ଭିନ୍ନ ଅନୁଭବ
ଭିନ୍ନ ଅନୁଭବ


ଜନ୍ମ ମୃତ୍ୟ ର ବ୍ୟବଧାନ ଜୀବନ l ପିତା ମାତା ଙ୍କ ବିଶେଷ ସର୍ଜନା ସନ୍ତାନ l ଯେ କି ଆଶା ଅଭିଳାଷ ର ପ୍ରତୀକ ଆଉ ସ୍ମୃତି ର ବିଶେଷ ସନ୍ତକ l ଦୁଃଖ ଯନ୍ତ୍ରଣା କୁ ବହୁ ନିକଟ ରୁ ଅନୁଭବ କରୁଥିବା ପରିବାର ରେ ଆଇସା ର ଜନ୍ମ l ବାବା , ମା, ଜେଜେ ବାବା, ଜେଜେ ମା, କାକୁ, ପିଇସି, ଭାଇ ଏମାନଙ୍କ ସ୍ନେହ, ଶ୍ରଦ୍ଧା, ବିଶ୍ୱାସ ରେ ଭାରି ଯାଉଥଲା ଜୀବନ ତାର l ଅର୍ଥନୈତିକ ଅସୁବିଧା ଥିଲା ସତ କିନ୍ତୁ ପରିବାର ର ଶ୍ରଦ୍ଧା ଆଣି ଦେଉଥିଲା ତା ମନ ରେ ଦୃଢ଼ ଆତ୍ମ ବିଶ୍ୱାସ l ଖୋଜିଚାଲିଥିଲା ସେ ଜୀବନ ର ପ୍ରକୃତ ମୂଲ୍ୟ, ଏ ବିଶାଳ ଦୁନିଆ ରେ l କେଉଁଠି ଲୁଚି ରହିଛି ତା ଭିନ୍ନ ପରିଚୟ? କିପରି ଖୋଜି ପାଇବ ତାର ସମ୍ପୂର୍ଣ ସଫଳ ଭବିଷ୍ୟତ ତାର ଅନୁସନ୍ଧାନ ରେ ସେ ଅଗ୍ରସର l ଅଭାବ ଅସୁବିଧା ର କଷଟି ପଥର ରେ ଚାଲି ଚାଲି ସେ ଥକି ପଡୁଥିଲା ସତ କିନ୍ତୁ ପୁଣି ଧର୍ଯ୍ୟ ଓ ସାହସ ର ଶକ୍ତି ସଂଚାର କରିଚାଲିଥିଲା ପୁଣି ଆରୋହଣ କରିବାକୁ ଜୀବନ ର ଆଉ କିଛି ସୋପାନ l କ୍ରମଶଃ ଯୌବନ ର ସ୍ପର୍ଶ ଆସିଲା ତା ଜୀବନ ରେ କିନ୍ତୁ ସେ ସତ କୁ ସେ ଏଡେଇଦେବାରେ ବେସ୍ତ ଯେ ନା ସେ ସେଇ କୁନି ଶିଶୁ ଆଜି ବି l ତା ପରିବାର ଛଡା ତାର ଆଉ କେହି ବି ସେତିକି ନିଜର ନୁହେଁ l ଠିକ ଏଇ ଭଳି ପରିସ୍ଥିତି ରେ ଆଇସା ର ଦେଖା ହୁଏ ତା ବନ୍ଧୁ ଅସୀମା ର ବନ୍ଧୁ ଅଂଶୁମାନ ସହ l କେବଳ ଆଇଶା ହିଁ ଦେଖି ଥାଏ ଅଂଶୁମାନ କୁ ଝରକା ପଟ ରେ l ଆଇସା ଆଗରୁ ବହୁତ ଶୁଣୁଛି ପ୍ରେମ ପ୍ରଥମ ଦେଖା ରେ କିନ୍ତୁ କେବେ ବିଶ୍ୱାସ କରେନି ଭାବି କି କେମିତି ପ୍ରଥମ ଦେଖା ରେ କେମିତି ଲୋକ ଏତେ ଶ୍ରଦ୍ଧା ଆସି ପାରେ ଲୋକଙ୍କ ମନ ରେ? ସେ ଭାବେ ଏସବୁ ନାଟକ l କିନ୍ତୁ ଆଇଶା ପ୍ରଥମ ଥର ଅଂଶୁମାନ କୁ ଦେଖିବା ସମୟ ରେ ତା ମନ ରେ ଏକ ଭିନ୍ନ ପ୍ରକାର ର ଅନୁଭବ ସୃଷ୍ଟି ହେଇ ଥିଲା l କିଛି ସମୟ ପାଇଁ ସେ ଚୁପ ହୋଇ ଅଂଶୁମାନ ର ଗତିଵିଧି କୁ ଲକ୍ଷ କରୁଥିଲା l ଏଇଟା ହିଁ ଥିଲା ତା ଜୀବନ ର ପ୍ରଥମ କୌଣସି ପୁଅ କୁ ଏତେ ସମୟ ଏକ ଲୟ ରେ ନିରିଖେଇକି ଦେଖିବା l ସେ ହଜି ଯାଇଥିଲା ସ୍ବପ୍ନ ଦୁନିଆରେ l ଅଂଶୁମାନ ର ହସ କୁ ଦେଖି ତା ହୃଦୟ ଦୂରରୁ ଖୁସି ରେ ଫାଟି ପଡୁଥିଲା l ହଠାତ କିଛି ସମୟ ପରେ ସେ ବାସ୍ତବିକତା କୁ ଫେରିଲା l ନିଜକୁ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଲା l କଣ ଏ ଅନୁଭବ? କାହିଁକି ସେ ଏତେ ନିଜର ଲାଗୁଥିଲା? କାଇଁକି ତା ହସ ଆ ମନ ରେ ଶାନ୍ତି ଆଣି ଦେଉ ଥିଲା? କଣ ପାଇଁ ତା ଉପରୁ ନଜର କାଢି ଆଣିବା କୁ ଇଚ୍ଛା ହେଉ ନଥିଲା? କାଇଁ କେବେ ତ ଆଗରୁ ଏପରି ଅନୁଭବ ହେଇନି? ଏମିତି କେତେ କଣ.. l ଧୀରେ ଧୀରେ ଅସୀମା ମାଧ୍ୟମରେ ଦୁଇ ଜଣ ଦୁଇ ଜଣଙ୍କୁ ଜାଣିଲେ ଏବଂ ବନ୍ଧୁତା ର ସୋପାନ ଚଢ଼ିବାକୁ ଆରମ୍ଭ କଲେ l କିନ୍ତୁ ସେତେ ବେଳ ଯାଏ ଅଂଶୁମାନ ଆଇଶା କୁ ଦେଖି ନଥାଏ ଏମିତି କି ଫୋଟ ବି ନୁହେଁ l ଧୀରେ ଧୀରେ କଥା ହେବା ଫଳରେ ଆଇଶା ଜାଣିବାକୁ ପାଇଲା ସେ ପସନ୍ଦ କରୁଥିବା ବହୁତ ଜିନିଷ ଆଇଶା କୁ ପସନ୍ଦ l ଏସବୁ ଫଳରେ ଆଇଶା ମନ ରେ ଦୁର୍ବଳତା ବଢ଼ିବାରେ ଲାଗିଲା l କିଛି ଦିନ ପରେ ଆଇଶା ଅନୁଭବ କଲା ତା ନିଜ ଦୁର୍ବଳତା କୁ l ତେଣୁ ସେ ସ୍ଥିର କଲା ସେ ଅଂଶୁମାନ ସହ କଥା ହେବା ବନ୍ଦ କରି ଦେବ କାଇଁକି ନା ସେ ଡରୁଥିଲା କାଳେ ଏ ଦୁର୍ବଳତା ଭଲ ପାଇବା କୁ ବଦଳି ଯିବନି ତ l ଆଇଶା, ଅଂଶୁମାନ ବିଷୟରେ କେବେ ବି ତା ସାଙ୍ଗ ମାନଙ୍କ ଠାରୁ ତା ବିଷୟରେ ଭଲ ଶୁଣିନି l ସମସ୍ତେ ତାର ଖରାପ ଗୁଣ କୁ ହିଁ ଆଇଶା ସାମ୍ନା ରେ କହିଛନ୍ତି, କିନ୍ତୁ ତଥାପି କାଇଁକି କେଜାଣି ଏତେ ଶ୍ରଦ୍ଧା ଆଇଶା ମନରେ ଆସୁଥିଲା ଅଂଶୁମାନ ପ୍ରତି ସେ ନିଜେ ବି ଜାଣି ପାରୁନଥିଲା ଲ ଯେବେ ଆଇଶା ଅଂଶୁମାନ ସହ କଥା ହେବା ବନ୍ଦ କରିଦେଲା ଅଂଶୁମାନ କିଛି ନା କିଛି ବାହାନା କରିକି ଆଇଶା ସହ କଥା ହେବାକୁ ଚେଷ୍ଟା କରେ l ଏମିତି କିଛି ଦିନ ପରେ ଆଇଶା ହଷ୍ଟେଲ ଛାଡି ଘରକୁ ପଳେଇଲା ଏବଂ ତ ପରେ ସମ୍ପୂର୍ଣ୍ଣ ଅଂଶୁମାନ ସହ କଥା ହେବା ବନ୍ଦ l ହଠାତ ଦିନେ ଆଇଶା ର ଅଂଶୁମାନ ପାଖରେ କିଛି କାମ ପଡିଲା, କିନ୍ତୁ ସେ ସେ କାମ କୁ ଅନ୍ୟ କାହା ଦ୍ୱାରା କରିବାକୁ ଚେଷ୍ଟା କଲା ହେଲେ ବିଫଳ ହେଲା ତେଣୁ ସେ ବାଧ୍ୟ୍ୟ ହେଇକି ଅଂଶୁମାନ କୁ ଫୋନ କଲା l ଏତେ ଦିନ ପରେ ଆଇଶା ଫୋନ କରିବା ଜାଣି ଅଂଶୁମାନ ର ପାଦ ତଳେ ଲାଗୁ ନଥାଏ l ଆଇଶା ର କାମ ସରିବା ପରେ ପୁଣି ଦୁଇ ଜଣ ଦୁଇ ଜଣଙ୍କ ବାଟରେ l ହଠାତ ଦିନେ ଆଇଶା କୁ ଅଂଶୁମାନ ଅନଲାଇନ ଥିବାର ଦେଖିଲା l ସେ ଦୁହେଁ କିଛି ସମୟ କଥା ହେବା ପରେ ଅଂଶୁମାନ ର ଜିଦ ଥିଲା ସେ ଆଇଶା ସହ କିଛି କଥା ଦେଖା କରି ହେବା କୁ ଚାଁହୁଛି ହେଲେ ଆଇଶା ମନା କରିଦେଲା l ଏମିତି କିଛି ଦିନ ଚାଲିବା ପରେ ଆଇଶା ପୁଣି ନୂଆ ହଷ୍ଟେଲ ରେ ରହିଲା ଦୁହେଁ ପୁଣି ଫୋନ ରେ କଥା ହେଲେ l ସେମାନଙ୍କ ବନ୍ଧୁତ୍ୱ ପୁଣି ଥରେ ମଜଭୁତ ହେବାରେ ଲାଗିଲା l ଆଇଶା ମନ ରେ ମଧ୍ୟ ସେତିକି ଭଲ ପାଇବା ଥିଲା ଯେତିକି ଅଂଶୁମାନ ମନ ରେ ଥିଲା କିନ୍ତୁ କେହି କାହା ଆଗରେ ପ୍ରକାଶ କରି ପାରୁ ନଥିଲେ କାହିଁକି ନା ଆଇଶା ଡରୁଥିଲା ତା ପରିବାର ର ଖୁସି, ସଂମାନ ରେ କାଳେ ଆଞ୍ଚ ଆସିବ ଆଉ ଅଂଶୁମାନ ଡରୁଥିଲା କାଳେ ଆଇଶା ତାକୁ ମନା କରିଦେବ ଆଉ ଦୁଇ ଜଣଙ୍କ ଭଲ ବନ୍ଧୁତ୍ୱ ରେ ପୂର୍ଣ୍ଣ ଛେଦ ପଡ଼ିଯିବ l ଅଂଶୁମାନ ଜୀବନ ରେ ଗୋଟେ ବଡ ଝଡ ଆସିଲା ଦିନେ ସେ ସେଦିନ ବହୁତ ବିଚଳିତ ଥିଲା ଆଉ ସେ ସେଦିନ ତା କୋହ ସମ୍ଭାଳି ନପାରି ମନର କଥା ଆଇଶା କୁ କହିଦେଲା l ଆଇଶା ମନ ରେ ସତ ପ୍ରତିସତ ଇଚ୍ଛା ଥିଲେ ବି ସେ ହଁ କହି ପାରୁନଥିଲା ତା ବିବେକ ତାକୁ ତାକୁ ତା ପରିବାର କଥା ମନ ପକେଇ ଦେଉଥିଲା l ଆଇଶା ଆଗରୁ ସବୁବେଳେ ଯୋଉ ଭୟ କୁ ଆଖି ଆଗରେ ରଖିକି ଡରୁଥିଲା ଶେଷକୁ ସେୟା ହିଁ ହେଲା l ଅଂଶୁମାନ ଆଇଶା କୁ ଥରେ ମାତ୍ର ଦେଖା କରିବାକୁ ଅନୁରୋଧ କଲା l ଆଇଶା ବହୁତ ଅନୁରୋଧ ପରେ ରାଜି ହେଲା ଦେଖା କରିବାକୁ କିନ୍ତୁ ଯୋଉ ଦିନ ଦେଖା ହେଲା ସେଦିନ ଅଂଶୁମାନ ପାଟିରେ କିଛି ନଥିଲା କହିବାକୁ ତ ଲୁହ ଛଳ ଛଳ ଆଖି ହିଁ ସବୁ କହି ଦେଉଥିଲା, ଅଂଶୁମାନ ର ଆଖି କୁ ଦେଖି ଆଇଶା ବି ନିଜ କୋହ ସମ୍ଭାଳି ନପାରି କାନ୍ଦି ଥିଲା ବହୁତ l ଅଂଶୁମାନ ସେ ଲୁହ କୁ ଦେଖି ବୁଝି ସାରିଥିଲା ଆଇଶା ମନ ରେ ତା ପାଇଁ କେତେ ଭଲ ପାଇବା ଲୁଚି ରହୁଛି l ଆଇଶା କୁ ଅଂଶୁମାନ ଶେଷରେ ଗୋଟିଏ ପ୍ରଶ୍ନ ପଚାରିଥିଲା କେବଳ କଣ ମୁଁ ଛୋଟ ଜାତିରେ ଜନ୍ମ ବୋଲି ତୁମେ ମୋତେ ଏକା ଛାଡି ଦେଉଛ ନା? ଆଇଶା ନିରବ ହୋଇ ସେଇଠୁ ଫେରି ଆସିଥିଲା l ଏବେ ସେ ନିରବ l ଅଂଶୁମାନ ତା ହଁ ଅପେକ୍ଷାରେ ସେମିତି ଅପେକ୍ଷା କରିଛି....
ବହୁତ ଦିନ ବିତି ଯାଇଛି ଦୁହେଁ ଦୁଇ ଜଣଙ୍କ ସହ କଥା ହେଉ ନାହାନ୍ତି l ଆଇଶା ଅଂଶୁମାନ ର ବନ୍ଧୁ ଠାରୁ ତା ଖବର ବୁଝିଛି ଆଉ ଅଂଶୁମାନ ଆଇଶା ବନ୍ଧୁ ଠାରୁ l ହଠାତ ଦିନେ ଅଂଶୁମାନ ଶୁଣିବାକୁ ପାଇଲା ଆଇଶା ର ଦୁର୍ଘଟଣା ହେଇଛି l ସେ ଦଉଡି ଯାଇ ହସ୍ପିଟାଲ ରେ ଦେଖେ ତ ଆଇଶା ନିଘୋଡ଼ ନିଦରେ ସବୁ ଦିନ ପାଇଁ ସୋଇ ପଡିଛି l ହେଲେ ସେ ମରିବା ପୂର୍ବରୁ ତା ପରିବାର ଲୋକଙ୍କୁ ଅଂଶୁମାନ ବିଷୟରେ ସବୁକିଛି ଜଣେଇକି ଯାଇଛି ଆଉ ଅଂଶୁମାନ ପାଇଁ ଏକ ଶେଷ ଉପହାର ମଧ୍ୟ ରଖିକି ଯାଇଛି.... ଅଂଶୁମାନ ସେ ଉପହାର କୁ ଖୋଲିକି ଦେଖେ ତ ସେଥିରେ ଗୋଟେ ଡାଇରି ଅଛି ଆଉ ସେଥିରେ କିଛି ଲେଖା ଅଛି..ଅଂଶୁମାନ ସେ ଡ଼ାଇରୀ କୁ ପଢିବା ପରେ ଜାଣିବାକୁ ପାଇଛି ସେ ଆଇଶା ପାଇଁ କେତେ ଗୁରୁତ୍ୱପୂର୍ଣ ଥିଲା l ସେ ଡ଼ାଇରୀ କୁ ପଢିବା ସମୟ ରେ ଅଂଶୁମାନ ଅନୁଭବ କରୁଛି ଆଜି ତା ଜୀବନ ରେ ଗୋଟେ ଅଦୃଶ୍ୟ ନିସ୍ଵାର୍ଥପର ସହ ଯୋଗ ର ହାତ l ସେ ଆଇଶା ର ସ୍ମୃତି କୁ ନେଇ ସାରା ଜୀବନ କଟେଇ ଦେବାକୁ ବଦ୍ଧ ପରିପକର l