STORYMIRROR

suchitra pradhan

Crime Others

2  

suchitra pradhan

Crime Others

ଦାଗର ଛିଟା

ଦାଗର ଛିଟା

2 mins
417


ଘରକୁ ପଶୁ ପଶୁ ମୋର ଝରକା, କବାଟ ବନ୍ଦ କରିବାର ଶବ୍ଦ ଶୁଣି ସ୍ତ୍ରୀ ସରିତା ଦୌଡ଼ି ଆସି ପଚାରିଲେ କଣ ହେଲା???ମୁଁ କହିଲି ମୋ ପାଇଁ ଚା କପେ କରିକି ଆଣ।ଝରକା, କବାଟ ବନ୍ଦ କରିବା ପରେ ବି ପ୍ରାର୍ଥନା ସଭାରେ ଗାଉଥିବା ପିଲାମାନଙ୍କ ଗୀତର ସ୍ୱର ଆଜି ମୋ ଶରୀର ଭେଦ କରି ପୁରା ଶରୀରକୁ କ୍ଷତ ବିକ୍ଷତ କରିବାରେ ଲାଗିଛି ସେହି ଦି ଧାଡ଼ି।(ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି)ତଥାପି କଣ ପାଇଁ ଆଜି ମୁଁ ସତର ସାମନା କରିପାରୁନି।ଏହି ଗରିବ ଆଉ ନିରୀହ ଲୋକଙ୍କ ପାଇଁ ହିଁ ତ ମୁଁ ଖାକି ପିନ୍ଧିଥିଲି।ତାହେଲେ ଆଜି କେମିତି ମୁଁ ସ୍ୱାର୍ଥପର ଭାବେ ସେମାନଙ୍କ ଭରସା ଭାଙ୍ଗି ଦେଲି???ଏ ଭଳି ପ୍ରଶ୍ନର ବୁଢିଆଣୀ ଜାଲ ଭିତରେ ମୁଁ ଛନ୍ଦି ହୋଇ ଯାଉଥିଲା ବେଳେ ଝିଅର ପାପା ଡାକରେ ଚମକି ପଡି ଭାବନା ରାଇଜରୁ ଫେରିଆସିଲି।

ସେଦିନର ଘଟଣା।ଆଜି ବି ମାନସ ପଟରୁ ଲିଭିନି।ହଠାତ ଥାନାରୁ ଫୋନ ଆସିଲା।ମୁଁ ସଙ୍ଗେ ସଙ୍ଗେ ଡିଉଟି ବାହାରି ପଡ଼ିଲି।ଆଉ ଯେବେ ଘଟଣା ଜାଗାକୁ ଗଲି ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲିନି।ମୋ ହାତରେ ରାଖୀ ବାନ୍ଧୁଥିବା ସେହି ବସ୍ତିର ଝିଅ ମୀରାର ଡେଡ଼ ବଡି।ଆଉ ମୀରାର ମା କାନ୍ଦି କାନ୍ଦି ପାଗଳି ପରି ହୋଇ ଗଲେଣି।।ବହୁତ ଲୋକ ବହୁତ କଥା କହୁଥିଲେ।ବଢ଼ିଲା ଝିଅ କୁ ଘରେ ରଖିଲେ ଏମତି ହିଁ ହବ??ମୀରାର ମା କହୁଥାଏ ମୋ ଝିଅ କେବେ ଏମତି ଦଉଡି ଦେଇ ମରିବନି।ସେ ବହୁତ ସାହସୀ,ତାକୁ ଏହି ବଡ ଘରର ଵାବୁ ମାନେ ମାରିଦେଲେ।ସେ ଯାହା ହଉ ମୁଁ ବଡିକୁ ପୋଷ୍ଟ ମଟମ ପାଇଁ ପଠେଇଦେଇ ମୀରାର କଲେଜକୁ ଗଲି।ଆଉ ସେଠି ମୀରା ବିଷୟରେ ତଦନ୍ତ କରି ଜାଣିଲି ମୀରା ବହୁତ ଭଲ ଝିଅ ଥିଲା।ଆଉ କଲେଜ ଟପର ବି ଥିଲା।ହେଲେ ଏମତି କଣ ପାଇଁ କଲା।

କେସର ଆରମ୍ଭ ରୁ ହିଁ କେସ ବନ୍ଦ କରିବା ପାଇଁ ଉପରୁ ଚାପ ପଡିଲା।ମୋ ମନରେ ସନ୍ଦେହ ବଢ଼ିଲା।କଣ ଉତ୍ତର ଦେବି ମୀରାର ବାପା ଆଉ ମାଆ କୁ??ପୋଷ୍ଟ ମଟମ ରିପୋର୍ଟ ବି ଆତ୍ମହତ୍ୟା ବୋଲି ଆସିଲା।ତଥାପି ମୋ ମନ ମାନିଲାନି।ମୁଁ ଭିତରେ ଭିତରେ ତଦନ୍ତ ଆରମ୍ଭ କରିଦେଲି।ମୀରା କୁ କଲେଜରେ ସବୁବେଳେ ଏ.ମ.ଲ ପୁଅ ହଇରାଣ କରେ ଆଉ ଦିନେ ମୀରା ରାଗି ଯାଇ ତାର ଗାଲରେ ଶକ୍ତ ଚାପୁଡା ଦେଇଥିଲା।ଆଉ କଲେଜର ସେହି ରାଗ ରଖି ସେ ମୀରାକୁ ରେଫକରି ଜୀବନରୁ ମରିଦେଇ ତାକୁ ଆତ୍ମହତ୍ୟାର ରୂପ ଦବାକୁ ଚେଷ୍ଟା ଚାଲିଛି।ସତ ଜାଣିଲି ଆଉ ସଂଗେ ସଂଗେ ଗାଡି ନେଇ ବାହାରିଲି ଏ.ମ.ଲ ଘରକୁ ତାଙ୍କ ପୁଅକୁ ଆରେଷ୍ଟ କରିବାକୁ।କିନ୍ତୁ ମୁଁ ଆରେଷ୍ଟ କରିବା ଆଗରୁ ଓକିଲ ଜାମିନ କାଗଜ ପ୍ରସ୍ତୁତ କରିସାରିଥିଲା।ମୁଁ ହାତ ବନ୍ଧା ହୋଇଗଲା।ତଥାପି ମୁଁ ତାକୁ ହାଜତକୁ ଆଣି ବହୁତ ପିଟିସାରିଥିଲି।ଆଉ ସଂଗେ ସଂଗେ ଫୋନ ଆସିଲା ତମ ଝିଅ ଏବେ ମୋ ପାଖରେ ଆଉ ଯଦି ଝିଅର ଡେଡ଼ ବଡି ଦେଖିବାକୁ ଇଛା ତ ଏମଲଙ୍କ ପୁଅକୁ ହାଜତରେ ରଖ।ଆଉ ସେହି ଡରରେ ମୁଁ ତାକୁ ଜେଲରୁ ଛାଡି ଦେଲି।

ମୋ ହାତରେ ରାଖୀ ବାନ୍ଧୁଥିବା ମୀରା କୁ ମୁଁ ନ୍ୟାୟ ଦେଇପାରିଲିଣି।ଆଉ ମୀରାର ମାଙ୍କୁ କହିଲି ତମ ଝିଅ ମା ହେବାକୁ ଯାଉଥିଲା ଆଉ ସେ ତାର ପାପକୁ ଲୁଚେଇବାକୁ ଯାଇ ନିଜେ ମରିଗଲା।ମୀରର ମାଆ ମୋ କଥା ଶୁଣି ସେଠି ହିଁ ବିଷ ପିଇ ଦେଲେ।ଆଉ ବାପା ପାଗଳ ପରି ମୀରା ମୀରା1ହୋଇ କାନ୍ଦି ଉଠିଲେ।

ପିଲାଦିନେ ଗୁରୁଜୀ କହିଥିଲେ ଖରାପ କଥା ଦେଖିବନି, ଖରାପ ଶୁଣିବନି, ଆଉ ଖରାପ କହିବନି।କିନ୍ତୁ ଆଜି ମୁଁ କଣ କଲି??ମୁଁ ତ ଆଜି ସବୁ କିଛି କରିଦେଲି।ନିଜ ଝିଅ ପାଇଁ ଆଉ କାହାକୁ କାଳଙ୍କିନି ସଜେଇଦେଲି।ଆଉ ଗୋଟେ ମାଆକୁ ବି ମାରିଦେଲି।ଆଉ ନିଜେ ନିଜ ହାତରେ ମୋ ଖାକୀ ପୋଷାକରେ ଦାଗ ଲଗେଇଦେଲି।ଛି ମୋ ମଣିଷ ପାଣିଆକୁ।ଧିକ ମୋ ଜୀବନ।


Rate this content
Log in

Similar oriya story from Crime