Smrutirekha Acharya

Inspirational

2.5  

Smrutirekha Acharya

Inspirational

ଧ୍ରୁବ ତାରା ର ଅନୁସରଣ ଦେଖାଏ ଦିଗ

ଧ୍ରୁବ ତାରା ର ଅନୁସରଣ ଦେଖାଏ ଦିଗ

4 mins
469


ଶାନ୍ତ ଆଜି ଏ ଆକାଶ ବକ୍ଷ l ଗଗନ ପବନ ଦୁହେଁ ଆଜି ନିରବ l କଳା ବାଦଲର ଚିତା ଆଜି ନଭକୁ ସଜେଇ ଦେଇଛି ଭୟଙ୍କର ରୂପରେ l ଚନ୍ଦ୍ରମା କେଉଁ କୋଣରେ ଆଜି ଲୁଚି ଯାଇଛି l ଲକ୍ଷ ଲକ୍ଷ ତାରକା ଆଜି କେଉଁଠି ହଜି ଯାଇଛନ୍ତିରେ l ଶେଫାଳିର ବାସ୍ନା ମହକି ଉଠୁଛି ପରା l ଆରେ ଶୀତ ଋତୁର ଯେ ଏ ସଠିକ ପରିଚୟ ପତ୍ର l ମହା କାର୍ତ୍ତିକର ମହା ସମାରୋହ ଯେ l ଦାଣ୍ଡ ଚଉରାରେ ପଞ୍ଚ ମୁରୁଜ ଭରା ସୁନ୍ଦର ଚିତ୍ର l ମନ୍ଦିର ବେଢାରେ ଆକାଶ ଦୀପର କ୍ଷୁଦ୍ର ଆଲୋକ l ଆଜି ମନେ ପକାଉଛି ବସି ରାଜେଶ l ସତରେ ପିଲା ଦିନ କେତେ ସୁନ୍ଦର, କେତେ ସରଳ ଥିଲା l ଗାଁର ପରିବେଶ କେତେ ମନୋରମ ଥିଲା l ଆଜି ଏ ଆଧୁନିକ ଦୁନିଆରେ ସେସବୁକୁ ମୁଁ ଖୋଜି ପାଉନି l ଆଜି କାଇଁକି କେଜାଣି ତାର ବୁଢୀମାର କଥା ତାର ବହୁତ ମନେ ପଡିଛି ତା ହାତ ରନ୍ଧା ହବିଷାନ୍ନର ସୁଆଦ ଚାଖିବାକୁ ତାର ବହୁତ ଇଚ୍ଛା ହେଇଚି l ସେ ସାଙ୍ଗେ ସାଙ୍ଗେ ବାଙ୍ଗଲୋରରୁ ଉଡ଼ାଜାହାଜରେ ବାହାରି ଆସିଛି l ଗାଁରେ ପଂହଁଚି ପାଦରେ ଚାଲି ଚାଲି ଘର ପାଖକୁ ଯିବା ଭିତରେ ସେ ଦେଖୁଛି ଆଜି ଗାଁର ଲୋକ ମାନେ ବି ଆଧୁନିକ ଢଙ୍ଗରେ ବଂଚିବାକୁ ପସନ୍ଦ କରୁଛନ୍ତି l ଗାଁ ଚଉରାରେ ମୁରୁଜ ଅଛି ସତ ହେଲେ ନାହିଁ ସେ ପୁରୁଣା ଦିନ ଭଳି ଗୋବର ମାଟି ଲିପା ଉପରେ ଏବେ ଅଛି ମାର୍ବଲ ଉପରେ l

ଗାଁ ଗାଡ଼ିଆ ସମ୍ପୂର୍ଣ୍ଣ ଖାଲି l କେହି ସେଠି ଆଉ ଗାଧୁଆ ପାଧୁଆ କରିବାର ଦେଖିବାକୁ ମିଳୁନି l କେତେ ଘରେ ତାଲା ପଡିଛି ଯେ l ପଚାରି ବୁଝିକି ଜାଣିଲା ଯେ ସେ ପରିବାରର ଲୋକ ସବୁ ସହର ବିଦେଶରେ ଏବେ ବସ ବାସ କରୁଛନ୍ତି l କେବେ ଦଶ ପନ୍ଦର ବର୍ଷରେ ଥରେ ଇଚ୍ଛା ହେଲେ ବୁଲିବାକୁ ଆସୁଛନ୍ତି ବଡ ବଡ ଗାଡି ଚଢି ପୁଣି ପଳାଉଛନ୍ତି l ଘରେ ପଂହଁଚି ଦେଖେ ତ ତା ଘର ଦାଣ୍ଡ ଚଉରାରେ ଗୋବର ଲିପା ଉପରେ ପଞ୍ଚ ମୁରୁଜରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଙ୍କ ସୁନ୍ଦର ଚିତ୍ର ଅଙ୍କା ହେଇଚି l ସତେକି ଶ୍ରୀକ୍ଷେତ୍ରରେ ପ୍ରଭୁଙ୍କୁ ଦେଖିଲା ପରି ମନେ ହଉଛି l ସାଡ଼ୁ ବାସ୍ନା ମହକି ଆସୁଛି ଅଗସ୍ତି ଶାଗର l ଆଉ ସମ୍ଭାଳି ନପାରି ରାଜେଶ ଘର ଭିତରକୁ ପଶି ଦେଖେ ତ ବାଡ଼ି ଚାଲିଆରେ ତା ବୁଢୀମା ମାଟି ହାଣ୍ଡିରେ ରୋଷେଇ କରୁଛି l ଯାଇକି କୁଣ୍ଢେଇ ପକେଇ ମାକୁ କହୁଛି କେତେ ବେଳେ ସରିବ ଯେ ତୋ ରୋଷେଇ ପେଟ ମୋର ଭୋକରେ ଆଉଟୁ ପାଉଟୁ ହେଇଗଲାଣି l ବୁଢୀମା ସେ ରୋଷେଇ ଚଡୁକୁ ତା ପିଠି ଆଡକୁ ବଢ଼େଇ କହୁଛି ବୁଢାଟାଏ ହେଲୁଣୁ ହେଲେ ତଥାପି ତୋ ପିଲାଳିଆମୀ ଯାଇନି ଏଯାଏ l କେଜାଣି କେମିତି ସେଇଠି ଚଳୁଚୁ l କିଏ ତୋ ଖବର ବୁଝୁଛି କେଜାଣି l ହଉ ଛାଡ଼ ସବୁ ସେଇ କାଳିଆ ଇଚ୍ଛା l ହଉ ଆ ବାଢି ଦଉଚି ଖାଇବୁ l ବୁଢୀମା ତାର ପିଢା ପାଣି ଥୋଇ କଦଳୀ ପତ୍ର ପକେଇ ବାଢ଼ୀ ଦେଲା ଅରୁଆ ଅନ୍ନ, ହବିଷ ଡାଲମା, ଅଗସ୍ତି ଶାଗ ଆଉ ପାଣି କଖାରୁ ଖଟା ତା ସାଙ୍ଗକୁ ଭାତରେ ନିଜ ହାତ ତିଆରି ଦେଶୀ ଘିଅ ଟିକେ ପକେଇଦେଲା ଆଉ କଞ୍ଚାଲଙ୍କା କମଳା ପାଖୁଡାଏରେ ପାଗ ବନେଇ ଦେଲା l ରାଜେଶ ଖାଇବା ବାସ୍ନାରେ ଆକୃଷ୍ଟ ହେଇକି ଶାନ୍ତିରେ ପେଟ ପୁରା ଖାଇଦେଲା l ସତେ ଯେମିତି ଅମୃତ ମିଳିଛି ତାକୁ ବହୁ ବର୍ଷ ପରେ l ଖାଇ ସାରି ଶାନ୍ତିରେ ସୋଇ ପଡିଲା ତା ବୁଢୀମା କୋଳରେ l ହେଲେ ଛୁଆ ବେଳେ ବୁଢୀମା ତାର ରାଜା ରାଣୀ ଗପ, ଭୁତ ପିଶାଚ ଗପ, ରାମାୟଣ, ମହାଭାରତ କହି ତାକୁ ଶୁଆଇ ଦେଉଥିଲା ହେଲେ ଆଜି ତା ବୁଢୀମା କାନ୍ଦି କାନ୍ଦି କହୁଛି ତା ଗାଁର ବାସ୍ତବତାର ଗପ l ଲୋକ ଆଜି କେତେ ସ୍ୱାର୍ଥ ପର କେତେ ନିଷ୍ଠୁର କେତେ କାମ ଚୋର l ଆଜି ସମସ୍ତ ଙ୍କ ମନରେ ପର ଅପରର ଭାବ ଏତେ ବଢ଼ି ଯାଇଛି ଯେ ଭାଇ ଚାରା ଲୁଚି ଯାଇଛି l କେହି କାହାର ଦୁଃଖରେ ଆହା ପଦ ଟିଏ କହିବାକୁ ନାହାନ୍ତି l ସମସ୍ତେ ଆଜି ନିଜ ନିଜ କାମରେ ବେସ୍ତ l ଏମିତି କି କାହାର ଦେହାନ୍ତ ହୋଇ ଗଲେ ଭାଇ କୁଟୁମ୍ବ କାନ୍ଧ ଦେବାକୁ ଆସିବାକୁ ଆଉ ଇଚ୍ଛା କରୁନାହାନ୍ତି l ଏମିତି ଚାଲିଲେ ଦୁନିଆରେ ଆଉ ସ୍ନେହ ଶ୍ରଦ୍ଧା ବିଶ୍ୱାସ ଭଲ ପାଇବା ଆଉ ବଞ୍ଚି ରହିବ ତ? ଷଡ ରିପୁର ବଶୀଭୂତ ଆଜି କାଇଁ ଏ ମାନବ ସମାଜ? ଏମିତି କେତେ କଣ ବୁଢୀମା ତାର ପଚାରି ଚାଲିଲା ତା ନାତିକୁ l ନାତି ଉତ୍ତରରେ କହିଲା ତୁ ଏସବୁ ବୁଝିପାରିବୁନି l ଆଜି ଜଣେ ଯଦି ଭୁଲ କରି ଉପରକୁ ଉଠିଯାଇଛି ଅନ୍ୟ ମନେ ତାକୁ ଠିକ ରାସ୍ତାକୁ କେମିତି ଆଣିବେ ସେକଥା ଚିନ୍ତା କରିବା ପରିବର୍ତ୍ତେ ନିଜେ କେମିତି ସେଇ ଭୁଲ କାମ କରି ଉପରକୁ ଉଠିବେ ସେଥିରେ ବ୍ୟସ୍ତ l ସମସ୍ତେ ଆଜି କାଲି ପଇସା ପଛରେ ଦୌଡ଼ିଛନ୍ତି l ଧନ ସମ୍ପତ୍ତିର ମୋହ ଏମାନଙ୍କୁ ଏମିତି କବଳିତ କରିଛି ଯେ ସେମାନେ ବାପ ଭାଇଙ୍କୁ ବି ମାରି ଦେବାକୁ ପଛାଉ ନାହାନ୍ତି l ବୁଢୀମା ପୁରା ନିର୍ବାକ l କିଛି ସମୟ ପରେ ପଚାରିଲା ଏସବୁ ପରିବର୍ତ୍ତନର କଣ ଆଉ କିଛି ଉପାୟ ନାହିଁ? ନାତି କହିଲା ଏକମାତ୍ର ଉପାୟ ଯଦି ଦୁନିଆରେ ସମସ୍ତେ ଅନ୍ୟ କାହାର ଉନ୍ନତି, ଧନ, ସମ୍ପତି, କାମିନୀ କାଞ୍ଚନ ଲାଳସାର ବଶବର୍ତ୍ତୀ ନହୋଇ ନିଜ କର୍ମ ଠିକ ଭାବରେ କରିବାର ବଦ୍ଧ ସଂକଳ୍ପ ନେଲେ ହିଁ ଏ ଅସୁବିଧାରୁ ମୁକ୍ତି ପାଇ ପାରିବେ l ତା ପରଦିନ ସେ ଗାଁ ବୁଲିବାକୁ ଯାଇ ଦେଖିବାକୁ ପାଇଲା କେତେ ଚାଷ ଜମି ପଡିଆ ପଡିଛି l ଆଜିକାଲି ଲୋକ ଏତେ ଉନ୍ନତ କୃଷି ପ୍ରଣାଳୀକୁ ମଧ୍ୟ ଆପଣେଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି l ସେ କିଛି ଲୋକଙ୍କୁ ଏକାଠି କରିକି ଏସବୁ ସମ୍ପର୍କରେ ସେମାନଙ୍କୁ ବୁଝେଇବାକୁ ଚେଷ୍ଠା କଲା l ହେଲେ ସେମାନେ ବୁଝିବାକୁ ପ୍ରସ୍ତୁତ ଥିଲେ ତ l ଗାଁ ସରକାରୀ ବିଦ୍ୟାଳୟର ଅବସ୍ଥା ମଧ୍ୟ ଶୋଚନୀୟ l ଯେଉଁ ମାନଙ୍କ ପାଖରେ ପଇସା ଅଛି ସେମାନେ ଇ°ରାଜି ମାଧ୍ୟମିକ ଘରୋଇ ବିଦ୍ୟାଳୟକୁ ପିଲାକୁ ଛାଡ଼ୁଛନ୍ତି ଆଉ ଯାହା ପାଖରେ ନାହିଁ ସେମାନେ ଏଇ ସରକାରୀ ବିଦ୍ୟାଳୟରେ l

ଏସବୁ ଦେଖିକି ସେ ଦୃଢ଼ ସଂକଳ୍ପ ନେଲା ଯେ ତାକୁ ଯେତେ କଷ୍ଟ ହେଉ ପଛେ ସେ ଗାଁ ରା ଶିକ୍ଷା ବ୍ୟବସ୍ଥା ଆଉ ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଆଣିଦେବ l ଏସବୁ ଯୋଜନା କରିକି ସେ ପୁଣି ଫେରି ଆସିଲା ତା କର୍ମ ସ୍ଥଳକୁ l ଏବଂ କରି ଚାଲିଲା ଅକ୍ଲାନ୍ତ ପରିଶ୍ରମ କେବଳ ତା ଯୋଜନାକୁ ବାସ୍ତବତାର ରୂପ ଦେବାକୁ l ଏବଂ ଶେଷରେ ସଫଳ ହେଲା ମଧ୍ୟ l ଏଵେ ସେ ଗାଁର ସମସ୍ତଙ୍କ ସାହା ଭରଷାର ସାଥି l ସମସ୍ତେ କିଛି କରିବା ପୂର୍ବରୁ ପ୍ରଥମେ ତାର ପରାମର୍ଶ ନେଉଛନ୍ତି l ଆକାଶରେ ଲକ୍ଷ ଲକ୍ଷ ତାରା ବୁଲୁଛନ୍ତି କିନ୍ତୁ କେବଳ ମାତ୍ର ଧ୍ରୁବ ତାରା ହିଁ ଦିଗ ନିର୍ଣ୍ଣୟରେ ସହାୟକ ହୋଇଥାଏ l ଠିକ ସେହି ପରି ଯିଏ ନିଜର କର୍ମ ପଥରେ ଅଟଳ ସେ ହିଁ ପ୍ରକୃତ ଖୁସି ପାଇଥାଏ l ତେଣୁ ଜୀବନରେ କାହାକୁ ଅନୁସରଣ କରିବା ଅପେକ୍ଷା ନିଜେ ନିଜ ଜୀବନ ପାଇଁ ଗୋଟେ ସଠିକ ରାସ୍ତାର ମଜଭୁତ ତିଆରି କରିବା ଆବଶ୍ୟକ l



Rate this content
Log in

Similar oriya story from Inspirational