Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Smrutirekha Acharya

Others

4.0  

Smrutirekha Acharya

Others

ସୁନା ଭାଇ ର ସୁନା ଭଉଣୀ

ସୁନା ଭାଇ ର ସୁନା ଭଉଣୀ

6 mins
35



ଜନ୍ମ ମୃତ୍ୟୁରରହସ୍ୟ ବୁଝିବା ବହୁ କଷ୍ଟ l କେତେବେଳେ ଯେ କିଏ ଏ ଦୁନିଆକୁ ସମସ୍ତଙ୍କୁ ନିଜର କରିବାକୁ ଆସେ ତ କିଏ ଅସମୟରେ ସମସ୍ତଙ୍କୁ ପର କରି ଦେଇ ଦୁନିଆ ଛାଡି ଚାଲି ଯାଏ l ବୈଚିତ୍ରତା ଭରା ଏ ସୁନ୍ଦର ସୃଷ୍ଟିର ଏହି ନିୟମ କାହାକୁ ଶାନ୍ତି ଆଉ ଅଫୁରନ୍ତ ଆନନ୍ଦ ଦେଇଥାଏ ତ କାହାକୁ ଜୀବନ ସଂଗ୍ରାମର ଦୋଛକିରେ ଏକା ଛାଡି ଦିଏ l ଛାଡ଼ନ୍ତୁ ସେସବୁ ଯାହା ନିୟତିର ଇଛା l


ଗାଁ ଟିଏ l ଲଳିତ, ଶୋଣିତ ଓ ଶାନ୍ତ ସୁଶୋଭିତ ତାର ପରିବେଶ l ସେହି ଗାଁରେ ଚୌଧୁରୀ ଘର କହିଲେ ସମସ୍ତେ ଜାଣନ୍ତି l କିନ୍ତୁ ଦୁଃଖର ବିଷୟ ବଡ ପୁଅର ବାହାଘରର ପାଞ୍ଚ ବର୍ଷ ବିତିଗଲାଣି କିନ୍ତୁ ସନ୍ତାନ ତାଙ୍କ କୋଳକୁ ଭଗବାନ ଆଣିବାକୁ ଦେଉ ନାହାଁନ୍ତି l ଚୌଧୁରୀ ଘରର ସେ ବଡ ବୋହୁ ଭାରି ପରିଶ୍ରମୀ, ସ୍ୱାଭିମାନୀ, ଚଞ୍ଚଳ ଆଉ ଭଗବତ ବିଶ୍ୱାସୀ l ତାର ବିଶ୍ୱାସ ଥାଏ ଦିନେ ନା ଦିନେ ଭଗବାନ ତା କୋଳ ପୂରଣ କରିଦେବେ l କିନ୍ତୁ ଗାଁର ଲୋକ ମାନଙ୍କ ତାତ୍ସଲ୍ୟ କଥା ଶୁଣିକି ସହିବାକୁ ପଡୁଥାଏ lସମୟ କ୍ରମେ ସେୟା ହିଁ ହେଲା l ତା କୋଳରେ ଚନ୍ଦ୍ରମାନେ ଆଶ୍ୱିନ ମାସ କୃଷ୍ଣ ପକ୍ଷ ଭାଦ୍ରବ କୃଷ୍ଣ ତୃତୀୟା ତିଥିରେ ଏକ ସୁନ୍ଦର ଶିଶୁ ପୁତ୍ର ଜନ୍ମ ଲାଭ କଲା l ଘରେ ଆନନ୍ଦର ମହା ସମାରୋହ l ପିଲାଟି ବେଶ ହୃଷ୍ଟ ପୃଷ୍ଟ ଆଉ ସୁନ୍ଦର ହେଇଛି l ମୁଣ୍ଡରେ ବହୁତ କେଶ l ଗୋରା ତକ ତକ ଶରୀର l ସମସ୍ତେ ଶ୍ରଦ୍ଧାରେ ତା ନାମ କ୍ରିଷ୍ଣା ରଖିଲେ l ମାସେ ପୁରିଛି କି ନାଇଁ ପିଲାଟାକୁ ରୋଗ ମାଡି ବସିଲା l ସମସ୍ତେ ବେସ୍ତ ବିବ୍ରତ l ଯାହା ହଉ ଚିକିତ୍ସା ପରେ ସେ ସୁସ୍ଥ ହେଲା ସମ୍ପୂର୍ଣ୍ଣ l ସମସ୍ତେ ତା ପାଇଁ ବହୁ ପୂଜା ଅର୍ଚନା କରିଲେ l ଧୀରେ ଧୀରେ ସେ ବଡ ହେବାକୁ ଲାଗିଲା ଆଉ ସମସ୍ତଙ୍କର ସେ ଇକୋଇର ବାଳା ବିସିକେଶନ l ସ୍ନେହ ମମତାର ଭଣ୍ଡାର ଅଜାଡି ପଡୁଥିଲା ତା ଉପରେ l କିନ୍ତୁ ସେ କଣ୍ଢେଇ ସହ ଖେଳି ଖେଳି ବିରକ୍ତ ହେଇଗଲା l ତାକୁ ଦରକାର ହେଲା ଏକ ଜୀବନ୍ତ ଖେଳନା l ଯେ କି ଠିକ ତା ପରି ହସି ପାରୁଥିବ, ଖେଳି ପାରୁଥିବ, ଗାଲୁ ଗାଲୁ କଥା କହି ପାରୁଥିବ l କିଛିଦିନ ବିତି ଯାଇଛି ଆ ଭିତରେ lରକ୍ଷା ବନ୍ଧନ ପର୍ବ ଆସିଛି l ସବୁ ଭାଇଙ୍କ ହାତରେ ତାଙ୍କ ଭଉଣୀ ମାନେରାକ୍ଷୀ ବାନ୍ଧୁଛନ୍ତି l କିନ୍ତୁ କ୍ରିଷ୍ଣା ଏକା ମନ ଦୁଃଖରେ ଭାବୁଛି ଖାସ ମୋର ବି ଏମିତି ଗୋଟେକୁନି ଭଉଣୀଟେ ଥାନ୍ତା କି l କ୍ରିଷ୍ଣା ସେତେବେଳେ ଏକ ତିନି ବର୍ଷର ଅବୋଧ ଶିଶୁ l ସେ ଜାଣି ନଥିଲା ସେତେବେଳେ ତା ମା ଗର୍ଭବତୀ ଅଛନ୍ତି ବୋଲି l ଯାହା ହଉ ଭଗବାନ ଶେଷକୁ ତା ଇଚ୍ଛାକୁ ସତରେରୂପାନ୍ତରିତ କରିବାକୁ ଚାହିଁଲେ l ଶେଷରେ ଚାନ୍ଦ୍ରମାନେ ଭାଦ୍ରବ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ଶେଷେରେଖା ପଞ୍ଚମୀ ତିଥି ଆଗମନ ସହ ଭଗବାନ କୃଷ୍ଣ, କ୍ରିଷ୍ଣା ପାଇଁ ତା ଜୀବନ୍ତ କଣ୍ଢେଇ ଆଣିଦେଲେ lକୁନି ଭଉଣୀଟେ ତାର ଜନ୍ମ ହେଲା l କ୍ରିଷ୍ଣା ଏତେ ଖୁସି ଯେ ତା ପାଦ ତଳେ ଲାଗୁନଥାଏ l ସେ ଚାଁହୁଥାଏ ତା କୁନି ଭଉଣୀକୁ କୋଳେଇ ନେବାକୁ କିନ୍ତୁ ସେ ନିଜେ ଏତେ କୁନି ଯେ ତାକୁ କୋଳେଇ ପାରୁ ନଥାଏ l ତା ହସ ଦେଖି ହସୁଥାଏ ଆଉ ସେ କାନ୍ଦିବା ଦେଖିଲେ ବିଚଳିତ ହେଇ ଯାଉଥାଏ l ବିଭିନ୍ନ ପ୍ରକାରର ଖେଳନା ଆଣିକି ତା ସାମ୍ନାରେ ଦେଖେଇ ତାକୁ ବୁଝେଇବାକୁ ଚେଷ୍ଟା କରୁଥାଏ l ଧୀର ଧିରେ ସେମାନେ ବଡ ହେବାକୁ ଲାଗିଲେ l ସ୍ନେହ ମମତାର ଅତୁଟ ବନ୍ଧନରେ ଦୁହେଁ ବାନ୍ଧି ହେଇ ଚାଲିଲେ l ସବୁ ସମୟରେ ଦୁହେଁ ମିଶିକି ରହିଲେ l ଖାଇବା, ଶୋଇବା, ଖେଳିବା ଓ ବୁଲିବା ସବୁ ସମୟରେ ଦୁଇ ଜଣଙ୍କୁ ଗୋଟେ ଜାଗାରେ ଦେଖିବାକୁ ମିଳେ l ଦୁହେଁ ଦୁହିଁଙ୍କର ଜୀବନ l ଖେଳରେ ଜଣେ ହାରିଗଲେ ମାଡ ଗୋଳ ହେଇରୁଷି ଯାଏ l ଗୋଟେ ଛୋଟ ଜିନିଷ ଘରେ ପଡ଼ିଥିବ କେହି ନଉ ନଥିବେ ଯଦି ଜଣେ ନେଲା ଅନ୍ୟ ଜଣେ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥିଲା ତାକୁ ନଦେବା ଯାଏ l ଜେଜେ ବାପା ଜେଜେ ମାଙ୍କର ଜଣେ ଏକୋଇରାବାଳା ବିସିକେଶନ ହେଲା ବେଳେ ଅନ୍ୟ ଜଣେ କଳା ମାଣିକ l ଦାଦା, ପିଇସିଙ୍କର ଜଣେ ବାପା ହେଲା ଅନ୍ୟ ଜଣେ ମା l ବାପା ବୋଉଙ୍କ କଥା ଛାଡ଼ନ୍ତୁ ନକହିବା ହିଁ ଭଲ l ବହୁ ଆନନ୍ଦ ଉଲ୍ଲାସର ସହ ସେମାନେ ଜୀବନ କାଟୁ ଥିଲେ l ଟଙ୍କା ପଇସାର କୌଣସି ଅଭାବ ନଥିଲା l ଚାକର ପୂଜାରୀ ବି ସେ ଘରେ ଜଣେ ଜଣେ ସଦସ୍ୟ ଭଳି ଜୀବନ କାଟୁଥିଲେ l କ୍ରମଶଃ ସମୟ କ୍ରମେ କ୍ରିଷ୍ଣାର ପାଠ ପଢିବାର ସମୟ ଆସିଗଲା l ସେତେବେଳେ କ୍ରିଷ୍ଣାକୁ ଚାରି ବର୍ଷ ଆଉ ଦିଶାକୁ ଦୁଇ ବର୍ଷ l ଆଛା ଜାଣି ପାରିଲେ ତ ଦିଶା କ୍ରିଷ୍ଣାର ଏକମାତ୍ର ଗେହ୍ଲି ଭଉଣୀ l କିନ୍ତୁ ଚିନ୍ତାର ବିଷୟ ଏବେ ଏହା ଯେ କ୍ରିଷ୍ଣାର ସିନା ବିଦ୍ୟାଳୟରେ ନାମ ଲେଖାର ବୟସ ଆସିଗଲା କିନ୍ତୁ ଦିଶାର ତ ହେଇନି ନା, ତାହାଲେ ଦୁଇ ଜଣଙ୍କ କିଛି ସମୟ ପ୍ରତିଦିନ ଅଲଗା ହେବାର ସମୟ ଆସିଗଲା l ସେଥିପାଇଁ ଦୁଇ ଜଣଙ୍କ କାନ୍ଦ l କିନ୍ତୁ ଏଥିରେ କ୍ରିଷ୍ଣା ବେଶୀ କିଛି ଅନୁଭବ କରି ପାରୁନଥିଲା କିହିଁକି ନା ସେ ଘରୁ ବାହାରିବା ସମୟରେ ଯାହା ମନ ଦୁଃଖ ହଉଥିଲା l କିନ୍ତୁ ସ୍କୁଲ ବସ ପାଖରେ ପହଞ୍ଚିଗଲା ପରଠୁ ସ୍କୁଲ ବସରୁ ଓଲ୍ହେଇବା ପର୍ଯ୍ୟନ୍ତ ତାକୁ ଅନେକ ସାଙ୍ଗ ମିଳିଯାଉଥିଲେ l ସେମାନଙ୍କ ସହ ତାର ସମୟ କଟି ଯାଉଥିଲା l ତା ସହ ଯେହେତୁ ସେ ସ୍କୁଲ ନୂଆ ନୂଆ ଯାଉଥିଲା ଆଉ ସେଠିକାର ପରିବେଶ ତାକୁ ବେଶ ଭଲ ଲାଗୁଥିଲା ତେଣୁ ତାକୁ ଏତେ କିଛି ଜଣା ପଡୁନଥିଲା ଦିଶାର ଅଭାବ l ସ୍କୁଲର ଗୁରୁଜୀ, ଗୁରୁମା ମଧ୍ୟ ବେଶ ଭଲ ପାଉଥିଲେ କ୍ରିଷ୍ଣାକୁ l କାହିଁକି ନା ଏକର ତ କ୍ରିଷ୍ଣା ବହୁତ ଡଉଲ ଡାଉଲ ସୁନ୍ଦର କୁନି ପିଲାଟାଏ ଥିଲା ଆଉ ତା ସହ ପାଠ ଆଉ ଶାନ୍ତି ଶୃଙ୍ଖଳାର ନିୟମକୁ ମାନି ଚାଲୁଥିଲା l ଛାଡ଼ନ୍ତୁ ସେସବୁ l ଏବେ ଆସିଲା ଦିଶା କଥା l ଦିଶା ତ ଘରେ ସମ୍ପୂର୍ଣ୍ଣ ଏକା ହେଇଯାଉଥିଲା ତା ଭାଇ କ୍ରିଷ୍ଣା ବିନା l ସେ ଚାତକ ପରି ଚାହିଁ ବସୁଥିଲା ତା ଭାଇ କେତେବେଳେ ଫେରିବ ସ୍କୁଲରୁ ଆଉ ସେ ତା ସହ ଖେଳିବl କିନ୍ତୁ ଘରେ ଏକାରହିବା ଯୋଗୁ ଦିଶା ତା ଜେଜେ ବାପା ଙ୍କ ବହୁତ ନିକଟବର୍ତ୍ତୀ ହୋଇ ଯାଇଥିଲା l ଭାଇ ସ୍କୁଲ ଯିବା ଦେଖି ସେ ବି ଚାହିଁଲା କେମିତି ସେ ଜଲଦି ତା ସହ ସ୍କୁଲ ଯିବ l ପ୍ରତିଦିନ ସକାଳୁ ଉଠୁ ଉଠୁ ଦେଖେ ଭାଇ ତାର ପାଣି ବୋତଲ, ବ୍ୟାଗ, ଟିଫିନ ବକ୍ସ , ମୋଜା ଓ ଜୋତା ପିନ୍ଧି ସ୍କୁଲ ଯାଉଛି l ତାର ବି ବହୁତ ଇଚ୍ଛା ହୁଏ ସେମିତି ଯିବାକୁ ହେଲେ ବୟସର ନିୟମ ବାଧା ଦିଏ ସେତେବେଳେ l ଏମିତି କଟି ଯାଇଛି ଦୁଇ ବର୍ଷ ତା ପରେ ଆରଂଭ ହେଇଛି ଘରେ ବହୁ ଅସୁବିଧା l ଧିରେ ଧିରେ ଦିଶାର ପାଠ ପଢିବା ସମୟ ଆସି ଯାଇଛି କିନ୍ତୁ ଘରେ ତାକୁ ସେତେବେଳେ କ୍ରିଷ୍ଣା ପଢ଼ୁଥିବା ସ୍କୁଲରେ ପଢେଇବାକୁ ଘର ଲୋକ ଅସକ୍ଷମ l ତେଣୁ ସେ ଗାଁର ସରକାରୀ ସ୍କୁଲରେ ପାଠ ପଢିଲା l ତେଣୁ ଭାଇର ସ୍କୁଲ କୁ ଛାଡି ବାକି ସମୟ ମିଶିକି ବିତାଉଥିଲେ l ଏହା ଭିତରେ କ୍ରିଷ୍ଣାର ଚତୁର୍ଥ ଶ୍ରେଣୀରେ ପଢିଲାଣି l ଘରର ଅସୁବିଧା ବି ବହୁତ ବଢ଼ି ଯାଇ ଥାଏ ତା ସହ ତା ସ୍କୁଲ ଗାଡିର ବି ବହୁତ ଅସୁବିଧା ହଉଥିଲା l ସେଥିପାଇଁ ବାପା ମା କ୍ରିଷ୍ଣାର ଉଜ୍ଜଳ ଭବିଷ୍ୟତ ଲାଗି ନିଷ୍ପତି ନେଲେ ତାକୁ ହଷ୍ଟେଲରେ ରଖି ଭଲ ବିଦ୍ୟାଳୟରେ ପାଠ ପଢ଼େଇବେ l ତେଣୁ ତାକୁ ହଷ୍ଟେଲ ଛାଡିବା ପାଇଁ ଗଲେ l ଗଲା ବେଳେ ଦିଶାକୁ ସାଙ୍ଗରେ ନେଲେନି l ଦିଶାକୁ ତା ବାପାଙ୍କ ବନ୍ଧୁ ଘରେ ଛାଡିକି ସେମାନେ କ୍ରିଷ୍ଣାକୁ ହଷ୍ଟେଲ ଛାଡିବାକୁ ଗଲେ l ତା ପରଠୁ ସେମାନେ ସମ୍ପୂର୍ଣ୍ଣ ଏକାକୀ ଦୁଇ ଜଣ l

ଦିଶା ଅନୁଭବ କଲା ତା ସହ ମିଶିକି ଖେଳିବା ପାଇଁ କେହି ନାହିଁ l ମିଶିକି ଝଗଡା କରିକି ଖାଇବା ପାଇଁ କେହି ନାହିଁ l ଗାଡ଼ିରେ ବାପା ଙ୍କ ସହ ଗଲା ବେଳେ ଆଗରେ ବସିବା ପାଇଁ ଜିଦି କରିବା ପାଇଁ କେହି ନାହିଁ l ହଷ୍ଟେଲରେ କ୍ରିଷ୍ଣାର ମନ ଦୁଃଖ ଆଡେ ଘରେ ଦିଶାର l ହଷ୍ଟେଲର ଚାଲି ଚଳଣ ସହ ନିଜକୁ ଚଳେଇ ନେଇ ଥାଏl ସେଠି ବି ସମସ୍ତେ ତାକୁ ଭଲ ପାଉଥିଲେ l ପ୍ରତି ସପ୍ତାହରବିବାର ଦିନ ଦିଶା ଆଉ ତା ବାପା ମା କ୍ରିଷ୍ଣାକୁ ଭେଟିବାକୁ ଯାଉଥିଲେ l ଦିଶା ସବୁବେଳେ ଚାହିଁକି ବସିଥାଏ କେବେରବିବାର ହେବ ସେ ତା ଭାଇ ପାଖକୁ ଯିବl ଭାଇ ସ୍କୁଲର ସବୁ ସମାରୋହରେ ଦିଶା ବହୁତ ଆଗ୍ରହୀ ହୋଇ ଯିବାକୁ ବାହାରେ ଯଦି ବାପା ବୋଉ ଙ୍କର ଟିକେ ବାହାରିବାରେ ଡେରି ହେଇ ଯାଏ ଦିଶା କାନ୍ଦି କାନ୍ଦି ମୁହଁ ଫୁଲେଇ ଦିଏl ଆଉ ଯେତେବେଳେ ଖରା ଦିନ ଛୁଟି ଆଉ ବଡ ଦିନ ଛୁଟି ହୁଏ ସେତେବେଳେ ଦିଶା ଆଉ କ୍ରିଷ୍ଣାର ପାଦ ତଳେ ଲାଗେନି l ଏମିତି ଚାରି ବର୍ଷ କଟିଗଲା ତା ପରେ କ୍ରିଷ୍ଣା ହଷ୍ଟେଲ ଛାଡି ଘରେ ଆସିକିରହିଲା l କ୍ରିଷ୍ଣା ଘର ପାଖରେ ଗୋଟେ ସ୍କୁଲରେ ପଢୁଥିଲା ଆଉ ଦିଶା ଅନ୍ୟ ଏକ ବିଦ୍ୟାଳୟରେ l ସମୟ କ୍ରମେ ଦୁହେଁ ଗୋଟେ ସ୍କୁଲରେ ପଢିଲେ ସେତେବେଳେ କ୍ରିଷ୍ଣାର ଦଶମ ଶ୍ରେଣୀକୁ ଦିଶାର ଅଷ୍ଟମ l ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଦୁଇଜଣ ଙ୍କୁ ବହୁତ ଭଲ ପାଉଥିଲେ l ତା ପରେ ସେମାନେ ବଡ ହୋଇ ନିଜେ ନିଜେ ନିଜର ବାଟକୁ ଚାଲିବାକୁ ଲାଗିଲେ l ଦୁହେଁ ଦୁହିଁଙ୍କ ପାଇଁ ସବୁବେଳେ ଉତ୍ସହରତ l ସେମାନଙ୍କ ଅତୁଟ ବନ୍ଧନକୁ ବଖାଣିବା ବହୁତ କଷ୍ଟ ସାଧ୍ୟ l


Rate this content
Log in