଣି l ବୁଢୀମା ସେ ରୋଷେଇ ଚଡୁ କୁ ତା ପିଠି ଆଡକୁ ବଢ଼େଇ କହୁଛି ବୁଢା ଟାଏ ହେଲୁଣୁ ହେଲେ ତଥାପି ତୋ ପିଲାଳିଆମୀ ଯାଇନି ଏଯାଏ l କେଜାଣି କେମିତି ସେଇଠି ଚଳୁଚୁ l କିଏ ତୋ ଖବର ବୁଝୁଛି କେଜାଣି l ହଉ ଛାଡ଼ ସବୁ ସେଇ କାଳିଆ ଇଚ୍ଛା l ହଉ ଆ ବାଢି ଦଉଚି ଖାଇବୁ l ବୁଢୀମା ତାର ପିଢା ପାଣି ଥୋଇ କଦଳୀ ପତ୍ର ପକେଇ ବାଢ଼ୀ ଦେଲା ଅରୁଆ ଅନ୍ନ, ହବିଷ ଡାଲମା, ଅଗସ୍ତି ଶାଗ ଆଉ ପାଣି କଖାରୁ ଖଟା ତା ସାଙ୍ଗକୁ ଭାତରେ ନିଜ ହାତ ତିଆରି ଦେଶୀ ଘିଅ ଟିକେ ପକେଇଦେଲା ଆଉ କଞ୍ଚାଲଙ୍କା କମଳା ପାଖୁଡାଏ ରେ ପାଗ ବନେଇ ଦେଲା l ରାଜେଶ ଖାଇବା ବାସ୍ନା ରେ ଆକୃଷ୍ଟ ହେଇକି ଶାନ୍ତିରେ ପେଟ ପୁରା ଖାଇଦେଲା l ସତେ ଯେମିତି ଅମୃତ ମିଳିଛି ତାକୁ ବହୁ ବର୍ଷ ପରେ l ଖାଇ ସାରି ଶାନ୍ତି ରେ ସୋଇ ପଡିଲା ତା ବୁଢୀମା କୋଳରେ l ହେଲେ ଛୁଆ ବେଳେ ବୁଢୀମା ତାର ରାଜା ରାଣୀ ଗପ, ଭୁତ ପିଶାଚ ଗପ, ରାମାୟଣ, ମହାଭାରତ କହି ତାକୁ ଶୁଆଇ ଦେଉଥିଲା ହେଲେ ଆଜି ତା ବୁଢୀମା କାନ୍ଦି କାନ୍ଦି କହୁଛି ତା ଗାଁ ର ବାସ୍ତବତା ର ଗପ l ଲୋକ ଆଜି କେତେ ସ୍ୱାର୍ଥ ପର କେତେ ନିଷ୍ଠୁର କେତେ କାମ ଚୋର l ଆଜି ସମସ୍ତ ଙ୍କ ମନରେ ପର ଅପର ର ଭାବ ଏତେ ବଢ଼ି ଯାଇଛି ଯେ ଭାଇ ଚାରା ଲୁଚି ଯାଇଛି l କେହି କାହାର ଦୁଃଖରେ ଆହା ପଦ ଟିଏ କହିବାକୁ ନାହାନ୍ତି l ସମସ୍ତେ ଆଜି ନିଜ ନିଜ କାମରେ ବେସ୍ତ l ଏମିତି କି କାହାର ଦେହାନ୍ତ ହୋଇ ଗଲେ ଭାଇ କୁଟୁମ୍ବ କାନ୍ଧ ଦେବାକୁ ଆସିବାକୁ ଆଉ ଇଛା କରୁନାହାନ୍ତି l ଏମିତି ଚାଲିଲେ ଦୁନିଆରେ ଆଉ ସ୍ନେହ ଶ୍ରଦ୍ଧା ବିଶ୍ୱାସ ଭଲ ପାଇବା ଆଉ ବଞ୍ଚି ରହିବ ତ? ଷଡ ରିପୁ ର ବଶୀଭୂତ ଆଜି କାଇଁ ଏ ମାନବ ସମାଜ? ଏମିତି କେତେ କଣ ବୁଢୀମା ତାର ପଚାରି ଚାଲିଲା ତା ନାତିକୁ l ନାତି ଉତ୍ତର ରେ କହିଲା ତୁ ଏସବୁ ବୁଝିପାରିବୁନି l ଆଜି ଜଣେ ଯଦି ଭୁଲ କରି ଉପରକୁ ଉଠିଯାଇଛି ଅନ୍ୟ ମନେ ତାକୁ ଠିକ ରାସ୍ତା କୁ କେମିତି ଆଣିବେ ସେକଥା ଚିନ୍ତା କରିବା ପରିବର୍ତ୍ତେ ନିଜେ କେମିତି ସେଇ ଭୁଲ କାମ କରି ଉପରକୁ ଉଠିବେ ସେଥିରେ ବେସ୍ତ l ସମସ୍ତେ ଆଜି କାଲି ପଇସା ପଛରେ ଦୌଡ଼ିଛନ୍ତି l ଧନ ସମ୍ପତି ର ମୋହ ଏମାନଂକୁ ଏମିତି କବଳିତ କରିଛି ଯେ ସେମାନେ ବାପ ଭାଇ ଙ୍କୁ ବି ମାରି ଦେବାକୁ ପଛାଉ ନାହାନ୍ତି l ବୁଢୀମା ପୁରା ନିର୍ବାକ l କିଛି ସମୟ ପରେ ପଚାରିଲା ଏସବୁ ପରିବର୍ତ୍ତନ ର କଣ ଆଉ କିଛି ଉପାୟ ନାହିଁ? ନାତି କହିଲା ଏକମାତ୍ର ଉପାୟ ଯଦି ଦୁନିଆ ରେ ସମସ୍ତେ ଅନ୍ୟ କାହାର ଉନ୍ନତି, ଧନ, ସମ୍ପତି, କାମିନୀ କାଞ୍ଚନ ଲାଳସା ର ବସ ବର୍ତ୍ତୀ ନହୋଇ ନିଜ କର୍ମ ଠିକ ଭାବରେ କରିବାର ବଦ୍ଧ ସଂକଳ୍ପ ନେଲେ ହି ଏ ଅସୁବିଧା ରୁ ମୁକ୍ତି ପାଇ ପାରିବେ l ତା ପରଦିନ ସେ ଗାଁ ବୁଲିବାକୁ ଯାଇ ଦେଖିବାକୁ ପାଇଲା କେତେ ଚାଷ ଜମି ପଡିଆ ପଡିଛି l ଆଜିକାଲି ଲୋକ ଏତେ ଉନ୍ନତ କୃଷି ପ୍ରଣାଳୀ କୁ ମଧ୍ୟ ଆପଣେଇବାକୁ ଇଛା ପ୍ରକାଶ କରୁନାହାନ୍ତି l ସେ କିଛି ଲୋକ ଙ୍କୁ ଏକାଠି କରିକି ଏସବୁ ସମ୍ପର୍କ ରେ ସେମାନଙ୍କୁ ବୁଝେଇବାକୁ ଚେଷ୍ଠା କଲା l ହେଲେ ସେମାନେ ବୁଝିବାକୁ ପ୍ରସ୍ତୁତ ଥିଲେ ତ l ଗାଁ ସରକାରୀ ବିଦ୍ୟାଳୟ ର ଅବସ୍ଥା ମଧ୍ୟ ଶୋଚନୀୟ l ଯେଉଁ ମାନଙ୍କ ପାଖରେ ପଇସା ଅଛି ସେମାନେ ଇ°ରାଜି ମାଧ୍ୟମିକ ଘରୋଇ ବିଦ୍ୟାଳୟ କୁ ପିଲା କୁ ଛାଡ଼ୁଛନ୍ତି ଆଉ ଯାହା ପାଖରେ ନାହିଁ ସେମାନେ ଏଇ ସରକାରୀ ବିଦ୍ୟାଳୟ ରେ l

ଏସବୁ ଦେଖିକି ସେ ଦୃଢ଼ ସଂକଳ୍ପ ନେଲା ଯେ ତାକୁ ଯେତେ କଷ୍ଟ ହେଉ ପଛେ ସେ ଗାଁ ରା ଶିକ୍ଷା ବ୍ୟବସ୍ଥା ଆଉ ଚିକିତ୍ସା ବ୍ୟବସ୍ତା ରେ ଉନ୍ନତି ଆଣିଦେବ l ଏସବୁ ଯୋଜନା କରିକି ସେ ପୁଣି ଫେରି ଆସିଲା ତା କର୍ମ ସ୍ଥଳ କୁ  ଏବଂ କରି ଚାଲିଲା ଅକ୍ଲାନ୍ତ ପରିଶ୍ରମ କେବଳ ତା ଯୋଜନା କୁ ବାସ୍ତବତା ରା ରୁପ ଦେବାକୁ  ଏବଂ ଶେଷରେ ସଫଳ ହେଲା ମଧ୍ୟ l ଏଵେ ସେ ଗାଁ ର ସମସ୍ତଙ୍କ ସାହା ଭରଷା ର ସାଥି l ସମସ୍ତେ କିଛି କରିବା ପୂର୍ବରୁ ପ୍ରଥମେ ତାର ପରାମର୍ଷ ନେଉଛନ୍ତି l ଆକାଶ ରେ ଲକ୍ଷ ଲକ୍ଷ ତାରାବୁଲୁଛନ୍ତି କିନ୍ତୁ କେବଳ ମାତ୍ର ଧ୍ରୁବ ତାରା ହିଁ ଦିଗ ନିର୍ଣ୍ଣୟ ରେ ସହାୟକ ହୋଇଥାଏ l ଠିକ ସେହି ପରି ଯିଏ ନିଜର କର୍ମ ପଥ ରେ ଅଟଳ ସେ ହିଁ ପ୍ରକୃତ ଖୁସି ପାଇଥାଏ l ତେଣୁ ଜୀବନ ରେ କାହାକୁ ଅନୁସରଣ କରିବା ଅପେକ୍ଷା ନିଜେ ନିଜ ଜୀବନ ପାଇଁ ଗୋଟେ ସଠିକ ମଜଭୁତ ରାସ୍ତା ତିଆରି କରିବା ଆବଶ୍ୟକ l


Rate this content
Log in

More oriya story from Smrutirekha Acharya

Similar oriya story from Abstract