The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Smrutirekha Acharya

Tragedy

4.6  

Smrutirekha Acharya

Tragedy

ଆତତାୟୀ ନୁହେଁ ସେ ଉଚ୍ଚାଭିଲାଷୀ

ଆତତାୟୀ ନୁହେଁ ସେ ଉଚ୍ଚାଭିଲାଷୀ

5 mins
576


ଆକାଶରେ ଘୋର ଅନ୍ଧକାର ମାଡି ଆସୁଛି l ଭୟ ର କଳା ବାଦଲ ଘୋଟି ସାରିଲାଣି ମନ ରେ l ସତେ କି ସବୁ କିଛି ସରିଯାଉଛି l ଜୀବନ - ମରଣ ର ଅନ୍ତରାଳ ଠାରୁ ଭୟଙ୍କର ନୁହେଁ ତ ଏ? ଆଶା ଆକାଂକ୍ଷା ର ଶେଷ ପାହୁଣ୍ଡ ନୁହେଁ ତ? ବୁକୁଚିରା ବେଦନା ର ଶେଷ ଆଭାସ ନୁହେଁ ତ? କାଇଁ ଏମିତି ତାକୁ ବୋଧ ହେଉଛି? କାଇଁ ଆଜି ସେ ଏତେ ଅସ୍ଥିର ଜଣା ପଡୁଛି? ଜୀବନ ସଂଗ୍ରାମ ର ଏ କୋଉ ସ୍ତର ଯେ ଖାଲି ଭୟ ର ଅଟ୍ଟହାସ୍ୟ ଏଇଠି ଯେମିତି ଆସିକି ସବୁ ଭେଟ ହୋଇଯାଇଛନ୍ତି? କାଇଁ ଆଜି ନିରବ ନିସ୍ତବ୍ଦ ପରିସ୍ଥିତି? ଏସବୁ ପ୍ରଶ୍ନ ର ଉତ୍ତର ପାଇବାକୁ ଯାଇ ସେ ଆଜି ସମ୍ପୂର୍ଣ ନିରବ ଆଉ ନିର୍ବାକ l ନବ ବିବାହିତା ଇଶା କେତେ ଆଶା ଆଉ ଆକାଂକ୍ଷା କୋଳରେ ଧରିକି ଆସିଥିଲା ଶାଶୁ ଘରକୁ ଖୁସି ର ସଂସାର ଗଢିବା ଆଶା ରେ l ହେଲେ ସମୟ ତା ସହ ତାଳ ମିଳେଇ ଚାଲିବାକୁ ସମ୍ପୂର୍ଣ୍ଣ ଭାବରେ ନାରାଜ l ଇଶା ଶାଶୁ ଘରକୁ ଆସିବା ଆଗରୁ ତା ଶାଶୁ ଶ୍ୱଶୁର ଙ୍କ ମୃତ୍ୟୁ ହୋଇ ସାରିଥିଲା l ଇଶା ସ୍ୱାମି ବିବେକ ଏକ ମାତ୍ର ସନ୍ତାନ ଥିଲା ସେମନଙ୍କର ଲ ତେଣୁ ଇଶା ର ପରିବାର ଏବେ କହିବାକୁ ଗଲେ କେବଳ ତା ସ୍ୱାମୀ l ବିବାହ ର ଠିକ ବର୍ଷେ ପୁରିଛି ଇଶା ଜାଣିବାକୁ ପାଇଲା ତା ସ୍ୱାମୀ ବିବେକ ରକ୍ତ କର୍କଟ ପରି ମାରାତ୍ମକ ବ୍ୟାଧି ରେ ପୀଡିତ l ସୀମିତ ରୋଜଗାର ରେ ଚାଲୁଥିବା ଏ ଦୁଇ ପ୍ରାଣୀ ର ସଂସାର ଙ୍କ ପାଇଁ ଏ ସମସ୍ୟା ବହୁତ ଆଘାତ ଆଣିଦେଇଥିଲା l କିନ୍ତୁ ତଥାପି ସଂଘର୍ଷ କରିବା ସେମାନେ ଛାଡି ଦେଇନଥିଲେ l ମନ ରେ ଆତ୍ମ ବିଶ୍ୱାସ ଭରି ସେମାନେ କର୍ମ କରି ଚଳୁଥିଲେ l ଏଇ ଭଳି ପରିସ୍ଥିତି ସମୟ ରେ ଇଶା ଜାଣିବାକୁ ପାଇଲା ସେ ଗର୍ଭବତୀ ଅଛି l ଦୁନିଆରେ ରେ ଗୋଟେ ନାରୀ ସେତେବେଳେ ଏକ ଅଫୁରନ୍ତ ଖୁସି ପାଇଥାଏ ଯେତେବେଳେ ସେ ଜାଣି ଥାଏ ସେ ଗର୍ଭବତୀ ଅଛି ବୋଲି l କିନ୍ତୁ ଇଶା ଏଥିରେ କେମିତି ବା ଖୁସି ହେବ ସେ ଜାଣି ପାରୁନଥିଲା l ଯେଉଁ ପରିବାର ରେ ମରଣ ସହ ପ୍ରତି ମୁହୂର୍ତ୍ତ ରେ ସଂଘର୍ଷ ଚାଲିଛି ସେଠି ଆଉ ଏକ ନୂତନ ଜୀବନ ର ଆଗମନକୁ ଆଡମ୍ବର ର ସ୍ୱାଗତ କରିବାକୁ ସେମାନଙ୍କ ପାଖରେ ସମ୍ବଳ ନଥିଲା l ତଥାପି ସ୍ୱାମୀ ସ୍ତ୍ରୀ ନିଷ୍ପତି ନେଲେ କି ଯେତେ କଷ୍ଟରେ ହଉ ତାକୁ ଏ ଦୁନିଆ କୁ ଆଣିବେ କାରଣ ସେମାନେ ବୁଝିଥିଲେ ସନ୍ତାନ ହିଁ ସେମାନଙ୍କ ଜୀବନରେ ସବୁ ଦୁଃଖ ଭିତରେ ଗୋଟିଏ ହିଁ ଖୁସି ର ଆଶା ଆଣିବ l ଧୀରେ ଧୀରେ ବିବେକ ର ସ୍ୱାସ୍ଥ୍ୟ ବହୁତ ଖରାପ ଦିଗ କୁ ଗତି କରିବାକୁ ଲାଗିଥାଏ l ଇଶା କେମିତି ତାକୁ ସୁସ୍ଥ କରିବ ସେଥିଲାଗି ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଚାଲିଥାଏ l ତା ସହ ଭଗବାନ ଙ୍କ ନିକଟରେ ମିନତୀ କରୁଥାଏ କେମିତି ଦୁଇଟି ଜୀବନ ସୁରକ୍ଷିତ ହେଇ ରହି ଥାଉ, ଗୋଟିଏ ତା ସ୍ୱାମୀ ର ଜୀବନ ଆଉ ଗୋଟେ ତା ଗର୍ଭ ରେ ବଢୁଥିବା ଜୀବନ l କିନ୍ତୁ ସମୟ ବୁଝିଲେ ତ? କାଇଁ ସମୟ ଏମିତି ଖେଳ ଖେଳି ଚାଲେ.... କାଇଁ କି ଦୁଃଖ ଯନ୍ତ୍ରଣା ର ଭାର ଅସହାୟ ଲୋକ ଉପରେ ଲଦି ଦିଏ? କାଇଁକି କେଜାଣି ଆଜିର ଦୁନିଆ ଏତେ ନିଷ୍ଠୁର ହେଇ ଯାଉଛି କିଛି ସରଳ ଲୋକ ଙ୍କ ପାଇଁ? ଠିକ ଚାରିମାସ ପରେ ଯେତେବେଳେ ଇଶା ତା ଗର୍ଭ ରେ ଥିବା ଛୁଆ ର ଅବସ୍ଥା ଜାଣି ବାକୁ ଚିକିତ୍ସାଳୟ ଯାଇଥିଲା ସେଇଠି ସେ ଜାଣିବାକୁ ପାଇଲା ସେ ପିଲା ର ଗୋଟେ ବୃକକ ନାହିଁ l ତା ପାଦ ତଳୁ ମାଟି ଖସି ଗଲା ପରି ଲାଗୁଥାଏ ତାକୁ କାଇଁକି ନା ଆଡେ ସ୍ୱାମୀର ଏଭଳି ଅବସ୍ଥା ତା ସାଙ୍ଗରେ ଦୁନିଆ କୁ ଆସିବା ପୂର୍ବରୁ ଛୁଆ ର ଏଭଳି ଅବସ୍ଥା l ତେଣୁ ସେ ସମ୍ପୂର୍ଣ୍ଣ ନିରବ ଆଉ ନିର୍ବାକ ହୋଇ କିଛି ସମୟ ରହିଲା l ଭୟ ରେ ତା ଆପାଦ ମସ୍ତକ କମ୍ପି ବାକୁ ଲାଗିଲା ଏବଂ ଏତେ ଅସୁବିଧା ଭିତରେ ସେ ଧରି ରଖିଥିବା ସବୁ ଧର୍ଯ୍ୟ ଆତ୍ମବିଶ୍ୱାସ ଆଜି ଯେମିତି ମାଟି ରେ ମିଶି ଯାଉଛି ସେମିତି ତାକୁ ଅନୁଭବ ହେଲା l ସେ ଭାବିବାକୁ ଲାଗିଲା ଭଗବାନ କେବଳ ତା ସହ ଏମିତି ଖେଳ କାଇଁକି ଖେଳୁଛନ୍ତି l ବହୁତ ଚିନ୍ତା କରିବା ପରେ ସେ ପୁଣି ମନ ରେ ଆତ୍ମ ବିଶ୍ୱାସ, ଧର୍ଯ୍ୟ ସଂଚାର କରି ଘରକୁ ଫେରିଲା l ଏସବୁ କଥା ସେ ବିବେକ ଠାରୁ ଲୁଚେଇକି ରଖିଲା l କାରଣ ସେ ଚାଁହୁଥିଲା ବିବେକ ଆଉ କେତେ ଦିନ ଯେ ବଂଚିବ ତାକୁ ଏସବୁ ଜଣେଇକି ଆହୁରି ମାନସିକ କଷ୍ଟ ଦେବ l ଏକ ରେ ତା ସେ ତାର ଶାରୀରିକ ଅସୁସ୍ଥତା ଯୋଗୁ ପ୍ରତି ମୁହୂର୍ତ୍ତ ରେ କଷ୍ଟ ପାଇ ଚାଲିଛି l ଧୀରେ ଧୀରେ ସମୟ ଗଡି ଚାଲିଲା ଛୁଆ ର ଦୁନିଆକୁ ଆସିବାର ସମୟ ଆସିଗଲା l ବିବେକ ଯେତିକି ଖୁସି ସେତିକି ମଧ୍ୟ ଅନୁତପ୍ତ ଯେ ସେ ତାର ଛୁଆ ପାଇଁ କିଛି କରିବାକୁ ଅସମର୍ଥ l ଦୁନିଆରେ ସବୁ ମା ଙ୍କ ଠାରୁ ଆଜି ଇଶା ର ଅନୁଭବ ସମ୍ପୂର୍ଣ୍ଣ ଭିନ୍ନ ଥିଲା l ତାର ଅନୁଭବ ଆଜି ଭୟ ର ଗନ୍ତାଘର କାଇଁକି ନା ଏବେଠୁ ତାକୁ ତା ଛୁଆ ର ଚିକିତ୍ସା ପାଇଁ ମଧ୍ୟ ଚିନ୍ତା କରିବାକୁ ପଡିବ l ନା ଅଛନ୍ତି କେହି ବନ୍ଧୁ ବାନ୍ଧବ ସହ ଯୋଗ ର ହାତ ବଢେଇବାକୁ ନା ଅଛନ୍ତି କେହି ସାଙ୍ଗ ସାଥି l ତଥାପି ସେ ହାର ମାନି ନଥାଏ l କର୍ତଵ୍ୟ କରି ଚାଲିଥାଏ ତାର l ବିବେକ ତା ଛୁଆ କୁ କିଛି ଦେଇ ପାରୁନି ବୋଲି ଭଲ ପାଇବାର ସମୁଦ୍ର ଅଜାଡି ଦେଉଥାଏ l କାରଣ ଏକମାତ୍ର ସମ୍ବଳ ଏବେ ତାର ସ୍ନେହ ଶ୍ରଦ୍ଧା ଭଲ ପାଇବା l ଏମିତି ଆଉ ବର୍ଷେ କଟିଗଲା l ବିବେକ ର ଅବସ୍ଥା ଏବେ ବହୁତ ଶୋଚନୀୟ ଶେଷରେ ରେ ତାର ଜୀବନ ମରଣ ର ସଂଗ୍ରାମ ଶେଷ ହୋଇଗଲା l ସେ ମଲା ବେଳେ କେବଳ ଇଶା କୁ କହିଲା ମୁଁ କିଛି କରି ପାରିଲିନି କି କିଛି ଖୁସି ଦେଇ ପାରିନି କି ପାରିବିନି ଆଉ ମଧ୍ୟ କିନ୍ତୁ ଏତିକି ଭଗବାନ ଙ୍କ ନିକଟରେ ପ୍ରାଥନା କରୁଛି ତୁମର ଅକ୍ଲାନ୍ତ ପରିଶ୍ରମ ହାର ନମାନି ଯାଉ l ତାର ପ୍ରକୃତ ମୂଲ୍ୟ ଭାଗବାନ ତୁମକୁ ଦିଅନ୍ତୁ l ଆଉ ମୋ ପାଇଁ ମନ ଦୁଃଖ କରିବନି ଧର୍ଯ୍ୟ ହରା ହେବନି, ଧର୍ଯ୍ୟ ଆଉ ସାହସ କୁ ଧରି ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ଚାଲିବ l କିନ୍ତୁ ଇଶା ସେତେବେଳେ ଭାବୁଥିଲା ଏବେ ତାକୁ ଆଉ ଏକ ଅସୁବିଧା ର ସମାଧାନ ପାଇଁ ମୁଣ୍ଡ ଟେକି ବାକୁ ପଡିବ ହେଲେ ସେ ପାରିବ ତା ଚାଲି ଏକାକୀ? କାଇଁକି ନ ବିବେକ କିଛି ନକଲେ ମଧ୍ୟ ବିବେକ କୁ ଦେଖିଲେ ତା ଆତ୍ମ ବିଶ୍ୱାସ ବଢ଼ି ଯାଉଥିଲା କିନ୍ତୁ ଏଵେ ଯୋଉଟା ସମ୍ପୂର୍ଣ ଅସମ୍ଭବ l ତଥାପି ସେ ଆଶା ଆଉ ଭରଷା ନେଇ ଭଗବାନ ଙ୍କ ଉପରେ ସବୁ କିଛି ଛାଡିକି ନିଜର କର୍ମ ପଥ ରେ ଆଗେଇ ଚାଲିଲା l ଯେତେବେଳେ ଇଶା ର ଛୁଆ କୁ ଅଢେଇ ବର୍ଷ ହେଲା ଇଶା ଅର୍ଥନୈତିକ କ୍ଷେତ୍ର ରେ ସକ୍ଷମ ହେଲା ତା ଛୁଆ ର ଚିକିତ୍ସା ପାଇଁ ବହୁ ଅକ୍ଲାନ୍ତ ପରିଶ୍ରମ ପରେ l ଶେଷରେ ସେ ତା ଛୁଆ କୁ ସୁସ୍ଥ କରି ତା ଛୁଆ ର ଜୀବନ କେମିତି ନିରାପଦ କେମିତି ସେ ଆଗକୁ ବଢ଼ି ଦୁନିଆ ଆଗରେ ମୁଣ୍ଡ ଟେକି ଚାଲିବ ସେଥିଲାଗି ଇଶା ତା ଛୁଆ ଦେଇ ଚାଲିଲା ଶିକ୍ଷା l ଇଶା ତା ଛୁଆ ର ନା ରଖିଥିଲା ଆକାଶ l ଆକାଶ ଧୀରେ ଧୀରେ ସ୍କୁଲ ଗଲା l ସେ ମଧ୍ୟ ଏକ ମେଧାବୀ ଛାତ୍ର ହୋଇ ତା ମା ମୁହଁ ରେ ଟିକେ ଖୁସି ଆଣିବାକୁ ଚାହିଁଲା l ଆକାଶ ଧୀରେ ଧୀରେ ବଡ ହୋଇ ଗୋଟେ ଭଲ ମଣିଷ ହେବା ସହ ଭଲ ଛାତ୍ର ଭାବେ ପରିଗଣିତ ହୋଇ ତା ମା ର ମୁଁହ ରେ ଖୁସି ଫେରେଇ ଆଣିଲା l ତା ମା ମଧ୍ୟ ଏତେ ଦିନ ଟିକେ ଫୁରସତ ପାଇଲା କାରଣ ଏତେ ବର୍ଷ ହେଲା ସେ କାମ ରେ ଏତେ ବେସ୍ତ ରହୁଥିଲା ଯେ ନିଜ ଖାଇବା ପିଇବା ମଧ୍ୟ ଛାଡିଦେଉଥିଲା l ସମୟ ମିଳିଲେ ଖାଉଥିଲା ନହଲେ ସେମିତି କାମ କରି ଚାଲୁଥିଲା l ଇଶା ର ଦୃଢ ଆତ୍ମ ବିଶ୍ୱାସ ଆଉ ଧର୍ଯ୍ୟ ତାକୁ ଏତେ ଦିନ ବଂଚେଇ ରଖିଛି l ଜୀବନ ତାକୁ ଏଵେ ନୂଆ ଅନୁଭବ ଦଉଚି ଏତେ ବର୍ଷ ପରେ l ସେ ଏବେ ପ୍ରତି ରାତି ରେ ତାର ଏକମାତ୍ର ସନ୍ତକ ଆକାଶ କୋଳରେ ମୁଣ୍ଡ ରଖି ଶାନ୍ତି ନିଦରେ ଶୋଉଚି ବହୁ ବର୍ଷ ପରେ l ତେଣୁ ଭୟ ର ସାମ୍ନା କରିବା ଶିଖିକି ମନ ରେ ଉଚ୍ଚାଭିଳାଷ ଆଣି କର୍ତବ୍ୟ ପଥରେ ଆଗେଇ ଚାଲିବା ହିଁ ଜୀବନ ର ମୂଳମନ୍ତ୍ର ହେବା ଉଚିତ l


Rate this content
Log in

More oriya story from Smrutirekha Acharya

Similar oriya story from Tragedy