STORYMIRROR

Dr Jharana Satapathy

Abstract Others

3  

Dr Jharana Satapathy

Abstract Others

ଦାଉ ସାଧେ ଦାରିଦ୍ର୍ୟତା

ଦାଉ ସାଧେ ଦାରିଦ୍ର୍ୟତା

1 min
582


ମାଆ ମାଆ ସ୍କୁଲରେ ନିଜ ନିଜ ଜନ୍ମ ଦିନମାନଙ୍କରେ ପିଲାମାନେ ଚକଲେଟ ବାଣ୍ଟୁୁଛନ୍ତି।ଆଜି ବିଭୁତିର ଜନ୍ମଦିନ ବୋଲି ମତେ ଏବଂ ଆମ ଶ୍ରେଣୀର ସାଙ୍ଗମାନଙ୍କୁ ଗୋଟିଏ ଗୋଟିଏ ଚକଲେଟ ଦେଲା।ମତେ ପଚାରିଲା ଚକଲେଟ୍ କେମିତି ଲାଗୁଛି।ଜାଣିଛୁ ତା ଦାମ କେତେ ପଚାଶଟଙ୍କା।ତୁ କଣ ଜାଣିବୁ ତାର ମୂଲ୍ୟ।ତୁତ ଗରିବ ଘରର ପିଲା।ତୋ ମାଆ ଦିନକୁ ପଚାଶ ଟଙ୍କାବି ରୋଜଗାର କରୁନଥିବ।ତୁ ପରା ନଥିଲା ଘରର ପିଲା।


ମାଆ ମାଆ ଗରିବ ହୋଇ ଜନ୍ମ ହୋଇବା କ'ଣ ଖରାପ? କାହିଁକି ପ୍ରଭେଦ ଧନୀ ଏବଂ ଗରିବ ଭିତରେ।ସବୁ ମଣିଷତ ସମାନ।ସବୁ ସ୍ଥାନରେ ସେମାନଙ୍କୁ ସର୍ମାନ।ହଁ ଗରିବ ଘରେ ମୁଁ ଜନ୍ମ କରିଛି କିନ୍ତୁ ମୋ ମନ ଗରିବ ନୁହଁ ମାଆ।ସବୁ ବେଳେ କହନ୍ତି ସମସ୍ତେ ଇଏ ପରା ନଥିଲା ଘରର ପିଲା ।ମାଆ ମୋ ପାଖରେ ତୁମେ ଦେଇଥିବା ସଂସ୍କାର ଶିଷ୍ଟାଚାର ସଵୁ ଅଛି।


କିଏ କହିଲା ତୁ ଗରିବ ଘରର ପିଲା।ତୁ ପରା ମୋର ସମ୍ପତି।ତୁ ଥାଉ ଥାଉ ମୋର ଆଉ କଣ ଅଭାବ। ତୁ ପରା ମୋର ଧନ। ଗରିବ ଘରେ ତୁ ଜନ୍ମ ହେଲୁ। ମାଆ ମାଆ ସୁଦାମା ବି ଗରିବ ଥିଲେ। କେତେ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ।ଭଗବାନ ଶ୍ରୀକୃଷ୍ଣ ତାଙ୍କ ଝୁପୁଡି ଘରକୁ ରାଜ ଉଆସରେ ପରିଣତ କରିଦେଲେ। ଆମର ସମୟ କେତେବେଳେ ଆସିବ? ଭଗବାନ ଆମର କେବେ ଦୁଃଖ ଶୁଣିବେ!ମାଆ ମାଆ ଗରିବ କାହାକୁ କହନ୍ତି। ହଁରେ ଧନ ଆମ ପରି ମଳିମୁଣ୍ଡିଆ ଲୋକଙ୍କୁ ହିଁ ଗରିବ କୁହାଯାଏ। ଯିଏ ସବୁବେଳେ ଅଭାବ ଅନଟନରେ ସଢେ ତାଙ୍କୁ ହିଁ ଗରିବ କୁହାଯାଏ ।ଧନୀ ଲୋକଙ୍କ ଜୀବନରେ କେବେ ଅଭାବ ରହେନି କି ମାଆ? ହଁ ରହେ କାହାର କେଉଁ ପ୍ରକାର ଅଭାବ।କୌଣସି ନା କୌଣସି କ୍ଷେତ୍ରରେ ସମସ୍ତଙ୍କର ଅଭାବ ପରିଲିକ୍ଷିତ ହୁଏ।ତାହାର ଅର୍ଥ ଗରିବୀ ନୁହଁ।ଆମର ଯେପରି ଦାରିଦ୍ରତା। ଦରିଦ୍ରତା ଆମକୁ ଦାଉସାଧୁଛି ସେଥିପାଇଁ ସମସ୍ତେ ଆମକୁ ଗରିବ ଗରିବ କହୁଛନ୍ତି।ସବୁବେଳେ ସମାନ ସମୟ ରହିନଥାଏ ମାଆ।ଆମର ଏହି ଦରିଦ୍ରତା ଦିନେ ନା ଦୂର ହେବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract