STORYMIRROR

Akshayakumar Dash

Abstract Others

3  

Akshayakumar Dash

Abstract Others

ଚରିତ୍ର

ଚରିତ୍ର

3 mins
265

ମନୋରମା ଜଣେ ଗୃହିଣୀ। ସ୍ୱାମୀ ବ୍ୟାଙ୍କର ମ୍ୟାନେଜର ।ପୁଅ ଓ ଝିଅ ଦୁଇଟି ସନ୍ତାନ ।ପିଲାମାନେ ଉଚ୍ଚ ଶିକ୍ଷିତ ।ଯେଉଁଦିନ ତାଙ୍କ ସହ ମୋର ପରିଚୟ ହେଲା ତାହାଥିଲା ଏକପ୍ରକାର ସଂଯୋଗ ।

ଆଧୁନିକ ଯନ୍ତ୍ରପାତି ତଥା ଏଲକ୍ଟ୍ରୋନିକ ମୋବାଇଲ ମଣିଷର ଦୁରତ୍ୱ ହ୍ରାସ ପାଇଛି ।ସେଇ ମାଧ୍ୟମକୁ ସାହାରା କରି ମନୋରମାଙ୍କ ସହ ମୋର ବନ୍ଧୁତ୍ୱ ଗଢି ଉଠେ ।ଜଣେ ପୁରୁଷ ଲୋକ ନାରୀଙ୍କ ସହ ବନ୍ଧୁତ୍ୱ ରଖିବା ଆମ ସମାଜ ଆଖି ତରାଟେ ।କିନ୍ତୁ ଏହି ଦୁସ୍ତ ମାନସିକତା କୁନେଇ କେତକ ନିଜକୁ ପ୍ରଶ୍ନ ପଚରିବା ଉଚିତ ହେବ ତାହା ଇର୍ଷା ନୁହେଁତ ? ହଁ ଗୋଟିଏ ପ୍ରକାର ବିକାର, ପୁରୁଷ ଓ ନାରୀ ଦୁଃଖ ସୁଖର ଦୁନିଆଁ ଭିତରେ ଜୀବନ । ପରସ୍ପର ସମ୍ବେଦନ ଶୀଳ ହେବା ଉଚିତ ।ଜଣେ ଝିଅ ବି ଜଣେ ପୁଅସହିତ ପ୍ରାପ୍ତ ବୟସରେ ସାଙ୍ଗ ବା ବନ୍ଧୁ ହେଲେ ଆମ ନଜରରେ ଇର୍ଷା, ଆସେ । ଅଯଥା ଆମେ ସେମାନଙ୍କ କଥା ଚାଲିଚଳନ, ଓ ଦୁଇଜଣଙ୍କ ଭିତରେ ଆଳାପ ଦେଖି ପ୍ରତିକ୍ରୟା ଭାବନା ମନକୁ ଆଣୁ । ବେଳପଡିଲେ ଦୁଇଜଣଙ୍କ ଚରିତ୍ର ସଂହାର କରୁ ।

କହିବାର କଥା ଜଣେ ନାରୀର ବି ଅଧିକାର ଅଛି ପୁରୁଷ ବନ୍ଧୁଙ୍କ ସହ ଦିପଦ ଦୁଃଖ ସୁଖ ହେବ । ନିରୂପମା ମୋବାଇଲ ଓ ମୋ ମୋବାଇଲ ଆମକୁ ସଂଯୋଗ କଲା । ଏହାକୁ ପ୍ରୟୋଗ କରି ଯେକୌଣସି ବ୍ୟକ୍ତି ପୃଥିବୀର କୋଣ ଅନୁକୋଣ ରୁ ବି ସମ୍ପର୍କ ଯୋଡି ପାରିବ ।ନିରୂପମା ଜଣେ କବୟିତ୍ରୀ। ଯେତେବେଳେ ସମୟ ପାଏ ଫେସବୁକ ବା ଷ୍ଟୋରିମିରର ରେ କିଛି ଲେଖି ଛାଡେ ତାହା ଗପ କି କବିତାରେ ସୀମିତ ରାହେନି ବରଂ କୋଟ ବା ସଚେତନତା ନିମିତ୍ତ ଟ୍ରିପ ।ଦିନେ ସଂଧ୍ୟାରେ ଦେଖୁ ଦେଖୁ ପଶ୍ଚିମ ଓଡିଶାର କୋଶଳୀ ଭାଷା ଉପରେ ପିଚୋ ନାମଧେୟ ଛୋଟଛୋଟ ପଦେ ଦିପଦ କବିତାମାନ ପଢ଼ିବାର ସୁଯୋଗ ପାଇଲି । ସୁନ୍ଦର ଲାଗିଲା ।କୋଶଳୀ ଭାଷାର ମାଧୁର୍ଯ୍ୟ ମଧୁର, ତେଣୁ ପଢି ଚାଲିଲି । ପିଚୋ ଶବ୍ଦ ଟି ଉପରେ ମୋର ଅଜ୍ଞ ତା ଥିଲା ,ତେବେ ମନୋରମା ବି ତାଙ୍କର କବିତା ଗୁଡିକ ମତେ ସେୟାର କରୁଥିବା ବେଳେ ମୁଁ ପିଚୋ ଶବ୍ଦ ର ଅର୍ଥ ମାଗିଲି ମୋର ମସେଜର ରେ ।ସଂଗେ ସଂଗେ ଉତର ପାଇଲି ଛୋଟ ବୋଲି ।ମାନେ ଛୋଟ କବିତା ।


ସେ ମୋର ବିଷୟରେ ପଚାରି ବୁଜିଲେ,ମୁଁ ମଧ୍ୟ ତାଙ୍କ ଗଭୀର ତାକୁ ମୋ ତରାଜୁରେ ମାପି ନିଜକୁ ଲଜିତ କଲି ।ସେ ଜଣେ ସିନେମାର କଳାକାର, ପୃଥିବୀ ର ସବୁଦେଶ ମାନଙ୍କ ଡାକ ଟିକଟ ସଂଗ୍ରହ କରି ପୁରସ୍କୃତ ।ମୁଦ୍ରା ବିଭିର୍ଣ୍ଣ ଦେଶର , ଏହାଛଡା ଜଣେ କବି ରୂପେ ବିଭିର୍ଣ୍ଣ ସାହିତ୍ୟ ଅନୁଷ୍ଠାନ ରୁ ପୁରସ୍କୃତ । ବଲାଙ୍ଗୀର ମାଟିର ମହକ ବଂଧୁ ନିରୂପମାଙ୍କୁ ଧନ୍ୟବାଦ ଜଣାଇଲି ।

ବେଳେ ବେଳେ ମନରେ ଚରିତ୍ର କୁ ନେଇ ଅନେକ ପ୍ରଶ୍ନ ।ଆମ ଭାଷାରେ ଢଗ ଟିଏ, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନ ଥିଲେ ସବୁ ଅସାର । ତେବେ ଚରିତ୍ର ଟି କଣ ବୋଲି ପ୍ରଶ୍ନ ଆସେ । ଯେତେସବୁ ଅଖ୍ୟାୟିକ ତାହା ସମୟ କୁ ନେଇ ଲେଖାଯାଇଥାଏ ।ସେ ସମୟର ସାମାଜିକ ପରିସ୍ଥିତି ଓ ବ୍ୟବସ୍ଥା ଉପରେ ଆଧାରିତ ଲୋକ କଥା ।ସେସମୟର ନାରୀ ପୁରୁଷ ମଧ୍ୟରେ ଅବାଧ ମିଳାମିଶାକୁ ସମାଜ ଶାସ୍ତ୍ରୀ ମାନେ ନଜରକୁ ଆଣି କଡା ନିଦେଶ ଦେଉଥିଲେ ।ନାରୀ ଜଣେ ପୁରୁଷ ଙ୍କ ସହ ବନ୍ଧୁତା କୁ ଘୃଣା କରୁଥିଲେ । ନାରୀକୁ ଗୃହ ଭିତରେ ରଖି ଏକଚାଟିଆ ରୂପେ କାମନା ଚରିତାର୍ଥ କରିବା ଲକ୍ଷ ଥିଲା ।


ଏବେ ସମୟ ତାହାକୁ ପୁରୁଣା ପନ୍ଥୀ ଅଖ୍ୟା ଦେଉଛି, ନାରୀ ଅବଳା ବା ବନ୍ଦୀ ହୋଇ ରହିବାକୁ ଆସିନାହିଁ ।ତାର ଏକ ସ୍ୱତନ୍ତ୍ର ପରିଚୟ ଅଛି ।ସେ ସ୍ୱୟଂ ସଂପୂର୍ଣ୍ଣ। ସମାଜର ମୁଖ୍ୟ ସ୍ରୋତରେ ଚାଲିବାକୁ ଶିଖିଛି ।ତାର ରୂପକୁ ନେଇ ବଜାର ବସିନାହିଁ ।ତାର ଦାଇତ୍ୱ ବୋଧ ତାକୁ ଅସ୍ତିର କରୁଛି । ଜଣେ ନାରୀ ଏକଧାର ରେ କବି, କଳାକାର, ସଂଗ୍ରହକ, ଓ ସମାଜସେବୀ ପୁଣି ନିଜ ପରିବାର କୁ ଉତମରୁପେ ଚଳାଇ ସୁ ଗୃହିଣୀ । ଏପରି ଚରିତ୍ର ଆମ ସମାଜପାଇଁ ଆଦର୍ଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract