Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Smrutirekha Acharya

Inspirational


4.9  

Smrutirekha Acharya

Inspirational


ଆଲୁଅ ଅନ୍ଧାରରେ ଜୀବନ ଳୁଚକାଲି ଖେଳ

ଆଲୁଅ ଅନ୍ଧାରରେ ଜୀବନ ଳୁଚକାଲି ଖେଳ

3 mins 387 3 mins 387

ଆଲୋକ ଦିଗ ନିର୍ଣ୍ଣୟ ସହଯୋଗ ପ୍ରଥମ ମାଧ୍ୟମ । ଖାଲି ଯେ ରାସ୍ତାରେ ଆଗକୁ ବଢିବାକୁ ହେଲେ ଦିଗ ଜାଣିବା ଆବଶ୍ୟକ କେବଳ ସେତିକି ନୁହେଁ ଜୀବନ ରାସ୍ତାରେ ଆଗକୁ ଚାଲିବାକୁ ହେଲେ ଆଲୁଅ ବି ତୁମ ପାଦ ସହ ପାଦ ମିଳେଇ ଚାଲିବା ନିହାତି ଜରୁରୀ । ନଚେତ ଅନ୍ଧ ମଣିଷ ଭଳି ଅନ୍ୟ ର ସାହାରା ଲୋଡ଼ି ବାକୁ ବାଧ୍ୟ୍ୟ ହୋଇ ଯାଏ ମଣିଷ । ପୂର୍ଣ୍ଣିମାର ଚାନ୍ଦ ସେଦିନ ଆକାଶ ବକ୍ଷରେ ଖିଲି ଖିଲି ହେଇ ହସୁଥିଲା । ତାରା ସବୁ ପରସ୍ପର ଭିତରେ ଗୁଣୁ ଗୁଣୁ ହେଇ କଥା ହଉଥିଲେ ଆଜି ଆମର ସବୁ ତେଜ ଲୁଚି ଯାଉଛି ଏ ଉଜ୍ଜଳ ଆଲୋକ ଭିତରେ? ଠିକ ସେହି ପରି ଆଶାର ଜୀବନ ଆଲୋକର ଉଜ୍ଜଳତାରେ ଝଲସି ଉଠୁଥିଲା । ଜୀବନ ଥିଲା ବେଶ ସରସ ସୁନ୍ଦର ମଧୁମୟ । ସ୍ୱାମୀ, ସ୍ତ୍ରୀ ଓ ସନ୍ତାନ ସୁଖରେ ସେ ସମୟ କାଟି ଚାଲିଥିଲା ହସ ଖୁସିର କୁନି ସଂସାରଟି ବେଶ ଭଲ ଢଙ୍ଗରେ ଚାଲିଥିଲା । ସେମାନେ ଶାଗ ପଖାଳ ଖାଇଲେ ବି ଶାନ୍ତିର ବାତା ବରଣ ସେମାନଙ୍କୁ କେବେ ଏକାକୀ ଛାଡ଼ୁନଥିଲା କାରଣ ସେ ଦୁଇ ଜଣ ବି ସେମାନଙ୍କ କର୍ମରେ କେବେ କିଛି ଅବହେଳା କରି ନାହାନ୍ତି । କର୍ତବ୍ୟକୁ ସୁଚାର ରୂପେ ସମ୍ପାଦନ କରିବା ଥିଲା ସେମାନଙ୍କ ଜୀବନର ପ୍ରଥମ ଲକ୍ଷ । ସ୍ୱାମୀ ସୁରେଶ ଥିଲା ତାର ଗୋଟେ ଘରୋଇ ଅନୁଷ୍ଠାନର ଏକ କର୍ମଚାରୀ ଏବଂ ଆଶା ସିଲେଇ କରିବା ଏବଂ ଛୋଟ ଛୋଟ ପିଲାଙ୍କୁ ଟୁଇଁସନ କରୁଥିଲା । ଲକ୍ଷ୍ୟ ଥିଲା ଦୁଇ ଜଣଙ୍କର ପୁଅ ଆୟାତ କୁ ଗୋଟେ ଭଲ ଇ°ରାଜୀ ବିଦ୍ୟାଳୟରେ ପାଠ ପଢେଇବାକୁ କାରଣ ଆଜିର ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷା ବ୍ୟବସ୍ଥା ର ତ୍ରୁଟି ବିଷୟରେ ଦୁଇ ଜଣ ବେଶ ଅବଗତ ଥିଲେ । ପ୍ରତି ପିତା ମାତା ଙ୍କ ପରି ସେ ଦୁଇଜଣଙ୍କ ମଧ୍ୟ ଆଶା ଥିଲା ତାଙ୍କ ପୁଅ ଭଲ ପାଠ ପଢୁ ବଡ ମଣିଷ ହେଉ ଏବଂ ସେମାନଙ୍କ ନାମ ଉଜ୍ଜଳ କରିବା ସହ ଦେଶ ଓ ଜାତିର ନାମ ରଖୁ । ଧୀରେ ଧୀରେ ଆୟାତର ପଢିବା ବୟସ ଆସିଗଲା । ଦୁହେଁ ଆୟାତ କୁ ନେଇ ଏକ ଭଲ ଇ°ରାଜି ସ୍କୁଲରେ ନାମ ଲେଖାଇ ଦେଲେ ଏବଂ ଆୟାତକୁ ସମ୍ପୂର୍ଣ୍ଣ ସୁବିଧା ଦେବାକୁ ଚେଷ୍ଟା କଲେ । ଆୟାତ ମଧ୍ୟ ବହୁତ ଭଲ ପାଠ ପଢିବା ସହ ଖେଳ କୁଦ ରେ ବେଶ ପାରଙ୍ଗମ ଥିଲା । ତିନି ପ୍ରାଣୀ ର କୁନି ପରିବାର ଟି ବେଶ ଖୁସି ରେ ଚାଲୁଥିଲା । ଦିନେ ରାତିରେ ସୋଇଥିବା ସମୟରେ ହଠାତ ସୁରେଶ ର ପ୍ରବଳ ଜୋରେ କାଶ ହେଲା ଏବଂ କାଶରେ ରକ୍ତ ପଡିଲା । ଆଶା ବହୁତ ଡରିଗଲା । ପରଦିନ ଡାକ୍ତର ଖାନା ଯାଇ ପରୀକ୍ଷା କରି ଜାଣନ୍ତି ତ ସୁରେଶ ରକ୍ତ କର୍କଟ ପରି ମର୍ମଦୁନ୍ତ ରୋଗ ରେ ଆକ୍ରାନ୍ତ । ଏଵେ ହଠାତ ସେମାନଙ୍କ ଜୀବନର ସବୁ ଆଲୋକ ଅନ୍ଧକାରର ଦୁଆର ଜୋରେ ଖଟ ଖଟ କରିବାକୁ ଲାଗିଲା । ବଜ୍ରପାତ ସବୁ କିଛି ଭାଙ୍ଗି ଚୁରମାର କଲା ପରି ତାଙ୍କ ଜୀବନର ସବୁ କିଛି ଆଶା, ଆକାଂକ୍ଷା, ଧର୍ଯ୍ୟ ଓ ସାହସ ସବୁ କିଛି ଆଜି ଚୁର ମାର । ଆଶା ଆଜି ସବୁ ପଛରେ ଏକ ଆଗୁଆ ଅଭାବ ଅନୁଭବ କରିବାକୁ ଲାଗିଲା । ସୁରେଶ ଗୋଟେ ଏକୁଟିଆ ଜାଗା ରେ ବସି ବହୁତ କିଛି ଚିନ୍ତା କରିବାକୁ ଲାଗିଲା । ସବୁ ପରେ ସେ ନିଷ୍ପତି ନେଲା ମୁଁ ବଞ୍ଚି ରହିବାର ଆଉ କିଛି ଉପାୟ ନାହିଁ । ଯଦି ମୁଁ ଭଗବାନ ଙ୍କ ନିଷ୍ପତି ଉପରେ ନିର୍ଭର କରୁଛି ମୋ ଅଭାବ ଅସୁବିଧାର ସଂସାର ଆଜି ମୋ ପଛରେ ଚିକିତ୍ସା ପାଇଁ ପଇସା ଖର୍ଚ କରି କରି ଆହୁରି ଅଧିକ ଅସୁବିଧାକୁ ହାତ ଠାରି ଡାକି ଆଣିବେ । ତେଣୁ ସେ ସେଦିନ ରାତିରେ ନିଜର ଆତ୍ମ ହତ୍ୟା କରିଦେଲା । ଗୋଟେ ଚିଠି ରେ ସେ ସମ୍ପୂର୍ଣ ଲେଖି କି ଆଶା ପାଇଁ ରଖିକି ଯାଇଥାଏ । କେମିତି ସେ ଆୟାତକୁ ନେଇକି ବାକି ଜୀବନ ଧର୍ଯ୍ୟ ଧରି ଆଗକୁ ଚାଲିବ ଆଉ ଆୟାତକୁ ବଡ ମଣିଷ କରି ଗଢି ତୋଳିବ ।


Rate this content
Log in

More oriya story from Smrutirekha Acharya

Similar oriya story from Inspirational