The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smrutirekha Acharya

Inspirational

4.7  

Smrutirekha Acharya

Inspirational

କଣ୍ଟା ଅଟକେଇ ପାରେନା ସାଧନା ର ପଥ

କଣ୍ଟା ଅଟକେଇ ପାରେନା ସାଧନା ର ପଥ

4 mins
551


ଜୀବନ ର ଅୟାମାରମ୍ଭ ସତେ କେଡେ ସୁନ୍ଦର l ପିଲା ର କୁଆଁ କୁଆଁ ରାବ ଆସିବା ପୂର୍ଵ ରୁ ପ୍ରସ୍ତୁତ ପରିବାର, ପରିଜନ ତା ସହ ଚିକିତ୍ସା କରୁଥିବା ଅଧିକାରୀ l ଅବଶ୍ୟ ଏଇଟା ମଧ୍ୟ ସତ ଯେ କିଛି ସନ୍ତାନ ର ଭାଗ୍ୟ ରେ ଏସବୁ ନଥାଏ l ଜୀବନ ବଢ଼ିବା ସହ ପିଲା ର ଶରୀର ବଢିବା ସହ ବୁଦ୍ଧି, ଵିଵେକ, ଆଶା ଓ ଅଭିଳାଷ ର ମଧ୍ୟ ବୃଦ୍ଧି ହୋଇଥାଏ l ଠିକ ସେହି ପରି ନିଜକୁ ସମାଜ ରେ ଏକ ଭିନ୍ନ ମଣିଷ ବୋଲି ପ୍ରତି ପାଦନ କରିବାକୁ ମଧ୍ୟ ଆଜି ର ମାନବ ବେଶ ତତ୍ପର l ଖେଳ-କୁଦ, ପାଠ-ସାଠ, କଳା-କୌଶଳ ସବୁଥିରେ ମଣିଷ ଆଜି ବେଶ ପାରଙ୍ଗମ l ଛୁଆ ଟି ବଢିବା ସହ ତା ମନ ରେ ପ୍ରତିଯୋଗୀତା ମନ ଭାବ ମଧ୍ୟ ବୃଦ୍ଧି କରି ଥାଏ l ସେଦିନ ଥିଲା ଶ୍ରୀପଞ୍ଚମୀ ତିଥି l ବିଦ୍ୟା ଦାୟିନୀ ମା ସରସ୍ବତୀ ଙ୍କ ଆଶୀର୍ବାଦ ରୁ ଆକାଶ ତା ପିତା ମାତା ଙ୍କ କୋଳ ମଣ୍ଡନ କରିଥିଲା l ଖୁସି ରେ ସମ୍ପୂର୍ଣ୍ଣ ପରିବାର ଉଛୁଳି ପଡୁଥିଲା l ଆକାଶ ଦେଖି ବାକୁ ଯେମିତି ସୁନ୍ଦର ବ୍ୟବହାର ମଧ୍ୟ ସେତେ ସ୍ୱାବଲମ୍ବୀ l ପାଠ ପଢ଼ାରେ ମଧ୍ୟ ସେ ବେଶ ଦକ୍ଷ l ବାପା ତାର କାଜୁ ଫାକ୍ଟ୍ରୀ ରେ ଜଣେ କର୍ମଚାରୀ l ଆକାଶ ସବୁ ବେଳେ ଟିଭି ରେ ସ୍ପୋର୍ଟ୍ସ ଚାଁନେଲ ଦେଖିବାକୁ ପସନ୍ଦ କରେ l ଧୀରେ ଧୀରେ ତା ମନ ରେ ସ୍ପୋର୍ଟ୍ସ ପ୍ରତି ଦୁର୍ବଳତା ବଢିବା ରେ ଲାଗିଲା l ବିଦ୍ୟାଳୟ ର ବିଭିନ୍ନ ଦୌଡ କୁଦ ପ୍ରତିଯୋଗିତା ରେ ସେ ଅଂଶ ଗ୍ରହଣ କରି କୃତକାର୍ଯ୍ୟ ହେଲା l ପୁଅ ର ଉନ୍ନତି ବାପା, ମା, ସାଙ୍ଗ, ସାଥି ଓ ଶିକ୍ଷକ ସମସ୍ତଙ୍କୁ ବେଶ ଖୁସି ଦେଲା l ସମସ୍ତେ ତାକୁ ଉତଛାହିତ କଲେ ଆଗକୁ ଯିବାକୁ l ଧୀରେ ଧୀରେ ସେ ରାଜ୍ୟ ସ୍ତରୀୟ, ଜାତୀୟ ସ୍ତରରେ କୃତକାର୍ଯ୍ୟ ହେଲା l ଏବେ ତାର ଆତ୍ମ ବିଶ୍ୱାସ ବଢ଼ିବାରେ ଲାଗିଲା l ସେଦିନ ସେ ରେଳ ଷ୍ଟେସନ ରେ ଅପେକ୍ଷା କରିଥାଏ ଟ୍ରେନ କୁ, ହଠାତ ଦେଖିଲା ଗୋଟେ କୁନି ପିଲା ରେଳ ଧାରଣା ଉପରେ ଦୌଡିଛି ଏବଂ ଆଗରୁ ଟ୍ରେନ ମଧ୍ୟ ଆସୁଛି l ସେ ଆଉ କିଛି ଚିନ୍ତା ନକରି ସାଙ୍ଗେ ସାଙ୍ଗେ ଦଉଡି ଗଲା ରେଳ ଧାରଣା ଉପରକୁ ସେ ପିଲା ଟିକୁ ଉଦ୍ଧାର କରିବାକୁ l ପିଲା ଟିକୁ ଉଦ୍ଧାର କରି ଦେଲା ସତ ହେଲେ ସବୁ ଦିନ ପାଇଁ ନିଜେ ବୋଧେ ପଙ୍ଗୁ ହୋଇଗଲା କାରଣ ପିଲାଟିକୁ କାଢ଼ିବା ସମୟରେ ଟ୍ରେନ ଏତେ ନିକଟତର ହୋଇ ସାରିଥିଲା ଯେ ସେ ହରବର ରେ ଦଉଡି ବାରୁ ତାର ଗୋଡ ଦୁଇଟା ଧାରଣା ଉପରେ ରହି ଯାଇଥିଲା ସେ ତାର ସମ୍ପୂର୍ଣ୍ଣ ଶରୀର କାଢ଼ିବାକୁ ଧାରଣା ରୁ ସମ୍ଭବ ନଥିଲା l ଆଣ୍ଠୁ ପାଖରୁ ପାଦ ଯାଏ ତାର ସେଦିନ ଧାରଣା ଉପରେ ପଡି ରହିଥିଲା l ଟ୍ରେନ ତା ଉପରେ ଚଢେଇ ନେଇ ଗଲା l ଟ୍ରେନ ଯିବା ପରେ ତାର ଜନ୍ତ୍ରଣା ସେଦିନ ସେଇଠି ଥିବା ଲୋକ ମାନେ ଦେଖିଛନ୍ତି ଏବଂ ଅନୁଭବ କରିଛନ୍ତି l କିଛି ସମୟ ପାଇଁ ସେ ନିର୍ବାକ ହୋଇ ଯାଇଥିଲା l ଧୀରେ ଧୀରେ ସେ ମନ ରେ ସାହସ ସଂଚୟ କରିବାକୁ ଚେଷ୍ଟା କଲା ଏବଂ ପରିସ୍ଥିତି କୁ ସାମ୍ନା କରିବାକୁ ଚେଷ୍ଟା କଲା l ଲୋକ ମାନେ ସେଉଠୁ ତାକୁ ଡାକ୍ତର ଖାନା ନେଇଗଲେ l ତା ପରିବାର ଲୋକ ଜାଣିବା ପରେ ସେମାନଙ୍କ ମୁଣ୍ଡ ରେ ବଜ୍ର ପଡିଲା ପରି ଅନୁଭବ ହେଲା l ଆକାଶ ର ମା ତା ମୁଣ୍ଡ ପାଖରେ ବସି ମୁଣ୍ଡ ଆଉଁସି ଦେଉଥିଲେ ସେହି ସମୟ ରେ ଆକାଶ ତାଙ୍କୁ ପଚାରିଲା ମା ମୁଁ କଣ ଆଉ କେବେ ଦଉଡି ପାରିବିନି l ଆକାଶ ର ମା ଙ୍କ ଆଖି ଲୁହ ଛଳ ଛଳ ହୋଇଗଲା ସେ ନିଜର କୋହକୁ ନିଜେ ସମ୍ଭାଳିବାକୁ ଅକ୍ଷମ ଥିଲେ, ତଥାପି ସାହସ ସଂଚୟ କରି କହିଲେ କାଇଁ ନୁହେଁ ବାବା , ତୁ ନିଶ୍ଚୟ ଖେଳି ପାରିବୁ ଦଉଡି ପାରିବୁ ଆଗ ଭଳି ଯଦିଓ ସେ ଜାଣିଥିଲେ ଆକାଶ ବିନା ସାହାରା ରେ ଠିଆ ହେବା ବି ଅସମ୍ଭବ ସେ ଦଉଡି ପାରିବ ବା କିପରି l ଆକାଶ ମଧ୍ୟ ଜାଣିଥିଲା ତା ମା ତା ମନ ବୁଝିବା ପାଇଁ ଏକଥା କହୁଛନ୍ତି କିନ୍ତୁ ସେଦିନ ସେ ସମସ୍ତଙ୍କ ଠାରୁ ଭିନ୍ନ ଚିନ୍ତା କରିଥିଲା l ସେ ଭାବିଥିଲା ଯେ ଯଦି ତା ମା ସେ କାଳେ ମାନସିକ ଦୁର୍ବଳ ହୋଇଯିବ ସେଥିପାଇଁ ତା ମନ ରେ ଆତ୍ମ ବିଶ୍ୱାସ ସଂଚୟ କରିବା ପାଇଁ ମିଛ କହି ଆଶ୍ୱାସନା ଦେଇ ପାରୁଛନ୍ତି ତାହେଲେ ସେ କଣ ତାର ମା ର କଥାକୁ ସତ କରି ତାଙ୍କ ମୁହଁରେ ପୁଣି ସେ ଜ୍ଜ୍ୱଳନ୍ତ ଖୁସି ଫେରେଇ ଆଣି ପାରିବନି ଅକ୍ଲାନ୍ତ ପରିଶ୍ରମ କରି l ତେଣୁ ସେ ସେଦିନ ମେଡିକାଲ ବେଡ଼ ରେ ଶପଥ ନେଇଥିଲା ଯାହା ବି ହେଇ ଯାଉ ପୁଣି ସେ ପୂର୍ବ ପରି ଦୌଡିବା l ତିନି ମାସ ପରେ ସେ ମେଡିକାଲ ରୁ ଡିସ୍ଚାର୍ଜ ହେଲା ଘରକୁ ଗଲା l ସେଇ ଦିନ ଠୁ ସେ ଆରମ୍ଭ କଲା ତାର ପ୍ରସ୍ତୁତି l ସେ ଲୁହା ର ବାଡ଼ିର ସାହାରା ରେ ନିଜେ ଠିଆ ହେବାକୁ ଚେଷ୍ଟା କଲା ବାର ବାର ଗଳି ପଡୁଥାଏ ପୁଣି ଚେଷ୍ଠା କରୁଥାଏ ଠିଆ ହେବାକୁ l ଏତେ ଜୋରେ କଷ୍ଟ ହଉଥାଏ ଯେ ସେ କଷ୍ଟରେ କାନ୍ଦୁ ଥାଏ କିନ୍ତୁ ହାରାସ ନହେଇ ପୁଣି ଚେଷ୍ଠା କରୁଥାଏl ଠିକ ଏମିତି ଦୁଇ ମାସ ପରେ ସେ ଦମ୍ଭ ହୋଇ ଠିଆ ହୋଇପାରିଲା l ସେଦିନ ତ ମୁହଁରେ ଏକ ଅଫୁରନ୍ତ ଆନନ୍ଦ ସ୍ପଷ୍ଟ ବାରି ହେଇ ଯାଉଥିଲା l ପୁଣି ସେ ତା ପରେ ଚାଲିବାକୁ ଚେଷ୍ଠା କଲା ସେ ଲୁହା ର ବାଡ଼ି ସାହାଯ୍ୟରେ ଠିକ ଆଠ ମାସ ପରେ ସେ ଚାଲି ପାରିଲା ଟିକେ l ତା ପରେ ସେ ଭଲ ରେ ଚାଲି ପାରିଲା ଦେଢ଼ ବର୍ଷ ପରେ l ତା ପରେ ସେ ଦୌଡିବାକୁ ଚେଷ୍ଠା କଲା କିନ୍ତୁ ଯୋଉଟା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା l ସେ ଭାଙ୍ଗି ପଡୁଥିଲା ଦୁଇ ତିନି ଦିନ ରେ ପୁଣି ପରିଶ୍ରମ କରୁଥିଲା ପୁଣି ହାରି ଯାଉଥିଲା ସମୟ ର ଅଟ୍ଟହାସ ଆଗରେ l ଠିକ ଏମିତି ପାଞ୍ଚବର୍ଷ କଠିନ ପରିଶ୍ରମ ପରେ ଭାଗବାନ ବି ହାର ମାନିଗଲେ ଆକାଶ ଆଗରେ ସେ ପୁଣି ସାହସ, ଶକ୍ତି ଭରି ଦେଲେ ଏଇ ନିଷ୍ପାପ ମଣିଷ ଦେହରେ l ଆକାଶ ଏଥର ଲୁହା ପରି ଶକ୍ତ ହୋଇ ଗଲା l ପୁଣି ଆରମ୍ଭ କଲା ତା ଆଶା ର ଅଭିଯାନ l ସେ ଅଲମ୍ପିକ ଖେଳିବାକୁ ଚାହିଁଲା କିନ୍ତୁ ସେଥିରେ ତାକୁ ପଞ୍ଜିକରଣ ବାରଣ କରା ଗଲା ତା ପଙ୍ଗୁ ଅବସ୍ଥା ଦେଖିକି l କିନ୍ତୁ ତଥାପି ସେ ହାର ମାନି ନଥିଲା l ଯେତେବେଳେ ବାର ବାର ତାକୁ ପ୍ରବେଶ ନିଷିଦ୍ଧ କରାଗଲା ଅଲମ୍ପିକ ପାଇଁ ସେ ଆଉ କିଛି ବାଟ ନପାଇ ସେ ପାଗଳ ଙ୍କ ପରି ସେ ଗ୍ରାଉଣ୍ଡ ରେ ଦୌଡିବାକୁ ଲାଗିଲା l ସମସ୍ତେ ଆବକ ହୋଇ ଚାହିଁଥାନ୍ତି l ତାଳି ଉପରେ ତାଳି ବର୍ଷୁଥାଏ l ସେ ଅନବରତ ପନ୍ଦର ମିନିଟ କାଳ ସେମିତି ଦୌଡିବାକୁ ଲାଗିଲା l ସମସ୍ତେ ଏଥର ପ୍ରମାଣ ପାଇଗଲେ ଆଉ କେହି ବିରୋଧ କରିବାର ପାଗେଳାମୀ କଲେନି l ସେ ଅଲମ୍ପିକ ରେ ଅଣସଂଗ୍ରହଣ କରି, ଦେଶ ପାଇଁ ସ୍ୱର୍ଣ ଅକ୍ଷର ରେ ଇତିହାସ ଲେଖିବା ସହ ନିଜର ମଧ୍ୟ ମନ ର ପ୍ରକୃତ ଶାନ୍ତି କୁ ଅନୁଭବ କଲା l ସେଦିନ ସେ ସମାଜ କୁ ଏମିତି ଏକ ଉଦାହରଣ ଦେଲା ଯେ ଦୁନିଆ ତାର ସଂମାନ କରିବାକୁ କେବେ ପଛଘୁଞ୍ଚା ଦେବନି l ସେ ସେଦିନ ପ୍ରମାଣ କରି ଦେଖେଇଦେଲା ଯେ ପ୍ରକୃତ ନିଷ୍ଠାର ଅଧବସାୟ କେବେ ହାର ମାନେନି l


Rate this content
Log in

More oriya story from Smrutirekha Acharya

Similar oriya story from Inspirational