Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Smrutirekha Acharya

Inspirational Tragedy

4.6  

Smrutirekha Acharya

Inspirational Tragedy

ବିଜୟୀ ସେ ମରଣ ଶଯ୍ୟାରେ ବି

ବିଜୟୀ ସେ ମରଣ ଶଯ୍ୟାରେ ବି

5 mins
469


ସୁରକ୍ଷାର କଥା ଆସିଲେ ତ୍ୟାଗ ତିତିକ୍ଷା ଏ ଦୁଇଟା ଶବ୍ଦ ମଧ୍ୟ ମୁଣ୍ଡକୁ ଆସିଥାଏ l ବିରାଟ ଏ ସମାଜ ବିଶାଳ ତାର ଅନୁଭୂତି l କିଏ ଏଠି କାହାର ସୁରକ୍ଷା କଥା ଭାବି ନିଜ ଜୀବନକୁ ଦାହ ସଜେଇ ଦେଲାଣି ତ ଆଉ କିଏ ନିଜର ସୁରକ୍ଷା ପାଇଁ ଅନ୍ୟକୁ ଶବ ବନେଇ ଦଉଚି l


ରାତି ପାହି ଆସୁଛି l ଚନ୍ଦ୍ରମା କୋଣ ଆଡୁ ଲୁଚି ଆସୁଛି ଆଉ ସୂର୍ଯ୍ୟ ପାହାନ୍ତି ଓଢଣୀ ଆଢୁଆଳରୁ ମୁହଁ କାଢୁଛି l ଆରେ କେତେବେଳେ ସକାଳ ହେଇଗଲା ଯେ ଏତେ ଜଲଦି? ଆଜି ବାହାରିବାକୁ ପଡିବ ଦୀନେଶକୁ ଇଣ୍ଟରଭିଉ ପାଇଁ l ସକାଳ ସାତ ଟାରେ ଟ୍ରେନ l ତର ତର ହୋଇ ଗାଧେଇ ପାଧେଇ ସବୁ ଜିନିଷ ପତ୍ର ଧରି ଦୀନେଶ ବାହାରିଗଲା ଷ୍ଟେସନ l ଘର ପାଖ ଷ୍ଟେସନ ପାଖରୁ ପ୍ରାୟ ଚାରିଶହ ମାଇଲ ଦୂରରେ ତାର ଲକ୍ଷ୍ୟ ସ୍ଥଳ l ଟ୍ରେନ ରେ ବସି ସବୁଜିମା ଭରା ପ୍ରକୃତିକୁ ଅନୁଭବ କରିବା ସହ ବେଶ ଚିନ୍ତା ମଗ୍ନ ଦୀନେଶ l ପ୍ରଥମ ଥର ପାଇଁ ସେ ତା ଲକ୍ଷ୍ୟ ସ୍ଥଳରେ ପଂହଁଚିବା ପାଇଁ ଲିଖିତ ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛି ତେଣୁ ଆଜି ସେ ଯାଉଛି ଦ୍ୱିତୀୟ ସ୍ତର ଉନ୍ନତି ଆଶାରେ l ମନରେ ଅନେକ ପ୍ରଶ୍ନ l କଣ ସେ ସତରେ ପାରିବ ଏ ସ୍ତର ଅତିକ୍ରମ କରି? କଣ ସତରେ ତାର ଛୁଆ ବେଳରୁ ଆଜି ଯାଏ ଥିବା ସ୍ବପ୍ନର ଦୁନିଆ ବାସ୍ତବତାର ରୁପ ନେବ? କଣ ସତରେ ଦେଶର ସୁରକ୍ଷା ଦାୟିତ୍ୱରେ ସେ ଏକ ବିଶେଷ ଅଂଶ ହୋଇ ପାରିବ? ଏମିତି କେତେ କଣ... ଶେଷରେ ସେ ପଂହଁଚିଗଲା କର୍ତ୍ତବ୍ୟ ସ୍ଥଳରେ l ଯାଇ ଦେଖେ ତ ହଜାର ହଜାର ପିଲା ଆସିଛନ୍ତି ତା ପରି ଅନେକ ଆଶା ଆଉ ଆକାଂକ୍ଷା ନେଇ l ସମସ୍ତଙ୍କୁ ସେ ଭଲ ଭାବରେ ପର୍ଯ୍ୟବେକ୍ଷଣ କରୁଥାଏ ଏବଂ ସେଥିରୁ ସେ ଜାଣି ପରୁଥାଏ କିଛି ତା ଠୁ ବହୁ ଉନ୍ନତ ଜ୍ଞାନ କୌଶଳ ଆଉ ସୁନ୍ଦର ମାନସିକତାର ଅଧିକାରୀ ତ ଆଉ କିଛି ତା ପରି ମଧ୍ୟମ ଧରଣ ର ପିଲା l ଏଥିରେ ସେ ଖୁସି ହେବ କି ଦୁଃଖ କରିବ ନିଜେ ବି ଜାଣି ପାରୁନଥାଏ l କାରଣ କାଳେ ସେ ପରାଜିତ ହୋଇଯିବନି ତ ସେ ଭୟ ଟିକେ ଟିକେ ଆସୁଥିଲା କିନ୍ତୁ ପୁଣି ସେ ଆତ୍ମ ବିଶ୍ୱାସ ସଂଚୟ କରି କର୍ମ କରି ଚାଲିଲା l ସେ ନିଜେ ବି ଜାଣି ନଥିଲା କେମିତି ରୁହନ୍ତି କଣ ସବୁ କରା ଯାଏ ଇଣ୍ଟରଭିଏଉ ସମୟରେ l


ଯେତେବେଳେ ଦିନ ସାରି ରାତି ଆସିବାକୁ ଲାଗିଲା ସେ ଦେଖିଲା ପିଲା ସବୁ ସେ ଆଖ ପାଖ କୋଉ ମନ୍ଦିର ବେଢା ତ କୋଉ ଗଛ ତଳ ତ କୋଉ ସରକାରୀ ସ୍କୁଲ କଲେଜ ପିଣ୍ଡାରେ ବସିକି ଟର୍ଚ୍ଚ ଆଲୁଅ ନହଲେ ମୋବାଇଲ ଫ୍ଲାସ ଲାଇଟରେ ସବୁ ଡକୁମେଣ୍ଟ ସଜାଡୁଛନ୍ତି ମଶା ମାଛି ପୋକ ଜୋକର ଭୟ କାହାରି ମନରେ ନାହିଁ ସମସ୍ତେ ସମସ୍ତଙ୍କ କର୍ମରେ ବେସ୍ତ l ପାହାନ୍ତିଆ ଭୋରୁ ସାଡ଼ୁ ଦୂରଭାଷ ଯନ୍ତ୍ର ସାହାଯ୍ୟରେ ସବୁ କଥା କୁହା ଯାଉଛି କାହା ପରେ କଣ ହେବ l ସେଦିନ ସେ ଜାଣିଲା ଯେ ଇଣ୍ଟରଭିଉ ସମୟରୁ ମଧ୍ୟ ତୁମକୁ ଏଭଳି ପରିସ୍ଥିତି ସହ ଖାପ ଖୁଆଇ ଚାଲିବାର ଅଭ୍ୟାସ କରାଯାଏ l ଯାହା ହଉ ସମୟର ସାଥ ସହ ସମସ୍ତଙ୍କ ଆଶୀର୍ବାଦ ତଥା କର୍ମ କ୍ଷେତ୍ରରେ ନିଜର ପାରଦର୍ଶିତା ଯୋଗୁ ଦୀନେଶ ସଫଳତାର ଚୟନ ହୋଇଗଲା ଟ୍ରେନିଂ ପାଇଁ l ଖୁସି କହିଲେ ନସରେ l କିନ୍ତୁ ପରିବାର ଲୋକ ଟିକେ ଭୟର ଆଶଙ୍କାରେ l ଗୋଟିଏ ବୋଲି ପୁଅ କାଳେ କିଛି ହୋଇଯିବନି ତ? ତାରିଖ ଉପନୀତ ସାଙ୍ଗ ସାଥି ପରିବାର ପରିଜନ ସମସ୍ତଙ୍କ ପାଖରୁ ଦୂରେଇବାର l ପ୍ରଥମ ଥର ପାଇଁ ଏସବୁ ତାକୁ ଯେତିକି କଷ୍ଟ ଦଉଥିଲା ସେତିକି ଆନ୍ତରିକତା ମଧ୍ୟ ବଢ଼ି ଆସୁଥିଲା ତା ମନ ଭିତରେ କାରଣ ତାକୁ ଯେ ଦେଶ ମାତୃକାର ସେବା କରିବାର ସୁଯୋଗ ମିଳିଯାଇଛି l


ନୂତନ ଯାତ୍ରା, ନୂତନ ଅନୁଭୂତି, ନୂଆ ଉନ୍ମାଦନା ତାକୁ ଆନ୍ଦୋଳିତ କରୁଥିଲା ଯେତିକି ସେତିକି ତା ମନରେ ପ୍ରଶ୍ନ ଉଙ୍କି ମାରୁଥିଲା ସେ ଠିକରେ ତାର କର୍ତ୍ତବ୍ୟ ସମ୍ପାଦନ କରି ପାରିବ ତ? ସେଠି ପହଞ୍ଚି ସମୟ ମୁତାବକ ସମ୍ପୂର୍ଣ୍ଣ ଏକାଗ୍ରତାର ସହ କାମ କରି ସେ ସମସ୍ତଙ୍କର ନିଜର ହେବା ସହ ନିଜ ମନର ଖୁସି ଆଉ ଶାନ୍ତିକୁ ଅନୁଭବ କରି ପାରୁଥିଲା l ଘରକୁ ଯେବେ ଯାଏ ତାର ପରିବାର ଲୋକ ତାର ବିବାହ କଥା ଆଲୋଚନା କରନ୍ତି l ସମୟ କ୍ରମେ ବିବାହ ବି ହୋଇଗଲା l ସ୍ତ୍ରୀ ଉଚ୍ଚ ଶିକ୍ଷିତା, ସୁଶୀଳା ଆଉ ସର୍ବ ଗୁଣ ସମ୍ପୂର୍ଣ୍ଣା । ଦୀନେଶ ମଧ୍ୟ ବହୁତ ଖୁସି ତା ବିବାହରେ କାହିଁକି ନା ସେ ଏକ ଉପଯୁକ୍ତ ବୋହୁ ତା ପିତା ମିତାଙ୍କ ପାଖରେ ଛାଡ଼ିଛି ଯେ କି ସେମାନଙ୍କ ରକ୍ଷଣା ବେକ୍ଷଣା କରି ପାରିବ ଠିକ ଭାବେ l ଖୁସିର ବାସ୍ନା ସବୁ ବେଳେ ଆଘ୍ରାଣ କରିବା ତ ସମସ୍ତଙ୍କ ଭାଗ୍ୟରେ ନଥାଏ l ଥରେ ଆତଙ୍କବାଦୀ ଆକ୍ରମଣରେ ଫାୟାରିଙ୍ଗ ସମୟରେ ତିନୋଟି ଗୁଳି ଦୀନେଶର ଗୋଟେ ଗୋଡରେ ବାଜି ଗୋଡଟିକୁ ପୁରା ନଷ୍ଟ କରି ଦେଇଛି l ଘରର ଲୋକ ତାକୁ ଏସବୁ ପରେ ତାକୁ ଏ କ୍ଷେତ୍ରରୁ ବାଦ ଦେଇ ଦେବାକୁ ବାଧ୍ୟ କଲେ l କିନ୍ତୁ ସେତେବେଳେ ଦୀନେଶର ଏକମାତ୍ର ଜିଦ ଗୋଟେ ଗୋଡ ଗଲେ କଣ ହେଲା ଆଉ ଗୋଟେ ଗୋଡ ତ ଅଛି ତେଣୁ ସେ ନିଜ ମନରେ ସ୍ଥିର କରିଥିଲା ତା ଦେହରେ ନିଶ୍ୱାସ ଚାଲିଥବା ଯାଏ ସେ ଏ ଏକ ପାଦରେ ଠିଆ ହୋଇ ଏକାଗ୍ରତାର ସହ ଲଢେଇ ଲଢ଼ିବ ଏ ଭାରତ ମା ର ପ୍ରକୃତ ସନ୍ତାନ ହୋଇ l ସତକୁ ସତ ସେ ପୂର୍ବ ଠାରୁ ଆହୁରି ସତର୍କ ଆହୁରି କ୍ଷମତାଶାଳୀ ସୈନିକ ଭାବେ ନିଜକୁ ବହୁତ ଜଲଦି ରୂପାନ୍ତରିତ କରି ଦେଲା l କାରଣ ତାର ଦେଶ ଓ ଦେଶବାସୀଙ୍କ ପ୍ରତି ଆନ୍ତରିକତା ଭରି ରହିଥିଲା l ଦେଶ ମଧ୍ୟ ଖୋଜୁଥିଲା ଏଇ ଭଳି ଏକ ନିସ୍ଵାର୍ଥପର ସହଯୋଗର ହାତ l ଅତୀତର କଳା ବାଦଲକୁ ଲୁଚେଇ ଦେଇ ଭବିଷ୍ୟତରେ ଆଶାର ଆଲୋକକୁ ପ୍ରଜ୍ଵଳିତ କରିବା ହିଁ ପ୍ରକୃତ ନାଗରିକର କର୍ତ୍ତବ୍ୟ ବୋଲି ସେ ସମସ୍ତଙ୍କୁ ବୁଝେଇବା ସହ ନିଜର ପ୍ରତି କର୍ମରେ ଏସବୁକୁ ତୋଳି ଧରି ଥିଲା l ଦୀନେଶ ଥିଲା ବହୁତ ଭଲ ସ୍ନାପ୍ପର ଗୋଟେ l ତେଣୁ ସେ ଆତଙ୍କବାଦୀଙ୍କ ସବୁଠୁ ବଡ ଟାର୍ଗେଟ ଥିଲା l ତେଣୁ ସେମାନେ ସମସ୍ତେ ଚାଁହୁଥିଲେ ଦୀନେଶର ମୃତ୍ୟୁ l ସବୁବେଳେ ସେମାନେ ସଜାଗ ଥିଲେ ଯେକୌଣସି ଉପାୟରେ ଦୀନେଶର ଜୀବନ ନେବାକୁ l


ଗୋଟେ ଦିନ ଦୀନେଶର ଯିବା ବାଟରେ ସେମାନେ ଟାଇମ ବମ ଖଞ୍ଜିଥିଲେ l ସେଦିନ ଦୀନେଶ ଯିବା ବାଟରେ ତାର ସମ୍ପୂର୍ଣ୍ଣ ଜୀବନ ହରାଇ ବସିଲା ତା ସହ ମଧ୍ୟ ଅନ୍ୟ ଦୁଇ ଜଣଙ୍କ ମଧ୍ୟ ଜୀବନ ଚାଲିଗଲା l ଶେଷରେ ତା ପାଟିରୁ ଏତିକି ବାହାରିଥିଲା ହେ ଭାରତ ମାତା ଆଜି ମୋ ପାଇଁ ତୋର ଦୁଇଟି ନିରୀହ ସନ୍ତାନଙ୍କ ପ୍ରାଣ ଚାଲିଗଲା ମୋତେ କ୍ଷମା କରି ଦେ ମୁଁ କିଛି କରି ପାରିଲି ନାହିଁ l ଯୋଉଦିନ ଦୀନେଶର ସହିଦ ଶରୀରକୁ ତ୍ରିରଙ୍ଗାରେ ସଜା ଯାଇ ତା ଘରକୁ ଅଣା ଗଲା ସେଦିନ ତା ମା ତାକୁ ଦେଖି ତା ପିଲା ଦିନରେ ସେ କହିଥିବା କଥା ମନେ ପକେଇକି ଅନ୍ତର ଫଟେଇ କି ପାଉଥିବା ବୁକୁ ଚିରା ବେଦନାକୁ ଦେଖିବାକୁ କି ସହିବାକୁ କାହା ପକ୍ଷରେ ଶକ୍ତି ନଥିଲା l ଦୀନେଶ ଛୁଆ ବେଳେ ଶୀତ ହେଲେ ତା ମା ଯେତେବେଳେ କମଳ କି ବେଡ଼ସିଟ ଘୋଡେଇ ଦେଉଥିଲେ ସେତେବେଳେ ସେ କହୁଥିଲା ମା ଯୋଉ ଦିନ ମୋର ସାରା ଶରୀର ତ୍ରିରଙ୍ଗାରେ ଘୋଡା ହେଇଥିବ ସେଦିନ ପରଠୁ ହିଁ ମୋତେ ଆଉ କେବେ ଶୀତ ଅନୁଭବ ହେବନି, ଶାନ୍ତି ନିଦରେ ମୁଁ ସବୁ ଦିନ ପାଇଁ ଶୋଇ ପଡିବି ତୁମ ମାନଙ୍କୁ ମୋର ଅନୁରୋଧ ଆଉ କେହି ଖୋଜିବନି ମୋତେ l ଶେଷରେ ସେୟା ହିଁ ହେଇଥିଲା l ହେଲେ ତାର ଏ ଅବସ୍ଥା ଦେଖି ତା ନବ ବିବାହିତା ସ୍ତ୍ରୀ ସମ୍ପୂର୍ଣ୍ଣ ନିର୍ବାକ ହୋଇ ଯାଇଥିଲା କାରଣ ତା ସଂସାର ଆରମ୍ଭ ହେବା ପୂର୍ବରୁ ହିଁ ତା ସ୍ୱାମୀ ଭାଗବାନଙ୍କ ପ୍ରିୟ ହୋଇଗଲେ l ସେ ଏବେ ସମ୍ପୂର୍ଣ୍ଣ ଏକାକୀ l ସେ ବି ନିଜର ମାନସିକ ସ୍ଥିତିକୁ ବଦଳେଇ କିଛି ଦିନ ପରେ ଜଳପଥ ସୁରକ୍ଷା କ୍ଷେତ୍ରରେ ନିଜକୁ ସାମିଲ କରି ସାରା ଜୀବନ ସେଥିରେ କାଟିଦେବାର ନିଷ୍ପତି ନେଲାl ଏବେ ଦୀନେଶର ପିତା ମାତାଙ୍କ ପାଖରେ କେବଳ ସ୍ମୃତି ଟିକକ ଭାବେ ତାର ଅସ୍ତି ରହିଲା l


Rate this content
Log in

More oriya story from Smrutirekha Acharya

Similar oriya story from Inspirational